50. ୫୦. ଯୀଶୁ ଫେର୍‌ ଆସ୍‌ବେ

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 1

ପ୍ରାୟ ଦୁଇ ହଜାର୍ ବର୍‌ଷୁଁ ଜଗତ୍‌ତର୍‌ ସବୁ ଜାଗାନ ଅଧିକ୍‌ ରୁ ଅଧିକ୍‌ ଲୋକ୍ ସୁସମାଚାର୍‌ ଶୁନି ଆସୁଛନ୍ ଯେ, ଯୀଶୁ ଉଦ୍ଧାର୍ କର୍ତ୍ତା ଆନ୍‌। ମଣ୍ତଲି ବଡ଼ିଚାଲିଛେ। ଯୀଶୁ ପ୍ରତିଜ୍ଞା କରିଛନ୍ ଯେ ପୁର୍‌ଥିର୍‌ ଶେଷ୍‌ ଦିନ୍‌ତକ୍ ମୁଇଁ ଫେର୍‌ ଆସ୍‌ମି।ଯଦିବି ଏତ୍‌କିବେଲ୍‌ତକ୍‌ ସେ ଫେର୍‌ ନେଇଁ ଆସ୍‌ବାର୍ ତଥାବି ସେ ତାକର୍ ପ୍ରତିଜ୍ଞାକେ ପୁରାକର୍‌ବେ ଆର୍ ଆସ୍‌ବେ।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 2

ଯେତ୍‌କିବେଲ୍‌କେ ଆମେ ଯୀଶୁଙ୍କର୍‌ ଫିର୍‌ବାର୍‌ଟାକେ ଚାହିଁରହିଛୁଁ , ମାହାପୁରୁ ଆମର୍ ଠାନୁ ପବିତ୍ର ଆର୍ ଆଦର୍ ସମ୍ମାନ୍ ଜୀବନ୍‌ ଜିଁବାର୍ ଲାଗି ଚାହେଁସନ୍‌। ସେ ଇଟାବି ଇଛା କରସନ୍‌ ଯେ ଆମେ ଅଲ୍‌ଗା ଲୋକ୍ ମାନ୍‌କୁ ତାକର୍‌ ରାଜ୍ୟର୍‌ ବାବ୍‌ଦେଁ କହୁଁ। ଯେତ୍‌କିବେଲ୍‌କେ ଯୀଶୁ ପୃର୍‌ଥି ନ ରହୁଥିଲେ, ସେ କହୁଥିଲେ, ମୋର୍ ଚାଲାମାନେ ସଂସାର୍‌ର ସବୁଆଡେ ଲୋକ୍‌ମାନ୍‌କୁ ମାହାପୁରୁର୍‌ ରାଏଜ୍‌ର୍‌ ବାବ୍‌ଦେଁ କହେବେ, ଆର୍ ତାପରେ ଶେଷ୍‌ ସମିୟାଁ ଆଏବା।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 3

ବହୁତ୍‌ ଜାତିର୍‌ ଲୋକ୍ ଏତ୍‌କି ଦିନ୍‌ତକ୍ ବି ଯୀଶୁଙ୍କର୍‌ ସୁସମାଚାର୍‌ ନୁହେଁ ଶୁନ୍‌ବାର୍ ତାଏଲ୍‌, ସରଗ୍‌କେ ଯିବାର୍‌ ଆଗୋନୁ ଯୀଶୁ ତାକର୍‌ ଚାଲା ମାନ୍‌କୁ ଲୋକମାନ୍‌କୁଁ ସୁସମାଚାର୍‌ ଶୁନ୍‌ବାର୍‌ ଲାଗି କହେଲେ ଯେନ୍‌ମାନେ ଅଜ୍‌ତକ୍‌ କେବେ ନାଇଶୁନି। ସେ କହେଲେ, ଯାଅ ଆର୍ ସବୁଜାତିର୍ ଲୋକକେ ଚାଲା ବନ ! ଆର୍ କାଟ୍‌ବାର୍ ଲାଗି ଖେତେଁ ଫସଲ୍ ପାଚି ସାରିଛେ।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 4

ଯୀଶୁ କହେଲେ, “ଗୁଟେ ଚାକର୍ ତାର୍‌ ମାଲିକ୍ ଠାରୁ କେଭେ ବଡ଼୍‌ ନାଇ ହୁଏ। ଇ ସଂସାର୍ ର ମୁଖିଆ ଲୋକ୍‌ମାନେ ମତେ ଘୁର୍‌ନା କରିଛନ୍‌, ଆର୍ ମୋର୍‌ଲାଗି ସେମାନେ ତମ୍‌କୁ ବି ଦୁଃଖ୍ ଦେବେ ଆର୍ ମାରିଦେବେ। ଇ ସଂସାର୍ ନୁ ତୁମେମାନେ ଦୁରେଇ ରହେବ, ହେଲେ ସାହାଁସ ଧର କାଁକରି କି ମୁଇଁ ଶଏତାନ୍ କେ ହରେଇ ସାରିଛେଁ, ଯିଏ କି ଇ ସଂସାର୍‌ କେ ଶାସନ୍ କର୍‌ସି। ଯଦି ତୁମେ ଶେଷ୍‌ ସମିୟାଁ ତକ୍ ମୋର୍‌ ଉପ୍‌ରେ ବିଶ୍ୱାସ କର୍‌ବ ତାହେଲେଁ ମାହାପୁରୁ ତମ୍‌କୁ ରକ୍ଷା କରବେ।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 5

ଯୀଶୁ ତାକର୍‌ ଚେଲା ମାନ୍‌କୁଁ ଇଟା ବୁଝାବାର୍‌ଲାଗି ଗୁଟେ କଥାନୀ ଶୁନାଲେ ଯେ, ଯେତ୍‌କିବେଲ୍‌କେ ସଂସାର୍ ଶେଷ୍‌ ହେବା ତାହେଲେ ଲୋକ୍‌ମାନ୍‌କର୍‌ ସାଙ୍ଗେ କାଣା ଘଟ୍‌ବା। ସେ କହେଲେ, “ଗୁଟେ ମୁନୁଷ୍‌ ତାର୍ ଖେତେଁ ଭଲ ବିହନ ବୁନଲା, ଯେତ୍‌କିବେଲ୍‌କେ ସେ ଶୁଇଥିଲା, ତାର୍‌ ଶତୃ ଆସ୍‌ଲା ଆର୍‌ ଗହମ୍‌ ବିହନ୍ ଥିଁ ଜଙ୍ଗ୍‌ଲିଆ ଘାସ୍ ର ବିହନ୍‌ ବୁନିଦେଲା, ଆର୍ ସେ ପଲେଇ ଗଲା।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 6

“ଯେତ୍‌କିବେଲ୍‌କେ ଘାସ୍‌ ଆଁକ୍‌ରିଲା, ତ ଚାକର୍‌ ସେ ଲୋକ୍‌କେ କହେଲା, “ହେ ମାଲିକ୍‌, ତୁମେ ତ ଖେତେଁ ଭଲ୍‌ ବିହନ୍ ବୁନିଥିଲ, ହେଲେଁ ଇଠାନେ କେନ୍‌ତା ଜଙ୍ଗ୍‌ଲି ଘାସ୍ ହଇଛେ? ସେ ଲୋକ୍‌ କହେଲା, “ଖାଲି ମୋର୍‌ ଶତୃ ଏକା ଇନ୍ତା କାମ୍‌ କରବାର୍ ଲାଗିଁ ଚାହିଁଥିବା ଆର୍ ସେ ହିଁ ଇଟା କରିଥିବା।”

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 7

ସେ ଚାକର୍‌ ତାର୍‌ ମାଲିକ୍‌କେ ଉତ୍ତର୍‌ ଦେଲା, କାଣା ଆମେ ଇ ଜଙ୍ଗ୍‌ଲିଆ ଘାସ୍ କେ ଘିଚି ଦେମା କାଏଁ?’ ସେ ମାଲିକ୍‌ କହେଲା, “ନେଇଁ। ଯଦି ତୁମେ ସେଟା କର୍‌ବ, ବଏଲେ ଭଲ୍‌ ଗହମ୍‌ ଗଛକେ ବି ଘିଚି ଦେବ କାଟ୍‌ବାର୍ ତକ୍ ଅପେକ୍ଷା କର। ତାର୍‌ପରେ ଜଙ୍ଗ୍‌ଲି ଘାଁସ୍‌ ପତର୍‌ କେ ଗୁଟେ ବିଡା ନ ବାନ୍ଧି ଦିଅ ଯେନ୍‌ତା କି ତାହାକେ ଜଲେଇ ପାର୍‌ବ , ହେଲେ ଗହମ୍‌ କେ ମୋର୍ ଖେତୁଁ ଆନିକରି ଆସ।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 8

ଚାଲାମାନେ ଇ କଥାନୀର୍‌ ଅର୍ଥ କେ ବୁଝିନାଇଁ ପାର୍‌ଲେ, ସେଥିର୍‌ ଲାଗି ସେମାନେ ଯୀଶୁକୁଁ ଇ କଥାନିକେ ବୁଝେଇ ଦେବାର୍‌ ଲାଗି ଗୁହାରି କଲେ। ଯୀଶୁ କହେଲେ, “ଭଲ୍ ବିହନ୍‌ ବୁନ୍‌ବାର୍ ଲୋକ୍‌ ଯୀଶୁଙ୍କୁ ବୁଝାସି, ଆର୍ ସଂସାର୍ ଟା ଖେତ୍‌କେ ବୁଝାସି, ଆର୍ ଭଲ୍‌ ବିହନ୍ ର ଅର୍ଥ ମାହାପୁରୁ ଙ୍କର୍ ରାଏଜର୍‌ ଲୋକ୍‌ମାନ୍‌କୁଁ ବୁଝାସି।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 9

ସେ ଘାଁସ୍ ଶଏତାନ ଠାନେ ରହୁଥିବାର୍ ଦୃଷ୍ଟ ଲୋକ୍‌ମାନ୍‌କେ ବୁଝାସି, ସେଦୁଷ୍ଟ ଲୋକ୍ ଇ ମୁନୁଷର୍‌ ଶତୃ ଯିଏକି ଜଙ୍ଗଲି ଘାଁସ ବୁନିଥିଲା, ଇଟା ଶଏତାନ୍‌ କେ ବୁଝାସି। ସେ କଟା ହେଇଥିବା ଫସଲ୍ ସଂସାର୍‌ର ଶେଷ୍ ସମିୟା କେ ବୁଝାସି ଆର୍ କାଟ୍‌ବାର୍ ଲୋକ୍‌ମାନେ ସରଗ୍ ଦୂତ ମାନ୍‌କୁ ବୁଝାସି।”

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 10

“ଯେତ୍‌କିବେଲ୍‌କେ ସଂସାର୍‌ ଶେଷ୍‌ ହଇଯିବା, ସେତ୍‌କିବେଲ୍‌କେ ସରଗ୍ ଦୂତ ଇ ସବୁ ଲୋକ୍‌ମାନ୍‌କେ ପାରେକେ ଗୁଟେ ଜାଗା ନ ରଖ୍‌ବେ, ଯେନ୍‌ମାନେ ଶଏତାନର୍‌ ଅନ୍‌। ସରଗ୍ ଦୂତ ମାନେ ସେ ଲୋକ୍‌ମାନ୍ କୁଁ ଜଲ୍‌ଲା ଜୁଏଥିଁ ଫିକି ଦେବେ। ସେଠାନେ ସେ ଲୋକ୍‌ମାନେ ବଢେ କଲ୍‌ବଲ୍‌ ହେଇକରି ଦୁଃଖେ କାନ୍ଦ୍‌ବେ ଆର୍ ତାକର୍ ଦାନ୍ତ୍ ଚାବ୍‌ବେ। ହେଲେ ଯେନ୍‌ମାନେ ଧାର୍‌ର୍ମିକ ଥିବେ, ଯେନ୍‌ମାନେ ଯୀଶୁଙ୍କୁ ଅନୁଶରଣ କରୁଥିବେ , ସେମାନେ ପରମେଶ୍ୱର୍‌ ପିତାର୍ ରାଏଜେଁ ସୂର୍ଯ୍ୟ ଭଲିଆ ଚମ୍‌କୁଥିବେ।”

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 11

ଯୀଶୁ ଇଟାବି କହିଛନ୍ ଯେ, ସେ ସଂସାର୍‌ର ଶେଷ୍‌ ହେବାର୍‌ ଆଗନୁ ପୁର୍‌ଥିକେ ଆଏବେ। ସେ ଇନ୍‌ତା କରି ଫିର୍‌ବେ ଯେନ୍‌ତା ସେ ଯାଇଥିଲେ। ତାକର୍‌ଠାନେ ସତର୍‌ର ଶରୀର୍‌ ଥିବା ଆର୍ ସେ ମେଘ୍‌ ଉପ୍‌ରେ ସବାରି ହେଇକରି ଆସ୍‌ବେ। ଯେତ୍‌କିବେଲ୍‌କେ ଯୀଶୁ ଆସ୍‌ବେ ଯୀଶୁର୍‌ ସବୁ ଅନୁଗାମୀ ଯେନ୍‌ମାନେ କି ମରି ସାରିଛନ୍ ସେମାନେ ଉଠ୍‌ବେ ଆର୍ ସେମାନେ ଆକାଶ୍‌ ନ ଭେଟ୍‌ପଡ୍‌ବେ।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 12

ଆର୍ ଯେନ୍ ଅନୁଗାମୀ ମାନେ ଇହାଦେ ବି ବଂଚିଛନ୍‌ ସେମାନ୍‌କୁଁ ଆକାଶ୍‌କେ ଉଠେଇ ନେବେ, ଆର୍ ଅଲ୍‌ଗା ଅନୁଗାମି ସାଙ୍ଗେ ମିଶାଇ ଦେବେ ଯେନ୍‌ମାନେ ମୃତ୍ୟୁନୁ ଜିଁ ଉଠିଥିବେ। ତେହେରୁଁ ଯୀଶୁ ତାକର୍ ଲୋକର୍ ସାଙ୍ଗେ ରହେବେ। ଯେତ୍‌କିବେଲ୍‌କେ ସେମାନେ ଗୁଟେସାଙ୍ଗେ ରହେବେ ସେମାନ୍‌କର୍ ଠାନେ ସବୁବେଲେଁ ଶାନ୍ତି ଥିବା।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 13

ଯୀଶୁର୍‌ ଠାନେ ଯେନ୍‌ମାନେ ବିଶ୍ୱାସ୍‌ କରିଛନ୍ ସେମାନ୍‌କୁ ଗୁଟେ ଗୁଟେ ମୁକୁଟ୍ ଦେବାର୍ ଲାଗି ଯୀଶୁ ପ୍ରତିଜ୍ଞା କରିଛନ୍। ସେମାନେ ସବୁବେଲର୍‌ ଲାଗି ମହାପୁରୁ ସାଙ୍ଗେ ସବୁ କାମ୍‌ଥି ଶାସନ୍ କର୍‌ବେ। ସେମାନ୍‌କର୍ ସାଙ୍ଗେ ପବିତ୍ର ଆର୍ ଶାନ୍ତି ଥିବା।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 14

ହେଲେ ଯେନ୍‌ମାନେ ଯୀଶୁଙ୍କୁ ବିଶ୍ୱାସ୍‌ ନେଇ କରନ୍‌ , ମହାପୁରୁ ସେ ସବୁଲୋକର୍‌ ନ୍ୟାୟ ବିଚାର୍ କର୍‌ବେ। ସେ ସେମାନ୍‌କୁଁ ନରକ୍ ରେ ପକେଇ ଦେବେ।ସେଠାନେ ସେମାନେ କାନ୍ଦ୍‌ବେ ଆର୍ ଦାନ୍ତ ଚାବ୍‌ବେ ଆର୍ ସବୁବେଲେ ଦୁଃଖି ହେଇକରି ରହେବେ। ସେ ମାନ୍‌କୁଁ କେଭେ ନେଇ ଲିଭ୍‌ବାର୍ ଜୁଏ ନ ପକାବେ ଆର୍ ସେମାନ୍‌କୁଁ କିରା ମାନେ ସବୁବେଲେ ଚାବୁଥିବେ କେବେ ବି ବନ୍ଦ ନେଇ ହୁଏ।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 15

ଯେତ୍‌କିବେଲ୍‌କେ ଯୀଶୁ ଫିର୍‌ବେ, ସେ ପୁରା ପୁରି ଶଏତାନ୍ ର ଶକ୍ତି ଆର୍ ତାର୍ ରାଏଜ୍‌କେ ନାଶ୍‌ କରିଦେବେ। ସେ ଶଏତାନ୍ କେ ନରକ୍‌ନ ପକେଇ ଦେବେ। ସଏତାନ୍ ସବୁଦିନର୍ ଲାଗି ଜଲୁଥିବା, ଇସବୁ ଲୋକ୍‌ମାନ୍‌କର୍ ଲାଗି ଯେନ୍‌ମାନେ କି ମହାପୁରୁର୍‌ କଥା ନାଇ ମାନିକରି ଶଏତାନ୍‌ର ପଛେ ଚାଲିଛନ୍ ଆର୍‌ ମାହାପୁରୁର କଥା କେ ନେଇଁ ମାନ୍‌ନ।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 16

କାଏଁଯେ କି ଆଦମ୍‌ ଆର୍ ହବା ମାହାପୁରୁର୍‌ ଆଜ୍ଞା କେ ନାଇ ମାନ୍‌ଲେ ଆର୍ ପାପ୍‌କେ ଇ ସଂସାର୍‌ କେ ଆନିକରି ଆସ୍‌ଲେ, ମାହାପୁରୁ ଇ ସଂସାର୍‌ କେ ଅଭିଷାପ୍ ଦେଲେ। ଆର୍ ଇତାକେ ନାଶ୍‌ କର୍‌ବାର୍ ଲାଗି ନିଷ୍ପତି ନେଲେ। ହେଲେ ଫେର୍ ଘାଏ ମାହାପୁରୁ ଗୁଟେ ନୁଆଁ ସରଗ୍‌ ଆର୍ ନୁଆଁ ପୁର୍‌ଥି ତିଆରି କର୍‌ବେ ଯେନ୍‌ଟାକି ପବିତ୍ର ଥିବା।

50. ୫୦. ଯୀଶୁ ଫେର୍‌ ଆସ୍‌ବେ — illustration 17

ଯୀଶୁ ଆର୍ ତାକର୍ ଲୋକ୍‌ମାନେ ନୂଆଁ ପୁର୍‌ଥିନ ରହେବେ ଆର୍ ସେନ ସବୁଦେଶର୍‌ ଲାଗି ସବୁ ବିଷେ ଥି ଶାସନ୍ କର୍‌ବେ। ସେ ଲୋକମାନ୍‌କର୍‌ ଆଖିଁର୍‌ ପାଏନ୍‌କେ ପୁଛିଦେବେ। ଇହାଦେ କିଏବି ଦଣ୍ତିତ ଆର୍ ଦୁଃଖି ନେଇ ରହନ୍। ସେମାନେ କିହେବି ନାଇଁ କାନ୍ଦ୍‌ନ। ସେମାନେ କିହେବି ରୋଗ୍ ବେମାର୍ ନ ନାଇଁ ପଡନ୍‌ କି ନେଇଁ ମରନ୍। ଆର୍ ସେଠାନେ କିହେବି ଖରାପ୍ କାମ୍ ନାଇଁକରନ୍। ଯୀଶୁ ତାକର୍ ରାଏଜେଁ ନିଏ ଆର୍ ଶାନ୍ତି ନ ଶାସନ୍ କର୍‌ବେ। ସେ ସବୁବେଲର୍ ଲାଗି ତାକର୍ ଲୋକ୍‌ମାନ୍‌କର ସାଙ୍ଗେ ରହେବେ।

ବାଇବଲ୍‌ର କଥାନୀ: ମାଥିଉ ୧୩:୨୪-୪୨; ୨୨:୧୩; ୨୪:୧୪; ୨୮:୧୮; ଯୋହନ ୪:୩; ୧୫:୨୦; ୧୬:୩୩; ଥେସଲୋନିୟ ୪:୧୩-୫:୧୧; ଯାକୁବ ୧:୧୨; ପ୍ରକାଶିତବାକ୍ୟ ୨:୧୦; ୨୦:୧୦;୨୧-୨୨

Read in the reader

Free to use, adapt, and share under an open license (CC BY-SA 4.0).