36. ୩୬. ଯୀଶୁର୍ ରୂପ୍ ବଦଲ୍ବାଟା
ଗୋଟ୍ଦିନ୍, ଯୀଶୁ ନିଜର ତିନ୍ଟା ଚେଲା, ପିତର, ଯାକୁବ ଆଓରି ଯୋହନକେ ସଙ୍ଗେ ନେଲା। (ଯୋହନ ନାମର ଇ ଚେଲା ଯୀଶୁକେ ବାପ୍ତିସ୍ନ ଦେଇରେବା ହାଇ ଯୋହନ ନୁଆଏ) ହାଏମନ ପ୍ରାର୍ଥନା କର୍ବାକାଚେ ଗୋଟ୍କ ଡେଙ୍ଗ୍ ପର୍ବତ ତି ଗଲାଏ।
ଯୀଶୁ ପ୍ରାର୍ଥନା କର୍ଥେରେବା ସମୟତି ତାର ମୁହୁଁ ବେଲ୍ ଅନ୍ତା ଉଜଳ୍ ହୋଇଗଲା। ତାର ପିନ୍ଧି ରେଲା କପଢା ଭୟଙ୍କର ପନ୍ଡାରା ହୋଏଲା, ଯନ୍ତା କି ପୃଥିବୀର୍ର କଓନିଚ କରବାଏ ତାରଲେ ମିଶା ଟକା୍ ହୋଏଲା।
ଏତାର୍ ପାଚେ ମୋଶା ଆରି ଏଲିୟ ଭବିଷ୍ୟଦ୍ବକ୍ତାମନ ଆଏଲାଏ। ଇ ମନ ବହୁତ ଆଗେ ଇ ପୃଥିବୀତି ବାସ କର୍ତେରେଲାଏ। ହାଏମନ୍ ଯୀଶୁର ସଙ୍ଗେ ତାର ମର୍ବାର୍ ବିଷୟତି କଥାବାର୍ତ୍ତା କର୍ଲାଏ, କାଏକାଚେ ବଲେ୍ ହାଏ ଝପ୍କେ ଯିରୁଶାଲମତି ମର୍ସିବେ।
ଯଡ୍ଦାଏ ମୋଶା ଆରି ଏଲିୟ ଯୀଶୁର୍ ସଙ୍ଗେ କଥାବାର୍ତ୍ତା ହୋଏତେ୍ରେଲାଏ, ପିତର ଯୀଶୁକେ ବଲା୍, "ଇତି ରେବାଟା ଆମର କାଚେ ଅଛା ଆଏ। ତିନ୍ଟା କୁଢିଆ ବନାଉ, ଗୋଟ୍କ ତର କାଚେ, ଗୋଟ୍କ ମୋଶାର କାଚେ ଆଓରି ଗୋଟ୍କ ଏଲିୟର କାଚେ।” ମାତର୍ ହାଏ କାଏ ବଲ୍ସିଆଚେ ହାଇଟାକେ ପିତର ନିଜେ ଜାନେକେ ନା ପାର୍ତେରେଲା।
ପିତର କଥାବାର୍ତ୍ତା କର୍ତେରେବା ସମୟତି ଗୋଟ୍କ ଉଜ୍ଲ୍ ବାଦ୍ଲି ତଳେ ଆସି ହାଏମନ୍କେ ଢାପି ଦେଲା। ତାର୍ପାଚେ ହାଇ ବାଦ୍ଲିତିଲେ ଗୋଟ୍କ ସ୍ୱର ହାଏମନ ଶୁଣ୍ଲାଏ। ହାଏ ବଲା୍, "ଏଟା ମୋର ବେଟା ଆଏ ଯାକେ ମୁଁଇ ମୟା କରୁଆଏ। ମୁଁ ତାର୍ ଉପରେ ସର୍ଦା ଆଏ। ତାର୍ କଥାକେ ଶୁନ୍।” ହାଇ ତିନ୍ଟା ଚେଲା ଡରିକରି୍ ତଳେ ଅଧର୍ଲାଏ।
ତାର୍ପାଚେ ଯୀଶୁ ହାଏମନ୍କେ ଛିଇଁଲା ଆରି ବଲା୍, "ନା ଡରା ଉଠା"। ଝଡ଼ଦାଏ ହାଏମନ୍ ଚାର୍ବାଟେ ଦଖ୍ଲାଏ, ହାଏତି କାଲି ଯୀଶୁ ରେଲା।
ଯୀଶୁ ଆରି ହାଇ ତିନ୍ଟା ଚେଲା ହାଇ ପର୍ବତ ତିଲେ ଉତର୍ଲାଏ। ତାର୍ପାଚେ ଯୀଶୁ ହାଏମନ୍କେ ବଲା୍, "ଇଥି ଘଟିରେବା ଘଟ୍ନା ବିଷୟତି କାଆରି ସଙ୍ଗେ କଥାବାର୍ତ୍ତା ନା କରା। ମୁଇ ଝପ୍କେ ମର୍ବିବେ ଆରି ଆଓରି ଜୀବନ୍ ହୋଇ ଉଟବି। ଏତା୍ର ପାଚେ, ତମି ଲୋକମନ୍କେ ସାଙ୍ଗେ୍ପାରାଆସ୍।”
ମାଥିଉ ୧୭:୧-୯; ମାର୍କ ୯:୨-୮; ଲୂକ ୯:୨୮-୩୬ ତାନର୍ ଗୋଟକ୍ ବାଇବଲର କାଓନି।
Free to use, adapt, and share under an open license (CC BY-SA 4.0).