43. ୪୩. ମଣ୍ତଲିର୍ ଆରମ୍
ଯୀଶୁ ସରଗ୍ କେ ଫେରି ଗଲା ପରେ, ଚାଲା ମାନେ ଯିରୁଶାଲମ୍ ନ ହିଁ ଥିଲେ ଯେନ୍ତା କି ଯୀଶୁ ସେମାନ୍କୁ ଆଦେଶ୍ ଦେଇଥିଲେ।ସେ ଜାଗାନ୍ ବିଶ୍ୱାସୀ ମାନେ ନିରନ୍ତର୍ ପ୍ରାର୍ଥନା କର୍ବାର୍ ଲାଗି ଗଦା ହେଇଥିଲେ।
ସବୁ ବରଷ୍, ନିସ୍ତାର୍ ପରବ୍ ର ପଚାସ୍ ଦିନ୍ ପେରେ, ଯିହୁଦୀ ଲୋକମାନେ ପେଣ୍ଟିକଷ୍ଟ ବଲିକରି ଗୁଟେ ମୁଖ୍ୟ ଦିନ୍ ଭାବେଁ ମାନୁଥିଲେ। ପେଣ୍ଟିକଷ୍ଟ ଗୁଟେ ସମିୟାଁ ଯେନ୍ ସମିୟାଁ କି ଯିହୁଦୀମାନେ ଗହମ୍ ଫସଲ୍ ର ଅମଲ୍ କର୍ବାର୍ ପରବ୍ ପାଲନ୍ କରୁଥିଲେ। ପୃଥିବିର୍ ସବୁ ଆଡର୍ ଯିହୁଦୀ ଲୋକମାନେ ପେଣ୍ଟିକଷ୍ଟ ଦିନ୍କେ ମାନ୍ବାର୍ ଲାଗି ଯିରୁଶାଲମ୍ କେ ଆସୁଥିଲେ, ଯୀଶୁ ସରଗ୍କେ ଯାଇଥିବାର୍ ଗୁଟେ ସପ୍ତା ପରେ ଇ ବରଷ୍ ପେଣ୍ଟିକଷ୍ଟ ଦିନ୍ ଆସିଥିଲା।
ଯେତ୍କିବେଲେ ସବୁ ବିଶ୍ୱାସୀମାନେ ଗୁଟେ ଜାଗାରେ ଥିଲେ, ଯେନ୍ ଘରେ ସେମାନେ ଥିଲେ ଅଚାନକ୍ ଜୋର୍ସେ ପବନ୍ ବହେବାର୍ ସବଦ୍ ହେଲା, ତାର୍ପରେ ଜୁଏ ହୁଲା ଭଲିଆ ଦିସୁ ଥିବାର୍ କିଛି ବିଶ୍ୱାସୀ ମାନ୍କର୍ ମୁଡ଼ ଉପରେ ଦେଖାଦେଲା, ସେମାନେ ସଭେ ପବିତ୍ର ଆତ୍ମା ନ ଭରିଗଲେ ଆରୁ ଦୁସୁରା ଦୁସୁରା ଭାଷାରେ ମାହାପୁରୁର୍ ସ୍ତୁତିକର୍ବାର୍କେ ଲାଗ୍ଲେ ସେମାନେ ସେଭାଷାକେ ନେଇ ଜାନିଥାଇଁ, ସେଟା ସେ ଭାଷାଥିଲା ଯେନ୍ଭାଷାରେ କହେବାର୍ ଲାଗି ତାହାକୁ ପବିତ୍ର ଆତ୍ମା ସକ୍ଷମ୍ କରିଥିଲେ।
ଯେତ୍କିବେଲ୍କେ ଯିରୁସାଲମ୍ର ଲୋକ୍ମାନେ ଆବାଜ୍କେ ଶୁନ୍ଲେ, କାଣାହଉଛେ ଦେଖ୍ବାର୍ ଲାଗି ସେମାନେ ଲୋକ୍ ଗୁହୁଡାଟେ ଆସଲେ। ସେମାନେ ବିଶ୍ୱାସୀ ମାନ୍କୁ ମାହାପୁରୁର୍ ବଡ଼୍ ବଡ୍ କାମ୍ ଘୋଷଣା କର୍ବାର୍ଟା ଶୁନ୍ଲେ। ସେମାନେ ଚକିତ୍ ହେଇଗଲେ କାଏଁହେଲାଯେ କି ସେମାନେ ଅଲ୍ଗା ଅଲ୍ଗା ଦେଶର୍ ହେଇଥିଲେ ବି ଅଲ୍ଗା ଅଲ୍ଗା ଭାଷାରେ କଥାହେଉଥିଲେ ଆର୍ ବୁଝି ପାରୁଥିଲେ। ଚାଲା ମାନେ ଇଶ୍ରାଏଲ୍ର ଥିଲେ ଆରୁ ସେମାନେ ଆରାମିୟ, ଏବ୍ରି ଆରୁ ଗ୍ରିକ୍ ଭାଷାରେ କଥା ହେଉଥିଲେ, ହେଲେ ସେମାନେ ନିଜର୍ ନିଜର୍ ଭାଷାରେ ସୁନୁଥିଲେ ଯେ ମାହାପୁରୁ କାଣା କାଣା କରୁଥିଲେ।
ସେମାନ୍କର୍ ଭିତୁରୁ କେତେଲୋକ କୁହା କୁହି ହେଉଥିଲେ ଯେ, ସେମାନେ ନିଶାରେ ଅଛନ୍, ହେଲେ ପିତର ଠିଆହେଲେ ଆର୍ ସେମାନ୍କେ କହେଲେ, “ମୋର୍ କଥାକେ ସୁନ! ଇ ଲୋକ୍ମାନେ ନେଇ ପିଇବାର୍ ! ହେଲେ ତୁମେଯାହା ଦେଖୁଛ ଯୋଏଲ୍ ଭବିଷ୍ୟତ୍ବକ୍ତା କହିଥିଲେ ଯେ ଇସବୁ ଘଟ୍ନା ହେବା: ମାହାପୁରୁ କହେଲେ, ‘ଶେସ୍ ସମିୟାଁରେ, ମୁଇଁ ମୋର୍ ଆତ୍ମାକେ ଢାଲିଦେମି।‘
“ହେ ଇଶ୍ରାଏଲ୍ର ଲୋକ୍ମାନେ, ଯୀଶୁ ଗୁଟେ ଏନ୍ତା ଲୋକ୍ଥିଲେ ଯିଏକି ବହୁତ୍ ମହାନ୍କାମ୍ କରିଥିଲେ। ସେ ମାହାପୁରୁର୍ ଶକ୍ତିରେ ବହୁତ୍ ଅଦ୍ଭୁତ୍ କାମ୍ମାନେ କରିଥିଲେ।ତୁମେ ଇଟାଜାନିଛ କାଏଯେକି ତୁମେ ଇସବୁ ବିଷୟ ଦେଖିଛ। ହେଲେ ତୁମେମାନେ ତାହାକେ କୃଶରେ ଚଢେଇ ଦେଲ!”
“ଯୀଶୁ ମରିଗଲେ, ହେଲେ ମାହାପୁରୁ ତାହାକେ ମୃତ୍ୟୁ ନୁ ଉଠାଲେ।ଗୁଟେ ଭବିଶ୍ୱତବକ୍ତା ଯାହାଲେଖିଥିଲେ ସେଟା ପୁରା ହେଲା: ତୁମର୍ ପବିତ୍ର ଲୋକ୍କେ କବର୍ରେ କୁହିବାର୍କେ ନେଇଁ ଦିଏଁ।” ‘ଆର୍ ଆମେ ଇକଥାର୍ ସାଖି ଅଛୁଁ ଯେ। ମାହାପୁରୁ ଯୀଶୁଙ୍କୁ ମୃତୁନୁ ଆର୍ଥରେ ଜିଁ ଉଠେଇ ଛନ୍।
“ପରମେଶ୍ୱର ପିତା ଇହାଦେ ଯୀଶୁଙ୍କୁ ତାକର୍ ଡ଼େବିରି ଆଡେ ବସେଇ କରି ତାହାକୁ ଆଦର୍ କରିଛନ୍।ଆର୍ ଯୀଶୁ ଆମର୍ ଲାଗି ପବିତ୍ର ଆତ୍ମାକେ ପଠେଇଛନ୍ ଯେନ୍ତା ସେ ପଠାବାର୍ଲାଗି ପ୍ରତିଜ୍ଞା କରିଥିଲେ। ଯାହା ସବୁ ଇହାଦେ ତୁମେ ଦେଖୁଛ ଆର୍ ସୁନୁଛ ତାର୍ କାର୍ଣ ହଉଛେ ପବିତ୍ର ଆତ୍ମା।”
“ତୁମେ ଇଲୋକ୍, ଯୀଶୁଙ୍କୁ, କୃଶରେ ଚଢାଲ, ହେଲେ ତୁମେ ପୁରାପୁରି ଭାବେ ଜାନିଥାଅ ଯେ ମାହାପୁରୁ ଯୀଶୁଙ୍କୁ ଦୁହିଟା ପ୍ରଭୁ ଆର୍ ମସିହାଃ ବନେଇଛନ୍।
ପିତରର କଥାସୁନିଥିବାର୍ ଲୋକ୍ମାନ୍କେ ତାକର୍ କଥା ଭେଦିଗଲା। ତେହେରୁଁ ସେମାନେ ପିତର ଆର୍ ଚାଲା ମାନ୍କେ ପଚ୍ରାଲେ, “ ଭାଇମାନେ, ଆମେ କାଣା କର୍ବାର୍ କଥା?”
ପିତର ସେମାନ୍କେ ଉତରଦେଲେ, “ ତୁମେ ସବେ ତମର୍ ପାପ୍ରଲାଗି ଅନୁତାପ କର ଯେନ୍ତା ମହାପୁରୁ ତମର୍ ପାପ୍କେ କ୍ଷମା କର୍ବେ ଆର୍ ଯୀଶୁଖ୍ରୀଷ୍ଟ ନାଁ ରେ ଡ଼ୁବନ୍ ନିଅ।ତାପରେ ସେ ତୁମର୍ଲାଗି ଉପହାର ଭାବେ ପବିତ୍ର ଆତ୍ମାକେ ପଠାବେ।
ପିତର କହେଲା କଥାରେ ତିନ୍ହଜାର୍ ଲୋକ ବିଶ୍ୱାସ୍କଲେ ଆର୍ ଯୀଶୁର୍ ଚାଲା ହେଲେ।ସେମାନେ ଡ଼ୁବନ୍ନେଲେ ଆରୁ ଯିରୁଶାଲମର ମଣ୍ତଲି ରେ ସାମିଲ୍ହେଲେ।
ଯେତ୍କିବେଲ୍କେ ପ୍ରେରିତମାନେ ଶିକ୍ଷା ଦେଉଥିଲେ ବିଶ୍ୱାସୀ ମାନେ ସେଟା ସବୁବେଲେ ଶୁନୁଥିଲେ।ସେମାନେ କେବେକେବେ ଗୁଟେ ଜାଗାକେ ଆସୁଥିଲେ, ସାଙ୍ଗେ ଖାଉଥିଲେ ଜନେ ଆର୍ଜନେର୍ ଲାଗି ପ୍ରାର୍ଥନା କରୁଥିଲେ। ସେମାନେ ମିଶିକରି ମାହାପୁରୁର୍ ସ୍ତୁତି କରୁଥିଲେ ଆର୍ ତାକର୍ ପାଖେ ଯାହାଥିଲା ଦିଆ ନିଆ ହେଉଥିଲେ।ନଗର୍ର ସବୁଲୋକ ମାନେ ତାକର୍ ପ୍ରତି ବହୁତ୍ ଭଲ୍ ଭାବ୍ନା ରଖୁଥିଲେ। ସବୁଦିନ୍ ଅଧିକ ରୁ ଅଧିକ ଲୋକ ବିଶ୍ୱାସ୍ ରେ ବଢି ଆସୁଥିଲେ।
ବାଇବଲ୍ର କାଥାନୀ:ପ୍ରେରିତ ୧:୧୨-୧୪; ୨
Free to use, adapt, and share under an open license (CC BY-SA 4.0).