ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 1

ଯୋଷେଫଙ୍କର ମୃତ୍ୟୁ ପରେ, ତାଙ୍କର ସମସ୍ତ ଜ୍ଞାତି କୁଟୁମ୍ଭ ମିଶରରେ ରହିଲେ Iସେମାନେ ଓ ସେମାଙ୍କର ବଂଶଧର ସେଠାରେ ଅନେକବର୍ଷ ରହିବାକୁ ଲାଗିଲେ ଓ ସେମାଙ୍କର ଅନେକ ସନ୍ତାନମାନେ ଜନ୍ମ ହେଲେ I ସେମାନଙ୍କୁ ଇସ୍ରାଏଲୀୟ ନାମରେ ଡକାଗଲା I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 2

ଶହ ଶହ ବର୍ଷପରେ, ଇସ୍ରାଏଲର ଜନସଂଖ୍ୟା ଅତ୍ୟଧିକ ହେଲା Iମିଶର ବାସୀମାନେ ଯୋଷେଫଙ୍କୁ ଏବଂ ସେ ସେମାନଙ୍କୁ କରିଥିବା ସାହାଯ୍ୟକୁ କେବେହେଲେ ସ୍ମରଣ କଲେନାହି I ସେମାନେ ଇସ୍ରାଏଲ ମାନଙ୍କୁ ଭୟ କରିବାକୁ ଲାଗିଲେ, କାରଣ ସେମାନେ ସଂଖ୍ୟାରେ ଅଧିକ ଥିଲେ I ତେଣୁ ସେହି ସମୟରେ ଯେଉଁ ଫାରୋ ମିଶରକୁ ଶାସନ କରୁଥିଲେ ସେ ଇସ୍ରାଏଲିୟମାନକ୍ନୁ ମିଶରୀୟମାନଙ୍କର ଦାସ କଲେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 3

ମିଶରୀୟମାନେ ଇସ୍ରାଏଲୀୟମାନଙ୍କୁ ଅଟ୍ଟାଳିକାଗୁଡିକ ଓ ସମ୍ପୁର୍ଣ ସହରଗୁଡିକ ମଧ୍ୟ ନିର୍ମାଣ କରିବାକୁ ବାଧ୍ୟ କାଲେ I କଠିନ କାର୍ଯ୍ୟ ସେମାନଙ୍କର ଜୀବନକୁ ଦୁଃଖଦାୟକ କଲା, କିନ୍ତୁ ସେମାନଙ୍କୁ ପରମେଶ୍ଵର ଆଶୀର୍ବାଦ କଲେ, ଏବଂ ସେମାନଙ୍କ ଅନେକ ସନ୍ତାନ ଓ ସନ୍ତତି ହେଲେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 4

ଫାରୋ ଦେଖିପାରିଲେ ଯେ ଇସ୍ରାଏଲୀୟ ମାନଙ୍କର ଅନେକ ସନ୍ତାନ ଅନେକ ଅଛନ୍ତି, ତେଣୁ ସେ ତାଙ୍କ ଲୋକମାନଙ୍କୁ , ସମସ୍ତ ଇସ୍ରାଏଲୀୟ ପୁତ୍ର ସନ୍ତାନମାନଙ୍କୁ ନୀଳନଦୀରେ ଫୋପାଡି ମାରିଦେବା ପାଇଁ ଆଦେଶ ଦେଲେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 5

ଜଣେ ଇସ୍ରାଏଲୀୟ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ I ସେ ଓ ତାହାଙ୍କ ସ୍ଵାମୀ ଶିଶୁକୁ ପାରୁପର୍ଯ୍ୟନ୍ତ ଅନେକ ଦିନ ଲୁଚାଇ ରଖିଲେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 6

ଯେତେବେଳେ ପୁତ୍ରର ପିତା ଓ ମାତା ଅଧିକ ସମୟ ଲୁଚାଇ ପାରିଲେ ନାହି, ସେମାନେ ତାକୁ ମୃତ୍ୟୁରୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ନୀଳନଦୀ ତଟର ପାଣି ସହିତ ନଢାଗୁଡିକର ଏକ ଭାସୁଥିବା ଟୋକେଇ ଭିତରେ ତାଙ୍କୁ ରଖିଦେଲେ I ତାହାଙ୍କର ବଡ ଭଉଣୀ ତାଙ୍କ ପ୍ରତି କଣ ହେବ, ଦେଖିବା ପାଇଁ ଦୂରରେ ରହି ଦେଖୁଥିଲେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 7

ଫାରୋଙ୍କର କନ୍ୟା ଟୋକେଇକୁ ଏବଂ ତହିଁଭିତରକୁ ମଧ୍ୟ ଦେଖିଲେ Iଯେତେବେଳେ ସେ ଏକ ଶିଶୁକୁ ଦେଖିଲେ, ସେ ତାଙ୍କୁ ନିଜର ପୁତ୍ରକରି ନେଲେ I ସେ ଇସ୍ରାଏଲ୍ ଗୋଷ୍ଠିର ଏକ ସ୍ତ୍ରୀଲୋକଙ୍କୁ ଶିଶୁର ମାଁ ଅଟନ୍ତି ନ ବୁଝି ତାର ସ୍ତନ୍ୟାପାନ ପାଇଁ ନିଯୁକ୍ତ କଲେ I ଯେତେବେଳେ ଶିଶୁଟି ବଡ ହେଲା ତାଙ୍କୁ ମା’ଙ୍କର ଦୁଗ୍ଧ ଆବଶ୍ୟକ ହେଲା ନାହି, ତାଙ୍କୁ ସେ ଫାରୋଙ୍କର କନ୍ୟାଙ୍କୁ ଫେରାଇ ଦେଲେ, ଯିଏକି ତାଙ୍କ ନାମ ମୋଶା ଦେଲେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 8

ଦିନେ, ଯେବେ ମୋଶା ବଡ ହେଲା ପରେ, ସେ ଦେଖିଲେ, ଜଣେ ମିଶରୀୟ ଇସ୍ରାଏଲୀୟ ଦାସକୁ ପ୍ରହାର କରୁଛନ୍ତି Iମୋଶା ତାଙ୍କ ଇସ୍ରାଏଲୀୟଙ୍କୁ ବ୍ୟକ୍ତିକୁ ରକ୍ଷା କରିବା ପାଇଁ ଚେଷ୍ଟା କଲେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 9

ଯେବେ ମୋଶା ଜାଣିପାରିଲେ, କେହି ଦେଖୁନାହାନ୍ତି, ସେ ମିଶରୀୟଙ୍କୁ ବଧ କଲେ ଓ ତା ଶରୀରକୁ ପୋତି ଦେଲେ Iକିନ୍ତୁ କେହିଜଣେ ମୋଶା ଯାହା କରିଥିଲେ,ଦେଖିଲେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 10

ଯେତେବେଳେ ଫାରୋ, ଯାହା ମୋଶା କରିଛନ୍ତି, ଶୁଣିଲେ, ସେ ତାଙ୍କୁ ମାରିବାକୁ ଚେଷ୍ଟା କଲେ I ମୋଶା ଫାରୋଙ୍କ ସୈନ୍ୟମାନଙ୍କ ଠାରୁ ରକ୍ଷା ପାଇବାପାଇଁ ମିଶରରୁ ମରୁଭୁମିକୁ ଯେଉଁଠାରେ ସେ ସୁରକ୍ଷିତ ଥିବେ, ଦୁରକୁ ପଳାଇଗଲେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 11

ମିଶରରୁ ବହୁଦୂରରେ ମରୁଭୂମିରେ ମୋଶା ଏକ ମେଷପାଳକ ହେଲେ Iସେହିସ୍ଥାନର ଏକ ମହିଳାଙ୍କ ସହିତ ସେ ବିବାହ କଲେ ଓ ତାଙ୍କର ଦୁଇଟି ସନ୍ତାନ ହେଲା I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 12

ଦିନେ ଯେତେବେଳେ ମୋଶା ତାଙ୍କ ମେଷଗୁଡିକର ଯତ୍ନ ନେବା ସମୟରେ, ଏକ ବୁଦାରେ ନିଆଁ ଜଳୁଥିବା ସେ ଦେଖିଲେ Iକିନ୍ତୁ ସେହି ବୁଦାଟି ଜଳି ପାଉଁଶ ହେଲା ନାହି I ମୋଶା ବୁଦା ଆଡକୁ ଭଲରେ ଦେଖିପାରିବାକୁ ଗଲେ Iଯେତେବେଳେ ସେ ଜଳୁଥିବା ବୁଦା ନିକଟକୁ ଯାଉଥିଲେ, ପରମେଶ୍ଵରଙ୍କ ସ୍ଵର କହିଲେ, ମୋଶା, ତୁମର ପାଦୁକା ତୁମେ ବାହାର କର I ତୁମ୍ଭେ ପବିତ୍ର ସ୍ଥାନରେ ଠିଆହୋଇଅଛ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 13

ପରମେଶ୍ଵର କହିଲେ, “ମୋର ଲୋକମାନଙ୍କର କ୍ଲେଶ ମୁଁ ଦେଖିଅଛି Iମୁ ତୁମ୍ଭକୁ ଫାରୋଙ୍କ ପାଖକୁ ପଠାଇବି ଯେଉଁଦ୍ଵାରା ତୁମ୍ଭେ ଇସ୍ରାଏଲିୟମାନଙ୍କୁ ସେମାନଙ୍କର ମିଶରର ଦାସତ୍ଵରୁ ବାହାର କରି ଆଣିବ Iସେମାନଙ୍କୁ ମୁ କିଣାନ ଦେଶ ଦେବି, ଯେଉଁ ଦେଶ ମୁ ଅବ୍ରାହାମ, ଇସାହକ ଓ ଯାକୁବଙ୍କୁ ପ୍ରତିଜ୍ଞା କରିଥିଲି I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 14

ମୋଶା ପଚାରିଲେ, “ଯଦି ଲୋକମାନେ ଜାଣିବାକୁ ଚାହିଁବେ ମୋତେ କିଏ ପଠାଇଛନ୍ତି, ମୁଁ ସେମାନଙ୍କୁ କଣ କହିବି?”ଇଶ୍ଵର କହିଲେ, “ଆମ୍ଭେ ଯେ ଅଛୁ ସେ ଅଛୁ” I ସେମାନକୁ କୁହ, “ ଆପଣଙ୍କ ପାଖକୁ ମୋତେ ସ୍ଵୟଂଭୂ ପଠାଇଅଛନ୍ତି” I ମଧ୍ୟ ସେମାନଙ୍କୁ କୁହ, ଆମ୍ଭେ ସଦାପ୍ରଭୁ, ତୁମମାନଙ୍କର ପିତୃପୁରଷ; ଅବ୍ରାହାମ, ଇସାହକ, ଓ ଯାକୁବଙ୍କର ଇଶ୍ଵର ଅଟୁ I ଚିରଦିନ ପାଇଁ ଏହା ମୋର ନାମ ଅଟେ I

ପରମେଶ୍ଵର ମୋଶାଙ୍କୁ ଆହ୍ଵାନ କଲେ I — illustration 15

ମୋଶା ଭୟ କରୁଥିଲେ ଏବଂ ଫାରୋଙ୍କ ନିକଟକୁ ଯିବାପାଇଁ ଚାହୁଁନଥିଲେ, କାରଣ ସେ ଭାବିଲେ, ସେ ଭଲରେ କଥା କହିପାରର୍ନ୍ତି ନାହିଁ, ତେଣୁ ଇଶ୍ଵର ମୋଶାଙ୍କର ଭାଇ, ହାରଣଙ୍କୁ, ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ପଠାଇଲେ I ପରମେଶ୍ଵର ମୋଶା ଓ ହାରଣଙ୍କୁ ସତର୍କ କରିଦେଇଥିଲେ, ଯେ ଫାରୋ କଠୋର ହେବେ I

ବାଇବଲର ଏକ କାହାଣୀ:ଯାତ୍ରାପୁସ୍ତକର ୧-୪

Read in the reader

Free to use, adapt, and share under an open license (CC BY-SA 4.0).