8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 1

ବନେ ବରଷ୍ ପରେ ଯେତ୍‌କିବେଲ୍‌କେ ଯାକୁବ୍ ବୁଢା ହେଇ ବସ୍‌ଲେ ସେ ତାକର୍‌ ଯେନ୍ ପୁଓକେ ବେଶି ଭଲ୍ ପାଉଥିଲେ ସେ ଯୋଷେଫ୍‌କେ ତାର୍ ଭାଇ ମାନ୍‌କୁଁ ଦେଖ୍‌ବାର୍‌ଲାଗି ପଠାଲେ ଯେନ୍ ମାନେ ଛେଳ୍ ମେଢା ଚରଉ ଥିଲେ।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 2

ହେଲେ ଯୋଷେଫ୍‌ର ଭାଇମାନେ ତାହାକେ ଭଲ୍ ନେଇ ପାଉଥାଇ କାଁକରି କି ଯୋଶେଫ୍‌କେ ତାକର୍ ବାପା ସମ୍‌କିରର୍‌ନୁ ବେଶି ଭଲ ପାଉଥିଲା ଆର୍ ସେ ଗୁଟେ ସପନ୍ ଦେଖିଥିଲେ ଯେ, ସେ ସେମାନ୍‌କର୍ ଭିତ୍‌ରେ ଗୁଟେ ରଜା ହେବେ। ଯେତ୍‌କିବେଲେ ଯୋଷେଫ୍ ତାର୍ ଭାଇ ମାନ୍‌କର୍‌ ପାସ୍‌କେ ଆସ୍‌ଲେ ସେମାନେ ତାହାକୁ ବାନ୍ଧି କରି ନେଲେ ଆର୍‌ ଚାକର୍ ବେପାରି ମାନ୍‌କର୍‌ନ ବିକିଦେଲେ।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 3

ଯୋଷେଫ୍‌ର ଭାଇମାନେ ଘର୍‌କେ ଆସ୍‌ବାର୍ ଆଗନୁ ସେମାନେ ଯୋଶେଫ୍‌ର କପ୍‌ଡାକେ ଚିରି ଫାଡ଼ି ଦେଲେ ଆର୍ ଗୁଟେ ଛେଲ୍‌ର ରକତ୍‌ଥି ଭିଜେଇ କରି ଆନ୍‌ଲେ, ଯେନ୍ତାକି ତାକର୍ ବୁଆ ଇ କପଡାକେ ଦେଖିକରି ତାର୍ ପୁଓ ଯୋ୍ଶେଫ୍‌କେ କେନ୍ ଜଙ୍ଗଲର୍ ପଶୁଟେ ମାଁରିଦେଲା ବଲି ଭାବ୍‌ବେ। ହେଲେ ଇଟା ଦେଖି କରି ଯାକୁବ୍‌ର ମନ୍ ପୁରା ଭାଁଙ୍ଗି ଗଲା।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 4

ଚାକର୍ ବେପାରି ମାନେ ଯୋଷେଫ୍‌କେ ମିଶର୍ ଦେଶ୍‌କେ ନେଇଗଲେ। ମିଶର୍ ଦେଶ୍ ବନେ ବଡ଼୍ ଆର୍ ଶକ୍ତିଶାଲୀ ଦେଶ୍ ଗୁଟେ ଥିଲା। ଆର୍ ଇଟା ନୀଲ୍ ନଦୀର୍ ପାଖେ ଥିଲା। ଚାକର୍ ବେପାରି ମାନେ ଯୋଶେଫ୍‌କେ ମିଶର୍ ଦେଶ୍‌ର ଗୁଟେ ସର୍‌କାରୀ ଧନୀ ଲୋକର୍‌ଠାନେ ବିକି ଦେଲେ। ଯୋଶେଫ୍ ତାର୍ ମାଲିକ୍‌ର ଭଲ୍ ସେବା କରୁଥିଲା ହେତିର୍‌ଲାଗି ମାହାପୁରୁ ଯୋଷେଫ୍‌କେ ଆଶୀର୍ବାଦ କଲେ।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 5

ଯୋଷେଫ୍‌ର ମାଲିକ୍‌ର କନିଆ ଯୋଷେଫ୍ ସାଙ୍ଗେ ଶୁଇବାର୍ ଲାଗି ଚେଷ୍ଟା କଲା ହେଲେ ଯୋଷେଫ୍ ଇନ୍‌ତା କରିକରି ମୁଇଁ ମାହାପୁରୁର୍ ବିରୋଧ୍‌ରେ ପାପ୍ ନେଇ କରେଁ ବଲି କହେଲେ ଆର୍ ମନା କରି ଦେଲେ। ତାର୍‌ ପରେ ସେ ରିସ୍‌ମି ହେଇକରି ଯୋଷେଫ୍‌ର ଉପ୍‌ରେ ଅଜଥା ନିନ୍ଦା ଦେଇକରି ଜେଲ୍‌ଘର୍‌କେ ପଠେଇ ଦେଲେ। ହେଲେ ଜେଲ୍ ଖାନା ଭିତ୍‌ରେବି ଯୋଷେଫ୍ ମାହାପୁରୁର୍ ଠାନେ ବିଶ୍ୱାସ୍ କରି ରହେଲେ ଆର୍ ମାହାପୁରୁ ତାହାକେ ଆଶୀର୍ବାଦ୍ କଲେ।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 6

କିଛି ଭୁଲ୍ ନେଇ କରିଥିଲେବି ଯୋଷେଫ୍ ଦୁଇ ବରଷ୍‌ତକ୍ ଜେଲ୍ ଖାନାନ ଥିଲେ। ଦିନେ ରାତି ‘ଫାରୋ’ ଯାହାକେ ମିଶର୍‌ର ସବୁଲୋକ୍ ରଜା ବଲୁଥିଲେ, ସେ ଦୁଇଟା ସପନ୍ ଦେଖ୍‌ଲେ ଆର୍‌ ସେଟା ତାର୍ ମନ୍‌କେ ଡହଲ୍‌ବିକଲ୍‌ କରିଦେଲା। ହେଲେ ସେ ଦୁଇଟା ସପନ୍‌ର ଅର୍ଥ କାଣାଯେ, କିହେ କହିନେଇ ପାର୍‌ଲେ।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 7

ମାହାପୁରୁ ଯୋଶେଫ୍‌କେ ସପନ୍‌ର ଅର୍ଥ କହେବାର୍ ଲାଗି ବୁଦ୍ଧି ଦେଇଥିଲେ। ତେହଁରୁ ଫାରୋ ରଜା ଯୋଷେଫ୍‌କେ ଜେଲ୍ ଖାନାନୁ ତାକର୍ ନିକେ ଆନ୍‌ବାର୍‌କେ କହେଲେ। ତାର୍‌ପରେ ଯୋଶେଫ୍ ସେ ସପନ୍‌ର ଅର୍ଥ ରଜାକେ କହେଲେ, “ମାହାପୁରୁ ୭ ବରଷ୍ ତକ୍ ବହୁତ୍‌ ଧାନ୍ ଚଉଲ୍ ଦେବେ ତାର୍ ସାଁଙ୍ଗେ ଫେର୍ ୭ ବରଷ୍ ତକ୍ ମର୍ଡି ପକାବେ।“

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 8

ଫାରୋ ଯୋଷେଫ୍‌କେ ଏତ୍‌କି ପସନ୍ଦ୍ କଲାଯେ ସେ ତାହାକେ ମିଶରର୍ ଦୁଇ ନମର୍ ବଲ୍‌ଶାଳୀ ଲୋକ୍ ଭାବେ ରଖ୍‌ଲା !

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 9

ଯୋଷେଫ୍ ଲୋକ୍‌ମାନ୍‌କୁ କହେଲେ ଇ ଭଲ୍ ଅମଲ୍ ସମିୟାଥି ଜହକରି ଧାନ୍ ଚଉଲ୍‌ ସଁଚି କରି ରଖ। ଯେଭେଁ ସାତ୍ ବରଷ୍‌ର ମର୍ଡି ଆସ୍‌ଲା, ତେହେରୁଁ ଯୋଷେଫ୍ ସେ ଧାନ୍ ଚଉଲ୍‌କେ ଲୋକ୍‌ମାନ୍‌କର୍ ନ ବିକ୍‌ଲେ ଯେନ୍ତାକି ସେମାନେ ମନ୍ ଖୁସି ଖାଏବେ।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 10

ଇ ମର୍ଡି ଖାଲି ମିଶର୍ ଦେଶେ ନେଇଁ କିଣାନ୍ ଦେଶେବି ହଇଥିଲା, ଯେନ୍‌ନ ଯୋଷେଫ୍‌ର ବାପା ଯାକୁବ୍ ଆର୍ ତାର୍ କୁଟୁମ୍ ରହୁଥିଲେ।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 11

ତେହେରୁଁ ଯାକୁବ୍ ତାକର୍ ବଡ୍ ପୁଓ ମାନ୍‌କୁ ଧାନ୍ ଚାଉଲ୍‌ ଘିନ୍‌ବାର୍ ଲାଗି ମିଶର୍ ଦେଶ୍‌କେ ପଠାଲେ। ଯେତ୍‌କିବେଲ୍‌କେ ସେମାନେ ଖାଏବାର୍‌ଟା ଘିନ୍‌ବାର୍ ଲାଗି ତାକର୍‌ନିକେ ଆସ୍‌ଲେ, ସେ ଭାଇମାନେ ଯୋଷେଫ୍‌କେ ଚିହ୍ନି ନେଇ ପାର୍‌ଲେ। ହେଲେ ଯୋଷେଫ୍ ସେମାନ୍‌କୁଁ ଚିହ୍ନି୍ଲେ।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 12

ତାକର୍ ଭାଇମାନେ ବଦ୍‌ଲିଛନ୍‌କି ନାଇ ପରୀକ୍ଷା କଲା ପରେ, ଯୋଷେଫ୍ ସେମାନ୍‌କୁ କହେଲେ, “ମୁଇଁ ତୁମର୍ ଭାଇ ଯୋଷେଫ୍ ଆଏ! ନେଇ ଡର। ତମେମାନେ ମତେ ଚାକର୍ ହିସାବେ ବିକି କରି ଭଲ୍‌ କାମ୍ ନେଇ କରି, ହେଲେ ମାହାପୁରୁ ସେ ଖରାପ୍‌କେ ଭଲ୍‌କାମ୍‌ ଲାଗି ବେବହାର୍‌ କଲେ ! ହେଥିର୍‌ଲାଗି ଆସ ଆର୍ ଇ ମିଶର୍ ଦେଶେ ରହ, ଯେନ୍ତାକି ମୁଇଁ ତୁମ୍‌କେ ଆର୍ ତୁମର୍ କୁଟୁମ୍ ବାଟୁମ୍‌କେ ଖାଏବାର୍‌ଲାଗି ଦେଇ ପାର୍‌ମି। ”

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 13

ଯୋଷେଫ୍‌ର ଦଦାମାନେ ଘର୍‌କେ ଆସିକରି ତାକର୍ ବାପା ଯାକୁବ୍‌କେ ଯୋଷେଫ୍ ବଁଚିଛେ ବଲି ଯେତ୍‌କିବେଲ୍‌କେ କହେଲେ, ଯାକୁବ୍ ଖୁସି ହେଲେ।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 14

ଯାକୁବ୍‌ ବୁଢା ହେଲେବି, ସେ ତାକର୍ କୁଟୁମ୍ ସାଙ୍ଗେ ମିଶର୍‌କେ ଗଲେ, ଆର୍ ସବେ ସେଠାନ ରହେଲେ। ଯାକୁବ୍‌ର ମର୍‌ବାର୍ ଆଗନୁ ସେ ତାକର୍ ସବୁ ପିଲାକେ ଆଶୀର୍ବାଦ କଲେ।

8. ୮. ମାହାପୁରୁ ଯୋଶେଫ୍ ଆର୍ ତାର୍ କୁଟୁମ୍‌କେ ବଁଚାଲେ — illustration 15

ଅବ୍ରହାମ୍ ସାଙ୍ଗେ ମାହାପୁରୁ ଯେନ୍ ଚୁକ୍ତି ପ୍ରତିଜ୍ଞା କରିଥିଲେ ସେଟା ଇସାକ୍‌କେ, ତାର୍‌ପରେ ଯାକୁବ୍‌କେ, ତାର୍‌ପରେ ଯାକୁବ୍‌ର ୧୨ଟା ପିଲା ଆର୍ ସେମାନ୍‌କର୍ କୁଟୁମ୍‌କେ ଦିଆଗଲା। ୧୨ଟା ପିଲାର୍ ବଁଶ୍ ତେହେରୁଁ ଇସ୍ରାଏଲର୍ ୧୨ଟା ଗୋଷ୍ଠୀ ହେଲେ।

ବାଇବଲ୍‌ର କଥାନୀ: ଆଦି ପୁସ୍ତକ ୩୭-୫୦

Read in the reader

Free to use, adapt, and share under an open license (CC BY-SA 4.0).