49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 1

ସରଗ୍ ଦୂତଟେ ମରିଅମ୍ ବଲିଁକରିଁ ଗୁଟେ କୁଆଁରୀ ଟୁକେଲ୍‌କେ କହେଲେ , ସେ ମାହାପୁରୁର୍‌ ପୁଓକେ ଜନମ୍ ଦେବେ। ଇଥିର୍‌ଲାଗି ସେ କୁଆଁରୀ ଥିଲେଁ ବି ସେ ଗୁଟେ ପୁଓକେ ଜନମ୍ ଦେଲେ ଆର୍ ତାର୍ ନାଁ ଯୀଶୁ ଦେଲେ। ସେଥିର୍‌ଲାଗି ଯୀଶୁ ପର୍‌ମେଶ୍ୱର୍ ଆର୍ ମୁନୁଷ୍ ଦୁହିଟା ଅନ୍‌।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 2

ଯୀଶୁ ବହୁତ୍ ଚମତ୍କାର୍ କାମ୍ କରିଛନ୍ ଯେନ୍‌ଟା ପ୍ରମାଣ କର୍‌ସି ଯେ ସେ ମାହାପୁରୁ ଆନ୍, ସେ ପାଏନ୍‌ଥି ଚାଲ୍‌ଲେ ଆର୍‌ ଧୁକା ଗର୍‌ଡି କେ ଶାନ୍ତିକଲେ, ସେ ବହୁତ୍ ଟେ ବେମାରି ଲୋକକୁଁ ସୁସ୍ଥ କଲେ, ଆର୍ ବହୁତ୍ ଲୋକ୍ ମାନ୍‌କର୍ ଠାନୁ ଭୂତ୍ ଛଡ଼ାଲେ।ସେ ମରିଯାଇଥିବାର୍ ଲୋକମାନ୍‌କୁଁ ଜିଆଁଲେ ଆର୍‌ ପାଂଚ୍‌ଟା ରୁଟି ଆର୍ ଦୁଇଟା ମାଛ୍‌କେ ପାଞ୍ଚ ହଜାର୍ ଲୋକ୍‌କେ ଖାଏବାର୍‌ ଲାଗିଁ ଦେଲେ।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 3

ଯୀଶୁ ଭଲ୍‌ ଶିକ୍ଷକ ଗୁଟେ ଥିଲେ। ସେ ଯେନ୍‌ଟା ଶିଖଉଥିଲେ, ସଠିକ୍ ଭାବେ ଶିଖଉଥିଲେ, ସେ ଯେନ୍‌ଟା କର୍‌ବାର୍‌ଲାଗି କହୁଥିଲେ ସେଟା ଲୋକ୍‌ମାନେ କର୍‌ବାର୍ କଥା କାଏଁଯେ କି ସେ ମାହାପରୁର୍‌ ପୁଓ ଅନ୍‌।ଉଦାହରନ୍‌ ଲାଗି, ସେ ଶିକ୍ଷା ଦେଉଥିଲେ ଯେ ତୁମେ ନିଜ୍‌କେ ଯେନ୍‌ତା ପ୍ରେମ୍‌ କର୍‌ସ, ସେନ୍‌ତା ତୁମେମାନେ ଅନ୍ୟମାନ୍‌କୁ ବି ପ୍ରେମ୍‌ କର।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 4

ସେ ଇଟାବି ଶିକ୍ଷା ଦେଲେ ଯେ, ତୁମେ ତୁମର୍‌ ସବୁ ଜିନ୍‌ଷର୍ ଠାନୁ ଆରୁ ନିଜର୍ ସବୁ ଧନ୍ ସଂପତି ଠାନୁ ମାହାପୁରୁ କେ ଅଏତ୍‌କା ପ୍ରେମ୍ କର।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 5

ଯୀଶୁ କହେଲେ ଇ ସଂସାରର୍‌ କେନ୍‌ସି ବି ଜିନିଷ୍ କେ ପାଏବାର୍‌ଠାନୁ, ମାହାପୁରୁ ରାଏଜ୍‌ନ ରହେବାର୍‌ଟା ବହୁତ୍ ଭଲ୍‌। କାଁକରି କି ତୁମେ ସରଗ୍‌କେ ଯିବାର୍ ଲାଗିଁ ମାହାପୁରୁ ତୁମ୍‌କୁଁ ତୁମର୍ ସବୁ ପାପ୍ ନୁ ବଞ୍ଚାବେ।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 6

ଯୀଶୁ କହେଲେ କେତେ ଲୋକ୍‌ ତାହାକୁଁ ଗ୍ରହଣ କର୍‌ବେ। ମାହାପୁରୁ ସେ ଲୋକ୍ ମାନଙ୍କୁଁ ରକ୍ଷା କର୍‌ବେ। ହେଲେ କେତେଲୋକ୍‌ ତାହାକୁଁ ଗ୍ରହଣ ନାଇ କରନ୍। ସେ ଇଟାବି କହିଛନ୍ କି କେତେଲୋକ୍‌ ଭଲ୍ ମାଏଟ୍ ସମାନ୍। କାଏଁକରି କି ସେମାନେ ଯୀଶୁଙ୍କର୍ ସୁସମାଚାର୍‌କେ ଗ୍ରହଣ୍ କର୍‌ବେ, ତେହେରୁଁ ମହାପୁରୁ ସେମାନ୍‌କୁଁ ରକ୍ଷା କର୍‌ବେ। ହେଲେ କେତେ ଲୋକ୍ ବାଟର୍‌ ପଥ୍‌ରିଆ ମାଏଟ୍ ମିତାର୍। ମାହାପୁରୁର୍‌ ବାକ୍ୟ ବିହନ୍ ମିତାର୍ ଯେନ୍‌ଟା ବାଟେ ପଡ୍‌ସି ହେଲେ ନାଇ ବଢିପାରେ , ଇଲୋକମାନେ ଯୀଶୁଙ୍କର୍‌ ବାକ୍ୟକେ ଶୁନ୍‌ସନ୍ ଆର୍ ଅଶ୍ୱିକାର୍ କରିଦେସନ୍, ସେମାନେ ମହାପୁରୁର୍‌ ରାଏଜ୍‌କେ ପ୍ରବେଶ କର୍‌ବାର୍ ଟା ମନା କରିଦେସନ୍।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 7

ଯୀଶୁ ଶିଖାଲେ ଯେ ମହାପୁରୁ ପାପିମାନ୍‌କୁଁ ବହୁତ୍ ପ୍ରେମ କରସନ୍, ସେ ସେମାନ୍‌କୁଁ କ୍ଷେମା କର୍‌ବାର୍ ଲାଗି ଚାଁହେସନ୍ ଆର୍ ସେମାନ୍‌କୁଁ ତାକର୍ ସନ୍ତାନ୍ କରବାର୍ ଲାଗି ଚାଁହେସନ୍।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 8

ଯୀଶୁ ଇଟାବି ଆମ୍‌କୁ ଶିଖାସନ୍ ଯେ, ସେ ପାପ୍‌କେ ଘୁର୍‌ନା କର୍‌ସନ୍। କାରନ୍ ଆଦମ୍ ଆର୍ ହବା ପାପ୍ କଲେ, ତାକର୍ ବଂଶ ଯାକର୍ ସବେ ପାପ୍‌କଲେ। ଇ ସଂସାର ସବେ ପାପ୍ କର୍‌ସନ ଆର୍ ମାହାପୁରୁର୍‌ନୁ ଦୂର୍ ହଇ ଯାଏସନ୍। ଇଥିର୍ ଲାଗି ସବୁ ଲୋକ୍ ମହାପୁରୁର୍ ଗୁଟେ ଗୁଟେ ଶତ୍ରୁ ଆଏ।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 9

ହେଲେ ମାହାପୁରୁ ଇ ସଂସାରରେ ରହୁଥିବାର୍ ସବୁଲୋକ ମାନ୍‌କୁଁ ଏନ୍ତା କିସ୍‌ମେ ପ୍ରେମ୍‌ କଲେ ଯେ: ସେ ତାକର୍‌ ଗୁଟେ ବଲି ପୁଓକେ ଦେଇ ଦେଲେ କାରନ୍‌ ଯେନ୍‌ମାନେ ଯୀଶୁଙ୍କୁ ବିଶ୍ୱାସ୍ କର୍‌ସନ୍ ମାହାପୁରୁ ସେମାନ୍‌କୁ ଦଣ୍ତ ନାଇ ଦିଅନ୍। ହେଲେ ବିଶ୍ୱାସ୍ କରୁଥିବାର୍ ଲୋକ୍‌ମାନେ ତାକର୍ ସାଙ୍ଗେ ସବୁବେଲେ ରହେବେ।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 10

ତୁମେମାନେ ପାପ୍ କରିଛ ହେତିର୍ ଲାଗି ମର୍‌ବାର୍ ଲାଏକ୍ ଆଏ। ମାହାପୁରୁ ତମ୍‌କୁଁ ଦଣ୍ଡ ଦେଇଥିଲେ ଭଲ୍‌ହେଇ ଥିତା, ହେଲେ ଯୀଶୁ ନିଜେ ଆମର୍ ପାପର୍ ଲାଗି ଦଣ୍ତ ପାଏଲେ, ମାହାପୁରୁ ଯୀଶୁଙ୍କୁ କୃଶରେ ମାରି କରି ଦଣ୍ତ ଦେଲେ।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 11

ଯୀଶୁ କେବେ ବି ପାପ୍‌ ନାଇ କରି। ହେଲେ ସେ ପାପର୍‌ ଦଣ୍ତକେ ସ୍ୱୀକାର୍‌ କଲେ, ଏନ୍ତାକି ସବୁଠାନୁ ଭୟଙ୍କର୍‌ ମର୍‌ବାର୍ ଦଣ୍ତକେ ବି ସ୍ୱୀକାର୍‌ କଲେ। ଇନ୍‌ତା କିସ୍‌ମେ ଆମର୍‌ ମାନ୍‌କର୍‌ ପାପ୍‌କେ ଆର୍ ଇ ସଂସାର୍ ନ ରହୁଥିବାର୍‌ ସବୁ ଲୋକର୍ ପାପ୍‌କେ ବୁହି ନେବାର୍‌ଲାଗି ସେ ଗୁଟେ ଶିଦ୍ଧ ବଲିଦାନ୍ ହେଲେ। ଯୀଶୁ ନିଜ୍‌କେ ମାହାପୁରୁର୍‌ ଲାଗି ବଳିଦାନ୍ କରିଦେଲେ। ସେଥିର୍‌ଲାଗି ମହାପୁରୁ ସବୁ ପାପ୍ କ୍ଷମାକର୍‌ବେ, ଇନ୍ତାକି ଯେତେ ବଡ୍‌ ପାପ୍‌ ହେଲେବି କ୍ଷମା କର୍‌ବେ , ଯେନ୍‌ମାନେ ଯୀଶୁଙ୍କୁ ବିଶ୍ୱାସ୍‌ କର୍‌ବେ।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 12

ତୁମେମାନେ ବହୁତ୍ ଭଲ୍‌କାମ୍ କଲେବି, ମହାପୁରୁ ତମ୍‌କୁମାନ୍‌କୁ ନାଇ ବଚନ୍। ତାକର୍ ବନ୍ଧୁ ହେବାର୍‌ଲାଗି ହେନ୍‌ତା କିଛି ବି ନାଇନ ଯେନ୍‌ଟା ତୁମେ କରିପାର୍‌ବ। ଇତାର୍‌ ବଦଲା ତୁମେ ବିଶ୍ୱାସ୍‌ କର୍‌ବାର୍‌ କେ ପଡ୍‌ବା ଯେ ଯୀଶୁ ମାହାପୁରୁର୍‌ ପୁଓ, ଆର୍ ସେ ତୁମର୍‌ ଲାଗି କୃଶନ ମରିଛନ୍ ଆର୍ ମାହାପୁରୁ ତାହାକୁଁ ଫେର୍ ଘାଏ ଜୀଁ ଉଠେଇଛନ୍‌। ଯଦି ଇଟା ତୁମେ ବିଶ୍ୱାସ୍‌ କରୁଛ, ତ ମାହାପୁରୁ ତୁମର୍‌ ପାପ୍‌କେ କ୍ଷାମା କର୍‌ବେ।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 13

ମାହାପୁରୁ ସେ ଲୋକମାନ୍‌କୁଁ ରକ୍ଷା କର୍‌ବେ ଯେନ୍‌ମାନେ ଯୀଶୁ ଉପ୍‌ରେ ବିଶ୍ୱାସ୍‌ କରୁଛନ୍ ଆର୍ ତାହାକୁଁ ନିଜର୍‌ ପ୍ରଭୁ ବଲି ସ୍ୱୀକାର୍ କରୁଛନ୍।ହେଲେ ସେ ସେମାନ୍‌କୁଁ ନେଇଁ ରକ୍ଷା କରନ୍ ଯେନ୍‌ମାନେ କି ତାହାକୁଁ ବିଶ୍ୱାସ୍‌ ନେଇ କରନ୍।ଆର୍ ସେ କେବେ ବି ଇଟା ନେଇ ଦେଖନ୍ ଯେ ତୁମେ ଧନୀ କି ଗରିବ୍‌, ମାହେଜି କି ମୁନୁଷ୍, ବୁଢା କି ଯୁଆନ୍ ଆର୍ ତୁମେ କେନ୍‌ଠାନେ ରହୁଛ। ମାହାପୁରୁ ତମ୍‌କୁ ପ୍ରେମ୍ କର୍‌ସନ୍ ଆର୍ ଚାହେଁସନ୍‌ ଯେ ତୁମେ ଯୀଶୁଙ୍କୁ ବିଶ୍ୱାସ୍‌କର ତାହେଲେଁ ତୁମେ ତାକର୍‌ ବନ୍ଧୁ ହେଇ ପାର୍‌ବ।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 14

ଯୀଶୁ ତମ୍‌କୁ ଡ଼ାକୁଛନ୍ ଯେ ତାକର୍‌ ଉପରେ ବିଶ୍ୱାସ୍‌ କର ଆର୍ ଡ଼ୁବନ୍ ନିଅ। କାଣା ତୁମେମାନେ ବିଶ୍ୱାସ୍‌ କରୁଛ ଯେ, ଯୀଶୁଖ୍ରୀଷ୍ଟ ହିଁ ଉଧାର୍‌ କର୍ତ୍ତା ଆର୍‌ ସେ ହିଁ ଗୁଟେ ବଲି ମାହାପୁରୁର୍‌ ପୁଓ? କାଣା ତୁମେ ବିଶ୍ୱାସ୍‌ କରୁଛ ଯେ ତୁମେ ଗୁଟେ ପାପୀ ଆର୍ ଏନ୍ତାକି ମାହାପୁରୁ ଠାନୁ ସଜା ପାଏବାକେ ଲାଏକ୍ ଅ ? କାଣା ତୁମେ ବିଶ୍ୱାସ୍‌ କରୁଛଯେ ତୁମର୍‌ ପାପ୍‌କେ ନେଇକରି ଯୀଶୁ କୃଶ ଉପରେ ମଲେ?

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 15

ଯଦି ତୁମେମାନେ ଯୀଶୁ ଉପରେ ବିଶ୍ୱାସ୍‌ କରୁଛ ଆର୍ ସେ ତୁମର୍ ଲାଗି ଯାହା ସବୁ କିଛି କରିଛନ୍ ବଲି ସ୍ୱୀକାର୍ କରୁଛ, ତାହେଲେ ତୁମେ ଝନେ ଯୀଶୁଙ୍କର୍‌ ଚାଲା! ଇହାଦେ ଶଏତାନ୍ ଆରୁ ତାର୍ ଅନ୍ଧକାର୍ ରାଏଜ୍‌ନ ତୁମର୍‌ ଉପରେ ଶାସ୍‌ନ କରି ନାଇପାରେ। ହେଲେ ମାହାପୁରୁ ତାକର୍ ଉକିଆ ରାଏଜ୍ ନ ତୁମର୍‌ ଉପରେ ଶାସ୍‌ନ କର୍‌ବେ, ଆଘୋ ଯେନ୍‌ତା ପାପ୍ କରୁଥିଲ ହେନ୍ତା ପାପ୍ ନାଇ କର୍‌ବାର୍ ଲାଗି ସାମର୍ଥ କର୍‌ବେ। ସେ ତମ୍‌କୁ ଗୁଟେ ନୁଆ ଆର୍ ଜିଁ ବାର୍ ଗୁଟେ ସଠିକ୍ ରାସ୍ତା ଦେଇଛନ୍।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 16

ଯଦି ତୁମେ ଯୀଶୁଙ୍କର୍‌ ଚାଲା, ତାହେଲେ ଯେନ୍‌ଟା ଯୀଶୁ କରିଛନ୍ ସେଥିର୍‌ଲାଗି ମାହାପୁରୁ ତୁମର୍ ମାନ୍‌କର୍‌ ପାପ୍‌କେ କ୍ଷମା କରିଦେଲେ, ଇହାଦେ ମାହାପୁରୁ ତୁମ୍‌କେ ଗୁଟେ ଶତୃ ନାଇଁ ଭାବିକରି ଗୁଟେ ଅତି ନିଜର୍‌ ବନ୍ଦୁ ବଲି ମାନ୍‌ସନ୍‌।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 17

ଯଦି ତୁମେ ମାହାପୁରୁର୍‌ ଜନେ ବନ୍ଧୁ ଆର୍ ପ୍ରଭୁଯୀଶୁଙ୍କର୍‌ ସେବକ୍, ତାହେଲେଁ ଯେନ୍‌ତା ଯୀଶୁ ତମ୍‌କୁଁ ଶିଖେଇଛନ୍ ସେଟା ପାଲନ୍ କର୍‌ବାର୍ ଲାଗି ଚାହେଁବ। ଯଦିବି ତୁମେମାନେ ଯୀଶୁର୍‌ ଚାଲା ହେଇଛ ଶଏତାନ୍ ଏବେ ବି ପାପ୍‌ କର୍‌ବାର୍ ଲାଗି ତୁମର୍‌ ପରିକ୍ଷା କର୍‌ବା, ହେଲେ ମାହାପୁରୁ ସବୁବେଲେ ଇଟା କର୍‌ସନ୍ ଯେନ୍‌ଟା ସେ କହେସନ୍ ସେ କର୍‌ବେ। ସେ କହେସନ୍ ଯେ ଯଦି ତୁମେ ତମ୍‌ର ପାପ୍‌କେ ମାନିନେବ ତାହେଲେ ସେ ତମ୍‌କେ କ୍ଷମା କରିଦେବେ।ସେ ତମ୍‌କୁ ପାପର୍‌ ବିରୋଧରେ ଲଢ୍‌ବାର୍ ଲାଗି ଶକ୍ତି ଦେବେ।

49. ୪୯. ମାହାପୁରୁର୍‌ ନୁଆଁ ପ୍ରତିଜ୍ଞା — illustration 18

ମାହାପୁରୁ ତୁମକୁମାନ୍‌କୁ ପାର୍‌ଥନା କର୍‌ବାର୍ ଆର୍ ତାକର୍‌ ବାକ୍ୟ ପଢ଼୍‌ବାର୍‌ ଲାଗି କହେସନ୍‌। ସେ ତମ୍‌କୁ ଅଲଗା ବିଶ୍ୱାସୀ ମାନ୍‌କର୍‌ ସଙ୍ଗେ ମିଶିକରି ତାକର୍‌ ଆରାଧନା କର୍‌ବାର୍‌ଲାଗି ବି କହେସନ୍‌। ତୁମେମାନେ ନିଶ୍ଚେ ଅଲ୍‌ଗା ଲୋକ୍‌ମାନ୍‌କୁ ବି କହେବ ଯେ, ସେ ତୁମର୍ ଲାଗି କାଣା କାଣା କରିଛନ୍। ଯଦି ତୁମେମାନେ ଇ ସବୁ କାମ୍‌କେ କର୍‌ବ, ତାହେଲେ ତୁମେ ତାକର୍‌ ଅତି ନିଜର ବନ୍ଧୁ ହେଇଯିବ।

ବାଇବଲ୍‌ର କଥାନୀ: ଆଦିପୁସ୍ତକ ୩; ମାଥିଉ ୧୩-୧୪; ମାର୍କ ୧୦:୧୭-୩୧; ଲୁକ ୨; ୧୦:୨୫-୩୭; ୧୫; ଯୋହନ ୩:୧୬; ରୋମିୟ ୩:୨୧-୨୬, ୫:୧-୧୧; ୨ କରିନ୍ଥୀୟ ୫:୧୭-୨୧; କଲସୀୟ ୧:୧୩-୧୪; ୧ ଯୋହନ ୧:୫-୧୦

Read in the reader

Free to use, adapt, and share under an open license (CC BY-SA 4.0).