3. ୩. ଜଲବୁଡ଼ି କଥାନୀ
ବହୁତ୍ ଆଗୋନୁ ଲୋକ୍ ମାନେ ଇ ସଂସାରେ ରହି ଆସୁଥିଲେ। ସେମାନେ ବହୁତ୍ ଦୁଷ୍ଟ ହେଇ ପାପିହେଇ ଯାଇଥିଲେ। ପରିସ୍ତିତି ଇନ୍ତା ହଇଗଲା ଯେ ମାହାପୁରୁ ସେମାନ୍କୁ ପାଏନ୍ ଥି ବୁଡେଇ କରି ମାର୍ବାର୍ ଲାଗି ବଡ୍ ଭାରି ଜଲବୁଡି ପୁର୍ଥିନ କର୍ବାର୍ ଲାଗି ମନେ ମନେ ଚିନ୍ତା କଲେ।
ହେଲେ ମାହାପୁରୁ ନୁହର୍ ଉପ୍ରେ ଖୁସ୍ ଥିଲେ। କାଏଁଯେ କି, ହେତ୍କି ଦୁଷ୍ଟ ଲୋକର୍ ଭିତ୍ରେ ଥାଇକରି ବି ସେ ଝନେ ଭଲ୍ ଲୋକ୍ଟେ ଥିଲେ। ତ ମାହାପୁରୁ ନୁହକେ ଜଲ୍ବୁଡି କର୍ବାର କଥା ଜନାଲେ। ସେଥିର୍ ଲାଗି, ସେ ତାହାକେ ଗୁଟେ ବଡ୍ ଜାହାଜ୍ ବନାବାର୍ ଲାଗି ଆଦେଶ୍ ଦେଲେ।
ମାହାପୁରୁ ନୁହ କେ ବଡ୍ ଜାହାଜ୍ ଗୁଟେ ବନାବାର୍ ଲାଗି କହେଲେ ଯେନ୍ଟାକି ୩୦୦ ହାତ୍ ଲମ୍ହା, ୫୦ ହାତ୍ ଉସାର୍, ୩୦ ହାତ୍ ଡେଁଙ୍ଗ୍ ଥିବାର୍ କଥା। ମାହାପୁରୁର୍ କଥା ହିସାବେ ଡଙ୍ଗାଁ କାଠେ ବନ୍ବା ଆର୍ ତିନ୍ ତାଲା ହେବା, ତାର୍ ସାଙ୍ଗେ ଗୁଡାଦୁ ବଖ୍ରା, ଛାତ୍ ଆର୍ ଝର୍କା ଗୁଟେ ବି ହେବାର୍ କଥା। ଯେନ୍ ଠାନେକି ନୁହର୍ କୁଟୁମ୍ ଆର୍ ସବୁ ଭୁଇଁଥି ରହେଲା ଜୀବ ଜନ୍ତୁ ରହିକରି ବଏଡ୍ ପାଏନ୍ନୁ ବଁଚି ପାର୍ବେ।
ନୁହ ମାହାପୁରୁର୍ ଆଜ୍ଞାକେ ମାନ୍ଲେ। ଆର୍ ଯେନ୍ତା ହୁକୁମ୍ ପାଇଥିଲେ, ତାର୍ ତିନ୍ ଟା ପିଲାକେ ନେଇକରି ସେନ୍ତା ଡଙ୍ଗାଁ ବନାଲେ। ଇ ଡଙ୍ଗା ବନାବାର୍ ଲାଗି ବନେ ବରଷ୍ ଲାଗିଗଲା କାଁଏଯେ କି ଡଙ୍ଗା ବନେ ବଡ୍ ଥିଲା। ନୁହ ସବୁ ଲୋକ୍ମାନ୍କୁ ବଏଡ୍ ବାବଦ୍ରେ ଆର୍ ତାକର୍ ମନ୍ ଫିରେଇ କରି ମାହାପୁରୁର୍ ପାସ୍କେ ଆସ୍ବାର୍ ଲାଗି କହେଲେ, ହେଲେ ତାହାକେ କିହେବି ବିଶ୍ୱାସ୍ ନେଇ କଲେ।
ମାହାପୁରୁ ନୁହକେ ଆର୍ ତାର୍ ପୁରା କୁଟୁମ୍କେ ଆଦେଶ୍ ଦେଇ କରି କହେଲେ ଯେ, ”ତମେ ତମର୍ ଲାଗି ଆର୍ ସବୁ ଜୀବ ଜନ୍ତୁମାନ୍କର୍ ଲାଗି ଖାନା ପିନା ସବୁ ଠୂଲେଇଥ।“ ଯେତେ ବେଳେ ସବୁ ବନେଇ ସାର୍ଲେ, ମାହାପୁରୁ ନୁହକେ କହେଲେ, “ଇଟା ଠିକ୍ ସମିୟାଁ ଆଏ, ତୁଇ, ତୋର କନିଆ, ତୋର୍ ପିଲାମାନେ ଆର୍ ତାକର୍ କନିଆ ମାନେ ଡଙ୍ଗା ଭିତର୍କେ ଢୁକ।” ତାକର୍ କୁଟୁମ୍ ବସିଆ ସବେ ମିଶିକରି ଆଠ୍ ଝନ୍ ହଉଥିଲେ।
ମାହାପୁରୁ ସବୁ ପର୍କାର୍ର ଏଁର୍ରା ଆର୍ ମାଁଇ ପଶୁ ପକ୍ଷୀ ନୁହର୍ ଡ଼ଙ୍ଗାର୍ ପାକ୍କେ ପଠାଲେ ଯେନ୍ତାକି ସେମାନେ ଡଙ୍ଗାଁକେ ଢୁକ୍ବେ ଆର୍ ବଏଡ୍ନୁ ବଁଚ୍ବେ। ସେ ଇନ୍ତା ହିସାବେ ସାତ୍ ରକ୍ମର୍ ଏଁର୍ରା ଆର୍ ମାଁଇ ପଶୁ ପକ୍ଷୀକେ ଡଙ୍ଗାକେ ପଠାଲେ ଯେନ୍ ମାନେ କି ବଲି ଦେବାର୍ କାମେ ବେଭାର୍ ହେଇ ପାର୍ବେ। ଯେତ୍କିବେଲେ ସଭେଁ ଡ଼ଙ୍ଗା ଭିତର୍ କେ ଢୁକ୍ଲେ, ମାହାପୁରୁ ନିଜେ ଡ଼ଙ୍ଗାର୍ ଟାଏଟ୍କେ ଖାପି ଦେଲେ।
ତେହେଁରୁ ଲଗାତାର୍ ବର୍ଷା ହେଲା। ୪୦ଦିନ୍ ୪୦ ରାଏତ୍ ଝଁକେର୍ ଧର୍ଲା ! ଆର୍ ମାଏଟ୍ ତଲୁ ବି ପାଏନ୍ ଉବ୍ଜିଲା।ପୁର୍ଥିର୍ ସବୁ କିଛି ପାଏନ୍ଥି ବୁଡି ଯିବାର୍କେ ଲାଗ୍ଲା, ଇନ୍ତାକି ବଡ୍ ବଡ୍ ପାହାଡ୍, ପର୍ବତ୍ ମାନେବି ବୁଡି ଗଲେ।
ଡଙ୍ଗା ଭିତ୍ରେ ଥିବାର୍ ପଶୁ ପକ୍ଷୀ ଆର୍ ମୁନୁଷ୍ ମାନ୍କୁ ଛାଡି ଦେଲେ, ବାହାରର୍ ସବୁକିଛି ଯେନ୍ଟା ମାନେ ସୁଖାଭଟାନ ଥିଲେ ସବେ ମରିଗଲେ। ଡଙ୍ଗା ପାଏନ୍ ଉପରେ ପହଁରୁଥିଲା ଆର୍ ତାର୍ ଭିତ୍ରେ ଯେତ୍କି ବି ଥିଲେ ପାଏନ୍ଥି ବୁଡି କରି ମର୍ବାର୍ନୁ ବଚିଁଗଲେ।
ବର୍ଷା ଛାଡ୍ଲା ପରେ, ଡ଼ଙ୍ଗା ପାଁଚ୍ ମାସ୍ ତକ୍ ପାଏନ୍ ଉପ୍ରେ ପହଁରୁଥିଲା ଆର୍ ସେ ପାଁଚ୍ ମାସେ ପାଏନ୍ କମ୍ ବାର୍କେ ଲାଗ୍ଲା। ତାର୍ପରେ ଦିନେ ଡଙ୍ଗାଁ ଯାଇକରି ଗୁଟେ ପର୍ବତେ ଖୁତେଇ ହେଇ ଅଲ୍ଝି କରି ରହେଲା, ହେଲେ ସେତ୍କି ବେଲ୍ତକ୍ବି ପୁର୍ଥି ପାଏନ୍ଥି ବୁଡି କରି ଥିଲା। ତିନ୍ ମାଁସ୍ ପରେ ଜାକିର୍, ସେ ପର୍ବତ୍ ମାନ୍କର୍ ଶିଖ୍ ଦିସ୍ଲା
ଚାଲିସ୍ ଦିନ୍ ପରେ ନୁହ ବାହାର୍ର ପାଏନ୍ ସୁଖ୍ଲାନ କି ନେଇ ବଲି ଜାନ୍ବାର୍ଲାଗି ଗୁଟେ କୁଆକେ ବାହାର୍କେ ପଠାବାର୍କେ ଚାହେଁଲେ। ତେହେରୁଁ ସେ କୁଆ ସୁଖା ଭୁଇଁ ଖୁଜ୍ବାର୍ ଲାଗି ଇଆଡେ ସିଆଡେ ଉଡି ବସ୍ଲା ହେଲେ ସୁଖା ଭଁଟା ଟିକେବି ନେଇ ପାଏଲା।
ପଛେ ଫେର୍ ନୁହ ଆର୍ ଗୁଟେ ପାରା କେ ବାହାର୍କେ ପଠାଲେ ହେଲେ ବି ସେ କିଛି ସୁଖା ଭୁଁଇ ନାଇଁ ପାଏଲା, ସେ ବି ନୁହର୍ ପାସ୍ କେ ଫିରି ଆସ୍ଲା। ଫେର୍ ଗୁଟେ ହପ୍ତା ପରେ ସେ ଆର୍ ପଟେ ପାରାକେ ପଠାଲେ, ଆର୍ ସେ ପାରା ଅଲୀଭ୍ ଗଛର୍ ଡାଲ୍ଗୁଟେ ଆର୍ ଚେର୍ଟେ ଆନି କରି ଆସଲା! ସେନୁ ଜନା ପଡ୍ଲା ଯେ ଇହାଦେ ପାଏନ୍ କମି ଯାଇଛେ ଆର୍ ନୁଆଁ ଚାରା ମାନେବି ଆଁକୄଛନ୍ !
ନୁହ ଆର୍ଗୁଟେ ହପ୍ତା ଅଟ୍କିଲା, ଆର୍ ତେହେରୁଁ ତିନ୍ ନମର୍ ଥର୍ ଆର୍ ଗୁଟେ ପାରାକେ ପଠାଲା, ସେତ୍ କି ବେଲେ ସେ ଶୁଖା ଜାଗା ପାଏଲା ଆର୍ ନେଇ ଫିରି କରି ବାହାରେ ଶୁଇଲା କାଁକରି କି ହେତ୍କି ବେଲ୍କେ ପାଏନ୍ ସୁଖି ଯାଇ ଥିଲା ନ !
ମାହାପୁରୁ ନୁହକେ ଦୁଇ ମାସ୍ ପରେ କହେଲେ, “ତୁମେ, ତୁମର୍ ସବ୍ କୁଟୁମ୍ବାଟୁମ୍ ଆରୁ ସବୁ ପଶୁ ପକ୍ଷୀକେ ଡ଼ଙ୍ଗା ଠାନୁ ଇହାଦେ ବାହାର୍ କରି ଆନ। ଆର୍ ତମର୍ ପିଲା ଛୁଆ ଜନମ୍ କରି ଇ ସଁସାରେ ଭରି ଯ।“ ତେହେରୁଁ, ନୁହ ଆର୍ ତାର୍ କୁଟୁମ୍ ଡଙ୍ଗାନୁ ବାହାର୍କେ ବାହାର୍ଲେ।
ନୁହ ଡଙ୍ଗାନୁ ବାହର୍ଲା କି, ସେ ବେଦି ଗୁଟେ ବନାଲେ ଆରୁ ସବୁ ରକ୍ମର୍ ପଶୁ ମାନ୍କୁ ବଲି ଚଢ଼ାଲେ। ତେହେରୁଁ ମାହାପୁରୁ ନୁହର୍ ବଳି ଉପ୍ରେ ଖୁସ୍ ହେଲେ ଆର୍ ତାହାକେ ଆର୍ ତାର୍ କୁଟୁମ୍ କେ ଆଶୀର୍ବାଦ କଲେ।
ମାହାପୁରୁ କହେଲେ, “ମୁଇଁ କିରିଆ କରୁଛେଁ ଯେ, ମୁନୁଷର୍ ପାପ୍ କାମ୍ ଲାଗି ମୁଇଁ ଆର୍ କେଭେଁ ଭି ମାଁଏଟ୍କେ ଅଭିଶାପ୍ ନେଇ ଦିଏଁ, କି ଜଲବୁଡି ଥିଁ କେଭେବି ଇ ସଂସାର୍କେ ନେଇଁ ମେଟେଁ, ଯେହେତୁ ମୁନୁଷ୍ ଛୁଆବେଲୁ ପାପୀ ଆଏଁ।”
ତାର୍ପରେ ସେ ପହେଲା କରି ଇନ୍ଦ୍ରଧନୁକେ ଇ ପ୍ରତିଜ୍ଞାର୍ ଚିହ୍ନା ହିସାବେ ରଖ୍ଲେ। ଯେତେ ଥର୍ବି ଆକାଶେ ଇନ୍ଦ୍ରଧନୁ ଦିଶ୍ବା, ସେଟା ମାହାପୁର୍ର ଆର୍ ଜଗତ୍ର ଲୋକ୍ ମାନ୍କର୍ ଲାଗି ମାହାପୁରୁର୍ ପ୍ରତିଜ୍ଞା କାଣା ଥିଲା, ସେଟାକେ ମନେପକାଵା।
ବାଇବଲ୍ର କଥାନୀ : ଆଦି ପୁସ୍ତକ ୬-୮
Free to use, adapt, and share under an open license (CC BY-SA 4.0).