47. ୪୭. ଫିଲିଫ୍ନ ପାଉଲ ଆର୍ ଶିଲା
ଯେତ୍କିବେଲ୍କେ ଶାଉଲ୍ ପୁରା ରୋମ ସାମ୍ରାଜ୍ୟଥିଁ ଯାତ୍ରା କରୁଥିଲେ ସେ ତାକର୍ ରୋମି ନାଁ “ପାଉଲ୍” ର ବ୍ୟବହାର୍ କଲେ, ଦିନେ ପାଉଲ ଆର୍ ତାକର୍ ସାଙ୍ଗ୍ ଶିଲା ଫିଲିଫ୍ ନଗର୍ ରେ ଯୀଶୁଙ୍କର୍ ମଙ୍ଗଲ ସୁସମାଚାର୍ ଶୁନାବାର୍ ଲାଗି ଗଲେ। ସେମାନେ ନଗର୍ର୍ ବାହାରେ ଥିବାର୍ ନଏଦ ଖଣିର୍ ଗୁଟେ ଜାଗାକେ ଗଲେ ଯେନ୍ନ ଲୋକ୍ ମାନେ ପାର୍ଥନା କର୍ବାର୍ ଲାଗି ଜମା ହେଇଥିଲେ। ସେନ ଲୁଦିଆ ବଲି କରି ଗୁଟେ ଟୁକେଲ୍ ସାଙ୍ଗେଁ ଭେଟ୍ ପଡ଼ଲେ ଯିଏକି ଗୁଟେ ବେପାରୀ ଥିଲା। ସେ ମାହାପୁରୁକେ ପ୍ରେମ୍ କରୁଥିଲା ଆର୍ ତାକର୍ ଆରାଧନା କରୁଥିଲା।
ମାହାପୁରୁ ଲୁଦିଆକେ ଯୀଶୁଙ୍କର୍ ସଂଦେଶ କେ ବିଶ୍ୱାସ୍ କର୍ବାର୍ ଲାଗି ସକ୍ଷମ୍ କଲେ। ପାଉଲ ଆର୍ ଶିଲା ତାହାକେ ଆର୍ ତାର୍ ପରିବାର୍କେ ଡ଼ୁବନ୍ ଦେଲେ। ସେ ପାଉଲ ଆର୍ ଶିଲାକେ ତାକର୍ ଘରେ ରହେବାର୍ ଲାଗି ନିମନ୍ତ୍ରଣ କଲେ, ତେହେରୁଁ ସେମାନେ ସେନ ରହେଲେ।
ପାଉଲ ଆର୍ ଶିଲା ବାର୍ ବାର୍ ଲୋକ୍ ମାନ୍କର୍ ସାଙ୍ଗେ ଗୁଟେ ଯାଗାନ ଭେଟ୍ ପଡ଼ୁଥିଲେ, ଯେନ୍ ନ କି ଯିହୁଦୀ ଲୋକମାନେ ପ୍ରାର୍ଥନା କରୁଥିଲେ। ସବୁ ଦିନେ ଯେତ୍କିବେଲ୍କେ ସେମାନେ ସେନିକେ ଯାଉଥିଲେ, ଗୁଟେ ଦାସୀ ଟୁକେଲ୍ ଯାହାକେ ଭୁତ୍ ଧରିଥିଲା, ଆର୍ ସେ ତାର୍ ପିଛା କରୁଥିଲା। ସଏତାନ୍ ଦ୍ୱାରା ଇ ଦୁଷ୍ଟ ଆତ୍ମା ଲୋକ୍ ମାନ୍କର୍ ଭବିଷ୍ୟତ୍ ଅନ୍ମାନ୍ କରି କହୁଥିଲା।ସେଥିର୍ ଲାଗି ସେ ଗୁଟେ ଭବିଷ୍ୟତ୍ବକ୍ତା ହିସାବେ ତାର୍ ମାଲିକ୍ ଲାଗି ବହୁତ୍ ଟଙ୍କା ପଏସା କମଉ ଥିଲା।
ଇ ମାନେ ଯାଉ ଥିଲା ସମିୟାଥିଁ ଇ ଚାକେରେନ୍ ଟୁକେଲ୍ ବହୁତ୍ କିର୍ଲେଇ କରି କହୁଥିଲା, “ଇ ଲୋକମାନେ ସବୁଠାନୁ ବଡ଼ ମାହାପୁରୁର ସେବକ୍ ଅନ୍। “ ସେମାନେ ତମ୍ଙ୍କୁ ମୁକ୍ତି ପାଇବାର୍ ବାଟ୍ ବାବ୍ଦେଁ କହୁଛନ୍।”
ଶେଷେଁ, ଦିନେ ଯେତ୍କିବେଲ୍କେ ଚାକ୍ରାନି ଟୁକେଲ୍ ରଡ଼ା କିଲ୍ଲା ଆରମ୍ କଲା, ପାଉଲ୍ ତାର୍ ଆଡ଼୍କେ ଦେଖ୍ଲେ ଆର୍ ତାର୍ ଭିତରେଁ ଥିବାର୍ ଦୁଷ୍ଟ ଆତ୍ମାକେ କହେଲେ, “ଯୀଶୁଙ୍କର୍ ନାଁ ରେ ବାହାରି ଯା, ସାଙ୍ଗେ ସାଙ୍ଗ ସେ ଭୁତ୍ ବାହାରି ଗଲା।
ଇ ଚାକର୍ ଟୁକେଲ୍ ର ମାଲିକ୍ ବହୁତ୍ ରାଗିଗଲା!ଇମାନେ ଯାନିପାର୍ଲେ ଯେ, ଇ ଦୁଷ୍ଟ୍ ଆତ୍ମାର୍ ବିନା ସେ କେଭେ ଲୋକର୍ କଥା କହି ନେଇପାରେ।ଇତାର୍ ଅର୍ଥ ଲୋକ୍ମାନେ ଇହାଦେ ତାର୍ ମାଲିକ୍କେ ଭାଗ୍ୟ ଦେଖାବାର୍ କେ ଆରୁ ପଏସା ନେଇ ଦିଅନ୍।
ଇଥିର୍ଲାଗି ଇ ଚାକ୍ରାନି ଟୁକେଲ୍ର ମାଲିକ୍ ପାଉଲ୍ ଆର୍ ଶିଲାକେ ରୋମ୍ର ଅଧିକାରୀ ମାନ୍କର୍ ପାଖ୍କେ ନେଇଗଲା, ଯିଏକି ପାଉଲ୍ ଆର୍ ଶିଲା କେ ପିଟି ଥିଲା, ଆର୍ ଫେର୍ ସେମାନ୍କେ ଜେଲ୍ ଖାନା ନ ଭରିଦେଇ ଥିଲା।
ସେମାନେ ପାଉଲ ଆର୍ ଶିଲାକେ ଜେଲ୍ ଖାନାର୍ ଏନ୍ତା ଜାଗା ନ ରଖିଥିଲେ କି ଯେନ୍ନ ସବୁଆଡେ ସିପାଇ ଯୁଗିଥିଲେ, ସେମାନେ ତାକର୍ ଗୋଡ୍ ହାତ୍କେ ବଡ୍ ଗଛର୍ ଖୁଟାଥିଁ ବାନ୍ଦି ଦେଇ ଥିଲେ। ହେଲେ ପାଉଲ ଆର୍ ଶିଲା ଅଧାରାତି, ମାହାପୁରୁର୍ ସ୍ତୁତି ପ୍ରଶଂସା ଗୀତ୍ ଗାଉଥିଲେ।
ଅଚାନକ୍ ଗୁଟେ ଭୁମିକମ୍ପ ହେଲା! ଜେଲ୍ଖାନା ର ସବୁ କବାଟ୍ ଝର୍କାର୍ ବାଟ୍ ଖୁଲିଗଲା, ସବୁ କଏଦି ମାନ୍କର୍ ହାତୁଁ ଚେନ୍ ଖୁଲିଗଲା।
ତେହେରୁଁ ଜୁଗୁଆଲି ନିଦୁଁ ଚେତ୍ଲା, ତେହେରୁଁ ସେ ଦେଖ୍ଲା ଯେ ଜେଲ୍ଖାନାର୍ ଦୁଆର୍ ମୁହୁଁ ଖୁଲା ହେଇ ଯାଇଛେଁ। ସେ ଭାବ୍ଲା ଯେ ସବୁ କଏଦି ଖସିକରି ପଲେଇ ଯାଇଥିବେ। ସେ ଡ଼ରିଗଲା ଯେ ସେମାନେ ସବେ ପଲାଇ ଯାଇଥିବେ ଆର୍ ରୋମିର ଅଧିକାରୀ ମାନେ ତାହାକେ ମାରି ଦେବେ, ଇଥିର୍ଲାଗି ସେ ନିଜେ ନିଜ୍କେ ଆତ୍ମହତ୍ୟା କର୍ବାର୍ ଲାଗି ତେଆର୍ ହେଇଗଲା।ହେଲେ ପାଉଲ ତାହାକେ ଦେଖି ରଡ଼ିକରି କହେଲେ, ରହ! ନିଜର୍ କ୍ଷତି ନାଇ କର।ଆମେ ସଭେ ଇନ ଅଛୁଁ।
ଜଗୁଆଲି ଥରି ଥରି ପାଉଲ୍ ଆର୍ ଶିଲାର୍ ପାଶ୍କେ ଆଏଲା ଆର୍ ପଚାରାଲା, “ ଅନନ୍ତ ଜୀବନ୍ ପାଏବାର୍କେ ମତେ କଣା କର୍ବାର୍କେ ପଡ଼ବା?” ପାଉଲ ଉତର୍ ଦେଲେ, “ପ୍ରଭୁ ଯୀଶୁ ମାହାପୁରୁର୍ ଠାନେ ବିଶ୍ୱାସ୍ କର ତୁମେ ଆର୍ ତମର୍ ପରିବାର୍ ପରିତ୍ରାଣ ପାଏବ। ତେହେରୁଁ ସେ ଜେଲ୍ର ଜୁଗୁଆଲି ପାଉଲ୍ ଆର୍ ଶିଲା କେ ତାକର୍ ଘର୍କେନେଲା ଆର୍ ତାକର୍ ଘାଆ କେ ସଫାକଲା। ପାଉଲ ଯୀଶୁଙ୍କର୍ ସୁସମାଚାର୍ ତାକର୍ ଘର୍ର ସବୁଲୋକକେ ଶୁନାଲେ।
ସେ ଜେଲ୍ ଜୁଗୁଆଲି ଆର୍ ତାର୍ ପରିବାର୍ ଯୀଶୁଙ୍କୁ ବିଶ୍ୱାସକଲେ , ତାର୍ପରେ ପାଉଲ ଆର୍ ଶିଲା ଜଗୁଆଲିକେ ଆର୍ ତାର୍ କୁଟୁମ୍ ବସିଆ ସମ୍କୁ ଡ଼ୁବନ୍ ଦେଲେ।ତେହେରୁଁ ଜଗୁଆଲି, ପାଉଲ୍ ଆର୍ ଶିଲାକେ ଖାଏବାର୍କେ ଦେଇ କରି ସେମାନେ ସବେ ମିଶି କରି ଖୁସି ମନାଲେ।
ତାର୍ ଆରଦିନେ, ସେ ସହର୍ର ନେତା ପାଉଲ୍ ଆର୍ ଶିଲା କେ ଜେଲ୍ ନୁ ବାହାର୍ କଲେ ଆର୍ ଫିଲିଫ୍ ସହର୍ନୁ ଯିବାର୍ ଲାଗି କହେଲେ।ପାଉଲ୍ ଆର୍ ଶିଲା ଲୁଦିଆକେ ଗଲେ ଆର୍ କେତେଟା ତାକର୍ ସାଙ୍ଗ୍ମାନ୍କୁଁ ଭେଟ୍ପଡ୍ଲେ ଆର୍ ସହର୍କେ ଛାଡିକରି ପଲାଲେ। ଯୀଶୁଙ୍କର୍ ସୁସମାଚାର୍ ସବୁଆଡ଼େ ଚହିଲି ଗଲା ଆର୍ ମଣ୍ତଲି ମାନେବି ବଢିଚାଲ୍ଲା।
ପାଉଲ ଆର୍ ବିଶ୍ୱାସୀମାନ୍କର୍ ଅଲଗା ନେତାମାନେ ଅନେକ ନଗର୍ ମାନ୍କୁଁ ଯାତ୍ରା କଲେ। ସେମାନେ ଲୋକ୍ ମାାନ୍କୁ ପର୍ଚାର୍ କଲେ ଆର୍ ଯୀଶୁଙ୍କର୍ ବାବ୍ଦେଁ ସୁସମାଚାର ଶୁନାଲେ, ସେମାନେ ତାକର୍ ମଣ୍ତଲିର୍ ବିଶ୍ୱାସୀ ମାନ୍କୁ ଉସାହିତ୍ ଆର୍ ଶିକ୍ଷା ଦେବାର୍ଲାଗି କେତେ ଚିଠିମାନେ ବି ଲେଖ୍ଲେ। ଇଥିର୍ ଭିତୁରୁ କେତେଟା ଚିଠି ବାଇବଲ୍ର ପୁସ୍ତକ ହେଲା।
ବାଇବଲ୍ର କଥାନୀ: ପ୍ରେରିତ ୧୬:୧୧-୪୦
Free to use, adapt, and share under an open license (CC BY-SA 4.0).