9. ୯. ମାହାପୁରୁ ମୋଶାକେ ଡାକ୍‌ଲେ

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 1

ଯୋଷେଫ୍ ମଲାପରେ ତାର୍ ସବୁ ଲୋକ୍‌ବାକ୍ ମିଶର୍ ଦେଶେ ରହେଲେ। ସେମାନେ ଆର୍ ତାକର୍ ପିଲା, ନାତି, ଆରୁ ସୁତି ମାନେବି ବନେ ବରଷ୍ ତକ୍ ସେନ ରହେଲେ ଆର୍ କେତ୍‌ନିକେତେ ଛୁଆପୁତା ଜନମ୍ କଲେ। ସେମାନେ ଇସ୍ରାଏଲ୍‌ର ଲୋକ୍ ମାନେ ବଲି ଜନା ଗଲେ।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 2

ଶହଶହ ବରଷ୍ ପରେ ଇସ୍ରାଏଲ୍ ର ଲୋକ୍ ମାନେ ମିଶର୍ ଦେଶେ ବହୁତ୍ ସଂଖ୍ୟାନ ବଢି ଗଲେ। ମିଶର୍ ଦେଶର୍ ଲୋକ୍‌ମାନେ ହେତ୍‌କର୍ ଯୋଷେଫ୍‌ର ଭଲ୍‌କାମ୍ ମାନ୍‌କେ ଭୁଲି ଗଲେ। ସେମାନେ ଇସ୍ରାଏଲ୍‌ର ଲୋକ୍ ମାନ୍‌କେ ଡ଼ରି ବସ୍‌ଲେ, କାଁକରି କି ସେମାନେ ବହୁତ୍ ଲୋକ୍ ଥିଲେ। ହେଥିର୍‌ଲାଗି ସେତ୍‌କିବେଲେ ମିଶର୍ ଦେଶର୍ ଫାରୋ ରଜା ଇସ୍ରାଏଲ୍‌ର ଲୋକ୍ ମାନ୍‌କୁଁ ମିଶର୍ ଦେଶର୍‌ ଲୋକ୍ ମାନ୍‌କର୍‌ ଚାକର୍ ବନେଇ ଦେଲା।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 3

ମିଶର୍ ଦେଶର୍ ଲୋକ୍ ଇଶ୍ରାଏଲ୍‌ର ଲୋକ୍‌ ମାନ୍‌କେ ବଡ୍ ବଡ୍ ଘର୍ ଆର୍ ପୁରା ସହର୍‌ବି ବନାବାର୍ ଲାଗି ଜୋର୍ ଜବର୍ ଦସ୍ତି କରୁଥିଲେ। ଇନ୍‌ତା କିସ୍‌ମେ ବେସି କାମ୍ କରିକରି ତାକର୍ ଜୀବନ୍ ପୁରା ଦୁଃଖ୍ ଭରା ହେଇଗଲା, ହେଲେ ମାହାପୁରୁ ସେମାନ୍‌କୁ ଆର୍ଶିବାଦ୍ କଲେ, ଆରୁ ସେମାନ୍‌କର୍ ବହୁତ୍‌ଟେ ଛୁଆ ପିଲା ହେଲେ।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 4

ଫାରୋ ରଜା ଦେଖ୍‌ଲାଯେ ଇଶ୍ରାଏଲ୍‌ର ଲୋକ୍‌ ମାନକର୍ କେତିନି କେତେ ପିଲାଛୁଆ ଅଛନ୍‌, ତେହେରୁଁ ସେ ପିଲାଛୁଆ ମାନ୍‌କୁଁ ମାରିକରି ନୀଲ୍ ନଦୀନ ଫିକ୍‌ବାର୍ ଲାଗି ରଜା ତାକର୍‌ ଲୋକ୍ ଗୁଟେକେ ଆଦେଶ୍ ଦେଲା।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 5

ଇ ଭିତରେ ଇଶ୍ରାଏଲ୍‌ର ଗୁଟେ ମାଇକିଣା ପିଲାଛୁଆଟେ ଜନମ୍ ଦେଇଥିଲା ଆର୍ ସବ୍‌କର୍‌ନୁ ତାହାକେ ଲୁକେଇ କରି ରଖିଥିଲା।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 6

ଯେତ୍‌କି ଦିନ୍‌ତକ୍ ପାର୍‌ଲା ସେ ମାଇକିନା ତାର୍ ଛୁଆକେ ଲୁକେଇ କରି ରଖ୍‌ଲା ଯେତ୍‌କିବେଲେ ସେ ଛୁଆକେ ଆର୍ ଲୁକେଇ ନାଇଁ ପାର୍‌ଲା ଆର୍‌ ଗୁଟେ ପାଏନ୍‌ଥି ଭାସ୍‌ବାର୍ ଚାଂଙ୍ଗ୍ରିଥି ତାହାକେ ରଖୀକରି ଛୁଆର୍‌ ଜୀବନ୍ ବଁଚାବାର୍ ଲାଗି ନିଲ୍ ନଦୀର୍ ତରେ ଉହେଲେଇ ଦେଲା। ତେହେରୁଁ ତାର ବଡ୍ ନାନୀ ତାହାକେ କାଣା କାଣା ନେଇଁ ହେଇଯଉ ବଲିକରି ଦେଖୁଥିଲା।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 7

ଇ ଚାଂଙ୍ଗ୍ରିର୍‌ ଭିତ୍‌ରେ ଥିବାର୍ ଛୁଆକେ ଫାରୋ ରାଜାର୍‌ ଝି ଦେଖ୍‌ଲା, ଆର୍‌ ସେ ନିଜର୍ ପିଲା ଭଲିଆ ଆନିକରି ଗୁଟେ ଇଶ୍ରାଏଲୀ ମାଁକେ ଛୁଆ ରଖ୍‌ବାର୍ ଲାଗି କହେଲା। ହେଲେ ସେ ଜାନି ନେଇଁ ପାର୍‌ଲାଯେ ଇଟା ଇ ଛୁଆର୍ ନିଜର୍ ମାଁ ବଲିକରି। ଯେତେବେଲେ ଛୁଆ ଗୁରସ୍ ପିଆ ଛାଡ଼ି କରି ବଡ୍‌ ହେଇଗଲା, ସେ ମାଁ ଛୁଆକେ ଫାରୋ ରଜାର୍ ଝି କେ ଫେର୍‌ଘାଏ ଦେଇଦେଲା। ଆର୍ ଫାରୋର୍ ଝି ସେ ଛୁଆର ନାଁ ମୋଶା ଦେଲା।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 8

ମୋଶା ବଡ୍ ହେଇଗଲା ପରେ, ଦିନେ ଦେଖ୍‌ଲା ଯେ ଗୁଟେ ମିଶର୍‌ର ଲୋକ୍ ଇଶ୍ରାଏଲ୍‌ର ଲୋକ୍‌ ଗୁଟେକେ ପିଟୁ ଥିଲା। ମୋଶା ତାର୍ ଇଶ୍ରାଏଲ୍‌ର ଲୋକ୍‌କେ ବଁଚାବାର୍ ଲାଗି ଚେଷ୍ଟା କଲା।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 9

ମୋଶା ଭାବ୍‌ଲା ଯେ କିହେ ନେଇଁ ଦେଖ୍‌ବାର୍, ଆର୍ ସେ ମିଶର୍‌ର ଲୋକ୍‌କେ ମାରିକରି ତୁପି ଦେଲା ହେଲେ ଜଣେ ଦେଖୁଥିଲାଯେ ମୋଶା କାଣା କରୁଛେ।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 10

ଫାରୋ ରଜା ମୋଶା କାଣା କଲା ଜାନି ପାଏଲା। ତେହେରୁଁ ରଜା ମୋଶାକେ ମାର୍‌ବାର୍ ଲାଗି ଚେଷ୍ଟା କଲା। ତ ସେ ମିଶର ଦେଶୁଁ ଗୁଟେ ଜଙ୍ଗଲ୍‌କେ ପଲେଇଗଲା, ତେହେରୁଁ ରଜା ମୋଶାକେ ଆରୁ ନୁରି ନେଇ ପାର୍‌ଲା।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 11

ମିଶର୍ ଦେଶର୍‌ ବହୁତ୍ ଦୁରିଆର୍‌ ଗୁଟେ ଜଙ୍ଗଲ୍ ଠାନେ ସେ ମେଢିଚରୁଆଟେ ହେଲେ। ସେ ଜାଗାନ ଗୁଟେ ଟୁକେଲ୍‌କେ ବିହା ହେଲେ ଆର୍ ତାର୍ ଦୁଇଟା ଛୁଆ ହେଲେ।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 12

ମୋଶା ତାର୍ ଶଶୁର୍‌ର ମେଢି ଗୁହୁଡ଼ାକେ ଚରଉ୍ ଥିଲେ। ଦିନେ ସେ ଦେଖ୍‌ଲେଯେ ଗୁଟେ ବୁଟାନେ ଜୁଏଁ ଜଲୁଛେ, ହେଲେ ବୁଟା ବିଲ୍ କୁଲ୍ ନେଇଁ ପୁଡ୍‌ବାର୍। ସେ ବୁଟାର୍ ପାସ୍‌କେ ଗଲେ, ଯେତ୍‌କିବେଲେ ସେ ବେଶି ପାସ୍‌କେ ଗଲେ, ମାହାପୁରୁ ମୋଶାକେ କହେଲେ, “ମୋଶା ତୋର୍ ଚପଲ୍ ଖୁଲ୍, କାଏଁଯେ କି ତୁଇ ଯେନ୍‌ଠାନେ ଠିଆ ହେଇଛୁ ଇଟା ହଉଛେ ପବିତ୍ର ଜାଗା।”

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 13

ମାହାପୁରୁ କହେଲେ, ମୁଇଁ ମୋର୍ ଲୋକ୍ ମାନ୍‌କର୍ ଦୁଃଖ୍ ଦେଖୀଛେଁ। ମୁଇଁ ତୋତେ ଫାରୋ ନିକେ ପଠାମୀ ସେନୁ ଯେନ୍ତାକି ତୁଇ ମୋର୍ ଲୋକ୍ ମାନ୍‌କେ ସେନୁ ଆନ୍‌ବୁ। ମୁଇଁ ସେମାନ୍‌କୁ କିଣାନ୍‌ ଦେଶ୍ ଦେମି ଯେନ୍ଟା ମୁଇଁ ଅବ୍ରାହାମ୍, ଈଶାକ୍ ଆର୍‌ ଯାକୁବ୍‌କେ ପ୍ରତିଜ୍ଞା କରିଥିଲିଁ।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 14

ତେହେରୁଁ ମୋଶା ପଚ୍‌ରାଲେ, ଯଦି ଲୋକ୍ ମାନେ ଯାନ୍‌ବାର୍ ଲାଗି ପଚ୍‌ରାବେ, ତତେ କିଏ ପଠାଲା ସେତ୍‌କି ବେଲେ ମୁଇଁ ସେମାନ୍‌କୁଁ କାଣା କହେମି? ମାହାପୁରୁ କହେଲେ, “ଆମେ ଯେ ଅଛୁଁ ସେ ଅଛୁଁ, ” ଫେର୍ ଇଟାବି କହେବୁ କି ମୁଇଁ ଯିହୋବା ମାହାପୁରୁ , ଯିଏକି ତୋର୍ ବାପ୍ ଦଦା ଅବ୍ରାହାମ୍, ଈଶାକ୍ ଆର ଯାକୁବ୍‌ର ମାହାପୁରୁ, ଆର୍ ଇଟା ସବୁ ଦିନର୍ ଲାଗି ମୋର୍ ନାଁ ଆଏ।

9. ୯. ମାହାପୁରୁ ମୋଶାକେ ଡାକ୍‌ଲେ — illustration 15

ମୋଶା ଡରିଁ ଗଲା ଆର୍ ଫାରୋ ନିକେ ଯିବାର୍‌କେ ନେଇ ଚାହେଁଲା। କାଏଁକରି କି ସେ ଭାବ୍‌ଲା ଯେ, ଫାରୋ ରଜା ସାଁଙ୍ଗେ ସେ ଭଲ୍‌କରି କଥା ନାଇଁ ହେଇ ପାରେ, ସେଥିର୍ ଲାଗି ମାହାପୁରୁ ମୋଶାର୍‌ ଭାଇ ହାରୋନ୍‌କେ ତାର୍ ସହଯୋଗ୍ କର୍‌ବାର୍ ଲାଗି ପଠାଲେ।

ବାଇବଲ୍‌ର କଥାନୀ: ଯାତ୍ରା ପୁସ୍ତକ ୧-୪

Read in the reader

Free to use, adapt, and share under an open license (CC BY-SA 4.0).