4. ୪. ଅବ୍ରାହାମ୍ ସାଙ୍ଗେଁ ମାହାପୁରୁର୍ ଚୁକ୍ତି
ଜଲ୍ବୁଡି ହେବାର୍ ବହୁତ୍ ବରଷ୍ ଉତାରେ ଇ ସଂସାରେ ଫେର୍ ବହୁତ୍ ଲୋକ୍ଥିଲେ ଆର୍ ମାହାପୁରୁକେ ନାଇଁ ଡ଼ରିକରି ଲୋକ୍ମାନେ ପାପ୍ କରିଚାଲ୍ଲେ। କାଁକରି କି ସେମାନେ ସଭେ ଗୁଟେ ବୁଲି (ଭାଷା) କହୁଥିଲେ; ମାହାପୁରୁର୍ କହେବାର୍ ହିସାବେ ସେମାନେ ଜଗତ୍ନ ଫେଏଲି ଯିବାର୍ ବଦ୍ଲା ଗୁଟେ ଜାଗାନ ରହେଲେ ଆର୍ ଗୁଟେ ସହର୍ ବନାଲେ।
ସେମାନେ ସଭେ ବଡେ ଗର୍ଵି ଲୋକ୍ ଥିଲେ, ଇଥିର୍ଲାଗି ମାହାପୁରୁର୍ ନିତି ନିୟମ୍କେ ଖାତିର୍ ନାଇଁ କଲେ ଆର୍ ଯେନ୍ ହିସାବେ ସେମାନେ ଜୀବନ୍ ଯାପନ୍ କର୍ବାର୍ କଥା ସେନ୍ତା ନେଇ କଲେ। ହେଲେ ସେମାନେ ସରଗ୍କେ ପୁହୁଁଚିବାର୍ ଲାଗି ଗୁଟେ ବଢେ ସ୍ଥମ୍ଭଟେ ବନାଲେ। ମାହାପୁରୁ ଇସବୁ ଦେଖ୍ଲେ ଆର୍ ଭାବ୍ଲେଯେ ଇସବୁ ଲୋକ୍ ଗୁଟେ ଜାଗାରେ ରହିକରି କାମ୍ କଲେ ଆର୍ ପାପ୍ ଟା ବଢି ଚାଲ୍ବା।
ସେଥିର୍ ଲାଗି ମାହାପୁରୁ ତାକର୍ ଭାଷାଟା କେ ଅଲ୍ଗା ଅଲ୍ଗା ଭାଷା ଥିଁ ବଦ୍ଲେଇ ଦେଲେ ଆର୍ ସେନର୍ ସବୁ ଲୋକ୍କେ ଜଗତର୍ ଅଲ୍ଗା ଅଲ୍ଗା ଜାଗା ମାନ୍କୁ ପଠେଇ ଦେଲେ। ସେ ନଗର୍ ଯେନ୍ଟା ସେମାନେ ବନାବାର୍ ଆରମ୍ କରି ଥିଲେ ସେତାର୍ ନାଁ ହେଲା ବାବେଲ୍, ଯାହାର୍ ମାନେ ହେଲା “ଦନ୍ଦାବଢିଆ”।
ଶହ ଶହ ବରଷ୍ ଉତାରେ, ମାହାପୁରୁ ଅବ୍ରାମ୍ ବଲିକରି ଗୁଟେ ଲୋକ୍ ସାଙ୍ଗେ କଥା ହେଲେ। ମାହାପୁରୁ ତାହାକେ କହେଲେ, “ତୋର୍ ଦେଶ୍ ଆର୍ ପରିବାର୍ କେ ଛାଡ଼ି କରି ମୁଇଁ ଯେନ୍ ଜାଗା ଦେଖାମି ସେନିକେ ଯା। ମୁଇଁ ତତେ ଆଶିର୍ବାଦ୍ କର୍ମି ଆର୍ ଗୁଟେ ବଢେ ଜାତି ତୋର୍ଠାନୁ ବାହାର୍ କର୍ମି। ମୁଇଁ ତୋର ନାଁ କେ ଉଚ୍ଚାଁ ରଖ୍ମି। ଯିଏ ତତେ ଆଶିର୍ବାଦ୍ କର୍ବା ସେ ମୋର୍ନୁ ଆଶିର୍ବାଦ୍ ପାଏବା, ଆର୍ ଯିଏ ତତେ ଅଭିଶାପ୍ ଦେବା ସେ ମୋର୍ନୁ ବି ଅଭିଶାପ୍ ପାଏବା। ପୁର୍ଥିର୍ ସବୁ ଲୋକ୍ ତୋର୍ ଲାଗି ଆଶିର୍ବାଦ୍ ପାଏବେ।”
ତେହେରୁଁ ଅବ୍ରାମ୍ ମାହାପୁରୁର୍ କଥାକେ ମାନ୍ଲେ। ସେ ତାର୍ କନିଆ ସାରା ଆର୍ ତାକର୍ ସବୁ ହଲିଆ ଆର୍ ତାକର୍ ସବୁ ଧନ୍ ସମ୍ପ୍ତିକେ ନେଇ କରି ମାହାପୁରୁ ଯେନ୍ ଜାଗା ତାହାକେ ଦେଖେଇ ଥିଲେ ସେନିକେ ଗଲେ, ଯେନ୍ଟା କି କୀଣାନ୍ ଦେଶ୍ ଥିଲା।
ଯେତ୍କିବେଲେ ଅବ୍ରାମ୍ କିଣାନ୍ ଦେଶ୍କେ ପୁହଁଚିଲେ, ମାହାପୁରୁ ତାହାକେ କହେଲେ, “ତୁମର୍ ଚାରିଃ ଆଡ୍କେ ଦେଖ। ମୁଇଁ ତୁମ୍କୁ ଇ ସବୁ ଜାଗା ଦେଇ ଦେମି, ଆର୍ ତମର୍ ଆଏବାର୍ ବଂଶଧର୍ ସଭେ ଇନ ସବୁ ଦିନ୍ର୍ଲାଗି ରହେବେ।” ତାର୍ପରେ ଅବ୍ରାମ୍ ସେ ଜାଗାନ ନିଜର୍ ଘର୍ସଂସାର୍ କରି ରହେବାର୍ ଆରମ୍ କଲେ।
ସେଠାନେ ମଲ୍କୀଷେଦକ୍ ବଲିକରି ଗୁଟେ ଲୋକ୍ ଥିଲେ, ଯିଏ କି ମାହାପୁରୁର୍ ଯାଜକ୍ ଥିଲେ। ଦିନେ, ଅବ୍ରାମ୍ ଯୁଦ୍ଧନୁ ଫିର୍ଲା ଉତାରେ, ସେ ମଲ୍କୀଷେଦକ୍ ସାଙ୍ଗେ ଭେଟ୍ ପଡ୍ଲେ। ତେହେରୁଁ ମଲ୍କୀଷେଦକ୍ ଅବ୍ରାମ୍କେ ଆଶିର୍ବାଦ୍ କଲେ ଆର୍ କହେଲେ, “ସରଗ୍ ଆର୍ ପୃଥିବିର୍ ମାଲିକ୍ ମାହାପୁରୁ ସେ ତମ୍କୁ ଆଶିର୍ବାଦ୍ କରୁନ୍। “ତହେରୁଁ ଅବ୍ରାମ୍ ଯାହାବି ଯୁଦ୍ଧନ ଜିତିଥିଲେ ସେ ସବୁ ଜିନିଷ୍ର ଦଶ୍ ଭାଗର୍ ଭାଗେ ମଲ୍କୀଷେଦକ୍କେ ଦେଲେ।
ଅନେକ୍ ବରଷ୍ ବିତି ଗଲା, ଅବ୍ରାମ୍ ଆର୍ ସାରାକେ ଛୁଆ ପୁତା ନେଇ ହଉ ଥାଇ। ଫେର୍ଘାଏ ମାହାପୁରୁ ଅବ୍ରାମ୍ ସାଙ୍ଗେ କିରିୟାଟେ କଲେ ଯେ, ସେ ଅବ୍ରାମ୍କେ ପିଲା ଗୁଟେ ଦେବେ ଆର୍ ତାକର୍ ବଂଶ୍ ଆକାଶର୍ ତାରା ଭଲିଆ ବହୁତ୍ ହେବେ। ଅବ୍ରାମ୍ ମାହାପୁରୁର୍ ପ୍ରତିଜ୍ଞା ଉପ୍ରେ ବିଶ୍ୱାସ୍ କଲେ। ମାହାପୁରୁ ସମ୍କିର୍ର ଆଘେ କହେଲେଯେ ଅବ୍ରାମ୍ ଗୁଟେ ଧାର୍ମିକ୍ ଲୋକ୍ ଆଏ, କାଏଁଯେ କି ସେ ମାହାପୁରୁର୍ ପ୍ରତିଜ୍ଞା ଉପ୍ରେ ବିଶ୍ୱାସ୍ କଲେ।
ତେହେରୁଁ ମାହାପୁରୁ ଅବ୍ରାହାମ୍ ସାଙ୍ଗେ ଗୁଟେ ଚୁକ୍ତି କଲେ। ଚୁକ୍ତି ବଏଲେ ଦୁଇଟା ଦଲର୍ ଭିତରର୍ ରାଜିନାମାକେ ବୁଝାସି। ହେଲେ ଇଠାନେ ମାହାପୁରୁ ଅବ୍ରାମ୍ ସାଙ୍ଗେ ଗୁଟେ ପ୍ରତିଜ୍ଞା କଲେ, ଯେତେ ବେଲେ ସେ ଶୁଇ ଥିଲେ, ହେଲେ ବି ସେ ମାହାପୁରୁକେ ଶୁନି ପାରୁଥିଲେ। ମାହାପୁରୁ କହେଲେ, “ମୁଇଁ ତମ୍କୁ ପୁଓ ଟେ ଦେମି ଜେନ୍ଟାକି ତମର୍ ଦେହେଁନୁ ହିଁ ହେବା। ମୁଇଁ ଇ କୀଣାନ୍ ଦେଶ୍କେ ତୁମର୍ ଆଏବାର୍ ବଂଶର୍ ଲୋକ୍ମାନ୍କୁଁ ବି ଦେମି।” ହେଲେ ହେତ୍କିବେଲ୍ ତକ୍ ଅବ୍ରାମ୍ର ପିଲା ଗୁଟେବି ନେଇଁ ହଇ ଥାଇ।
ବାଇବଲ୍ର କଥାନୀ : ଆଦି ପୁସ୍ତକ ୧୧-୧୫
Free to use, adapt, and share under an open license (CC BY-SA 4.0).