45. ୪୫. ସ୍ତିଫାନ୍ ଆର୍ ପିଲିଫ୍
ପହେଲା ଖ୍ରୀଷ୍ଟିଏନ୍ ନେତା ମାନ୍କର୍ ଭିତରେ ସ୍ତିଫାନ୍ ବଲି କରି ଗୁଟେ ଲୋକ ଥିଲେ।ସବୁ ଲୋକ୍ମାନେ ତାହାକୁ ସମ୍ମାନ ଦେଉଥିଲେ।ପବିତ୍ର ଆତ୍ମା ତାହାକୁ ବହୁତ୍ ଶକ୍ତି ଆର୍ ବୁଦ୍ଧି ଦେଇ ଥିଲେ। ସ୍ତିଫାନ୍ ବହୁତ୍ ଚତ୍ମକାର୍ କାମ୍ କରିଥିଲେ ଯେତ୍କିବେଲ୍କେ ସେ ଯୀଶୁ ଉପ୍ରେ ବିଶ୍ୱାସ କର୍ବାର୍ କଥାକେ ଶିକ୍ଷା ଦେଉଥିଲେ ତ ବହୁତ୍ ଲୋକ୍ମାନେ ବିଶ୍ୱାସ୍ କଲେ।
ଦିନେ ସ୍ତିଫାନ୍ ଯୀଶୁର୍ ବାବ୍ଦେ ଶିକ୍ଷା ଦେଉଥିଲେ, ଆର୍ କେତେ ଯିହୁଦୀ ଲୋକ ଆସ୍ଲେ ଯେନ୍ମାନେ କି ଯୀଶୁକେ ବିଶ୍ୱାସ୍ ନେଇଁ କରୁଥାଇଁ ଆର୍ ସେମାନେ ତାକର୍ ସାଙ୍ଗେ ବାଦ୍ ବିବାଦ୍ କର୍ବାର୍ ଟା ଆର୍ମ୍ କଲେ। ସେମାନେ ବହୁତ୍ ରାଗି ଗଲେ ସେଥିର୍ ଲାଗି ସେମାନେ ଧାର୍ମିକ୍ ନେତା ମାନ୍କର୍ ପାସ୍କେ ଗଲେ ଆର୍ ସେମାନ୍କର୍ ବିସେଥି ମିଛ୍ କହେଲେ।ସେମାନେ କହେଲେ, “ ଆମେମାନେ ଶୁନ୍ଲୁଁ ଯେ ସ୍ତିଫାନ୍ ମାହାପୁରୁ ଆରୁ ମୁଶା ବାବଦ୍ରେ ବହୁତ୍ ଖରାପ୍ କଥା କହେଲେ” ତେହେରୁଁ ଧାର୍ମିକ୍ ନେତାମାନେ ସ୍ତିଫାନକେ ଧର୍ଲେ ଆର୍ ମହାଯାଜକ୍ ଆର୍ ଅଲ୍ଗା ଯିହୁଦୀ ନେତାମାନ୍କର୍ ନିକେ ଆନ୍ଲେ।ସେମାନେ ସ୍ତିଫାନ୍ ର ବାବଦ୍ରେ କେତ୍ନିଟେ ମିଛ୍ କଥାର୍ ସାଖୀ ହେଲେ।
ମହାଯାଜକ୍ ସ୍ତିଫାନକେ ପଚ୍ରାଲେ, ଇ ଲୋକ୍ମାନେ କାଣା ତମର୍ ବାବଦ୍ରେ ସତ୍ କଥା କହୁଛନ୍?” ସ୍ତିଫାନ୍ ମହାଯାଜକ୍କେ ବହୁତ୍କଥା ଉତର୍ ଦେବାର୍ ଆରମ୍ କଲେ। ସେ କହେଲେ ଅବ୍ରାହାମ୍ର ସମିୟାନୁ ଯୀଶୁଙ୍କର୍ ସମିୟାତକ୍, ମାହାପୁରୁ ଇଶ୍ରାଏଲ୍ର୍ର ଲୋକ୍ ମାନ୍କର୍ ଲାଗି ବହୁତ୍ ଆଶ୍ଚର୍ଯ୍ୟ କାମ୍ କରିଛନ୍। ହେଲେ ଲୋକ୍ମାନେ ସବୁବେଲେ ପରମେଶ୍ୱର୍ କେ ଅମାନ୍ତି କଲେ। ସ୍ତିଫାନ୍ କହେଲେ, ତୁମେ ସଭେ ମାହାପୁରୁ ବିରୋଧ୍ ନ କହେବାର୍ ଲୋକମାନେ।ତୁମେମାନେ ସବୁବେଲେଁ ପବିତ୍ରାଆତ୍ମାକେ ପ୍ରତ୍ୟାଖ୍ୟାନ୍ କର୍ସ, ଯେନ୍ତା କି ଆମର୍ ପୁର୍ବ ପୁରୁଷ୍ ମାନେ ସବୁବେଲେ ମାହାପୁରୁଙ୍କୁ ଗ୍ରହଣ ନେଇ କଲେ ଆରୁ ଭବିଷ୍ୟାତ୍ବକ୍ତା ମାନ୍କୁ ମାରିଦେଲେ।ହେଲେ ତୁମେ ସେମାନ୍କର୍ ଠାନୁ ବି ବହୁତ୍ ଖରାପ୍ କାମ୍ କରିଛ! ତୁମେମାନେ ମସିହାଃ କେ ମାରିଦେଲ।
ଯେତ୍କିବେଲ୍କେ ଇକଥାଟା ଧାର୍ମିକ୍ ନେତା ମାନେ ଶୁନ୍ଲେ, ସେମାନେ ବହୁତ୍ ରିସ୍ମି ହେଇଗଲେ ଆର୍ ରଡ଼ିକରି ତାକର୍ କାନ୍କେ ଛାପି କରିଧରଲେ।ସେମାନେ ସ୍ତିଫାନକେ ସହର୍ର ବାହାର୍କେ ଘିଚ୍ତେଲ୍ ନେଲେ ଆର୍ ପଥର୍ ମାରିକରି ତାହାକେ ମାର୍ବାର୍ ଲାଗି ଆଦେଶ ଦେଲେ।
ଯେତ୍କିବେଲ୍କେ ସ୍ତିଫାନ ମରୁଥିଲା, ସେ କାନ୍ଦି କାନ୍ଦି କରି କହେଲା, “ ଯୀଶୁ, ମୋର୍ ଆତ୍ମାକେ ନେଇ ଯ ” ସେ ଆଣ୍ଠୁ ମାଡ଼ିକରି ବସ୍ଲା ଆର୍ଥରେ କାନ୍ଦି କରି କହେଲା, ପ୍ରଭୁ, ଇ ପାପ୍କେ ଇମାନ୍କର୍ ଉପରେ ନାଇଁ ଲଗାବ।” ତାପରେ ସେ ମରିଗଲା।
ସେଦିନେ ଯିରୁଶାଲମ୍ ନ ରହୁଥିବାର୍ ଲୋକ୍ ମାନେ ଯୀଶୁଙ୍କୁ ମାନୁଥିବାର୍ ଲୋକ୍ମାନ୍କୁ ବହୁତ୍ ତାଡ଼ନା ଦେବାର୍ ଆରମ୍ କଲେ, ତେହେରୁଁ ବିଶ୍ୱାସୀ ମାନେ ଅଲ୍ଗା ଜାଗାକେ ପଲାଇଁଗଲେ।ଇତାର୍ବଦଲା ସେମାନେ ଯେନ୍ନିକେ ଗଲେ ସେମାନେ ଯୀଶୁଙ୍କର୍ ବିଷେଥି ପ୍ରଚାର୍ କଲେ।
ସେଠାନେ ଫିଲିଫ୍ ବଲିକରି ଗୁଟେ ଯୀଶୁଙ୍କର୍ ବିଶ୍ୱାସୀ ଥିଲେ। ତାଡ଼ନାର୍ ଲାଗି ବହୁତ୍ ଟେ ବିଶ୍ୱାସୀ ଯେନ୍ତା ଯିରୁଶାଲମ୍ ନୁ ପଲେଇ ଆସିଥିଲେ ହେନ୍ତା ସେ ବି ଯିରୁଶାଲମ୍ ନୁ ପଲେଇ ଆସିଥିଲେ।ସେ ଶମରିଆର୍ ଗୁଟେ ଜାଗାକେ ଗଲେ ଯେନ୍ନ କି ସେ ଯୀଶୁ ବାବଦ୍ରେ ଲୋକମାନ୍କୁ ପ୍ରଚାର୍ କଲେ।ବହୁତ୍ ଲୋକ ବିଶ୍ୱାସ୍ କଲେ ଆର୍ ଉଦ୍ଧାର୍ ପାଏଲେ। ଦିନେ ଗୁଟେ ସରଗ୍ ଦୂତ୍ ମାହାପୁରୁର୍ ଠାନୁ ଫିଲିଫ୍ ନିକେ ଆସ୍ଲେ ଆରୁ ମରୁଭୁମିକେ ଯିବାର୍ ଲାଗି କହେଲେ, ଆର୍ ଗୁଟେ ରାସ୍ତାରେ ଚାଲ୍ବାର୍ଲାଗି କହେଲେ। ଫିଲିଫ୍ ସେଠାନ୍କେ ଗଲେ। ଆର୍ ଯେତ୍କିବେଲ୍କେ ସେ ବାଟେଁ ଯାଉଥିଲେ ସେ ଦେଖ୍ଲେ ଯେ ଜଣେ ତାକର୍ ରଥ୍କେ ଚଲଉଥିଲା।ଇ ଲୋକ୍ଟା ଇଥୋପିଆର୍ ଗୁଟେ ବଡ଼ ମୁଖ୍ୟା ଲୋକ ଥିଲା। ପବିତ୍ର ଆତ୍ମା ଫିଲିପ୍କେ ସେ ଲୁକର୍ ସାଙ୍ଗେ ଯାଇକରି କଥା ହେବାର୍ ଲାଗି କହେଲେ।
ତେହେରୁଁ ଫିଲିଫ୍ ରଥ ପାସ୍କେ ଆସ୍ଲେ।ସେ ଶୁନ୍ଲେ ଯେ ଏଥେନ୍ସ୍ ର ଲୋକ୍ ମାହାପୁରୁର୍ ବାକ୍ୟକେ ପଢ଼ୁ ଥିଲେ। ସେ ପଢୁଥିଲେ ଯେନ୍ଟା କି ଯିଶାଇୟ ଭବିଶ୍ୱସତ୍ବକ୍ତା ଲେଖିଛନ୍। ସେ ପଢ୍ଲେ, “ ସେମାନେ ତାହାକେ ଗୁଟେ ବଳି ଦେବାର୍ ମେଢ଼ି ଭଲିଆ ନେଇଗଲେ ଆର୍ ଯେନ୍ତା ଗୁଟେ ମେଢ଼ି ଛୁଆ ଶାନ୍ତିରେ ଥିସି, ସେ କଥା ପଦେବି ନେଇଁକହେ। ସେମାନେ ତାର୍ସାଙ୍ଗେ ଅନୁଚିତ୍ ବେଭାର୍ କଲେ ଆର୍ ତାର୍ ସମ୍ମାନ ନେଇ କଲେ। ସେମାନେ ସେତାର୍ ଜୀବନ୍ ନେଇଗଲେ।
ଫିଲିପ୍ ସେ ଇଥିଓପିଆ ଦେଶର୍ ଲୋକ୍ କେ ପଚ୍ରାଲେ, ଯେନ୍ଟା ତୁମେ ପଢୁଛ କାଣା ସେଟା ତୁମେ ବୁଝିବି ପାରୁଛ?”ସେ ଇଥିଓପିଆ ଲୋକ ଉତର୍ ଦେଲା “ନେଇଁ। ଯେତେବେଲ୍ତକ୍ ଇଟା ମତେ କିଏ ନେଇଁ ବୁଝାବା ସେତେ ବେଲ୍ତକ୍ ମୁଇଁ ସେଟା ନେଇଁ ବୁଝିପାରେଁ।ଦୟା କରି ମୋର୍ ପାସ୍କେ ଆସିକରି ବସ। କାଣା ଯିଶାଇୟ ଇଟା ନିଜର୍ ବାବଦ୍ରେ ଲେଖିଥିଲେ କି ଅଲ୍ଗା କାହାର୍ ଲାଗି ଲେଖିଛନ୍?”
ଫିଲିଫ୍ ରଥ୍ରେ ଚଢ଼୍ଲେ ଆର୍ ବସ୍ଲେ।ତାର୍ପରେ ଇଥିଓପିଆ ଦେଶର୍ ଲୋକ୍କେ ଇଟା କହେଲେ ଯେନ୍ ଯିଶାଇୟ ଯୀଶୁ ବାବଦ୍ରେ ଲେଖିଥିଲେ। ଫିଲିଫ୍ ମାହାପୁରୁ ବାକ୍ୟକେ ବହୁତ୍ ଲୋକମାନ୍କର୍ ଅଲ୍ଗା ଅଂସରୁ ବି ଆଲୋଚନା କଲେ, ହେନ୍ତାକରି ସେ ଲୋକକେ ଯୀଶୁ ବାବଦ୍ରେ ସୁଭବାରତା ସୁନାଲେ।
ଫିଲିପ୍ ଆର୍ ସେ ଇଥିଓପିଆ ଦେଶର୍ ଲୋକ ଯିବାର୍ ଭିତରେ ପାଏନ୍ ପାସ୍କେ ଆସ୍ଲେ।ଇଥିଓପିଆ ଲୋକ୍ କହେଲା, “ଦେଖ୍! ଇନେ ପାଏନ୍ ଅଛେ! ମୁଇଁ ଡ଼ୁବନ୍ ନେମିକାଏଁ?” ତାର୍ ପରେ ସେ ତାର୍ ସାଥି କେ ରଥ୍ ଅଟ୍କାବାର୍ଲାଗି କହେଲା।
ତେହେରୁଁ ସେମାନେ ପାଏନ୍ ଭିତର୍ କେ ଗଲେ, ତାର୍ପରେ ଫିଲିଫ୍ ଇଥିଓପିଆ ଦେଶର୍ ଲୋକକେ ଡ଼ୁବନ୍ ଦେଲେ। ସେମାନେ ପାଏନ୍ ରୁ ବାହାରିଲା ପରେ, ପବିତ୍ର ଆତ୍ମା ସାଙ୍ଗେ ସାଙ୍ଗ୍ ଫିଲିଫ୍ କେ ଅଲ୍ଗା ଜାଗାକେ ନେଇଗଲେ।ସେଠାନେ ଫିଲିପ୍ ଲଗାତାର୍ ଯୀଶୁର୍ ବାବଦ୍ ନ ପ୍ରଚାର୍ କଲେ।
ସେ ଇଥିଓପିଆ ଲୋକ ତାର୍ ନିଜର୍ ଘର୍କେ ଯିବାର୍ କେ ଲାଗ୍ଲା। ଯୀଶୁଙ୍କୁ ଜାନିକରି ସେ ବହୁତ୍ ଖୁସିଥିଲା।
କଥାନୀ : ପ୍ରେରିତ୍ ୬-୮
Free to use, adapt, and share under an open license (CC BY-SA 4.0).