41. ୪୧. ପିତା ପର୍ମେଶ୍ୱର୍ ଯୀଶୁଙ୍କୁ ମୃତ୍ୟୁ ନୁ ଉଠାଲେ
ସଏନିକ୍ ମାନେ ଯୀଶୁଙ୍କୁ କ୍ରୁଶ ନ ଚଢାଲା ଉତାରେ, ଯିହୁଦୀ ନେତା ମାନେ ପିଲାତକେ କହେଲେ, “ସେ ମିଛୁଆ”, ଯୀଶୁ କହିଥିଲା ଯେ ସେ ତିନ୍ଦିନ୍ ପରେ ମୃତ୍ୟୁନୁ ଜିଁ ଉଠ୍ବା। ଯିଏ ବି ଜଣେ ସେ ସମାଧିକେ ନିଶ୍ଚେ ଜୁଗ୍ବା କାଁକରି କି ତାର୍ଚାଲା ମାନେ ତାର୍ ଶରୀର୍କେ ଚୁରେଇ ନେବେ। ଯଦି ସେମାନେ ସେନ୍ତା କର୍ବେ ତାହେଲେ ସେମାନେ କହେବେ ଯେ ସେ ମୃତ୍ୟୁନୁ ଜିଁ ଉଠିଛନ୍।
ପିଲାତ କହେଲେ, “ କେତେ ସୈନ୍ୟ ମାନ୍କୁ ନେଇକରି ଯ ଆର୍ ଯେନ୍ତା କି ତୁମେ ଭଲ୍ସେ ସେ କବର୍ କେ ନିଘା ରଖିପାର୍ବ। ସେଥିର୍ ଲାଗି ସେମାନେ ସେ କବର୍ ର ବାଟ୍ ମୁହେଁ ପଥର୍ ଗୁଟେକେ ଚୁଟିଦେଲେ। ସେମାନେ ସେନ ସୈନ୍ୟ ମାନ୍କୁ ରଖିଦେଲେ ଯେନ୍ତା କି କିହେବି ସେ ଶରୀର୍ କେ ଚୁରେଇ ନେଇପାର୍ବେ।
ଯୀଶୁଙ୍କର୍ ସମାଧି କର୍ବାର୍ ଆରଦିନେ ବିଶ୍ରାମ୍ବାର୍ ଥିଲା। କିଏବି ବିଶ୍ରାମ୍ବାର୍ ଦିନେ କାମ୍ ନେଇ କରୁଥାଇ, ଇଥିର୍ଲାଗି ଯୀଶୁଙ୍କର୍ କେହେନି ସାଙ୍ଗ୍ କବର୍କେ ନେଇ ଆସୁ ଥାଇଁ। ହେଲେ ବିଶ୍ରାମ୍ବାର୍ ର ଆର ଦିନେ, ସକାଲର୍ ବଢେପୁରୁଁ କେତେ ସ୍ତ୍ରୀ ଲୋକ୍ ଯୀଶୁଙ୍କର୍ କବର୍ କେ ଯିବାର୍ ଲାଗି ସଜ୍ବାଜ୍ ହେଲେ। ସେମାନେ ଯୀଶୁର୍ ଶରୀର୍କେ ଅତର୍ (ତେଲ) ଲଗାବାର୍ ଲାଗି ଚହୁଁ ଥିଲେ।
ମହିଲା ମାନେ ପୁହୁଁଚିବାର୍ ଆଗନୁ, କବର୍ରେ ଗୁଟେ ବଡ୍ ଭୂମି କମ୍ପ ହେଲା। ସରଗ୍ ନୁ ଗୁଟେ ସର୍ଗର୍ ଦୂତ ଆସିକରି ସେ ପଥର୍ କେ ଅଡେଇ ଦେଲେ, ଯେନ୍ଟା କି କବର୍ ଯିବାର୍ ବାଟ୍କେ ବନ୍ଦକରି ରଖିଥିଲା ଆର୍ ସେନ ବସିଗଲା ସେ ସରଗ୍ ଦୂତ ଉଜାଲା ରେ ଚକ୍ ଚକ୍ କରୁଥିଲେ, କବର୍ ଉପ୍ରେ ଯେନ୍ ସୈନିକ ଥିଲା ସେ ତାହାକେ ଦେଖିକରି ଏତେ ଡରିଯାଇ ଥିଲାଯେ ମଲାଲୋକର୍ ଭଲିଆ ଭୁଇଁ ଉପ୍ରେ ପଡିଗଲା।
ଯେତ୍କିବେଲ୍କେ ସ୍ତ୍ରୀମାନେ କବର୍କେ ପୁହୁଚିଁଲେ, ସରଗ୍ ଦୂତ ସେମାନ୍କୁ କହେଲେ, “ ନେଇଡର, ଯୀଶୁ ଇନ ନାଇନ। ସେ ମୃତ୍ୟୁନୁ ଜିଁ ଉଠିଛନ୍, ଯେନ୍ତା ସେ କହିଥିଲେ ସେ ସେନ୍ତା ଜିଁ ଉଠ୍ବେ! କବର୍କେ ନୁରିକରି ଦେଖ।“ ସେ ନାରୀ ମାନେ କବର୍ ଭିତର୍କେ ଦେଖ୍ଲେ ଯେନ ଯୀଶୁଙ୍କର୍ ଶରୀର୍କେ ରଖାହେଇ ଥିଲା। ତାକର୍ ଶରୀର୍ ସେନ ଆରୁ ନାଇ ଥାଇଁ!
ତେହଁରୁ ଦୂତ ସ୍ତ୍ରୀମାନ୍କୁ କହେଲେ, “ଯାଇକରି ଚାଲାମାନ୍କୁ କହ, ‘ ଯୀଶୁ ମୃତ୍ୟୁନୁ ଜଁ ଉଠିଛନ୍ ଆର୍ ତୁମର୍ ଆଘେ ଆଘେ ଗାଲିଲୀ ସହର୍ କେ ଯିବେ।
ନାରୀମାନେ ଚକିତ୍ ହେଇଗଲେ ଆର୍ ଖୁସି ହେଲେ। ସେମାନେ ଇ ଖୁସିର୍ ଖବର୍ ଚାଲା ମାନ୍ଙ୍କୁ କହେବାର୍ ଲାଗି ନର୍ଧିଁ ଗଲେ।
ଯେତେବେଲ୍କେ ସେମାନେ ଚାଲା ମାନଙ୍କୁ ଇ ଖୁସିର୍ କଥା କହେବାର୍ ଲାଗି ବାଟେ ଥିଲେ, ସେତ୍କିବେଲେ ଯୀଶୁ ସେମାନ୍କୁ ଦେଖା ଦେଲେ। ସେମାନେ ଯୀଶୁର୍ ପାଦ୍ତଲେ ପଡିଗଲେ। ତେହେରୁଁ ଯୀଶୁ କହେଲେ, “ ନାଇଡର। ଯାଇକରି ମୋର୍ ଚାଲାମନ୍କୁ ଗାଲିଲି ଯିବାର୍ ଲାଗି କହ। ସେମାନେ ସେଠାନେ ମତେ ଦେଖ୍ବେ।
ବାଇବଲ୍ର କଥାନୀ: ମାଥିଉ ୨୭:୬୨-୨୮:୧୫; ମାର୍କ ୧୬:୧-୧୧; ଲୁକ ୨୪:୧-୧୨; ଯୋହନ ୨୦:୧-୧୮
Free to use, adapt, and share under an open license (CC BY-SA 4.0).