1. ୧. ସୁରୁଷ୍ଟିର୍ କଥାନୀ
ମାହାପୁରୁ ପହେଲାନୁ ଏନ୍ତା କିସ୍ମେ ସବୁ କିଛିକେ ବନାଲେ। ସେ ଛ ଦିନେ ପୁର୍ଥି କେ ଆର୍ ପୁର୍ଥିର୍ ସବୁ ଜିନିଷ୍କେ ବନାଲେ। ମାହାପୁରୁ ପୁର୍ଥିକେ ବନାଲେ ଆର୍ ଦେଖ୍ଲେ ଯେ ସେଟା ଅନ୍ଧାର୍ ଆର୍ ସୁଇନ୍ ଥିଲା, କାଏଁକରି କି ସେତ୍କି ବେଲ୍ତକ୍ ମାହାପୁରୁ ସେନ କିଛି ନେଇ ବନେଇ ଥାଇ। ବାକି ସେଠାନେ ଖାଲି ମାହାପୁରୁର୍ ଆତ୍ମା ପାଏନ୍ ଉପ୍ରେ ଥିଲା।
ତେହେରୁଁ ମାହାପୁରୁ କହେଲେ, ଉକିଆ ହେଉ ତେହେରୁଁ ଉକିଆ ହେଇ ଗଲା। ମାହାପୁରୁ ଉକିଆକେ ଦେଖ୍ଲେ ଯେ ସେଟା ତାହାକୁ ଭଲ୍ ଲାଗ୍ଲା, ତେହେରୁଁ ଉକିଆର୍ ନାଆଁକେ ଦିନ୍ ଦେଲେ। ତାର୍ପରେ ସେ ଉକିଆ ଠାନୁ ଅଂଧାର୍କେ ଅଲ୍ଗା କଲେ, ଆର୍ ତାର୍ ନାଁ ରାଏତ୍ ଦେଲେ। ମାହାପୁରୁ ଉକିଆକେ ସୃଷ୍ଟିର୍ ପହେଲା ଦିନେ ବନାଲେ।
ସୁରୁଷ୍ଟିର ଦୁଇ ନମର୍ ଦିନେ ମାହାପୁରୁ କହେଲେ, “ପାଏଁନ୍ ଉପ୍ରେ ବଡ୍ ଭାରି ଜାଗାଟେ ଖାଲି ହଉ”।
ଆର୍ ସେଟା ସେନ୍ତା ହେଲା।ତାର୍ପରେ ସେ ତାହାର୍ ନାଁ ଆକାଶ୍ ଦେଲେ।
ତିନ୍ ନମର୍ ଦିନେ ମାହାପୁରୁ କହେଲେ ସବୁ ଜାଗାର୍ ପାଏନ୍ ଠାନେକେ ଆସୁ ଆର୍ ସେନୁ ଖାଲି ଜାଗାଟେ ବାହାରୁ। ଆର୍ ସେ ଖାଲି ଜାଗାକେ ପୁର୍ଥିବୀ ବଲି କହେଲେ। ଆର୍ ପାଏନ୍ ଥିଲା ଜାଗାକେ ସମୁଦ୍ର ବଲି କହେଲେ। ଦେଖ୍ଲେଯେ ଯାହା ସେ ବନେଇଛନ୍ ସେଟା ଭଲ୍ ଥିଲା।
ତାର୍ପରେ ମାହାପୁରୁ କହେଲେ, “ପୁର୍ଥି ନ ସବୁ ପ୍ରକାରର୍ ଗଛ୍ ଲତା ଆଁକୃ”। ଆର୍ ହେନ୍ତା ହେଲା। ତାର୍ପରେ ମାହାପୁରୁ ଦେଖ୍ଲେ ଯାହା ସେ ବନେଇଛନ୍ ସେଟା ଭଲ୍ ଅଛେ।
ସୃଷ୍ଟିର୍ ଚାଏର୍ ନମ୍ର୍ ଦିନେ, ମାହାପୁରୁ କହେଲେ, “ଆକାଶେ ଉକିଆ ହଉ।” ଆର୍ ସୂର୍ଯ୍ୟ, ଚନ୍ଦ୍ର, ତାରା, ସେଠାନେ ଦିସ୍ଲେ। ସେ ସେମାନ୍କୁ ପୁର୍ଥିକେ ଉକିଆ କର୍ବାର୍ ଲାଗି ବନାଲେ ଆର୍ ସେତ୍କି ବେଲେ ଦିନ୍ ଆର୍ ରାଏତ୍ , ଋତୁ ଆର୍ ବରଷ୍ ର ଚିହ୍ନା ବତାବାର୍ ଲାଗି ସେମାନ୍କୁ ରଖ୍ଲେ। ପ୍ରଭୁ ଦେଖ୍ଲେଯେ ସେ ଯାହା ବନାଲେ ସେଟା ବଢିଁଆ ଅଛେ।
ପାଁଚ୍ ନମର୍ ଦିନେ ମାହାପୁରୁ କହେଲେ, ଜିଁଲା ଜଅଁତୁ ମାନେ ପାଏନ୍ନ ଭରିଯ ଆର୍ ଚରେମାନେ ଆକାଶେ ଉଡ। ଆର୍ ହେନ୍ତା ହିସାବେ ସେ ପହଁରିଲା ଜଅଁତୁ ଆର୍ ଉଡ୍ଲା ଚରେ ମାନ୍କେ ବନାଲେ। ମାହାପୁରୁ ଦେଖ୍ଲେ ଯାହା ସେ ବନାଲେ ସେଟା ଭଲ୍ ଅଛେ, ଆର୍ ସେ ସେମାନ୍କୁ ଆଶିର୍ବାଦ୍ କଲେ।
ସୃଷ୍ଟିର୍ ଛ ନମର୍ ଦିନେ ମାହାପୁରୁ କହେଲେ, “ପଶୁ ମାନେ ପୁର୍ଥି ଉପ୍ରେ ହଉନ୍ !” ଆର୍ ଯେନ୍ତା ସେ କହେଲେ ହେନ୍ତା ହେଲା। ସେ ଭିତ୍ରେ କେତେଟା ଘରୁଆ ପଶୁ, କେତେଟା ଭୁଁଇଥି ରଙ୍ଗ୍ଲା ଜିବ୍ ଆର କେତେଟା ଜଙ୍ଗ୍ଲେ ରହୁଥିବାର୍ ପଶୁ ଥିଲେ ଆର୍ ମାହାପୁରୁ ଦେଖ୍ଲେ ଯେ ଇଟା ଭଲ୍ ଦିଶ୍ଲା।
ତାର୍ପରେ ମାହାପୁରୁ କହେଲେ, “ଏବେ ଯେନ୍ ମୁନୁଷ୍କେ ଆମର୍ ବାଗିର୍ ବନାମା। ସେମାନେ ପୁର୍ଥିନ ଆର୍ ତାର୍ନ ରହେଲା ଜଁଅତୁ, ମାନ୍କର୍ ଉପ୍ରେ ରାଜ୍ କର୍ବେ।
ତ ମାହାପୁରୁ ମାଏଟ୍ ଟିକେ ଆନ୍ଲେ ଆର୍ ମୁନୁଷ୍କେ ମାଏଟ୍ ଥି ବନାଲେ ଆର୍ ସେ ମାଟିର୍ ପୁତ୍ଲା ଭିତ୍ରେ ସେ ତାକର୍ ଜୀବନ୍ ପବନ୍ କେ ଫୂକି ଦେଲେ। ତେହେଁରୁ ସେ ଜୀବନ୍ ପାଏଲା। ଆର୍ ସେ ମୁନୁଷ୍ରନା ଆଦମ୍ ଦେଲେ। ମାହାପୁରୁ ବଡ୍ ଭାରି ବଗିଚାଟେ ବନେଇ କରି ଆଦମ୍କେ ସେ ଭିତ୍ରେ ରଖ୍ଲେ, ଯେନ୍ତା ସେ ସେନ ରହେବା ଆର୍ ବଗିଚାର୍ ଦେଖ୍ ରେଖ୍ କର୍ବା।
ମାହାପୁରୁ ଦୁଇଟା ଅଲ୍ଗା କିସ୍ମର୍ ଗଛ୍ ବଗିଚାର୍ ମଝିଥି ଜଗେଇ ଥିଲେ ସେଟା ହେଲା ଭଲ୍ ମନ୍ଦ୍ ଜ୍ଞାନ୍ ଦେବାର୍ ଗଛ୍ ଆର୍ ଜୀବନ୍ ଦେବାର୍ ଗଛ୍। ମାହାପୁରୁ ଆଦମ୍କେ କହେଲେ, ସେ ସବୁ ଗଛର୍ ଫଲ୍ ଖାଇ ପାର୍ବେ ହେଲେ ଭଲ୍ ଆର୍ ମନ୍ଦ୍ ଦେବାର୍ ଗଛର୍ ଫଲ୍ ନେଇ ଖାଇ ପାରନ୍।ଯଦି ସେ ଇ ଗଛର୍ ଟା ଖାଇବେ, ବଏଲେ ସେ ମର୍ବେ।
ତାର୍ପରେ ମାହାପୁରୁ କହେଲେଯେ “ମୁନୁଷ୍ ଏକ୍ଲା ରହେବାର୍ଟା ଭଲ୍ ନୁହେଁ” ହେଲେ କେହେନି ପଶୁତ ଆଦାମ୍ର ସାହାର୍ଯ୍ୟକାରୀ ହେଇ ନେଇ ପାରନ୍।
ତ ମାହାପୁରୁ ଆଦମ୍କେ ଘୋର୍ ନିଦ୍ନ ଶୁଏଇ ଦେଲେ। ଆର୍ ତାର୍ପରେ ଆଦମ୍ର ପଞ୍ଜରାର୍ ହାଡ୍ ଗୁଟେକେ ବାହାର୍କରି କରି ହେତ୍ରୁ ଟୁକେଲ୍ଟେ ବନାଲେ ଆର୍ ଆଦମ୍ର ପାକ୍କେ ଆନ୍ଲେ।
ଯେତେବେଲେ ଆଦମ୍ ସେତାହାକେ ଦେଖ୍ଲା ସେ କହେଲା, “ଇହାଦେ ହେଲା! ଇ ତ ମୋର୍ ଏନ୍ତା ପୁରା ଅଛେ!” ଆର୍ ତାହାକେ ସେ ‘ନାରୀ’ ବଲି କହେଲା, କାଏଁ କରିକି ସେ ମୁନୁଷ୍ ପିଲାର୍ନୁ ବନା ହେଇ ଥିଲା। ଇଥିର୍ ଲାଗି ମୁନୁଷ୍ ପିଲା ତାର୍ ବାପା, ମାଁକେ ଛାଡି ଦେସି ଆର୍ ତାର୍ ମାଇକିନା ସାଙ୍ଗେ ଏକ୍ ହେଇକରି ରହେସି।
ମାହାପୁରୁ ମୁନୁଷ୍ ପିଲାକେ ଆର୍ ମାଇକିନାକେ ତାକର୍ ବାଗିର୍ ବନାଲେ। ଆର୍ ସେମାନ୍କୁ ଆଶୀର୍ବାଦ୍ କଲେ ଆର୍ କହେଲେ, “ଛୁଆ ପୁତା, ନାତି ନାତେନ୍ ଜନମ୍ କର ଆର୍ ପୁର୍ଥିକେ ପୁରେଇ ନିଅ।’’ ଆର୍ ମାହାପୁରୁ ଦେଖ୍ଲେଯେ ସେ ଯାହା ବି ବନାଲେ ସବୁ ଠିକ୍ ଅଛେ ଆର୍ ତାକର୍ ମନ୍ ଭଲ୍ ଲାଗ୍ଲା। ଇଟା ସବୁ ଛ ନମର୍ ଦିନେ ହେଇଥିଲା। ସାତ୍ ନମର୍ ଦିନେ ମାହାପୁରୁ ତାକର୍ ସବୁ କାମ୍କେ ସରାଲେ ଯାହା ସେ କରୁଥିଲେ। ଆର ଇ ଦିନେ ସେ ତାକର୍ ସୁରୁଷ୍ଟିର୍ କର୍ବାର୍ କାମ୍ ସବୁକେ ସରାଲେ, ସେଥିର୍ଲାଗି ସେ ଇ ଦିନକେ ଆଶୀର୍ବାଦ ଆର୍ ପବିତ୍ର କଲେ। ଏନ୍ତା କିସ୍ମେ ମାହାପୁରୁ ସାରା ଜଗତ୍ ଆର୍ ଇନର୍ ସବୁ ଜିନିଷ୍କେ ବନାଲେ।
ବାଇବଲ୍ର କଥାନୀ: ଆଦି ପୁସ୍ତକ ୧-୨
Free to use, adapt, and share under an open license (CC BY-SA 4.0).