44. ୪୪. ପିତର୍ ଆର୍ ଯୋହନ୍ ଗୁଟେ ଭିକାରୀକେ ସୁସ୍ଥ କଲେ

44. ୪୪. ପିତର୍ ଆର୍ ଯୋହନ୍ ଗୁଟେ ଭିକାରୀକେ ସୁସ୍ଥ କଲେ — illustration 1

ଦିନେ ପିତର୍ ଆର୍ ଯୋହନ୍ ମନ୍ଦିର୍‌କେ ଯାଉଥିଲେ। ଗୁଟେ ଛୁଟା ଲୋକ୍‌ ମନ୍ଦିର୍‌ର ଦୁଆର୍ ମୁହେଁ ବସିକରି ଭିକ୍ ମାଗୁ ଥିଲା।

44. ୪୪. ପିତର୍ ଆର୍ ଯୋହନ୍ ଗୁଟେ ଭିକାରୀକେ ସୁସ୍ଥ କଲେ — illustration 2

ପିତର୍‌ ସେ ଛୁଟା ଲୋକ୍‌କେ ଦେଖିକରି କହେଲେ, “ମୋର ପାଖେଁ ତତେ ଦେବାର୍ ଲାଗି କିଛି ଟଙ୍କା ପଏସା ନାଇନ। ହେଲେ ମୋର୍ ପାଖେ ଜାଣା ଅଛେ ମୁଇଁ ତତେ ଦେମି।ଯୀଶୁ ନାଁରେ ଉଠ୍ ଆର୍ ଚାଲ୍ !”

44. ୪୪. ପିତର୍ ଆର୍ ଯୋହନ୍ ଗୁଟେ ଭିକାରୀକେ ସୁସ୍ଥ କଲେ — illustration 3

ସାଙ୍ଗେ ସାଙ୍ଗ୍, ମାହାପୁରୁ ସେ ଛୁଟାକେ ଭଲ୍ କରିଦେଲେ। ସେ ଚାରିଆଡ଼େ ଚାଲ୍‌ବାର୍ ଆର୍ ଡ଼େଗ୍‌ବାର୍ ଆରମ୍ କଲା, ଆର୍ ମାହାପୁରୁର୍‌ ସ୍ତୁତି କଲା। ମନ୍ଦିର୍‌ରେ ଥିବାର୍ ଲୋକ୍‌ମାନେ ଆଶ୍ଚର୍ଯ୍ୟ ହେଇଗଲେ।

44. ୪୪. ପିତର୍ ଆର୍ ଯୋହନ୍ ଗୁଟେ ଭିକାରୀକେ ସୁସ୍ଥ କଲେ — illustration 4

ଗୁଟେ ଗୁହୁଡ଼ା ଲୋକ୍ ସାଙ୍ଗେସାଙ୍ଗ୍ ସେ ଭଲ୍ ହେଇଥିବାର୍ ଲୋକ୍‌କେ ଦେଖ୍‌ବାର୍‌ଲାଗି ଆସ୍‌ଲେ।ପିତର୍ ସେମାନ୍‌କେ କହେଲେ, “ଇ ଲୋକ୍‌ ଠିକ୍ ହେଇଯାଇଛେ, ହେଲେ ତୁମେ ଇଟା ଦେଖିକରି ଚକିତ୍ ନେଇଁ ହୁଅ। ଆମେ ନିଜର୍ ଶକ୍ତିରେ ଇତାକେ ଭଲ୍ ନେଇ କରି, କି ଆମେ ମାହାପୁରୁକେ ଆଦର୍ କର୍‌ସୁଁ ହେତିର୍‌ ଲାଗି ନେଇଁସେ। ହେଲେ ଯୀଶୁ ଯେ ତାକର୍ ଶକ୍ତିନୁ ସୁସ୍ଥ କରିଛନ୍ କାଏଁଯେ କି ଆମେ ତାହାକେ ବିଶ୍ୱାସ୍‌ କର୍‌ସୁଁ।”

44. ୪୪. ପିତର୍ ଆର୍ ଯୋହନ୍ ଗୁଟେ ଭିକାରୀକେ ସୁସ୍ଥ କଲେ — illustration 5

“ତୁମେମାନେ ହେଉଛ ସେଲୋକ୍‌ ଯେନ୍‌ମାନେ କି ରୋମ୍‌ର ଶାସକ୍ କେ ଯୀଶୁଙ୍କୁ ମାର୍‌ବାର୍ ଲାଗି କହିଥିଲ। ଯିଏ ସବୁ ଲୋକ୍‌କେ ଜୀବନ୍ ଦେସନ୍ ତୁମେମାନେ ତାହାକେ ମାରିଦେଲ। ହେଲେ ମାହାପୁରୁ ତାହାକୁ ମୃତ୍ୟୁନୁ ଉଠେଇଛନ୍‌।ତୁମେମାନେ ବୁଝି ନେଇ ପାର୍‌ଲ ଯେ ତୁମେକାଣା କରୁଥିଲ ହେଲେ ଯେତ୍‌କିବେଲ୍‌କେ ଇ କାମ୍‌କେ କରୁଥିଲ, ଏନ୍‌ତା କିସ୍‌ମେ ଭବିଶ୍ୱତ୍‌ବକ୍ତାକର୍ ବାକ୍ୟ ସଫଲ୍‌ହେଲା ଯେ ମସିହାଃ ଦୁଃଖ ଉଠାବେ ଆର୍ ମର୍‌ବେ।ପରମେଶ୍ୱର୍‌ ଇଟାକେ ଏନ୍‌ତା ହିସାବେ ହେବାକେ ଦେଲେ। ଇଥିର୍ ଲାଗି ଏବେ ଅନୁତାପ୍ କର ଆର୍ ମାହାପୁରୁର୍‌ ଆଡ଼େ ଫିର ଯେନ୍ତା ତୁମର୍‌ ପାପ୍‌କେ ସଫା କରିଦେବେ।

44. ୪୪. ପିତର୍ ଆର୍ ଯୋହନ୍ ଗୁଟେ ଭିକାରୀକେ ସୁସ୍ଥ କଲେ — illustration 6

ଯେତ୍‌କିବେଲ୍‌କେ ମନ୍ଦିର୍‌ର ଯାଜକ୍‌ମାନେ ପିତର୍‌ ଆରୁ ଯୋହନ୍‌ର କଥାକେ ଶୁନ୍‌ଲେ, ସେମାନେ ବହୁତ୍‌ ବିଚଲିତ୍‌ ହେଇଗଲେ। ସେଥିର୍‌ଲାଗି ସେମାନେ ଧରିକରି ଜେଲ୍‌ରେ ଭରିଦେଲେ।ହେଲେ ପିତର୍‌ ଜେନ୍‌ଟା କହିଥିଲେ ବହୁତ୍ ଲୋକ୍‌ମାନେ ବିଶ୍ୱାସ୍‌କଲେ।ଯୀଶୁଠାନେ ବିଶ୍ୱାସ୍‌ କର୍‌ବାର୍ ଲୋକ୍‌ ସଂଖ୍ୟା ବଢିକରି ପ୍ରାୟ ୫୦୦୦ ହେଇଗଲେ।

44. ୪୪. ପିତର୍ ଆର୍ ଯୋହନ୍ ଗୁଟେ ଭିକାରୀକେ ସୁସ୍ଥ କଲେ — illustration 7

ତାର୍‌ ଆରଦିନେ ସେ ଯିହୁଦୀ ନେତାମାନେ ପିତର୍‌ ଆର୍ ଯୋହନ୍‌କେ ମହାଯାଜକ୍ ଆର୍‌ ଅଲଗା ଧରମ୍‌ ନେତା ମାନ୍‌କର୍ ଠାନ୍‌କେ ନେଇକରି ଆସ୍‌ଲେ। ଆର୍ ସେମାନେ ସେଲୋକ୍‌କେ ବି ସେନ୍‌କେ ନେଇକରି ଆଏଲେ ଯିଏକି ଛୁଟାଥିଲା। ସେମାନେ ପିତର୍‌ ଆର୍ ଯୋହନ୍‌କେ ପଚାରାଲେ, “ତୁମେ କାହାର୍‌ ଅଧିକାର୍‌ରେ ଛୁଟା ଲୋକ୍‌କେ ସୁସ୍ଥ କଲ?”

44. ୪୪. ପିତର୍ ଆର୍ ଯୋହନ୍ ଗୁଟେ ଭିକାରୀକେ ସୁସ୍ଥ କଲେ — illustration 8

ପିତର୍‌ ସେମାନ୍‌କେ ଉତ୍ତର୍‌ଦେଲେ, “ ଇଲୋକ୍‌ ଯିଏ ତୁମର୍‌ ଆଗେ ଠିଆ ହେଇଛେ ତାହାକେ ଯୀଶୁଙ୍କର୍‌ ସକ୍ତିରେ (ଭଲ)ସୁସ୍ଥ କରା ଯାଇଛେ। ତୁମେମାନେ ଯୀଶୁଙ୍କୁ କୃଶରେ ଚଡ଼େଇଦେଲ, ହେଲେ ପରମେଶ୍ୱର୍‌ (ମାହାପୁରୁ)ତାହାକେ ଫେର୍ ଜିଏଁଇ ଦେଲେ! ତୁମେମାନେ ତାହାକେ ଅଶ୍ୱିକାର୍‌ କରିଦେଲ ହେଲେ ଯୀଶୁର୍‌ ଶକ୍ତି ବିନା ଉଦ୍ଧାର୍‌ ପାଇବାର୍ ଅଲ୍‌ଗା ବାଟ ଆର୍ ନେଇଁନ।

44. ୪୪. ପିତର୍ ଆର୍ ଯୋହନ୍ ଗୁଟେ ଭିକାରୀକେ ସୁସ୍ଥ କଲେ — illustration 9

ସେଥିର୍‌ଲାଗି ସେମାନେ ସେମାନ୍‌କୁ କହେଲେ, ଆମେ ତମ୍‌କୁ ବହୁତ୍ ଦଣ୍ତ ଦେମୁ ଯଦିତୁମେ ଇ ଯୀଶୁର୍‌ ବାବଦ୍‌ରେ ଲୋକମାନ୍‌କେ କହେବ। ଇସବୁ ବହୁତ୍ କଥା କହେଲାପରେ, ସେମାନେ ଯୋହନ୍ ଆର୍ ପିତର୍‌କେ ଯିବାର୍‌ଲାଗି ଛାଡିଦେଲେ।

ବାଇବଲ୍‌ର କଥାନୀ: ପ୍ରେରିତ ୩-୪:୪୪

Read in the reader

Free to use, adapt, and share under an open license (CC BY-SA 4.0).