ଯୀଶୁ ଜଳ ଉପରେ ଚାଲନ୍ତି

ଯୀଶୁ ଜଳ ଉପରେ ଚାଲନ୍ତି — illustration 1

ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ନୌକାରେ ଚଢି ନୌକାକୁ ଚଳାଇ ହ୍ରଦର ଆରପାରିକୁ ଯିବା ପାଇଁ କହିଲେ ଯେତେବେଳେ ସେ ଲୋକମାନଙ୍କୁ ବିଦାୟ ଦେଲେ ।ଯୀଶୁ ଲୋକମାନଙ୍କୁ ପଠାଇଲା ପରେ, ସେ ପ୍ରାର୍ଥନା କରିବା ନିମନ୍ତେ ଏକ ପର୍ବତ ପାର୍ଶ୍ବରେ ଉପରକୁ ଗଲେ ।ଯୀଶୁ ସେଠାରେ ଏକାକୀ ଥିଲେ, ଏବଂ ସେ ରାତି ପାହିବା ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ ।

ଯୀଶୁ ଜଳ ଉପରେ ଚାଲନ୍ତି — illustration 2

ଇତିମଧ୍ୟରେ, ଶିଷ୍ୟମାନେ ସେମାନଙ୍କର ନୌକା ବାହୁଥିଲେ, କିନ୍ତୁ ଗଭୀର ରାତ୍ରିରେ ସେମାନେ ହ୍ରଦର ମଧ୍ୟ ଭାଗରେ କେବଳ ପହଞ୍ଚିଥିଲେ ।ସେମାନେ କଷ୍ଟରେ ନୌକା ଚାଳନ କରୁଥିଲେ କାରଣ ଝଡ ବତାସ ସେମାନଙ୍କ ପ୍ରତିକୂଳ ଦିଗରେ ବୋହୁଥିଲା ।

ଯୀଶୁ ଜଳ ଉପରେ ଚାଲନ୍ତି — illustration 3

ତା’ପରେ ଯୀଶୁ ପ୍ରାର୍ଥନା କରିବାର ସମାପ୍ତ କଲେ ଏବଂ ଶିଷ୍ୟମାନଙ୍କ ନିକଟକୁ ଗଲେ ।ସେ ହ୍ରଦର ଜଳ ଉପରେ ସେମାନଙ୍କ ନୌକା ଆଡକୁ ଚାଲିଚାଲି ଆସିଲେ !

ଯୀଶୁ ଜଳ ଉପରେ ଚାଲନ୍ତି — illustration 4

ସେମାନେ ଯେତେବେଳେ ଯୀଶୁଙ୍କୁ ଦେଖିଲେ ସେତେବେଳେ ଶିଷ୍ୟମାନେ ଭୟଭୀତ ହୋଇଯାଇଥିଲେ, କାରଣ ସେମାନେ ଭୂତ ଦେଖୁଅଛନ୍ତି ବୋଲି ଭାବିଲେ ।ଯୀଶୁ ଜାଣିଲେ ଯେ ସେମାନେ ଭୟଭୀତ ହୋଇଅଛନ୍ତି, ତେଣୁ ସେ ସେମାନଙ୍କୁ ଡାକି କହିଲେ “ଭୟ କର ନାହିଁ ।ଏହା ମୁଁ ଅଟେ!”

ଯୀଶୁ ଜଳ ଉପରେ ଚାଲନ୍ତି — illustration 5

ତା’ପରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଯଦି ତାହା ଆପଣ, ତେବେ ଜଳ ଉପରେ ଚାଲି ଆସିବା ପାଇଁ ମୋତେ ଆଜ୍ଞା ଦିଅନ୍ତୁ ।”ଯୀଶୁ ପିତରଙ୍କୁ କହିଲେ “ଆସ!”

ଯୀଶୁ ଜଳ ଉପରେ ଚାଲନ୍ତି — illustration 6

ତେଣୁ ପିତର ନୌକାରୁ ବାହାରି ଯୀଶୁଙ୍କ ନିକଟକୁ ଜଳ ଉପରେ ଚାଲିବା ଆରମ୍ଭ କଲେ ।କିନ୍ତୁ କିଛି ଦୂର ଚାଲିବା ପରେ, ସେ ଯୀଶୁଙ୍କ ନିକଟରୁ ନିଜ ଆଖି ଫେରାଇ ନେଲେ ଓ ତରଙ୍ଗଗୁଡିକୁ ଦେଖିବାକୁ ଲାଗିଲେ ଏବଂ ସେ ପ୍ରଚଣ୍ଡ ପବନ ବୋହିବାର ଅନୁଭବ କଲେ ।

ଯୀଶୁ ଜଳ ଉପରେ ଚାଲନ୍ତି — illustration 7

ତେଣୁ ପିତର ଭୟଭୀତ ହେଲେ ଏବଂ ସମୁଦ୍ରରେ ବୁଡିବାକୁ ଲାଗିଲେ ।ସେ ଚିତ୍କାର କରି କହି ଉଠିଲେ “ଗୁରୁ,ମୋତେ ଉଦ୍ଧାର କର!”ଯୀଶୁ ସେହିକ୍ଷଣି ଯାଇ ତାଙ୍କୁ ଧରିପକାଇଲେ ।ତା’ପରେ ସେ ପିତରଙ୍କୁ କହିଲେ “ହେ ଅଲ୍ପବିଶ୍ବାସୀ, ତୁମ୍ଭେ କାହିଁକି ସନ୍ଦେହ କଲ ?”

ଯୀଶୁ ଜଳ ଉପରେ ଚାଲନ୍ତି — illustration 8

ଯେତେବେଳେ ପିତର ଓ ଯୀଶୁ ନୌକା ମଧ୍ୟକୁ ଗଲେ, ସେତେବେଳେ ପବନ ସାଙ୍ଗେ ସାଙ୍ଗେ ବହିବା ବନ୍ଦ ହେଲା ଏବଂ ଜଳ ଶାନ୍ତ ହେଲା ।ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ସେମାନେ ଯୀଶୁଙ୍କର ଉପାସନା କରି ତାଙ୍କୁ କହିଲେ “ସତ୍ୟ, ତୁମ୍ଭେ ଈଶ୍ଵରଙ୍କ ପୁତ୍ର ।”

ବାଇବଲର ଏକ କାହାଣୀ:ମାଥିଉ ୧୪:୨୨-୩୩; ମାର୍କ ୬:୪୫-୫୨; ଯୋହନ ୬:୧୬-୨୧

Read in the reader

Free to use, adapt, and share under an open license (CC BY-SA 4.0).