6. ୬. ମାହାପୁରୁ ଇଶାକ୍ ଲାଗି ଦେଲେ

6. ୬. ମାହାପୁରୁ ଇଶାକ୍ ଲାଗି ଦେଲେ — illustration 1

ଯେତ୍‌କିବେଲ୍‌କେ ଅବ୍ରାହାମ୍‌ ବନେ ବୁଢା ହେଇଗଲେ, ସେତକିବେଲ୍‌କେ ଇସାକ୍‌ବି ବିହା ହେବାର୍ ବତ୍‌ରିଆ ହେଇଯାଇ ଥିଲାନ। ସେଥିର୍‌ ଲାଗି ଅବ୍ରାହାମ୍ ଯେନ୍‌ନ ତାକର୍ ଲୋକ୍‌ବାକ୍ ଥିଲେ ସେଠାନ୍‌କେ ତାକର୍‌ ଗୁଟେ ହଲିଆକେ ଇଶାକ୍ ଲାଗି କନିଆଁ ଟୁକେଲ୍‌ଟେ ଆନ୍‌ବାର୍ ଲାଗି ପଠାଲେ।

6. ୬. ମାହାପୁରୁ ଇଶାକ୍ ଲାଗି ଦେଲେ — illustration 2

ବହୁତ୍ ବାଟ୍ ଗଲା ପରେ ଅବ୍ରାହାମ୍‌ର ଲୋକ୍‌ବାକ୍ ରହେଲା ଜାଗାକେ ସେ ହଲିଆ ପୁହୁଁଚିଲା, ତାର୍‌ପରେ ମାହାପୁରୁ ସେ ତାହାକେ ରିବିକା ସାଁଙ୍ଗେ ଭେଟ୍ କରାଲେ ଆର୍ ସେ ଟୁକେଲ୍‌ଟା ଅବ୍ରାହାମ୍‌ର ଭାଇର୍ ନାତେନ୍ ଥିଲା।

6. ୬. ମାହାପୁରୁ ଇଶାକ୍ ଲାଗି ଦେଲେ — illustration 3

ତେହେରୁଁ ରିବିକା ସେ ହଲିଆର୍‌ କଥା ମାନିକରି ସେତାର୍ ସାଁଙ୍ଗେ ଇସାକ୍‌ର ଘର୍‌କେ ଆସ୍‌ଲା। ଯେନ୍ତା ସେମାନେ ଇସାକ୍‌ର ଘର୍‌କେ ପୁହଁଚିଲେ ଇସାକ୍ ରିବିକାକେ ବିହା ହେଲା।

6. ୬. ମାହାପୁରୁ ଇଶାକ୍ ଲାଗି ଦେଲେ — illustration 4

ଅବ୍ରାହାମ୍ ମରିଗଲା ପରେ, ମାହାପୁରୁ ଅବ୍ରାହାମ୍‌ର ପିଲା ଇସାକ୍‌କେ ଆଶୀର୍‌ବାଦ୍ କଲେ କାଏଁଯେ କି ସେ ଅବ୍ରହାମ୍ ସାଙ୍ଗେ ଆଗନୁ ଚୁକ୍ତି କରିଥିଲେ। ସେ ଚୁକ୍ତିନ ମାହାପୁରୁର୍ ଗୁଟେ ପ୍ରତିଜ୍ଞା ଥିଲା ଯେନ୍ତାକି ଅବ୍ରହାମ୍‌ର ବହୁତ୍ ବଡ୍ ବଂଶଟେ ହେବା ଆର ତାର୍ ବଂଶିୟାଁ କେତ୍‌ନିକେତେ ହେବେ। ହେଲେ ଇଟା ଅସୁବିଧା ହେଲା ଯେ ରିବିକାକେ ଛୁଆପିଲାଟେ ନାଇଁ ହଈ ପାରୁଥାଇ।

6. ୬. ମାହାପୁରୁ ଇଶାକ୍ ଲାଗି ଦେଲେ — illustration 5

ଇସାକ୍ ରିବିକାର୍ ଲାଗି ପ୍ରାର୍ଥନା କଲେ ତେହେରୁଁ ମାହାପୁରୁ ରିବିକାକେ ଆଶୀର୍‌ବାଦ୍ କଲେ ଆର୍ ଦୁଇଟା ଯାଆଁଳା ଛୁଆ ଦେଲେ। ସେ ଦୁଇଟା ଯାଆଁଳା ଛୁଆ ରିବିକାର୍ ପେଟେ ଯେତ୍‌କିବେଲ୍‌କେ ମାଡ଼୍ ଲାଗୁଥିଲେ, ତ ରିବିକା ମାହାପୁରୁକେ ପ୍ରଭୂ ମତେ କାଣା ହଉଛେ ବଲି ପଚ୍‌ରାଲେ।

6. ୬. ମାହାପୁରୁ ଇଶାକ୍ ଲାଗି ଦେଲେ — illustration 6

ମାହାପୁରୁ ରିବିକାକେ କହେଲେ, “ତୁଇ ଦୁଇଟା ପୁଓ ଜନମ୍ କର୍‌ବୁ ଆର୍ ସେ ଦୁହି ପୁଓ ମାନ୍‌କର୍ ଦୁଇଟା ଅଲ୍‌ଗା ଅଲ୍‌ଗା ଜାତି ହେବା। ସେ ଦୁହେଁ ନିଜର୍ ନିଜର୍ ଭିତ୍‌ରେ ମାଁଡ଼୍ ଲାଗ୍‌ବେ। ବାକି ତୋର୍ ବଡ୍‌ ପିଲାର୍ ଜାତିର୍ ଲୋକ୍ ତୋର୍ ସାନ୍ ପିଲାର୍ ଜାତିର୍ ଲୋକର୍ କଥା ମାଁନ୍‌ବେ।

6. ୬. ମାହାପୁରୁ ଇଶାକ୍ ଲାଗି ଦେଲେ — illustration 7

ଯେଭେ ରିବିକାର୍ ଯଆଁଲା ପୁଓ ଜନମ୍ ହେଲେ, ବଡ୍‌ଖା ପିଲା ଲାଲ୍ ଆର୍ ବାଳୁଆ ଦିଶୁଥିଲା ତ ସେମାନେ ତାର୍ ନାଁ ଏଷୌ ଦେଲେ। ତେହେରୁଁ ସାନ୍‌ପିଲା ଏଷୌର୍ ଗୋଡ୍‌କେ ଧରିକରି ଜନମ୍ ହେଲା ଆର୍ ସେତାର୍ ନାଁ ସେମାନେ ଯାକୁବ୍ ଦେଲେ।

ବାଇବଲ୍‌ର କଥାନୀ: ଆଦି ପୁସ୍ତକ ୧୪:୧-୨୫:୨୬

Read in the reader

Free to use, adapt, and share under an open license (CC BY-SA 4.0).