39. ୩୯. ଯୀଶୁଙ୍କର୍ ବିଚାର୍ କରାଗଲା
ଇଟା ଅଦ୍ରାତିଆ ସମିୟାଁର୍ କଥା। ସୈନ୍ୟମାନେ ଯୀଶୁଙ୍କୁ ମହାଯାଜକ୍ ଘର୍କେ ନେଇଁକରି ଆସ୍ଲେ କାଏଁଯେକି ସେ ଯୀଶୁଙ୍କୁ ପଚ୍ରା ଉଚ୍ରା କର୍ବାର୍ ଲାଗି ଚାହୁଁଥିଲେ। ପିତର୍ ଦୁରିଆନୁ ସେମାନ୍କର୍ ପିଛା କରୁ ଥିଲେ। ଯେତ୍କିବେଲେ ସୈନ୍ୟମାନେ ଯୀଶୁଙ୍କୁ ଘର୍କେ ନେଲେ ପିତର୍ ବାହାରେ ଥାଇ କରି ଜୁଏଁ ତାପ୍ଲେ।
ଘର୍ ଭିତ୍ରେଁ ଯିହୁଦୀ ନେତା ମାନେ ଯୀଶୁଙ୍କର୍ ଉପ୍ରେ କାନୁନ୍ ର ଦଫା ଲଗାଲେ। ସେମାନେ ତାକର୍ ନାଁ ଥି କେତ୍ନିଟେ ମିଛ୍ କଥା କହେଲେ। ହେଲେ ଇ ସମ୍କିରର୍ କଥା ତାଲ୍ମିଲ୍ ନେଇଁ ଖାଉ ଥାଇ ଇଥିର୍ ଲାଗି ଯିହୁଦୀ ନେତା ମାନେ ତାହାଙ୍କୁ ଦୋସୀ ବଲିକରି ପ୍ରମାଣ କରି ନାଇଁ ପାର୍ଲେ। ଯୀଶୁ କିଛି ନାଇଁ କହେଲେ।
ଶେଷେଁ, ମହାଯାଜକ୍ ଯୀଶୁଙ୍କୁ ଦେଖ୍ଲେ ଆର୍ କହେଲେ, “କାଣା ତୁମେ ଯୀବିତ୍ ପର୍ମେଶର୍ର ପୁତ୍ର ମସିହା ଅ?”’
ଯୀଶୁ କହେଲେ, “ହଁ ମୁଇଁ ଆଏଁ, ଆର୍ ତମେ ମତେ ମାହାପୁରୁର୍ ସାଙ୍ଗେ ବସିଥିବାର୍ ଆର୍ ସରଗ୍ ନୁ ଆସୁଥିବାର୍ ବି ଦେଖ୍ବ।” ଯୀଶୁଙ୍କର୍ କଥା ଶୁନିକରି ମହା ଯାଜକ୍ ରିସ୍ମି ହେଲା ଆର୍ ତାର୍ କପ୍ଡ଼ା କେ ଚିରିଦେଲା। ସେ ଅଲ୍ଗା ଧାର୍ମିକ୍ ନେତା ମାନ୍କୁ ଗାଲି ଦେଇ କରି କହେଲା “ ଆମ୍କୁ ଇଟା ପ୍ରମାଣ କର୍ବାର୍ଲାଗି ଦୁସୁରା ସାକ୍ଷି ଦର୍କାର୍ ନାଇଁନ, ଇ ଲୋକଟା କାଣା କରିଛେ। ତୁମେମାନେ ନିଜେ ହିଁ ସେ ଯାହା କହେଲା କଥା ସୁନ୍ଲ, ସେ ପରମେଶ୍ୱର୍ର ପୁଓ ଆଏଁ। ଇତାର୍ ବାବଦ୍ ରେ ତୁମର୍ ମାନ୍କର୍ କାଣା ବିଚାର୍ ଆଏ?”
ସବୁ ଯିହୁଦୀ ନେତା ମାନେ ମହା ଯାଜକ୍ କେ ଉତର୍ ଦେଲେ, “ସେ ମର୍ବାର୍ ଲାଏକ୍ ଆଏ!” ତେହେରୁଁ ସେମାନେ ଯୀଶୁର୍ ଆଖିଁନ ପଟି ବାନ୍ଧ୍ଲେ, ଆର୍ ତାକର୍ ଉପରେ ଥୁକ୍ଲେ, ତାହାକୁ ପିଟ୍ଲେ, ଆର୍ ତାହାକେ ପରିହାସ୍ କଲେ।
ପିତର୍ ସେତେବେଲେ ଘରର୍ ବାହାରେ ଜୁଗିଥିଲେ। ଗୁଟେ ଦାସୀ ତାହାକେ ଦେଖ୍ଲା। ଆର୍ ସେ ତାହାକେ କହେଲା, “ତୁମେ ବି ଯୀଶୁର୍ ସାଙ୍ଗେ ଥିଲ !” ପିତର୍, ମୁଇଁ ନାଇଁ ଥାଇ ବଲି କହେଲା। ଆର୍ ଗୁଟେ ଅଲ୍ଗା ଟୁକେଲ୍ ସେ କଥାକେ କହେଲା, ଆର୍ ପିତର୍ ତାହାକେ ବି ମୁଇଁ ନାଇଁ ଥାଇ ବଲି କହେଲା। ଶେଷେଁ, ଆର୍ କେତେ ଲୋକ୍ କହେଲେ, “ଆମେ ଯାନିଛୁଁ ଯେ ତମେ ଯୀଶୁ ସାଙ୍ଗେ ଥିଲ, କାଁଏ ହେଲାଯେ ବଏଲେ ତମେ ଦୁହେଁ ଗାଲିଲୀ ନୁ ଆସିଛ।”
ତାର୍ପରେ ପିତର୍ କହେଲେ, “ଯଦି ମୁଇଁ ଇଲୋକ୍ କେ ଯାନିଥିମି ମାହାପୁରୁ ମତେ ଅଭିସାପ୍ ଦଉନ୍।” ପିତର ଏନ୍ତା କିରିଆ କର୍ବାର୍ ଉତାରେ ସାଙ୍ଗେସାଙ୍ଗ୍ ଗୁଟେ କୁକୁରା ଡାଖ୍ଲା। ଯୀଶୁ ଟିକେ କିନ୍ଦ୍ରି କରି ପିତର୍ ଆଡ୍କେ ଦେଖ୍ଲେ।
ପିତର୍ ଧୁରିଆକେ ଗଲେ ଆରୁ ଦୁଃଖ୍ ମନା ହେଇ ବହୁତ୍ କାନ୍ଦ୍ଲେ ଠିକ୍ ସେତ୍କି ସମିୟାଁ ନ ଯିହୁଦା, ଯିଏକି ଯୀଶୁଙ୍କୁ ଧରାଲା, ଦେଖ୍ଲା ଯେ ଯିହୁଦୀ ନେତା ମାନେ ଯୀଶୁଙ୍କୁ ମାର୍ବାର୍ ଲାଗି ବଦ୍ନାମ୍ କରୁଥିଲେ। ଯିହୁଦା କେ ବହୁତ୍ଟେ ଦୁଃଖ୍ ଲାଗ୍ଲା ଆର୍ ସେ ନିଜ୍କେ ଆତ୍ମହତ୍ୟା କଲା।
ଏତ୍କି ବେଲ୍କେ ପିଲାତ, ଯିହୁଦା ରାଏଜ୍ର ଶାସକ୍ ଥିଲେ। ସେ ରୋମିୟ ମାନ୍କର୍ ଲାଗି କାମ୍କରୁଥିଲେ।ଯିହୁଦୀ ନେତା ମାନେ ଯୀଶୁଙ୍କୁ ତାକର୍ ପାସ୍କେ ଆନ୍ଲେ। ସେମାନେ ଚାହୁଁ ଥିଲେଯେ, ପିଲାତ ଯୀଶୁଙ୍କୁ ବଦ୍ନାମ୍ କରି ମୃତ୍ୟୁ ଦଣ୍ତ ଦଉନ୍। ପିଲାତ୍ ଯୀଶୁଙ୍କୁ ପଚ୍ରାଲେ, “ତମେ କାଣା ଯିହୁଦାର୍ ରଜା?”
ଯୀଶୁ ଉତର୍ ଦେଲେ ତମେ ଠିକ୍ କହେଲ, ହେଲେ ମୋର୍ ରାଏଜ୍ ଇ ପୃଥିବିର୍ ନାଇଁ ସେ। ଯଦି ଇଟା ହେଇଥିତା ମୋର୍ ଦାସ ମାନେ ମୋର ଆଡ଼ୁ ଯୁଦ୍ଧ କରିଥିତେ।ମୁଇଁ ପୁର୍ଥିକେ ମାହାପୁରୁର୍ ସତ୍କଥା କହେବାର୍ଲାଗି ଆସିଛେଁ। ସଭେ ଲୋକ୍ ଯେନ୍ମାନେ ସତ୍ କେ ପ୍ରେମ୍ କର୍ସନ୍ ସେମାନେ ମୋର୍କଥାକେ ସୁନ୍ସନ୍। ପିଲାତ ପଚାରିଲେ ସତ୍ ଟା କାଣା ଆଏ?
ଯୀଶୁ ସାଙ୍ଗେ କଥା ବାର୍ତା ହେଇ ସାର୍ଲା ପରେ“ ପିଲାତ ସେ ଲୋକମାନ୍କର୍ ଭିଡ଼ ଭିତର୍କେ ଯାଇକରି କହେଲେ ଏନ୍ତା କିଛି କାରନ୍ ନେଇଁ ପାଏବାର୍ ଯେ, ଇ ଲୋକ୍କେ ମାରି ଦିଆ ଯିବାର୍ କଥା।” ହେଲେ ଯିହୁଦୀ ନେତା ମାନେ ହୋ ହାଲା ହେଇ କରି କହେଲେ “ଇତାକେ କୃଶ ନ ଚଡ଼େଇ ଦିଅ!” ପିଲାତ ଉତର୍ ଦେଲେ, “ସେ ଟିକେବି ଦୋଷ୍ କରିଥିବାର୍ ପର୍ମାନ୍ ନାଇଁ ନ।” ହେଲେ ଯୀହୁଦି ମାନେ ଆର୍ ଜୋର୍ ରେ ରଡ଼ି ବସଲେ। ସେଥିର୍ ଲାଗି ତିନ୍ ନମର୍ ଥର୍ କହେଲେ “ସେ ଦୋଷି ନୁହେଁ ଆଏ!”।
ପିଲାତ ଡରିଗଲେ କି ଲୋକମାନେ ଦଙ୍ଗା କର୍ବେ, ସେଥିର୍ଲାଗି ସେ ତାକର୍ ସୈନ୍ୟ ଦ୍ୱାରା ଯୀଶୁଙ୍କୁ କୃଶ ନ ଚଢାବାର୍ ଲାଗି ମାନିଗଲେ।ରୋମିୟ ସୈନ୍ୟ ମାନେ ଚାବୁକ୍ ମାର୍ଲେ, ରାଜକିଅ କପ୍ଡା ପିନ୍ଦାଲେ, ଆରୁ ତାକର୍ ମୁଡ଼େ କଁଟାରେ ବନାହେଇ ଥିବାର୍ ମୁକୁଟ ପିନ୍ଦାଲେ। ତେହେରୁଁ ସେମାନେ ଇଟା କହିକରି ତାକର୍ ମଜାକ୍ ଉଡ଼ାଲେ, “ଦେଖ, ଯିହୁଦୀ ମାନ୍କର୍ ରଜା କେ।
ବାଇବଲ୍ର କଥାନୀ: ମାଥିଉ ୨୬:୫୭-୨୭:୨୬; ମାର୍କ ୧୪:୫୩-୧୫:୧୫ ଲୁକ ୧୪:୫୩-୧୫:୧୫
Free to use, adapt, and share under an open license (CC BY-SA 4.0).