48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 1

ଯେତ୍‌କିବେଲ୍‌କେ ମାହାପୁରୁ ସଂସାର୍ କେ ବନାଲେ ତ ସବୁକିଛି ଠିକ୍‌ ଥିଲା।କିଛି ପାପ୍ ନେଇଥାଇଁ।ଆଦମ୍‌ ଆର୍ ହବା ଦୁହେଁ ଦୁହେଁକେ ଭଲ୍‌ପାଉଥିଲେ।ସେତ୍‌କି ବେଲ୍‌କେ ଦୁଃଖ୍ ବେମାର୍ କି ମରନ୍‌ ନେଇଁ ଥାଇ। ମାହାପୁରୁ ଇନ୍‌ତା ଗୁଟେ ସଂସାର କର୍‌ବାର୍‌ଲାଗି ଚାହିଁଥିଲେ।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 2

ବଗିଚା ନ ଶଏତାନ୍ ସାଁପ୍ ହଇକରି ହବା ନିକେ ଆସ୍‌ଲା କାଁକରି କି ସେ ହବାକେ ଠକ୍‌ବାର୍‌ଲାଗି ଚାହୁଁଥିଲା। ତେହେରୁଁ ହବା ଆରୁ ଆଦମ୍‌ ମହାପୁରୁର୍‌ ବିରୋଧ୍ ରେ ପାପ୍‌ କରିଥିଲେ। ତାକର୍‌ କରିଥିବାର୍ ପାପର୍‌ଲାଗି, ଇ ସଂସାର୍‌ର ସବୁଲୋକ୍‌ ମର୍‌ସନ୍।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 3

ଆଦମ୍ ଆର୍ ହବା ପାପ୍‌ କର୍‌ବାର୍ ନୁ, ଆର୍‌ବି ଅନେକ୍‌ ଖରାପ୍ ଜିନିଷ ଘଟିଗଲା। ସେମାନେ ମାହାପୁରୁର୍ ବିରୋଧ ରେ ପାପ୍‌ କଲେ। ତାର୍ ପରିଣାମ୍, ସେତ୍‌କିଦିନୁ ପ୍ରତେକ୍ ଲୋକ୍‌ ପାପ୍ କରିଚାଲିଛନ୍। ପ୍ରତେକ୍‌ଲୋକ ଜନମ୍‌ ହେଲେକି ମାହାପୁରୁର୍ ଶତ୍ରୁ। ଲୋକ୍‌ମାନ୍‌କର୍‌ ଆର୍ ମହାପୁରୁ ଭିତରେଁ ଶାନ୍ତି ନେଇଁଥାଇଁ। ହେଲେ ମହାପୁରୁ ଶାନ୍ତି ଆନ୍‌ବାର୍‌ଲାଗି ଚାହୁଁଥିଲେ।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 4

ମାହାପୁରୁ ପ୍ରତିଜ୍ଞା କଲେ ଯେ ହବାର୍ ଗୁଟେ ବଂଶର୍ ଲୋକ୍ ଶୈତାନ୍‌ର ମୁଡ଼ କେ ବିଦ୍‌ରାବା। ଆର୍‌ ଶଏତାନ୍‌ର ଶକ୍ତିକେ ସବୁଦିନର୍ ଲାଗି ଶେଷ୍ କରି ଦେବେ।ବହୁତ୍ ବରଷ୍‌ ପରେ, ମାହାପୁରୁ ଦେଖାଲେ ଯେ ସେ ମସିହା ଟା ଯୀଶୁ ଅନ୍।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 5

ମାହାପୁରୁ ନୋହକେ ଗୁଟେ ଡ଼ଙ୍ଗା ବନାବାର୍ ଲାଗି କହେଲେ ଇଥିର୍‌ଲାଗିକି ସେ ଯେନ୍‌ ଜଲ୍‌ବୁଡ଼ିକେ ପଠାବାର୍‌କେ ଯଉଛନ୍ ସେନୁ ତାର୍ ପରିବାର୍‌କେ ବଚେଁଇ ପାର୍‌ବା।ଇନ୍ତା କରି ମାହାପୁରୁ ସେ ଲୋକମାନ୍‌କୁ ବଚାଁଉଥିଲେ ଯେନ୍‌ମାନେ ତାକର୍‌ଠାନେ ବିଶ୍ୱାସ୍‌ କରୁଥିଲେ।ଏନ୍ତା କିସ୍‌ମେ, ସବେ ମାହାପୁରୁ ଦ୍ୱାରା ମାରିଦିଆ ଯିବାର୍ ଲାଏକ୍‌ଥିଲେ, କାଏଁଯେ କି ସବେ ପାପ୍ କରିଥିଲେ। ହେଲେ ମାହାପୁରୁ ଇ ସମ୍‌କୁଁ ବଚାବାର୍ ଲାଗି ଯୀଶୁଙ୍କୁ ପଠାଲେ ଯେନ୍‌ମାନେ ତାକର୍ ଉପ୍‌ରେ ବିଶ୍ୱାସ୍‌ କର୍‌ସନ୍।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 6

ଶହ ଶହ ବରଷ୍‌ ତକ୍, ଯାଜକ୍‌ ମାନେ ମାହାପୁରୁର୍ କେ ବଲି ଚଢ଼ଉଥିଲେ।ତାର୍ ଅର୍ଥ ଇଟା ହେଲାଯେ ଲୋକ୍‌ମାନେ ପାପ୍‌ କରୁଥିଲେ ଆର୍ ସେଥିର୍‌ଲାଗି ସେମାନେ ମାହାପୁରୁ ନୁ ସଜା ପାଏବାର୍ ଲାଏକ୍ ଥିଲେ। ହେଲେ ସେସବୁ ବଲିଦାନ୍ ସେମାନ୍‌କର୍ ପାପ୍ କ୍ଷମା କରିନାଇ ପାର୍‌ଲା। ସେ ଯାଜକ୍‌ ମାନେ ଯେନ୍‌ଟା କରି ନେଇଁ ପାର୍‌ଲେ ଯୀଶୁ ସେଟା କଲେ।ସମ୍‌କିରର୍‌ ପାପର୍‌ ଲାଗି ଗୁଟେ ଖାଲି ବଲିଦାନ୍ ଚଢ଼ାବାର୍ ଳାଗି ଯୀଶୁ ନିଜ୍‌କେ ଦେଇଦେଲେ, ଯେନ୍‌ଟାକି ଆମେ ଆମର୍ ପାପର୍‌ ଲାଗି ସଜା ପାଇବାର୍ ଥିଲା, ସେ ନିଜେ ଆମର୍‌ ପାପର୍‌ଲାଗି ଶାସ୍ତି ପାଏଲେ, ଇ କାରନ୍ ନୁ, ଯୀଶୁ ଜନେ ମହାନ୍ ଯାଜକ୍ ଅନ୍।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 7

ମାହାପୁରୁ ଅବ୍ରାହାମ୍ କେ କହିଥିଲେ, “ତୁମର୍ ଦେଇ ମୁଇଁ ପୁର୍‌ଥିର୍‌ ସବୁଜାତିର୍‌ ଲୋକ୍ ମାନ୍‌କୁଁ ଆର୍ଶବାଦ୍‌ କର୍‌ମି।“ଯୀଶୁ, ଅବ୍ରାହାମ୍‌ଙ୍କର୍‌ ଗୁଟେ ବଂଶଧର୍ ଥିଲେ। ମାହାପୁରୁ ସବୁଜାତିର୍ ଲୋକ୍‌କୁ ଅବ୍ରାହାମ୍ ଦେଇ ଆର୍ଶିବାଦ କରିଛନ୍‌, କାର୍‌ନ୍‌ ଯେନ୍‌ମାନେ ଯୀଶୁଙ୍କୁ ବିଶ୍ୱାସ୍‌ କର୍‌ସନ୍ ସେ ପ୍ରତେକ୍‌ ଲୋକ୍‌ ମାନ୍‌କୁ ସେମାନ୍‌ଙ୍କର୍‌ ପାପ୍‌ନୁ ସେମାନ୍‌କୁଁ ରକ୍ଷା କର୍‌ସନ୍। ଯେତ୍‌କିବେଲ୍‌କେ ଇ ଲୋକମାନେ ଯୀଶୁଠାନେ ବିଶ୍ୱାସ୍‌ କର୍‌ସନ୍, ମାହାପୁରୁ ଇମାନ୍‌କୁ ଅବ୍ରାହାମ୍ ର ବଂଶଧର୍‌ ବଲି ମନେ କର୍‌ସନ୍।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 8

ମାହାପୁରୁ ଅବ୍ରାହାମ୍‌କେ ତାକର୍ ଗୁଟେ ବଲି ନିଜର୍ ପୁଓ ଇସାକ୍‌କେ ବଲି ଚଡ଼ାବାର୍‌ଲାଲାଗି କହେଲେ , ହେଲେ ମାହାପୁରୁ ଇସାକ୍‌ କେ ବଲି ଦେବାର୍ ଜାଗାନ ମେଢ଼ି ପଟେକେ ଦେଲେ। ଆମେ ସବେ ଆମର୍ ପାପର୍‌ଲାଗି ମର୍‌ବାର୍ ଲାଏକ୍ ଥିଲାଁ। ହେଲେ ମାହାପୁରୁ ଆମର୍ ପାପର୍ ଲାଗି ବଲିରୁପେଁ ମର୍‌ବାର୍‌କେ ଯୀଶୁଙ୍କୁ ଦେଲେ।ସେଥିର୍ ଲାଗି ଆମେ ଯୀଶୁକୁ ମାହାପୁରୁର ମେଷଶାବକ ବଲି କହେସୁଁ।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 9

ଯେତେବେଲେ ମାହାପୁରୁ ମିଶର୍‌ ଦେଶ୍‌କେ ଶେଷ୍‌ ବିପତ୍ତି ପଠାଲେ, ସେ ଇସ୍ରାଏଲ୍‌ର ସବୁ ପରିବାର୍‌କେ କହେଲେ ଯେ, ସେମାନେ ଗୁଟେ ମେଢ଼ିକେ ବଳି ଚଡ଼ାବେ। ଇ ମେଢ଼ି ନିଖୁନ୍‌ ଥିବାର୍ କଥା।ସେମାନେ ତାକର୍ ଘରର୍ କବାଟର୍‌ ଉପରେଁ ଆର୍ ଚାରିଆଡ଼େ ସେ ରକତ୍‌କେ ଲଗାବାର୍‌ଥିଲା। ଯେତ୍‌କିବେଲ୍‌କେ ମାହାପୁରୁ ଇ ରକତ୍ କେ ଦେଖ୍‌ଲେ ସେ ଇମାନ୍‌କର୍ ଘରୁ ଆଗ୍‌କେ ପାର୍‌ହଇ ଗଲେ ଆର୍ ଇମାନ୍‌କର୍ ପରୁହାଁ ପୁଓ ମାନ୍‌କୁ ନାଇ ମାର୍‌ଲେ।ଯେତ୍‌କିବେଲ୍‌କେ ଇନ୍ତା ହେଲା ମାହାପୁରୁ ଇତାକେ ନିସ୍ତାର୍ ପରର୍ବବଲି କହେଲେ।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 10

ଯୀଶୁ ନିସ୍ତାର ପରବ୍‌ ର ଗୁଟେ ମେଢ଼ି ବାଗିର୍‌।ସେ କେବେବି ପାପ୍ ନାଇକରିଥାଇଁ, ଇଥିର୍ ଲାଗି ତାକର୍ କିଛି ଦୋଷ ନାଇଁ ଥାଇଁ।ସେ ନିସ୍ତାର ପରବ୍ ସମିଆଁଥିଁ ବଲି ହେଇ ଥିଲେ। ଯିଏବି ଯୀଶୁଙ୍କୁ ବିଶ୍ୱାସ୍‌ କର୍‌ସି ଯୀଶୁଙ୍କର୍‌ ରକତ୍ ସେ ଲୋକର୍ ପାପକେ ଧୁଇଦେସି।ଯୀଶୁଙ୍କର୍ ରକତ୍ ସେ ଲୋକର୍ ପାପର୍ ମୂଲ୍ ଚୁକାଲେ।ଯେନ୍ ପାପର୍ ଦଣ୍ଡ ମୁନୁଷ୍ ପାଏବାର୍ ଥିଲା ଖ୍ରୀଷ୍ଟ ନିଜର୍ ଉପର୍ କେ ନେଲେ ଆର୍ ଦଣ୍ଡ ପାଏଲେ ଯେନ୍‌ତା ଆର୍ ମୁନୁଷ୍ ପାପର୍ ଦଣ୍ଡ ନାଇଁ ପାଏ।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 11

ମାହାପୁରୁ ଇସ୍ରାଏଲ୍ ଲୋକ୍ ମାନ୍‌କର୍ ସାଙ୍ଗେ ଗୁଟେ ଚୁକ୍ତି କଲେ, କାରନ୍ ସେମାନ୍‌ଙ୍କୁ ତାକର୍ ଲୋକ୍ ହେବାର୍ ଲାଗି ବାଛିଥିଲେ। ହେଲେଁ, ମାହାପୁରୁ ଇହାଦେ ଗୁଟେ ନୁଆଁ ଚୁକ୍ତି କଲେ, ଯେନ୍‌ତା କି ସମ୍‌କିରର୍ ଲାଗି। କେନ୍‌ସି ଜାତିର୍ ଲୋକ୍ ବି ଇ ଚୁକ୍ତି କେ ଗ୍ରହନ୍ କର୍‌ସି ସେ ମାହାପୁରୁରୁର୍ ଲୋକ୍ ମାନ୍‌କର୍ ସଙ୍ଗେ ମିଶି ଯାଇସି।ସେ ପର୍‌ଭୂ ଯୀଶୁଙ୍କୁ ବିଶ୍ୱାସ୍ କରୁ ଥିବାର୍ ଲାଗି ଇନ୍‌ତା ହେସି।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 12

ମୋଶା ଗୁଟେ ଭବିଷ୍ୟତବକ୍ତା ଥିଲେ ଯିଏକି ମାହାପୁରୁର୍‌ ବାକ୍ୟକେ ଜୋର୍‌ସୋର୍ ପର୍‌ଚାର୍‌ କରୁଥିଲେ।ହେଲେଁ ଯୀଶୁ ସବୁ ଭବିଷ୍ୟତ୍‌ବକ୍ତା ମାନ୍‌କର୍ ଠାନୁ ବଡ଼ ଆନ୍‌। ସେ ମାହାପୁରୁ ଆନ୍, ଇଥିର୍‌ଲାଗି ସେ ଯାହା କରିଛନ୍‌ ଆର୍ ଯାହା କହିଛନ୍ ସେଟା ମହାପୁରୁର୍‌ କାମ୍‌ ଆର୍ ବାକ୍ୟ ଥିଲା। ଇଥିର୍‌ଲାଗି ପବିତ୍ର ଶାସ୍ତ୍ର ନ ଯୀଶୁଙ୍କୁ ମାହାପୁରୁ ର ବାକ୍ୟ କହେସନ୍‌।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 13

ମାହାପୁରୁ ରଜା ଦାଉଦ୍‌ ସାଙ୍ଗେ ଗୁଟେ ପ୍ରତିଜ୍ଞା କରିଥିଲେ ଯେ ତାକର୍‌ ବଂଶ୍‌ଧର୍‌ ଝନେ ରଜା ହିସାବେ ମାହାପୁରୁର୍‌ ଲୋକ ମାନ୍‌କର୍ ଉପରେ ସବୁଦିନର୍ ଲାଗି ଶାସନ୍ କର୍‌ବେ।ଯୀଶୁ ମାହାପୁରୁର୍‌ ପୁଓ ଆର୍ ଖ୍ରୀଷ୍ଟ ଆନ୍, ଇଥିର୍ ଲାଗି ସେ ରଜା ଦାଉଦ ବଂଶ୍‌ଧର୍ ଯିଏକି ସବୁଦିନର୍‌ ଲାଗି ଶାସନ୍ କରି ପାର୍‌ବେ।

48. ୪୮. ଯୀଶୁ ପ୍ରତିଜ୍ଞାର୍ ମସିହା — illustration 14

ଦାଉଦ୍‌ ଇଶ୍ରାଏଲ୍‌ର ରାଜା ଥିଲେ, ହେଲ ଯୀଶୁ ସାରା ସଂସାର୍ ର ରାଜା ଅନ୍। ସେ ଆର୍‌ଥରେ ଆସ୍‌ବେ ଆର୍ ସବୁଦିନର୍ ଲାଗି ନିଏ ଆର୍ ଶାନ୍ତି ନ ତାକର୍ ରାଏଜ୍‌କେ ଶାସନ୍‌ କର୍‌ବେ।

ବାଇବଲ୍‌ର କଥାନୀ: ଆଦିପୁସ୍ତକ ୧-୩, ୬, ୧୪, ୨୨; ଯାତ୍ରାପୁସ୍ତକ ୧୨, ୨୦; ୨ ସାମୁଏଲ ୭; ଏବ୍ରି ୩:୧-୬, ୪:୧୪-୫:୧୦, ୭:୧-୮:୧୩, ୯:୧୧-୧୦:୧୮; ପ୍ରକାଶିତବାକ୍ୟ ୨୧

Read in the reader

Free to use, adapt, and share under an open license (CC BY-SA 4.0).