2. ୨. ପୃଥିବିକେ ପାପ୍ ଢୁକ୍‌ଲା

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 1

ମାହାପୁରୁ ଆଦମ୍ ଆର୍ ତାର୍ ମାଇକୀନାର୍‌ ଲାଗି ଯେନ୍ ବଗିଚା ବନେଇ ଦେଇ ଥିଲେ ସେଟା ବହୁତ୍ ସୁନ୍ଦର୍ ଥିଲା ଆର୍ ସେନ ଦୁହେଁ ବହୁତ୍ ଖୁସିନ ରହୁଥିଲେ। ସେମାନେ ଦୁହେଁ ନଙ୍ଗ୍‌ଲା ହେଇକରି ବି ଲାଜେ ନେଇ ହଉ ଥାଇଁ। କାଏଁକରି ବଏଲେ ସେତେବେଲେ ସଂସାରେ ପାପ୍ ନେଇ ଥାଇଁ। ସେମାନେ ସେଠାନେ ବହୁତ୍ ବୁଲୁଥିଲେ ଆର୍ ମାହାପୁରୁ ସାଙ୍ଗେ କଥା ବାର୍‌ତା ବି ହଉ ଥିଲେ।

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 2

ଆର୍ ସେ ବଗିଚାନ ସାଁପ୍‌ଟେ ଥିଲା, ସେ ବହୁତ୍‌ ଚାଲାକ୍ ଥିଲା। ସେ ହବା କେ ପଚ୍‌ରାଲା “କାଣା ମାହାପୁରୁ ତମ୍‌କୁ ଇ ବଗିଚାର୍ ସବୁ ଗଛର୍ ଫଲ୍ ଖାଏବାକେ ମନା କରିଛନ୍ କାଁଏ?”

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 3

ମାଇକିନା କହେଲା, “ମାହାପୁରୁ କହିଛନ୍ ସବୁ ଗଛର୍ ଫଲ୍ ଖାଇ ପାର୍‌ବ ହେଲେ ଭଲ୍ ଆରୁ ମନ୍ଦ୍ ଜ୍ଞାନ୍ ଦେବାର୍ ଗଛର୍ ଫଲ୍ ନେଇ ଖାଏବ। ଆର୍ ସେ କହେଲେ, “ଯଦି ତୁମେ ସେ ଫଲ୍ କେ ଖାଏବ, କି ଛିବ, ବଏଲେ ନିହାତି ମର୍‌ବ”।

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 4

ତେହେରୁଁ ସାଁପ୍ ମାଇକିନାକେ କହେଲା, "ହେଟା ସତ୍ ନୁହେସେ! ତୁମେ ନାଇ ମର, ମାହାପୁରୁ ଜାନିଛନ୍ ଯେ ଇ ଫଲ୍ ଯେତ୍‌କିବେଲ୍‌କେ ତମେ ଖାଏବ ତୁମେ ତାକର୍ ବାଗିର୍ ହେଇ ଯିବ ଆର୍‌ ଭଲ୍ ଆର୍ ମନ୍ଦ୍ ଜାନି ପାର୍‌ବ।

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 5

ମାଇକିନା ଦେଖ୍‌ଲାଯେ ସେ ଫଲ୍‌ଟା ଲୁଭ୍ ଲୁଭ୍‌ନିଆ ଆର୍ ସୁଆଦିଆ ଦିଶୁଛେ। ଆର୍ ସେ ଜ୍ଞାନୀ ହେବାର୍ ଲାଗି ଚାହେଁଲା, ଆର୍‌ ସେ ଫଲ୍ ଗୁଢାଦୁ ତୁଲି କରି ଖାଇ ଦେଲା। ତାର୍‌ପରେ ସେ ତାର୍ ମୁନୁଷ୍ କେ ବି ଖାଏବାର୍ ଲାଗି ଦେଲା ଯିଏ ତାର୍ ସାଙ୍ଗେ ଥିଲା।

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 6

ସାଙ୍ଗେସାଙ୍ଗ୍ ସେମାନ୍‌କର୍ ଜ୍ଞାନର୍ ଚେତା ଆସ୍‌ଲା ଆର୍ ସେମାନେ ନଙ୍ଗ୍‌ଲା ଅଛନ୍ ବଲି ସେମାନେ ଜାନି ପାର୍‌ଲେ ଆର୍ ସେମାନେ ତାକର୍ ଦେହେକେ ଢାପ୍‌ବାର୍ ଲାଗି ପତର୍‌କେ ଟିପି କରି ପିନ୍ଦିଲେ।

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 7

ସେତେ ବେଲ୍‌କେ ସେମାନେ ଦୁହେଁ ମାହାପୁରୁର୍‌ ବଗିଚାକେ ଆଏବାର୍ ଆବାଜ୍ ଶୁନ୍‌ଲେ। ଆର୍ ଦୁହେଁ ମାହାପୁରୁ ଠାନୁ ଲୁକ୍‌ଲେ। ତାର୍‌ପରେ ମାହାପୁରୁ ମୁନୁଷ୍‌କେ ଡାକ୍‌ଲେ, “ଆଦମ୍ ତୁମେ କେନ ଅଛ?” ତେହେରୁଁ ଆଦମ୍ କହେଲା, "ମୁଇ ସୁନ୍‌ଲିଁ ଯେ ତୁମେ ବଗିଚାନ କିନ୍ଦ୍‌ରୁ ଥିଲ“, ଆର ମୁଇଁ ନଂଙ୍ଗ୍‌ଲା ଥିଲିଁ ତ ସେଥିର୍ ଲାଗି ଡରି କରି ଲୁକି ଦେଲିଁ।

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 8

ତେହେରୁଁ ମାହାପୁରୁ ପଚ୍‌ରାଲେ "ତମେ ନଂଗ୍‌ଲା ଅଛ ବଲି ତମ୍‌କୁ କିଏ କହେଲା? ଯେନ୍ ଫଲ୍ ଖାଏବାର୍ ଲାଗି ମୁଇଁ ମନା କରି ଥିଲିଁ ସେଟା ତୁମେ ଖାଇଛ କାଏଁ?" ତ ମୁନୁଷ୍ ପିଲା କହେଲା, "ତୁମେ ମତେ ଯେନ୍ ମାଇକିନାକେ ଦେଇଛ ସେ ଇ ଫଲ୍ ମତେ ଦେଲା"। ତେହେରୁଁ ମାହାପୁରୁ ମାଇକିନାକେ ପଚ୍‌ରାଲେ, "ଇଟା କାଣା କଲୁ?" ତ ମାଇକିନା କହେଲା, "ସାଂପ୍ ମତେ ଭୁଲେଇ ଦେଲା"

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 9

ତେହେରୁଁ ମାହାପୁରୁ ସାଂପ୍‌କେ କହେଲେ, ତୁଇ ଅଭିସାପ୍ ପାଏଲୁ ତୋର୍ ପେଟେ ଘେଁସ୍‌ରିବୁ ଆର୍ ମାଏଟ୍ ଖାଏବୁ। ତୁଇ ଆର୍ ମାଇକି୍ନିଆ କେଭେ ନେଇ ପଟ, ଆର୍ ତୋର୍ ଛୁଆ ଆର୍ ତାର୍ ଛୁଆ ମାନେବି କେଭେ ନେଇ ପଟନ୍ ଆର୍ ତାର୍ ଛୁଆ ମାନେ ତୋର୍ ମୁଡ୍‌କେ ବିଦ୍‌ରାବେ ଆର୍ ତୁଇ ସବୁ ବେଳେ ହେମାନ୍‌କର୍‌ନୁ ମାଡ୍ ଖାଏବୁ"

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 10

ଆର୍ ମାହାପୁରୁ ମାଇକେନିଆକେ କହେଲେ, “ତୁଇ ଛୁଆ ଜନମ୍ କଲାବେଲ୍‌କେ ବହୁତ ଦୁଃଖ୍ ପାଏବୁ, ତୋର୍ ମୁନୁଷ୍ ତୋର୍ ଉପ୍‌ରେ ରାଜ୍ କର୍‌ବା ଆର୍ ତାହାକେ ତୁଇ ବେଶି ଭଲ୍ ପାଏବୁ।”

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 11

ତେହେରୁଁ ମାହାପୁରୁ ମୁନୁଷ୍ ପିଲାକେ କହେଲେ, ତୁଇ ମୋର୍ କଥା ନେଇ ମାନିକରି ତୋର୍ କନିଆଁର୍ କଥାକେ ମାନ୍‌ଲୁ, ହେତିର୍‌ଲାଗି ଇହାଦେ ମାଏଟ୍‌ ଅଭିଷାପ୍ ହେଇଛେ ଆର୍ ତୁଇ ଇଠାନେ ବହୁତ୍ କାମ୍ କଲେ ଜାକିର୍ ଖାଇବାର୍‌ଲାଗି ପାଏବୁ। ତୁଇ ମଲେ ଫେର୍ ମାଏଟ୍ ଥି ମିସ୍ ବୁ।" ତେଁହେରୁ ମୁନୁଷ୍ ପିଲା ତାର୍ କନିଆଁର୍ ନାଁ ହବା ଦେଲା (ଯାହାର ଅର୍ଥ ହଉଛେ ଜୀବନ୍ ଦାତା) କାଏଁଯେ କି ସେ ସବୁ ଲୋକର୍ ମାଁ ହେବା। ତାର୍‌ପରେ ମାହାପୁରୁ ଆଦମ୍‌ ଆର୍ ହବାକେ ପଶୁର୍ ଚମ୍‌ଡାର୍ କପ୍‌ଡା ବନେଇକରି ସେମାନ୍‌କୁଂ ପିନ୍ଧାଲେ।

2. ୨. ପୃଥିବିକେ ପାପ୍ ଢୁକ୍‌ଲା — illustration 12

ତାର୍‌ପରେ ମାହାପୁରୁ କହେଲେ, "ଇହାଦେ ମୁନୁଷ୍ ଭଲ୍ ଆର୍‌ ମନ୍ଦ୍ ଜ୍ଞାନ୍ ପାଇକରି ଆମର୍ ବାଗିର୍‌ ହେଇ ଯାଇଛେ। ତ ସେମାନ୍‌କୁ ଇ ଜୀବନ୍ ଗଛର୍ ଫଲ୍ ଖାଏବାକେ ନାଇଁ ଦିଆ ଯାଇ ପାରେ, କାଏଁଯେ କି ଇଟା ଖାଇ କରି ସେମାନେ ଅମର୍ ହେଇଯିବେ" ହେଥିର୍ ଲାଗି ମାହାପୁରୁ ଆଦମ୍ ଆର୍ ହବାକେ ଏଦନ୍ ବଗିଚାନୁ ବାହାର୍ କରି ଦେଲେ। ଆର୍ ଶକ୍ତିଶାଳୀ ଦୂତ ମାନ୍‌କୁଁ ବଗିଚାକେ ଯିବାର୍‌ ବାଟେ ଯୁଗେଇ ଦେଲେ ଯେନ୍ତାକି କିହେବି ଜୀବନ୍ ଗଛର୍ ଫଳ୍‌କେ ନେଇ ଖାଇ ପାର୍‌ବେ।

ବାଇବଲ୍‌ର କଥାନୀ : ଆଦି ପୁସ୍ତକ ୩

Read in the reader

Free to use, adapt, and share under an open license (CC BY-SA 4.0).