5. ୫. ପ୍ରତିଜ୍ଞାର୍ ପୁଓ

5. ୫. ପ୍ରତିଜ୍ଞାର୍ ପୁଓ — illustration 1

ଦଶ୍ ବରଷ୍ ପରେ ଅବ୍ରାମ୍ ଆର୍ ସାରୀ କିଣାନ୍ ଦେଶ୍‌କେ ପୁହୁଁଚିଲେ, ହେଲେ ସେତ୍‌କି ବେଲ୍‌ତକ୍ ବି ସେମାନ୍‌କର୍ ଛୁଆପୁତା ନେଇ ହେଇ ଥାଇ। ସେଥିର୍‌ଲାଗି ଅବ୍ରାମ୍‌ର କନିଆ ସାରୀ, ତାହାକୁ କହେଲେ, “ ମତେ ତ ମାହାପୁରୁ ଛୁଆ ଜନମ୍ କରବାର୍ ତାକତ୍ ନେଇ ଦେବାର୍ ଆର୍ ମୁଇ ବୁଢି ହେଇବସ୍‌ଲି ନ, କିଏ ଜାନେ ପିଲା ଛୁଆ ଜନମ୍ କରି ପାର୍‌ମି କି ନାଇଁ ଯେ, ଇଠାନେ ମୋର୍ ଦାସୀ ହାଗାର ଅଛେ। ହେତାର୍ ସାଙ୍ଗେ ଦିନାଦୁ ରହ ଯେନ୍ତା ସେ ମୋର୍ ଲାଗି ଛୁଆଟେ ଜନମ୍ କରବା।”

5. ୫. ପ୍ରତିଜ୍ଞାର୍ ପୁଓ — illustration 2

ତେହେରୁଁ ଅବ୍ରାମ୍ ହାଗାର ସାଙ୍ଗେ ରହେଲେ। ସେନୁ ହାଗାର ପିଲା ଗୁଟେକେ ଜନମ୍ ଦେଲେ ଆର୍ ଅବ୍ରାମ୍ ତାର୍ ନାଁ ଇଷ୍ମାଏଲ୍ ଦେଲେ। ହେଲେ ହେନୁ ସାରୀ ହାଗାରକେ ଖିସେଇ ହେଲା। ଯେତେବେଲେ ଇଷ୍ମାଏଲ୍‌କେ ୧୩ ବରଷ୍ ହେଲା, ମାହାପୁରୁ ଫେର୍ ଘାଏ ଅବ୍ରାମ୍ ସାଙ୍ଗେ କଥା ହେଲେ।

5. ୫. ପ୍ରତିଜ୍ଞାର୍ ପୁଓ — illustration 3

ମାହାପୁରୁ କହେଲେ, “ମୁଇଁ ଶକ୍ତିଶାଲି ମାହାପୁରୁ ଆଏଁ। ମୁଇଁ ତୁମର୍ ସାଙ୍ଗେ ଗୁଟେ ଚୁକ୍ତି କର୍‌ମି।” ତାର୍‌ପରେ ଅବ୍ରାମ୍ ଭୁଇଁଥି ପଡିକରି ମାହାପୁରୁକେ ମୁଡିଆ ମାଏଲେ। ମାହାପୁରୁ ତାହାକୁ ଇଟାବି କହେଲେ ଯେ, ତୁମେ ବହୁତ୍‌ ଜାତିର୍ ବୁଆ (ପିତା) ହେବ। ମୁଇଁ ତତେ ଆର୍‌ ତୋର୍‌ ଆଏବାର୍ ପିଢିକେ କୀଣାନ୍ ଦେଶର୍ ଅଧିକାରୀ ବନାମି, ଆର୍ ସବୁବେଲେ ସେମାନ୍‌କର୍ ମାହାପୁରୁ ହେଇ କରି ରହେମି।ହେଲେ ତମ୍‌କୁ ଆର୍ ତୁମର୍ ଘରର୍ ସବୁ ମୁନୁଷ୍ ପିଲାକେ ସୁନ୍ନତ୍ ହେବାକେ ପଡ୍‌ବା।”

5. ୫. ପ୍ରତିଜ୍ଞାର୍ ପୁଓ — illustration 4

“ତୁମର୍ ସ୍ତ୍ରୀ ସାରୀକେ ପୁଓଟେ ହେବା ଆର୍ ସେ ମୋର୍ ପ୍ରତିଜ୍ଞାର୍‌ର ଜନମ୍ ହେଲା ପୁଓ ବଲି ଜନାଯିବା।ତାର୍ ନା ଇସାକ୍ ରଖ୍‌ବ। ମୁଇଁ ତାର୍‌ସାଙ୍ଗେ ବି ମୋର୍ ଇ ଚୁକ୍ତିକେ ବନେଇ କରି ରଖ୍‌ମି ଆର୍ ତାହାକେ ବି ଗୁଟେ ବଡ୍ ଜାତି ବନାମୀ। ମୁଇଁ ଇଷ୍ମାଏଲ୍‌କେ ବି ବଢେ ଜାତିଟେ ବନାମି ହେଲେ ମୋର ଚୁକ୍ତିନାମା ଇସାକ୍ ସାଁଙ୍ଗେ ରହେବା।” ତାର୍ ପରେ ମାହାପୁରୁ ଅବ୍ରାମ୍‌ର ନାଁକେ ବଦ୍‌ଲେଇକରି ‘ଅବ୍ରାହାମ୍‌’ ରଖ୍‌ଲେ, ଯାହାର୍‌ ଅର୍ଥ ହଉଛେ “ବହୁତ୍ ଲୋକର୍ ବୁଆ (ପିତା)।”ମାହାପୁରୁ ସାରୀର୍ ନାଁ କେ ବି ବଦ୍‌ଲେଇ କରି ସାରା ରଖ୍‌ଲେ ଯାହାର୍ ଅର୍ଥ ହଉଛେ “ରାଜ୍ କୁମାରୀ।”

5. ୫. ପ୍ରତିଜ୍ଞାର୍ ପୁଓ — illustration 5

ସେତେବେଲ୍‌କେ ଅବ୍ରାହାମ୍ ତାକର୍ ଘରର୍ ସବୁ ମୁନୁଷ୍ ପିଲାକେ ସୁନ୍ନତ୍ କରି ପକାଲେ।ଯେତେବେଲ୍‌କେ ଅବ୍ରହାମ୍ କେ ଶହେ ବରଷ୍ ଆର୍ ସାରାକେ ନବେ ବରଷ୍ ହେଲା ହେତ୍‌କିବେଲ୍‌କେ ସେ ଗୁଟେ ପିଲାକେ ଜନମ୍ ଦେଲେ। ସେମାନେ ସେତାର୍ ନାଁ ଇସାକ୍ ଦେଲେ, ଯେନ୍ତା ମାହାପୁରୁ ସେମାନ୍‌କୁ କହିଥିଲେ।

5. ୫. ପ୍ରତିଜ୍ଞାର୍ ପୁଓ — illustration 6

ଯେତ୍‌କିବେଲେ ଇସାକ୍ ଯୁଆନ୍ ହେଲେ ସେତ୍‌କିବେଲ୍‌କେ ମାହାପୁରୁ ଅବ୍ରହାମ୍‌ର ବିଶ୍ୱାସ୍‌କେ ବିଢ୍‌ବାର୍‌କେ ଚାହେଁଲେ, ଆର୍‌ ତାହାକେ କହେଲେ କି, “ତୁମର୍ ଯେନ୍ ଗୁଟେବଲି ପିଲା ଅଛେ ତାହାକେ ମୋର୍ ଲାଗି ବଲି ଚଢ଼।” ଫେର୍ ଘାଏ, ଅବ୍ରହାମ୍‌ ତାକର୍ କଥାକେ ମାନ୍‌ଲେ ଆର୍ ତାକର୍ ପିଲାକେ ବଲି ଦେବାର୍‌ଲାଗି ସଜ୍‌ବାଜ୍ ହେଲେ।

5. ୫. ପ୍ରତିଜ୍ଞାର୍ ପୁଓ — illustration 7

ଯେତ୍‌କିବେଲ୍‌କେ ଅବ୍ରହାମ୍ ଆର୍ ଇସାକ୍ ବଲି ଲାଗି ବେଦିର୍ ପାକ୍‌କେ ଗଲେ, ସେତ୍‌ବେଲ୍‌କେ ଇସାକ୍ ଅବ୍ରହାମ୍‌କେ ପଚ୍‌ରାଲେ, “ବାପା, ଆମର୍‌ନ କାଠ୍ ତ ଅଛେ, ହେଲେ ବଲିର୍ ଲାଗି ମେଢି ଛୁଆ କେନ୍‌ନ ଅଛେ?” ତେହେରୁଁ ଅବ୍ରହାମ୍ ଇସାକ୍‌କେ କହେଲେ, “ମାହାପୁରୁ ଆମ୍‌କୁ ମେଢିଛୁଆ ଦେବେରେ ପୁଓ।”

5. ୫. ପ୍ରତିଜ୍ଞାର୍ ପୁଓ — illustration 8

ଯେତ୍‌କିବେଲ୍‌କେ ବେଦିର୍‌ ପାସ୍‌କେ ବାପ୍ ପୁଓ ଦୁହେଁ ପୁହିଁଚିଲେ ସେନ ଅବ୍ରହାମ୍ ଇସାକ୍‌କେ ବାନ୍ଧିକରି ବେଦି ଉପ୍‌ରେ ଶୁଏଇ ଦେଲେ। ଆର୍ ସେ ତାକର୍ ପୁଓକେ ଯେନ୍ତା ମାର୍‌ବାର୍ ଆରମ୍ କଲେ ସେତ୍‌କୀବେଲ୍‌କେ ମାହାପୁରୁ କହେଲେ, “ରହ ରହ ! ପିଲାକେ ନେଇ ମାର୍ ! ଇହାଦେ ମୁଇଁ ଜାନ୍‌ଲିଁ ଯେ ତୁଇ ମୋର୍ କଥା ମାନ୍‌ସୁ , ଆର ଡର୍‌ସୁ। କାଁକରି କି ତୁଇ ତୋର୍‌ ଗୁଟେ ବଲି ପିଲାକେ ମୋର୍‌ଲାଗି ବଲି ଦେବାର୍‌କେବି ପଛ୍‌ଘୁଁଚା ନେଇ ଦେଇ।

5. ୫. ପ୍ରତିଜ୍ଞାର୍ ପୁଓ — illustration 9

ତେହେରୁଁ ଅବ୍ରାହାମ୍ ଦେଖ୍‌ଲେଯେ, ବେଦିର୍ ପାଖେ ଗୁଟେ ବୁଟାନ ମେଢି ଛୁଆଟେ ବନ୍ଧାହେଇଛେ।ଯେନ୍‌ଟା କି ମାହାପୁରୁ ଇସାକ୍‌ର ବଦ୍‌ଲା ବଲି ଚଢାବାର୍ ଲାଗି ଜୁଗାଡ୍ କରିଥିଲେ। ତେହେରୁଁ ଅବ୍ରହାମ୍ ଖୁସିନ ମେଢି ଛୁଆକେ ବଲି ଚଢ଼ାଲେ।

5. ୫. ପ୍ରତିଜ୍ଞାର୍ ପୁଓ — illustration 10

ମାହାପୁରୁ ଅବ୍ରହାମ୍‌କେ କହେଲେ ଯେ, “ ତମେ ମୋର୍‌ଲାଗି ତମର୍ ସବୁକିଛି ଦେବାର୍ ଲାଗି ଇଚ୍ଛା କରିଥିଲ ଇନ୍ତା କି ତମର୍ ଗୁଟେ ବଲି ପିଲାକେ ବି, ହେଥିର ଲାଗି ମୁଇ ତୁମକୁଁ ଆଶୀର୍‌ବାଦ୍ କରୁଛେଁ। କି ତୁମର୍ ବଂଶର୍ ଲୋକ୍ ଆକାଶର୍ ତାରା ଠାନୁବି ବେଶୀ ହେବେ। କାଏଁଯେ କି ତୁମେ ମୋର୍ ସବୁ ଆଜ୍ଞା ମାନିଛ, ସେଥିର୍ ଲାଗି ତମର୍ କୁଟୁମ୍ ଲାଗି ଜଗତର୍ ସବୁ ଲୋକ୍‌ମାନେ ଆଶିର୍ବାଦ୍ ପାଏବେ।”

ବାଇବଲ୍‌ର କଥାନୀ : ଆଦିପୁସ୍ତକ ୧୬-୨୨

Read in the reader

Free to use, adapt, and share under an open license (CC BY-SA 4.0).