40. ୪୦. ଯୀଶୁଙ୍କୁ କୃଶ ନ ଚଢାଲେ
ଯୀଶୁଙ୍କୁ ପରିହାସ୍ କରିସାର୍ଲା ପରେ, ସେମାନେ ତାହାକୁଁ କୃଶ ନ ଚଡ଼ାବାର୍ ଲାଗି ନେଇ ଗଲେ। ସେମାନେ ଇନ୍ତା କିସ୍ମେ କ୍ରୁଶ କେ ବୁହାଲେ ଯେନ୍ତା ସେ ମରିଯିବେ।
ସୈନ୍ୟ ମାନେ ଯୀଶୁଙ୍କୁ କପାଲ ବଲିକରି ଗୁଟେ ଜାଗାକେ ନେଲେ ଆର୍ କ୍ରୁଶ ଉପ୍ରେ ତାକର୍ ହାତେ ଆର୍ ପାଦେଁ କଁଟା ପିଟ୍ଲେ।ହେଲେ ଯୀଶୁ କହେଲେ, “ପିତାଃ ଇମାନ୍କୁଁ କ୍ଷମା କରିଦିଅ କାରନ୍ ସେମାନେ କାଣାକରୁଛନ୍ ସେମାନେ ଯାନି ନାଇଁ ପାର୍ବାର୍।” ସେମାନେ କ୍ରୁଶ ନ ତାକର୍ ମୁଡ଼ ଉପ୍ରେ ଗୁଟେ ଚିହ୍ନାଟେ ଦେଲେ, ଯାହାର୍ ଅର୍ଥ ହେଲା “ ଯିହୁଦୀ ମାନ୍କର୍ ରଜା।” ଯେନ୍ଟାକି ପିଲାତ ଲେଖ୍ବାର୍ ଲାଗି କହିଥିଲେ।
ତେହେରୁଁ ସେ ସୈନ୍ୟମାନେ ଯୀଶୁଙ୍କର୍ କପ୍ଡାର୍ ଲାଗି ଗୁଲିବାଣ୍ଟ କଲେ। ଯେତ୍କିବେଲେ ସେମାନେ ଇଟାକଲେ, ଗୁଟେ ଭବିଷ୍ୟଦ୍ବାନୀ ପୁରା ହେଲା, “ସେମନେ ମୋର୍ କପଡ଼ାକେ ଭାଗ୍ ବଟା କର୍ବେ ଆର୍ ମୋର୍ କପଡ଼ାର୍ ଲାଗି ଗୁଲି ବାଣ୍ଟ କର୍ବେ।
ସେ ସମିୟାଁନ ସଠାନେ ଦୁଇଟା ଚୋର୍ କେବି କ୍ରୁଶ ନ ଚଢାବାର୍ ଥିଲା, ସେମାନେ ଯୀଶୁର୍ ଦୁହି ଆଡ଼େ ଥିଲେ।ଗୁଟେ ଚୋର୍ ଯୀଶୁଙ୍କୁ ପରିହାସ୍ କଲା, ହେଲେ ଆର୍ ଗୁଟେ ଚୋର୍ ତାହାକେ କହେଲା, ମାହାପୁରୁ ତତେ ଦଣ୍ଡ ଦେବେ ତତେ କାଣା ଡ଼ର୍ ନେଇଁ ଲାଗ୍ବାର୍? ଆମେ ଅନେକ ଖରାପ୍କାମ୍ କରି ଦୋସି ହେଇଛୁଁ ହେଲେ ଇ ଲୋକଟା ସତ୍ ଆରୁ ନିପ୍ପାପି ଆନ୍। ତେହେରୁଁ ସେ ଯୀଶୁଙ୍କୁ କହେଲା, “ଯେତ୍କିବେଲେ ତୁମେ ସରଗ୍ ଯିବ ଦୟାକରି ମତେ ସୋର୍ କର୍ବ।” ଯୀଶୁ ତାହାକେ ଉତ୍ତର୍ ଦେଲେ, “ତମେ ଆଏଜ୍ ହିଁ ମୋର୍ ସାଙ୍ଗେ ସରଗ୍କେ ଯିବ।“
ଯିହୁଦୀ ନେତାମାନେ ଆର୍ ସେ ଭିଡ଼୍ର ଅନ୍ୟ ଲୋକ୍ମାନେ ଯୀଶୁଙ୍କୁ ପରିହାସ୍ କରି ବସ୍ଲେ। ସେମାନେ ଯୀଶୁଙ୍କୁ କହେଲେ, “ଯଦି ତୁଇ ମାହାପୁରୁର୍ ପୁଓ ଆଏଁ, ତାହେଲେ କ୍ରୁଶ ନୁ ତଲ୍କେ ଉତ୍ରିଆ ଆର୍ ନିଜ୍କେ ବଚାଁ! ତେହେରୁଁ ଆମେ ତତେ ବିଶ୍ୱାସ୍ କର୍ମୁ।
ସେତେବେଲେ ଦିନର୍ ଦୁଇ ପହର୍ ସମିୟାଁ ହେଇଥିଲା, ହେଲେ ବି ସବୁଆଡେ ଆକାଶେ ପୁରାପୁରି ଅନ୍ଧାର୍ ହେଇ ଗଲା। ବେଲାନୁ ଅନ୍ଧାର୍ ହେଇଗଲା ଆର୍ ଇଟା ତିନ୍ ଘନ୍ଟା ତକ୍ ଅନ୍ଧାର୍ ହେଇ ରହେଲା।
ତ ଯୀଶୁ ଜୋର୍ସେ କାନ୍ଦି କରି କହେଲେ, “ଶେଷ୍ ହେଲା, ହେ ପିତା, ମୁଇଁ ତମର୍ ହାତେଁ ମୋର୍ ଆତ୍ମାକେ ଦଉଛେଁ।” ତେହଁରୁ ସେ ମୁଡ଼୍କେ ତଲ୍ କରି ତାକର୍ ଜୀବନ୍କେ ତ୍ୟାଗ କରି ଦେଲେ। ଯେତ୍କିବେଲେ ସେ ମରି ଗଲେ , ସେନ ଗୁଟେ ଭୁମିକମ୍ପ ହେଲା। ମନ୍ଦିର୍ର ବଡ଼ ପର୍ଦା ଜେନ୍ଟା ମାହାପୁରୁର୍ ଉପସ୍ତିତିକେ ଲୋକ୍ମାନ୍କର୍ ନୁ ଅଲ୍ଗା କରୁଥିଲା ସେ ବିଛେଦ ପର୍ଦା ଉପୁରୁଁ ତଲ୍ତକ୍ ଚିରିହେଇ ଦୁଇଭାଗ୍ ହେଇଗଲା।
ତାକର୍ ମୃତୁ ଦ୍ୱାରା, ଯୀଶୁ ଲୋକମାନ୍କୁଁ ମାହାପୁରୁର୍ ପାସ୍କେ ଆଏବାର୍ ଲାଗି ବାଟ୍ ଖୁଲିଦେଲେ। ଯେତେବେଲ୍କେ ଯୀଶୁଙ୍କର ଶରୀର୍ କେ ଜୁଗିଥିବାର୍ ଗୁଟେ ସୈନ୍ୟ ଯାହା ଘଟିଥିଲା ସବୁକେ ଦେଖ୍ଲା, ଆର୍ କହେଲା, “ନିଶ୍ଚିତ୍ ଭାବେ ଇ ଲୋକ୍ଟା ନିର୍ଦୋଷ୍ ଥିଲା।ଇ ଲୋକ୍ଟା ମାହାପୁରୁର ପୁଓ ଆଏ।
ତାର୍ପରେ ଯୋସେଫ୍ ଆର୍ ନିକଦିମ ବଲିକରି ଦୁଇଟା ଯିହୁଦୀ ନେତା ଆସ୍ଲେ ଆର୍ ପିଲାତକେ ଯୀଶୁଙ୍କର୍ ଶରିର୍କେ ମାଗ୍ଲେ। ସେମାନେ ବିଶ୍ୱାସ୍ କରୁଥିଲେ ଯେ, ଯୀଶୁ ମସିହା ଅନ୍। ସେମାନେ ତାକର୍ ଶରୀର୍କେ କପ୍ଡ଼ାନେ ଢାପ୍ଲେ।ତେହେରୁଁ ସେମାନେ ଶରୀର୍କେ ପଥର୍ନେ କଟାହେଇ କରି ବନା ହେଇ ଥିବାର୍ ଗୁଟେ କବର୍ ଭିତ୍ରେ ରଖ୍ଲେ ତାର୍ପରେ ସେମାନେ କବର୍ର ବାଟ୍କେ ବନ୍ଦ କର୍ବାର୍ ଲାଗି ଗୁଟେ ବଢେ ପଥର୍କେ ଗଡେଇ କରି ଆନ୍ଲେ।
ବାଇବଲ୍ର କଥାନୀ: ମାଥିଉ ୨:୨୭-୬୮;ମାର୍କ ୧୫:୧୬-`୪୭; ଲୁକ ୨୩:୨୬-୫୬; ଯୋହନ ୧୯:୧୭
Free to use, adapt, and share under an open license (CC BY-SA 4.0).