42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 1

ଯେନ୍‌ଦିନେ ମାହାପୁରୁ ଯୀଶୁଙ୍କୁ ମୃତ୍ୟୁ ନୁ ଜିଆଁଲେ, ତାକର୍ ଦୁଇଟା ଚାଲା ପାଖର୍ ସହର୍‌କେ ଯାଉଥିଲେ। ଚାଲୁଥିଲା ବେଲ୍‌କେ, ସେମାନେ ଯୀଶୁଙ୍କର୍‌ ଯାହାଘଟିଥିଲା ସେ ବାବଦ୍ ରେ କଥା ହେଉଥିଲେ। ସେମାନ୍‌କୁ ଭରସା ଥିଲାଯେ ସେ ଉଧାର୍ କର୍ତ୍ତା ଥିଲେ, ହେଲେବି ସେ ମରାଗଲେ। ସ୍ତ୍ରୀମାନେ କହେଲେ, ସେ ଆର୍‌ଥରେ ଜିଇଁ ଗଲେ। ସେମାନେ ଜାନି ନେଇ ପାର୍‌ଲେ ଯେ କାଣାକେ ବିଶ୍ୱାସ୍‌ କର୍‌ବେ।

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 2

ଯୀଶୁ ତାକର୍‌ନିକେ ଆସିକରି ତାକର୍‌ସାଙ୍ଗେ ଚାଲୁଥିଲେ, ହେଲେ ସେମାନେ ତାହାକେ ଚିହ୍ନିନେଇ ପାରୁଥାଇ। ସେ ସେମାନ୍‌କେ ପଚ୍‌ରାଲେ ତୁମେ କାହାର୍‌ ବାବଦ୍ ନ କଥାହେଉଛ। ସେମାନେ ତାହାକେ କହେଲେ ଯେ କିଛିଦିନର୍‌ ଆଗେ ଯୀଶୁଙ୍କର୍‌ ଯେନ୍ ଯେନ୍ ଘଟ୍‌ନା ଘଟିଥିଲା ସେ ବାବ୍‌ଦେଁ କଥା ଲାଗୁଛୁଁ। ସେମାନେ ଭାବୁଥିଲେ ସେମାନେଗୁଟେ ପର୍‌ଦେଶୀ ସାଙ୍ଗେ କଥାହେଉଛନ୍ ଯିଏକି ଯିରୁଶାଲମ୍‌ନ ହେଇଥିବାର୍ ବାବଦ୍‌ରେ କିଛି ନାଇଁ ଜାନି।

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 3

ତେହେରୁଁ ଯୀଶୁ ସେମାନ୍‌ଙ୍କୁ ବୁଝାଲେ ଯାହା ମାହାପୁରୁ ବାକ୍ୟନ ମସିହାଃ ବାବଦ୍‌ରେ ଲେଖାହେଇଛେ। ବହୁତ୍ ବରଷ୍‌ ଆଗୋ ଭବିଷ୍ୟତ୍‌ବକ୍ତାମାନେ କହିଥିଲେ ଯେ ଦୁଷ୍ଟ ଲୋକମାନେ ଯୀଶୁଙ୍କୁ ଦୁଃଖ୍‌ଦେବେ ଆରୁ ମାରିଦେବେ। ହେଲେ ଭବିଷ୍ୟତ୍‌ବକ୍ତା ମାନେ ଇଟାବି କହେଲେଯେ ତିନ୍‌ଦିନ୍ ପରେ ଫେର୍ ସେ ଜିଇଁ ଉଠୁବେ।

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 4

ଯେତେବେଲ୍‌କେ ସେମାନେ ସେ ସହର୍‌କେ ପୁହୁଁଚିଲେ ଆର୍ ଯେନ ଦୁଇଜନ୍ ରହେବାର୍ ଲାଗି ଚାହୁଁଥିଲେ, ସେତ୍‌କିବେଲ୍‌କେ ବେଲ୍‌ବୁଡି ଯାଇଥିଲାନ।ସେମାନେ ଯୀଶୁଙ୍କୁ ତାକର୍ ସାଙ୍ଗେ ରହେବାର୍ ଲାଗି ଡ଼ାକ୍‌ଲେ, ତେହେରୁ ଯୀଶୁ ତାକର୍ ସାଙ୍ଗେ ଗୁଟେ ଘର୍‌କେ ଗଲେ। ସେମାନେ ରାତି ଖାଇବାର୍ ଲାଗି ବସ୍‌ଲେ। ଯୀଶୁ ରୁଟିର୍ ଫାଲେ ଧର୍‌ଲେ, ଆର୍ ରୁଟି ଲାଗି ମାହାପୁରୁ କେ ଧନ୍ୟବାଦ୍ ଦେଲେ, ଆରୁ ସେଟାକେ ଭାଙ୍ଗ୍‌ଲେ। ସାଙ୍ଗେ ସାଙ୍ଗ୍‌, ସେମାନେ ଚିହ୍ନି ପାର୍‌ଲେ ଯେ ଇଟା ଯୀଶୁ ଆନ୍‌ ବଲି। ହେଲେ ସେତ୍‌କିବେଲ୍‌କେ ତାକର୍ ଠାନୁ ସେ ଉଭେଇ ଗଲେ।

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 5

ସେ ଦୁହେଁ କୁହା କୁହି ହେଲେ, “ସେ ଯୀଶୁ ଥିଲେ ସେଥିର୍‌ଲାଗି ଯେତ୍‌କିବେଲ୍‌କେ ସେ ଆମ୍‌କୁ ମାହାପୁର୍‌ ବାକ୍ୟନୁ ବୁଝଉ ଥିଲେ ସେତ୍‌କିବେଲେ ଆମେ ଉସତ୍ ହଇଯାଉଥିଲାଁ। ଆର୍ ସାଙ୍ଗେ ସାଙ୍ଗ୍ ସେମାନେ ସେଠାନୁ ଯୀରୁଶାଲମ୍‌କେ ଫିରିଗଲେ। ଯେତ୍‌କିବେଲ୍‌କେ ସେମାନେ ପୁହୁଁଚିଲେ, ସେମାନେ ଚାଲା ମାନ୍‌କୁ କହେଲେ, “ଆମେ ଯୀଶୁଙ୍କୁ ଦେଖୁଲୁଁ! ସେ ଜିଁ ଛନ୍!”

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 6

ଯେତେବଲେ ଚାଲାମାନେ କଥାହେଉଥିଲେ, ଯୀଶୁ ହଠାତ୍ ସେମାନ୍‌ଙ୍କୁ ଘରେ ଦେଖାଦେଲେ। ସେ କହେଲେ, “ତମ୍‌କୁ ମାନ୍‌କୁଁ ଶାନ୍ତି ମିଲୁ!” ଚାଲାମାନେ ଭାବୁଥିଲେ ଯେ ସେ ଗୁଟେ ଭୁତ୍ ଆଏ, ହେଲେ ଯୀଶୁ କହେଲେ, “ତୁମେ କାଁକରି ଡରୁଛ? ତୁମେ ଇଟା କାଏଁଯେ ନେଇଁ ଭାବିପାର୍‌ବାର ଯେ ମୁଇଁ ସତର୍‌ ଯୀଶୁ ଆଏ? ମୋର୍ ହାତ୍ ଆର୍ ଗୋଡ଼୍ ମାନ୍‌କେ ଦେଖ। ଆର୍ ଭୁତର୍ ଏନ୍‌ତା ଶରୀର୍ ନେଇଁଥାଏ ଜେନ୍‌ତା ମୋର ଶରୀର ଅଛେ।ଇଟା ଦେଖାବାର୍ ମାନେ ସେ ଭୁତ୍ ନୁହେଁସେ। ସେ କିଛି ଖାଇବାର୍ ଲାଗି ମାଙ୍ଗ୍‌ଲେ। ସେମାନେ ତାହାକେ ମାଛ ଖଢ଼େଁ ଦେଲେ ଆର୍ ସେ ସେଟା ଖାଏଲେ।

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 7

ଯୀଶୁ କହେଲେ, “ ମୋର୍‌ବାବଦ୍ ରେ ମାହାପୁରୁର୍‌ ବାକ୍ୟ ଯାହାସବୁ କହେସି ସେସବୁ ଘଟ୍‌ବା, ମୁଇଁ ତମକୁ କହିଥିଲି ଯେ ଇସବୁ ଘଟନା ବାଧ୍ୟ ହେବା। ତାର୍‌ପରେ ଯୀଶୁ ସେମାନ୍‌କେ ମାହାପୁର୍‌ବାକ୍ୟ ଭଲ୍ ଭାବେ ବୁଝାଲେ। ସେ କହେଲେ, “ ବହୁତ୍ ଆଗୋନୁ, ଭବିଷ୍ୟତବକ୍ତା ମାନେ ଲେଖିଥିଲେ ଯେ ମୁଇଁ, ମସିହାଃ, ଦୁଃଖ ଉଠାବାର୍‌ କେ ପଡ଼ବା, ମର୍‌ବା କେ ପଡ଼ବା ଆର୍ ଫେର୍ ତିନ୍‌ଦିନ୍ ପରେ ମଲା ନୁ ଜିଁ ଉଠମି।”

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 8

“ଆର୍ ଭବିଷ୍ୟତବକ୍ତା ମାନେ ଇଟାବି ଲେଖିଥିଲେ ଯେ ମୋର ଚାଲାମାନେ ମାହାପୁରୁର୍‌ ବାକ୍ୟକେ ପ୍ରଚାର୍ କର୍‌ବେ ସେମାନେ ସବୁଲୋକ୍‌କେ ଅନୁତାପ୍ କର୍‌ବାର୍‌କେ କହେବେ। ଯଦି ସେମାନେ ଏନ୍‌ତା କର୍‌ବେ ମାହାପୁରୁ ସେମାନ୍‌କର୍ ପାପ୍‌କେ କ୍ଷମା କର୍‌ବେ। ଆର୍ ଚାଲାମାନେ ମାହାପୁର ବାକ୍ୟକେ ଯିରୁଶାଲମ୍‌ ନୁ ପର୍‌ଚାର୍‌ ଆରମ୍‌ କର୍‌ବେ ତାପରେ ସେମାନେ ସବୁଜାଗା ସବୁ ଜାତିର୍ ଲୋକର୍‌ ନିକେ ଯିବେ ଆର୍‌ ପ୍ରଚାର୍ କର୍‌ବେ। ତୁମେମୋର ସବୁ ବାକ୍ୟ ଆର୍ ସବୁକାମର୍‌ ସାଖି ଅ ଯେନ୍‌ଟା ମୁଇଁ କହିଛେଁ ଆର୍ କରିଥିଲି ଆର୍ ଯେନ୍‌ସବୁ ମୋର୍‌ଠାନେ ଘଟିଯାଇଛେ।

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 9

ତାର୍‌ ଚାଲିସ୍‌ଦିନ୍ ପରେ, ଯୀଶୁ ତାକର୍ ଚାଲା ମାନ୍‌କର୍‌ ଠାନେ ଅନେକଥର୍‌ ଦେଖେଇ ହେଲେ। ଥରେ ସେ ଇନ୍ତାଗୁଟେ ସମିୟାନେ ପାଞ୍ଚଶହ ନୁ ଅଧିକା ଲୋକର୍ ଠାନେ ଦେଖାଦେଲେ! ଅନେକ ପ୍ରକାର୍‌ରେ ସେ ତାକର୍ ଚାଲାମାନ୍‌କୁ ପ୍ରମାଣିତ୍‌ କରୁଥିଲେ ଯେ ସେ ଜୀବିତ୍‌ ଥିଲେ , ଆର୍ ସେ ସେମାନ୍ କେ ମାହାପୁରୁର୍ ରାଏଜ୍‌ ର ଶିକ୍ଷା ଦେଲେ।

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 10

ଯୀଶୁ ତାକର୍ ଚାଲା ମାନ୍‌କେ କହେଲେ, “ମାହାପୁରୁ ମତେ ସରଗ୍ ଆର୍ ପୃଥିବିର୍ ର ସବୁଲୋକ ମାନ୍‌କର୍ ଉପରେ ଶାସନ୍ କର୍‌ବାର୍ ଅଧିକାର୍ ଦେଇଛନ୍।ସେଥିର ଲାଗି ମୁଇଁ ତୋମଙ୍କୁ କହୁଛେଁ ଯାଇକରି ସବୁଜାତି ଲୋକ୍‌ମାନ୍‌କୁ ଚାଲା ବନାଅ। ଆର୍ ଇଟା କର୍‌ବାର୍ ଲାଗି ତୁମେ ସେମାନ୍‌କୁ ପିତା, ପୁତ୍ର, ଆର୍ ପବିତ୍ର ଆତ୍ମା ଙ୍କର୍‌ ନାଆଁରେ ସେମାନ୍‌କେ ନିଶ୍ଚ ଡୁବନ୍‌ଦିଅ। ମୁଇ ତୋମ୍‌କେ ଯେନ୍ ସବୁ ଶିକ୍ଷା ଦେଇଛେଁ ସେମାନ୍‌କେ ନିଶ୍ଚେ ଶିଖ।ମନେରଖ ମୁଇଁ ସବୁବେଲେ ତୁମରସାଗେଁ ରହେମି।“

42. ୪୨. ଯୀଶୁ ସରଗ୍ କେ ଫିର୍‌ଲେ — illustration 11

ମରିକରି ଜିଁ ଉଠ୍‌ବାର୍ ଚାଲିସ୍ ଦିନ୍‌ପରେ ସେ ତାକର୍ ଚାଲା ମାନ୍‌କେ କହେଲେ, “ ପିତା ତମ୍‌କୁ ପବିତ୍ର ଆତ୍ମାର୍‌ ଶକ୍ତି ଦେବାର୍ ତକ୍ ତୁମେ ଯିରୁସାଲମ୍‌ରେ ରହିଥାଅ। ସେ ତୁମର୍ ନିକେ ପବିତ୍ର ଆତ୍ମାକେ ପଠାବେ।“ ତାର୍‌ପରେ ଯୀଶୁ ସରଗ୍‌ ଆଡ଼୍‌କେ ଗଲେ ଆର୍ ଗୁଟେ ବାଦଲ୍ ଆସିକରି ତାହାକୁ ଢାପି ନେଲା, ଯେନ୍‌ଟା ଚାଲାମାନ୍‌କର୍ ଅଦୃଶ୍ୟ ହେଇଗଲା ଆର୍ ଦେଖିନେଇଁ ପର୍‌ଲେ। ସରଗ୍‌ ନ ଯୀଶୁ ସବୁ ବିଷୟରେ ଶାସନ୍ କର୍‌ବାର୍ ଲାଗି ମାହାପୁରୁର୍‌ ଭୁଜୁନି ଆଡେ ବସ୍‌ଲେ।

ବାଇବଲ୍‌ର କଥାନୀ: ମାଥୀଉ ୨୮:୧୬-୨୦; ମାର୍କ ୧୬:୧୨-୨୦; ଲୁକ ୨୪ :୧୩-୫୩; ଯୋହନ ୨୦:୧୯-୨୩; ପ୍ରେରିତ ୧:୧-୧୧

Read in the reader

Free to use, adapt, and share under an open license (CC BY-SA 4.0).