40. ୪୦. ଯୀଶୁ କୁରୁସବ ଅଡ଼ାଇସ
ସୈନିକ୍ଲେ ଆଯୀଶୁ କିଜାୟ କୁନ୍ ତୁର୍ଗୁ,ମାଏଲେ କୁରୁସ୍ବ ଅଡାଇ ପାଲାଇ ଆମାଇ ରୁଙ୍ଗଇଗା। ମାଇ ଆର୍ନା କୁରୁସ୍ବ ଗଇତା ଗିତିନ୍ କୁରୁସ୍ ଆମାଇ ଅଡନ।
ସୈନିକ୍ଲେ“କାପାଳ୍”ଅମିନା ମୁଇ ଟାନ୍ବ ଆଯୀଶୁ ରୁଙ୍ଗ ମାରି କୁରୁସ୍ବ ମାଇନା ତିତି ମାରି ତେଗ୍ସୁଙ୍ଗ୍ବ କୁଟି ବେରଙ୍ଗ୍ ଟେସ୍ଲ । ମାତର ଯୀଶୁ ସୁନ, “ବା,ଆମାଏଲେ କେମା ଡେମ୍ ମାସାଡନା ମାଏଲେ ମାଡ଼େମନି ଗିନା ଆମାଗ୍ଗ୍ତ।”ମାଏଲେ କୁରୁସ୍ ବାଗ୍ବ ମୁୟଙ୍ଗ ନିନ୍ଦା ଡ଼େମକୁନ୍ ବଡ୍ ଟେସ୍ଲ ବେଡ। ଆକା,“ଯିହୁଦୀଲେନ୍ ରାଜା ଡସେ”ଲେକା ଡେଙ୍ଗ୍ଡିଗା। ପିଲାତ୍ ଡିକନ୍ ଲେକ୍ଲସେ ଟେସ୍ବାର୍ ପାଲାଇ ଆମାଏଲେ ସୁନ।
ସୈନିକ୍ଲେ ଯୀଶୁନ୍ ସକା ପାଲାଇ୍ ତାସ୍ ମାଙ୍ଗା। ମାଏଲେ ଉଣ୍ତୋଇଲ କନା ଡ଼େମ, ସୁନକୁନ୍ ଆଗ୍ତୁନ୍ କାତା ସତ୍ ଡେଙ୍ଗା “ମାଏଲେ ନିଙ୍ଗ୍ନା ସକା ପାଲାଇ ତାସ୍ମାଙ୍ଗା ମାରି ମାଏଲେ ନିଙ୍ଗ୍ନା ଆସକା ବାଟାଲ।”
ଉମ୍ବାୟଙ୍ଗ୍ ଆଚର୍ଲେ ଲନା ଗିନ୍ବେଲା ସୈନିକ୍ଲେନ୍ ପାଲାଇ ଯୀଶୁନ୍ ଉମ୍ୱାର୍ ଗାର୍ କୁରୁସ୍ବ ଅଡ଼ାଇସ। ମାଏନ୍ ବିତ୍ରେ ମିଣ୍ତା ଆଯୀଶୁ ନିନ୍ଦା ଡ଼େମ, ମାତର୍ ପାଲ୍ମିଣ୍ତା ସୁନ, “ନନା ମା ଈଶ୍ପର୍ନ୍ବ ଆବୁତୁଙ୍ଗ୍ତନ ? ନାଇଲେ ଜବର୍ କାରାପ୍ କାମ୍ନା ଦଷ୍ ଡ଼େମତ୍ନାଇ,ମାତର୍ କନ୍ରେମ ମାସା ଦସ୍ ଡ଼େମଆଡିତା।” ମାଇନା ତୁର୍ଗୁ ମାଇ ଆଯୀଶୁ ସୁନ, “ନନା ରାଜିବ ନ ଉଣ୍ତୋଇଲ ରାଜା ଡେନ୍ତନ ଆଲାଦ୍ ଡ଼େମସେ ଆନିଙ୍ଗ୍ ଏତାଇ।”ଯୀଶୁ ଆମାଏ ସୁନ, “ନ ଅଇକା ନିଙ୍ଗ୍ ବେରଙ୍ଗ୍ ପାରଦିଶ୍ ଟାନ୍ବ ଡିତ୍ପେ।
ଯୀହୁଦି ନେତାଲେ ମାରି ରେମଲେନ୍ ବିତ୍ରେ ନାନି ଜବର୍ ଆଯୀଶୁ କିଜାୟ। ମାଏଲେ ଆମାଇ ସୁନ, “ଯଦି ନ ଈଶ୍ପର୍ନା ଗୁ,କୁରୁସ୍ ନାନେ ଜର୍ସାବା ମାରି ଆତରଇ ରକିଆ ଡେମ୍! ତେବେ ନେଲେ ଆନ ବିସାସ୍ ଡେମ୍ତନେ।”
ମାଇନା ତୁର୍ଗୁ ଗିତିନ୍ ଙ୍ଗମ୍ନା ଗୁଲାଇ ବାଦଲ୍ ପୁରା ମିଣ୍ତି ଇଗା,ଡେଙ୍ଗ୍ ନାସା କନା ସିମି ଇନ୍ ମୁଣ୍ତେ ବେଲା ଡିଗା। ସିମିଇ ବେଲା ମିଣ୍ତି ଇଗା ମାରି ତିନ୍ ଘଣ୍ଟା ଜାକ ଡିଗା।
ମାଇନା ତୁର୍ଗୁ ଯୀଶୁ ଆଉଲି ଡେଙ୍ଗ୍ସେ ୱାୟସେ ସୁନ, “ଡମ ଇଗା!ବା, ନନ୍ ତିତିବ ନିଙ୍ଗ ନିଙ୍ଗ୍ନା ଜିବନ ବେଡନିନିଙ୍ଗ୍।” ମାଇନା ତୁର୍ଗୁ ମାଇନ୍ ଆବବ୍ ଜଗ୍ତ ଡ଼େମ ମାରି ମାଇ ଗଇଗା। ଉଣ୍ତୋଇଲ ମାଇ ଗଇଗା, ଅଇତିନ୍ବେଲା ମୁଇ ଭୁମିକମ୍ପ ଡେଙ୍ଗା ମାରି ମନ୍ଦିର୍ବ ଆର୍ନ ମୁନା ପାର୍ଦା ଈଶ୍ପର୍ ସାକୁନ୍ବ ଆରେମଲେ ପାଲ୍ ବୁବୁଙ୍ଗ୍ ଡେଙ୍ଗା ଗିତିନା ବାଗ୍ବ ନାନେ ଜକ୍ତଜାକ ଚିରି ଡେଙ୍ଗ୍ସେ ଦୁଇବାଗ୍ ଡେଙ୍ଗ୍ଇଗା।
ଯୀଶୁ ମାଇନ୍ ଗଇକୁନ୍ ସା ଆରେମଲେ ଇଶ୍ପର୍ କଣ୍ଡେ ସାସାଗ୍ନା ଗାରି ରୁଗ ବେଡ। ଆଯୀଶୁ ଜାଗ୍ଲୋକୁନ୍ ମୁଇ ସୈନିକ୍ ଉଣ୍ଡୋଇଲ କନ୍ ଗୁଲାଇ ଘଟ୍ବାର୍ନା ଜୁଲସେ ସୁନ, “ସତ୍ଆକା,ମାଇ ଦଷ୍ ମ ଡ଼େମକୁନ୍ ରେମ ଡିଗା। ମାଇ ଈଶ୍ପର୍ନା ଗୁ ଡିଗା।”
ମାଇନା ତୁର୍ଗୁ ଯୋଷେପ୍ ମାରି ନିକଦୀମ,କନ୍ ଉମ୍ବାଇନୁ ଯିହୁଦି ନେତା ଯୀଶୁନା ମଡ୍ ରୁରୁଙ୍ଗ୍ ପାଲାଇ ଆପିଲାତ ଗୁଆର୍ଲୋ। ମାଏଲେ ଆଯୀଶୁ କିସ୍ଟ ଡସେ ବିସ୍ବାସ୍ ଡେଡେମ୍ ଡେଙ୍ଗା। ମୁୟଙ୍ଗ୍ କଦି ବେରଙ୍ଗ୍ ଆଗାଗଡ୍ ଗୁଡାୟସେ ବିରେଗଡସେ ତିଆର୍ ଡ଼େମକୁନ୍ ମଇ ରେସାଙ୍ଗ୍ ବ ବୁଙ୍ଗ। ମାଇନା ତୁର୍ଗୁ ମାଏଲେ ରେସାଙ୍ଗ୍ ନା ସାର୍ମବ ମୁୟଙ୍ଗ୍ ମୁନାବାଇ ବିରେ ଡାବ୍ଲ ବେଡ ମାରି ଆରନା ଗାରି ଅନ୍ତୁଡ ବେଡ।
ବାଇବଲନା ମୁୟଙ୍ଗ୍ ଉସାରାମ୍;ମାଥିଉ ୨୨;୨୭;ମାର୍କ ୧୫;୧୬-୪୭;ଲୁକ ୨୩;୨୬-” ଯୋହନ୧୯;୧୭-
Free to use, adapt, and share under an open license (CC BY-SA 4.0).