7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ

7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ — illustration 1

ପିଲାମାନେ ଯେନ୍ତା ବଡ୍ ହେଇ ବସ୍‌ଲେ, ଯାକୁବ୍‌ ଘରେ ରହେବାକେ ଭଲ୍ ପାଉଥିଲେ, ହେଲେ ଏଷୌ ପଶୁ ଶିକାର୍ କର୍‌ବାକେ ଭଲ୍ ପାଉଥିଲା। ରିବିକା ଯାକୁବ୍‌କେ ଭଲ୍ ପାଉଥିଲେ, ହେଲେ ଇଶାକ୍ ଏଷୌକେ ଭଲ୍ ପାଉଥିଲେ।

7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ — illustration 2

ଦିନେ, ଏଷୌ ଶିକାର୍ କରି ଫିର୍‌ଲେ, ଆର୍ ସେ ବହୁତ୍ ଭୁକେ ହଉଥିଲେ। ସେ ଯାକୁବ୍‌କେ କହେଲେ, "ତୋର୍ ବନାଲା ଖାଏବାର୍‌ଟା ଟୀକେ ମତେ ଦେ।" ତେହେରୁଁ ଯାକୁବ୍ କହେଲେ, ପହେଲା ମତେ ପ୍ରତିଜ୍ଞା କର୍‌ଯେ ତୁଇ ଘରର୍ ବଡ୍ ହିସାବେ ଯାହାବି ପାଏବୁ ତୁଇ ସେଟା ମତେ ଦେବୁ। ତେହେରୁଁ ଏଷୌ ଯାକୁବ୍‌କେ ସେ ସବୁ ଜିନିଷ୍ ଦେବାର୍ ଲାଗି ପ୍ରତିଜ୍ଞା କଲା। ତାର୍‌ପରେ ଯାକୁବ୍‌ ତାହାକେ ଖାଏବାକେ ଦେଲେ।

7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ — illustration 3

ଇଶାକ୍ ଏଷୌକେ ଆଶୀର୍ବାଦ ଦେବାର୍‌କେ ଚାହୁଁଥିଲେ। ହେଲେ ହେଟା ହେବାର୍ ଆଗରୁ, ରିବିକା ଯାକୁବ୍‌କେ ଏଷୌ ଭଲିଆ ଦେଖେଇ କରି ଇଶାକ୍‌କେ ଠକ୍‌ଲେ। ଇଶାକ୍ ବୁଢାବି ହେଇ ଥିଲେନ ଆର୍‌ ଭଲ୍ କରି ଦେଖି ନେଇ ପାରୁ ଥାଇଁ। ହେଥିର୍ ଲାଗି ଯାକୁବ୍‌ ଏଷୌର୍ କପ୍‌ଡାକେ ପିନ୍ଧ୍‌ଲେ ଆର୍ ତାକର୍ ବେଁକେ ଆର୍ ହାତେ ଛେଲର୍ ଛାଲ୍‌କେ ଲଗାଲେ।

7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ — illustration 4

ଯାକୁବ୍ ଇଶାକ୍ ନିକେ ଆସ୍‌ଲେ ଆର୍‌ କହେଲେ, “ମୁଁ ଏଷୌ ଆଏଁ। ମୁଇଁ ଆଶୀର୍ବାଦ୍ ନେବାର୍ ଲାଗି ଆଇଛେ ମତେ ଆଶୀର୍ବାଦ୍ କର। ” ତ ଈଶାକ୍ କପ୍‌ଡାର୍ ବାସ୍‌ନା ପାଏଲେ ଆର୍ ଛେଲିର୍ ବାଲ୍‌କେ ଛିଁଲେ ଆର୍ ଇଟା ଏଷୌ ବୋଲି ଭାବିକରି ତାହାକେ ଆଶୀର୍ବାଦ୍ କରିଦେଲେ।

7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ — illustration 5

ତେହେରୁଁ ଏଷୌ ଯାକୁବ୍‌କେ ଅଂହକାର୍ ହେଲା କାଏଁକରି କି ସେ ଏଷୌର୍ ବଡ଼ପିଲାର୍ ହଁକ୍ ଆର୍ ଆଶୀର୍‌ବାଦ୍ ଦୁହିଟାକେ ଚୁରାଲା। ହେତିର୍‌ଲାଗି, ସେ ତାର୍ ବାପାର୍ ମଲା ପରେ ସେ ଯାକୁବ୍‌କେ ମାର୍‌ବାର୍ ବୁଦ୍ଧି କଲା।

7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ — illustration 6

ହେଲେ ରିବିକା ଏଷୌର୍ ବୁଦ୍ଧି ଜାନି ପାଏଲା, ତେହେରୁଁ ସେ ଆର୍ ଇସାକ୍ ଯାକୁବ୍‌କେ ତାକର୍ ଲାଗେର୍ ଲେଶର୍ ମାନ୍‌କର୍ ସାଙ୍ଗେ ରହେବାର୍ ଲାଗି ତାହାକେ ବନେ ଦୂର୍‌କେ ପଠେଇ ଦେଲେ।

7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ — illustration 7

ଯାକୁବ୍ ରିବିକାର୍ ଲାଗେର୍ ଲେଶର୍ ମାନ୍‌କର୍ ସାଙ୍ଗେ ବନେ ବରଷ୍‌ତକ୍‌ ରହେଲେ। ସେ ସମିଆଁନ ସେ ବିହା ହେଲେ ଆର୍ ତାକର୍ ୧୨ଟା ପୁଓ ଆର୍ ଗୁଟେ ଝି ଥିଲା। ମାହାପୁରୁ ତାହାକେ ବହୁତ୍ ଧନୀ କଲେ।

7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ — illustration 8

୨୦ବରଷ୍ ତାକର୍ ଘର୍ କିଣାନ୍ ଠାନୁ ଦୂରେ ରହେଲା ପରେ, ଯାକୁବ୍ ତାକର୍ କୁଟୁମ୍, ହଲିଆ, ଆର୍ ତାକର୍ ସବୁ ପଶୁ ମାନ୍‌କର୍ ସାଙ୍ଗେ ଘର୍‌କେ ଫିର୍‌ଲେ।

7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ — illustration 9

ଯାକୁବ୍ ବନେ ଡରୁଥିଲେ କାଁକରି କି ସେ ଭାବୁ ଥିଲେଯେ ଏଷୌ ତାହାକେ ମାର୍‌ବାର୍ ଲାଗି ଅଟ୍‌କି ଥିବା। ହେତିର୍‌ଲାଗି ସେ ତାକର୍ ବନେ ଗୁଡାଦୁ ଜୀବ ଜଁତୁକେ ଉପହାର୍ ଭାବେ ଏଷୌ ନିକେ ପଠାଲେ। ପଶୁମାନ୍‌କେ ଆନୁଥିବାର୍ ହଲିଆମାନେ ଏଷୌକେ କହେଲେ, “ତୁମର୍ ହଲିଆ ଯାକୁବ୍ ଇ ପଶୁମାନ୍‌କୁ ଦେଇଛନ୍ ଆର୍ ସେ ଜଲ୍‌ଦି ଆସୁଛନ୍। ”

7. ୭. ମାହାପୁରୁ ଯାକୁବକେ ଆର୍ଶିବାଦ୍ କଲେ — illustration 10

ହେଲେ ଏଷୌ ଆର୍ ଯାକୁବ୍ ଉପ୍‌ରେ ରାଗ୍ ରିସ୍‌ମି କିଛି ନେଇ ଥାଇ। ଉଲ୍‌ଟିଆ, ସେ ଆର୍ ଥରେ ଯେନ୍ତା ତାହାକେ ଦେଖ୍‌ଲା ବହୁତ୍‌ ଖୁସି ହେଲା। ତେହେରୁଁ ଦୁହି ଭାଇ କିଣାନ୍ ଦେଶ୍‌ନ ଭଲ୍‌ଭାବେ ରହେଲେ। ତେହେଁରୁ ଇସାକ୍ ମରିଗଲେ। ଯାକୁବ୍ ଆର୍ ଏଷୌ ତାହାକୁ ମାଏଟ୍ ଦେଲେ। ମାହାପୁରୁ ଅବ୍ରହାମ୍ ସାଙ୍ଗେ ଯେନ୍ ଚୁକ୍ତି ପ୍ରତିଜ୍ଞା କରିଥିଲେ ସେଟା ଇସାକ୍‌ନୁ ଉତ୍‌ରି କରି ଯାକୁବ୍‌ନ ଲାଗୁ ହେଲା।

ବାଇବଲ୍‌ର କଥାନୀ: ଆଦି ପୁସ୍ତକ ୨୫:୨୭-୩୫:୨୯

Read in the reader

Free to use, adapt, and share under an open license (CC BY-SA 4.0).