46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ

46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ — illustration 1

ଶାଉଲ ବଲି କରି ଜଣେ ଲୋକ୍ ଥିଲେ ଯିଏ କି ଯୀଶୁଙ୍କୁ ବିଶ୍ୱାସ୍ ନାଇଁ କରୁଥାଇଁ। ଯେତ୍‌କି ବେଲ୍‌କେ ସେ ଜୁଆନ୍ ଥିଲେ, ସେ ଷ୍ଟିଫାନ୍ କେ ମାରିଥିବାର୍ ଲୋକ୍ ମାନ୍‌କର୍ କପ୍‌ଡ଼ା ଜୁଗୁଥିଲେ।ପରେ ସେ ବିଶ୍ୱାସୀ ମାନ୍‌କୁଁ ତାଡ଼ନା କରୁଥିଲେ। ସେ ଯିରୁଶାଲମ୍ ନ ବିଶ୍ୱାସୀ ଘର୍ ମାନ୍‌କୁ ଯାଇକରି ସେ ସେମାନ୍‌କୁ ବାନ୍ଧିକରି ଜେଲ୍ ଖାନାଥିଁ ପକେଇ ଦେଉ ଥିଲେ। ଇସମିୟାଁ ଭିତ୍‌ରେ ମହାଯାଜକ୍‌ ଶାଉଲ୍‌କେ ଦାମେସକ୍ ସହର୍‌କେ ଯିବାର୍ ଲାଗି ଅନୁମତି ଦେଲେ। ସେ ଶାଉଲ୍‌କେ ଯୀଶୁଙ୍କର୍ ଚାଲା ମାନ୍‌କୁ ଗିରଫ୍ କର୍‌ବାର୍‌କେ ଆର୍ ସେମାନ୍‌କୁ ଯିରୁଶାଲମ୍‌ନୁ ଫେଇ ଆନ୍‌ବାର୍‌କେ କହେଲେ।

46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ — illustration 2

ତେହେରୁଁ ଶାଉଲ ଦାମେସକ୍‌ ଯିବାର୍ କେ ଲାଗ୍‌ଲେ।ସେ ସହର୍‌କେ ପହୁଁଚିବାର୍ ଆଗୋନୁ ଆକାଶେଁ ଗୁଟେ ଉକିଆ ତାକର୍‌ ଚାରି ପାଖେଁ ଘେରି ଦେଲା, ଆର୍ ସେ ତଲେ ପଡ଼ିଗଲେ।ଶାଉଲ ଶୁନ୍‌ଲେ କିଏ ଜଣେ କହୁଛେ, “ଶାଉଲ! ଶାଉଲ! ତମେ ମତେ କାଏଁଯେ ତାଡ଼ନା କରୁଛ?” ଶାଉଲ ପଚ୍‌ରାଲେ, “ ହେ ସ୍ୱାମି ତମେ କିଏ ଅ?” ଯୀଶୁ ତାହାକେ ଉତର୍ ଦେଲେ, “ମୁଇଁ ଯୀଶୁ। ତମେ ମତେ ତାଡ଼ନା କରୁଛ !’’

46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ — illustration 3

ଯେତ୍‌କିବେଲ୍‌କେ ଶାଉଲ ଠିଆ ଉଠ୍‌ଲେ ସେ ଦେଖି ନାଇଁ ପାର୍‌ଲେ।ତାକର୍ ସାଙ୍ଗ୍ ମାନେ ତାହାକେ ଦାମେସକ୍ କେ ନେଇ ଗଲେ।ଶାଉଲ୍ ତିନ୍‌ଦିନ୍ ତକ୍ ନାଇଁ ଖାଇଲେ କି ନାଇଁ ପିଇଲେ।

46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ — illustration 4

ହାନାନିଅ ବଲିକରି ଗୁଟେ ଚାଲା ଥିଲା।ମାହାପୁରୁ ତାହାକେ କହେଲେ, “ ଶାଉଲ ଯେନ୍ ଜାଗାନ ରହୁଛନ୍ ସେ ଘର୍ ନିକେ ଯଅ, ଆର୍ ତାର୍ ଉପରେ ତୁମର୍‌ ହାତ୍ ରଖ, ଯେନ୍‌ତା କି ସେ ଆର୍ ଥରେ ଦେଖି ପାର୍‌ବା।“ ହେଲେ ହାନାନିଅ କହେଲା, ସ୍ୱାମି, ମୁଇଁ ସୁନିଛେଁ ଯେ ଇ ଲୋକ୍ ବିଶ୍ୱାସ୍ କରୁଥିବାର୍ ଲୋକ୍ ମାନ୍‌କେ ତାଡ଼ନା କର୍‌ସି।” ମାହାପୁରୁ ତାହାକେ କହେଲେ, “ଯଅ! ଯିହୁଦୀ ଲୋକ୍ ମାନ୍‌କର୍‌ନ ଆର୍ ଅଲ୍‌ଗା ଜାତିର୍‌ ଲୋକ ମାନ୍‌କର୍‌ନ, ମୋର୍‌ ନାଁ କେ ଘୋଷଣା କର୍‌ବାର୍‌କେ ମୁଇଁ ତାହାକେ ବାଛିଛେଁ।ସେ ମୋର୍‌ ନାଁରେ ବହୁତ୍ କଷ୍ଟ୍ ପାଏବେ।”

46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ — illustration 5

ଆର୍ ହାନାନିଅ ଶାଉଲ୍‌ ନିକେ ଗଲେ, ତାକର୍ ହାତ୍‌କେ ତାକର୍ ଉପ୍‌ରେ ରଖ୍‌ଲେ, ଆର୍ କହେଲେ, ଯୀଶୁ, ଇଠାନ୍‌କେ ତମେ ଆସ୍‌ବାର୍ ବାଟେଁ ତୋମର୍‌ଠାନେ ଦେଖା ହେଇଥିଲେ, ସେ ମତେ ତୁମର ପାସ୍‌କେ ପଠେଇଛନ୍ ଯେନ୍‌ତା ଆର୍ ଥରେ ତୁମେ ଦେଖି ପାର୍‌ବ, ଆର୍ ସେ ତୁମ୍‌କୁଁ ପବିତ୍ରଆତ୍ମାରେ ଭରି ଦେବେ।ତୁରନ୍ତ ସେ ଦେଖ୍‌ବାର୍ ଲାଗି ସକ୍ଷମ୍ ହେଇ ପାର୍‌ଲେ, ଆର୍ ହାନାନିଅ ତାହାକୁଁ ଡ଼ୁବନ୍ ଦେଲେ। ତେହେରୁଁ ଶାଉଲ୍ ଖାନା ଖାଏଲେ ଆର୍‌ ଆରୁ ଥରେ ବଲ୍‌ ପାଏଲେ।

46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ — illustration 6

ସେଦିନୁ ଶାଉଲ ଦମେସକ୍‌ ନ ଥିବାର ଯିହୁଦୀ ମାନ୍‌କର୍ ଠାନେ ପର୍‌ଚାର୍‌ କର୍‌ବାର୍ ଆରମ୍ କଲେ। ସେ କହେଲା, “ ଯୀଶୁ ମାହାପୁରୁର୍ ପୁଓ ! ”ଯିହୁଦୀ ଲୋକ୍ ମାନେ କାବା ହଇଁ ଗଲେ କାଁକରି କି, ସେ ଯିହୁଦୀ ବିଶ୍ୱାସୀ ଲୋକ୍‌ ମାନଙ୍କୁ ମାର୍‌ବାର୍ କେ ଚେଷ୍ଟାକରୁ ଥିଲା, ଆର୍ ଇହାଦେ ସେ ଯୀଶୁଙ୍କୁ ବିଶ୍ୱାସ୍‌ କରୁଛେ! ଶାଉଲ ଯିହୁଦୀ ଲୋକ୍‌ର ସାଙ୍ଗେ ଯୁକ୍‌ତି ତର୍‌କ କଲା।ସେ ଦେଖାଲା ଯେ ଯୀଶୁ ହିଁ ମସିହାଃ ଅନ୍‌।

46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ — illustration 7

କେତେଦିନ୍‌ ଉତାରେ, ଶାଉଲ୍ କେ ମାର୍‌ବାର୍ ଲାଗି ଯିହୁଦୀ ମାନେ ଗୁଟେ ଯୋଜନା ବନାଲେ।ସେମାନେ ତାହାକୁଁ ମାର୍‌ବାର୍ ଲାଗି ନଗର୍‌ର୍‌ ଫାଟକ୍‌ ନିକେ ଲୋକମାନ୍‌କୁ ପଠାଲେ।ହେଲେ ଶାଉଲ୍ ତାକର୍‌ ସବୁ କପଟ୍ କଥା ଶୁନି ପାଏଲେ ଆର୍‌ ତାକର୍ ସାଙ୍ଗ ମାନେ ଖସିକରି ପଲେଇ ଯିବାର୍‌ ଲାଗି ସାହାଯ୍ୟ କଲେ।ଦିନେ ରାତି ଇମାନେ ଇତାକେ ଭୁଗା ନ ଭରିକରି ନଗର୍‌ର ବାଢା କାଁଥିର୍ ଉପୁରୁ ତଲ୍‌କେ ଉତେରେଇ ଦେଲେ। ଦମେଶକ୍ ନୁ ବଂଚି କରି ଆଏଲା ପରେ ଶାଉଲ୍ ଯୀଶୁଙ୍କର୍‌ ପର୍‌ଚାର୍‌ କର୍‌ବାର୍‌ କାମେ ଲାଗି ପଡ଼୍‌ଲେ।

46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ — illustration 8

ଶାଉଲ ପ୍ରେରିତ୍ ମାନ୍‌କର୍ ସାଙ୍ଗେ ମିସ୍‌ବାର୍ ଲାଗି ଯିରୁଶାଲମ୍‌କେ ଗଲେ, ହେଲେ ସେମାନେ ଶାଉଲକେ ଡରୁଥିଲେ।ତେହେରୁଁ ବର୍ଣ୍ଣବାସ୍‌ ବଲିକରି ଗୁଟେ ବିଶ୍ୱାସୀ ଶାଉଲ୍‌କେ ପ୍ରେରିତ୍‌ ମାନ୍‌କର୍ ପାସ୍‌କେ ନେଇଁକରି ଗଲେ। ସେ ସେମାନ୍‌କୁଁ କହେଲେ କି ଶାଉଲ୍ କେନ୍‌ତା କିସ୍‌ମେ ସାହାସୀ ହେଇକରି ଦାମେସକ୍ ନ ପର୍‌ଚାର୍‌ କାମ୍ କରି ଥିଲେ। ଇତାର୍ ପରେ ପ୍ରେରିତ୍ ମାନେ ଶାଉଲ୍ କେ ଗ୍ରହଣ କରିଥିଲେ।

46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ — illustration 9

କେତେଟା ବିଶ୍ୱାସୀ ମାନେ ଯିରୁଶାଲମ୍ ନୁ ତାଡ଼ନା ଲାଗି ପଲାଇ ଯାଇଥିଲେ ସେମାନେ ବହୁତ୍ ଦୁର୍‌କେ ଅନ୍ତିଖିଆ ଗାଆଁ କେ ଗଲେ ଆରୁ ଯୀଶୁଙ୍କର୍ ପର୍‌ଚାର୍‌ କରୁଥିଲେ। ଅନ୍ତିଖିଆ ନ ରହୁଥିବାର୍ ଲୋକ୍‌ମାନେ ବେଶି ଲୋକ୍ ଯିହୁଦୀ ନାଇଁ ଥାଇଁ, ହେଲେ ପହେଲା ଥର୍ ଇ ଲୋକ୍‌ମାନେ ଯେନ୍‌ମାନେ ଯିହୁଦୀ ନାଇଁ ଥାଇ ବିଶ୍ୱାସୀ ହେଲେ। ବର୍ଣବାସ୍ ଆର୍ ଶାଉଲ୍ ଇ ନୂଆଁ ବିଶ୍ୱାସୀ ମାନ୍‌କୁ ଯୀଶୁଙ୍କର୍ ବାବ୍‌ଦେଁ ଆରୁ ଅଧିକା ଶିଖାବାର୍ ଲାଗି ଗଲେ ଆର୍ ମଣ୍ତଲିକେ ମଜ୍‌ଭୁତ୍ କଲେ। ଯୀଶୁଙ୍କୁ ବିଶ୍ୱାସ୍‌ କରିଥିବାର୍ ବିଶ୍ୱାସୀ ମାନ୍‌କୁ ପହେଲା କରି ଖ୍ରୀଷ୍ଟିଆନ୍‌ କୁହା ଗଲା।

46. ୪୬. ଶାଉଲ ଯୀଶୁଙ୍କର୍‌ ଚାଲା ହେଲେ — illustration 10

ଦିନେ ଆନ୍ତିଖିଆ ର ବିଶ୍ୱାସୀ ମାନେ ଉପବାସ ପ୍ରାର୍ଥନା କରୁଥିଲେ। ପବିତ୍ର ଆତ୍ମା ସେମାନ୍‌କୁଁ କହେଲେ, ମୁଖ୍ୟ କାମ୍ କର୍‌ବାର୍ ଲାଗି ମୁଇଁ ବର୍ଣବାସ ଆର୍ ଶାଉଲକେ ଡ଼ାକ୍‌ଲିଁ, ସେ କାମ୍ କର୍‌ବାର୍‌ଲାଗି ଦୁହେଁକେ ଅଲ୍‌ଗା କରି ଦିଅ।ଇଥିର୍‌ଲାଗି ଅନ୍ତିଖିଆ ମଣ୍ତଲି ବର୍ଣବାସ୍ ଆର୍ ଶାଉଲ୍ ଲାଗି ହାତ୍ ରଖିକରି ପ୍ରାର୍ଥନା କଲେ ତେହେରୁଁ ସେମାନେ ସେମାନ୍‌କୁ ଅନେକ୍ ଜାଗାକେ ଯୀଶୁଙ୍କର୍ ବିଷେଁ ନ ସୁସମାଚାର୍ ପ୍ରଚାର୍ କର୍‌ବାର୍ ଲାଗି ପଠାଲେ। ବର୍ଣବାସ ଆର୍ ଶାଉଲ ଅଲ୍‌ଗା ଅଲ୍‌ଗା ଜାତି ନ ଶିକ୍ଷାଦେଲେ, ଆର୍ ବହୁତ୍‌ଟେ ଲୋକ୍‌ ଯୀଶୁଙ୍କୁ ବିଶ୍ୱାସ୍‌ କଲେ।

ବାଇବଲ୍‌ର କଥାନୀ: ପ୍ରେରିତ ୮:୧-୩; ୯:୧-୩୧; ୧୧:୧୯-୨୬; ୧୩-୧୪

Read in the reader

Free to use, adapt, and share under an open license (CC BY-SA 4.0).