38. ୩୮ ଯୀଶୁଙ୍କୁ ଶତୃ ହାତେଁ ଧରେଇ ଦେଲେ
ଯୀହୁଦୀ ମାନେ ସବୁ ବର୍ଷେଁ ନୀସ୍ତାର୍ ପରବ୍ ପାଲନ୍ କରୁଥିଲେ। ମାହାପୁରୁ କେନ୍ତା କୀସ୍ମେ ତାକର୍ ପୁର୍ବ ପୁରୁଷ୍ ମାନ୍କୁ ମିଶର୍ ଦେଶୁ କିଣା ଚାକର୍ କାମ୍ନୁ ଶହ ଶହ ବରଷ୍ ଆଗନୁ ଉଦ୍ଧାର୍ କରିଥିଲେ। ଇଥିର୍ ଲାଗି ଇ ପରବ୍ ପାଲନ୍ କରୁଥିଲେ। ଯୀଶୁର୍ ପହେଲା କରି ଲୋକ୍ ମାନ୍କର୍ନ ପ୍ରଚାର୍ ଆରୁ ଶିକ୍ଷା ଦେବାର୍ କାମ୍ ଆରମ୍ କର୍ବାର ପାଖାପାଖି ତିନ୍ ବରଷ୍ ପରେ, ଯୀଶୁ ତାକର୍ ଚାଲା ମାନ୍କେ କହେଲେ ଯେ ସେ ତାକର୍ ସାଙ୍ଗେ ଇ ନିସ୍ତାର୍ ପରବ୍ କେ ଯିରୁଶାଲମ୍ ନ ପାଲନ୍ କର୍ବାର୍ ଲାଗି ଚାହୁଁଛନ୍। ଆର୍ ସେନ ତାହାକୁ ମାରି ଦିଆଯିବା।
ଯୀଶୁର୍ ଗୁଟେ ଚାଲା ତାର୍ ନାଁ ଯିହୁଦା। ଯିହୁଦା ପ୍ରେରିତ୍ ମାନ୍କର୍ ପଏସା ମୁନା ଧରୁଥିଲା। ହେଲେ ସେ ବାର୍ ବାର୍ ଇ ପଏସା ମୁନାନୁ ପଏସା ଚୁରୋଉ ଥିଲା। ଯୀଶୁ ଆର୍ ତାକର୍ ଚାଲା ମାନେ ଯିରୁଶାଲମ୍ କେ ପୁହୁଁଚିଲା ପରେ, ଯିହୁଦା ଯିହୁଦୀ ମାନ୍କର୍ ନେତା ମାନ୍କର୍ ନିକେ ଗଲା। ପଏସା ଦେଲେ ଯୀଶୁକୁ ଧରେଇ ଦେମି ବଲି ଯଚେଇ ହେଲା। ସେ ଯାନି ଥିଲାଯେ ଯିହୁଦୀ ନେତା ମାନେ ଯୀଶୁଙ୍କୁ ମସିହା ବଲି କରି ଗ୍ରହଣ ନେଇ କରୁଥାଇଁ। ସେ ଜାନିଥିଲା ଯେ ସେମାନେ ତାହାକେ ମାର୍ବାର ଲାଗି ଚାହୁଁଛନ୍।
ପ୍ରଧାନ୍ ଯାଜକର୍ ନେତୃତ୍ୱ ନ ଯୀଶୁକେ ଧରେଇ ଦେବାର୍ ଲାଗି ଯିହୁଦୀ ନେତାମାନେ ଯିହୁଦାକେ ତିରିସ୍ ଟା ରୁପାର୍ ଟଙ୍କା ଦେଲେ। ଯେନ୍ତା ଭାବବାଦି ମାନେ କହିଥିଲେ ସେନ୍ତା ହିଁ ଘଟ୍ଲା।ଯିହୁଦା ଧରାବାର୍ ଲାଗି ରାଜି ହେଲା, ପଏସା ନେଲା, ଆର୍ ଅଲ୍ଗା ଆଡ଼େ ପଲାଲା। ଯୀଶୁଙ୍କୁ ବନ୍ଧି କର୍ବାର୍ ଲାଗି ସେମାନ୍କୁ ସାହାର୍ଯ୍ୟ କର୍ବାର୍ଲାଗି ସେ ଗୁଟେ ସୁଯୋଗ୍ ଖୁଜ୍ବାର୍ ଆରମ୍ କଲା।
ଯିରୁଶାଲମ୍ ନ ଯୀଶୁ ତାକର୍ ଚାଲାମାନ୍କର୍ ସାଙ୍ଗେ ନିସ୍ତାର୍ ପରବ୍ ପାଲନ୍ କଲେ। ନିସ୍ତାର୍ ପରବ୍ ଭୁଜି ବେଲ୍କେ, ଯୀଶୁ କେତେଟା ରୁଟି ନେଇକରି ଖଣ୍ତ ଖଣ୍ତ କଲେ। ସେ କହେଲେ ଇଟା ନିଅ ଆଉ ଖଅ, ଇଟା ମୋର ଶରୀର୍ ଆଏ, ଇଟା ମୁଇଁ ତୁମର୍ ମାନ୍କର୍ ଲାଗି ଦେଉଛେଁ। ମତେ ସୋର୍ କର୍ବାର୍ ଲାଗି ଇଟା କର।ଏନ୍ତା କିସ୍ମେ, ଯୀଶୁ କହିଲେଯେ ସେମାନ୍କର୍ ଲାଗି ମର୍ବେ, ଆର୍ ସେମାନ୍କର୍ ଲାଗି ନିଜର୍ ଦିହେଁକେ ବଳି ଚଢାବେ।
ତେହେରୁଁ ଯୀଶୁ ପାଏନ୍ ଗ୍ଲାସ୍ ନୁ ଦ୍ରାକ୍ଷାରସ୍ ନେଲେ ଆର୍ କହେଲେ, ଇଟା ପିଅ। ଇଟା ହେଉଛେ ନୁଆଁ ଚୁକ୍ତିର୍ ମୋର୍ ରକତ୍, ମୁଇଁ ଢାଲିଦେମି ତେହେରୁଁ ମାହାପୁରୁ ତୁମର୍ ପାପ୍ କ୍ଷମା କର୍ବେ। ତୁମେମାନେବି ଏନ୍ତାକର ଯେନ୍ତା ମୁହିଁ ଇହାଦେ କରୁଛେଁ, ଯେତେକି ବେଲ୍କେ ଇନୁ ପିଇବ ମତେ ସବୁବେଲେ ମନେପକାବ।
ତାର୍ପରେ ଯୀଶୁ ଚେଳା ମାନ୍କେ କହେଲେ, “ତୁମର୍ ମାନ୍କର୍ ଭିତୁରୁ ଜନେ ମତେ ବିଶ୍ୱାସ୍ଘାତ୍ କର୍ବା।”ଚାଲା ମାନେ ଚକିତ୍ ହେଇଗଲେ, ଆର୍ ପଚ୍ରାବାର୍କେ ଲାଗ୍ଲେ କିଏ ଏନ୍ତା କାମ୍ କର୍ବା। ଯୀଶୁ କହେଲେ, “ମତେ ବିଶ୍ୱାସ୍ଘାତ୍ କର୍ବାର୍ ଲୋକ ଇଟା ଆଏଁ ଯାହାକେ ମୁଇଁ ଇ ଭାଙ୍ଗ୍ଲା ରୁଟି ଦେଉଛେଁ।” ତାର୍ପରେ ରୁଟି ଯିହୁଦା କେ ଦେଲେ।
ଇ ରୁଟିକେ ନେବାର୍ ଉତାରେଁ, ଯିହୁଦାର୍ ମନ୍ ଭିତ୍ରେଁ ଶଏତାନ୍ ପସ୍ଲା। ଯିହୁଦା ସେ ଜାଗା ନୁ ପଲେଇ ଆଏଲା ଆର୍ ଯୀଶୁ କେ ଧରାବାର୍ ଲାଗି ଯିହୁଦୀ ନେତା ମାନ୍କେ ସାହାର୍ଯ୍ୟ କଲା।ଇଟା ରାତିର୍ ସମିୟାଁ ଥିଲା।
ଖାଇ ସାର୍ଲା ପରେଁ, ଯୀଶୁ ଆର୍ ଚାଲାମାନେ ଜୀତ ପର୍ବତ୍କେ ଗଲେ। ଯୀଶୁ ସେମାନ୍କୁଁ କହେଲେ, “ତୁମେମାନେ ଆଏଜ୍ ସବେ ମତେ ଛାଡ଼ି ଦେବ। ଇଟା ଲେଖା ହେଇଛେଁ, ‘ମୁଇଁ ମେଷ ପାଲକ୍ କେ ମାର୍ମି ଆର୍ ସବୁ ମେଷମାନେ ଇଆଡ଼େ ସେଆଡ଼େ ହଇଯିବେ।”’
ପିତର୍ ଉତ୍ତର୍ ଦେଲେ, “ ସବେ ତମ୍କେ ଛାଡ଼ଲେ ବି ମୁଇଁ ତୁମକୁଁ କେବେ ନାଇଁ ଛାଡେ!” ତେହେରୁଁ ଯୀଶୁ ପିତର୍କେ କହେଲେ, “ ଶଏତାନ୍ ତମ୍କେ ସବ୍କେ ନେବାର୍କେ ଚାହୁଁଛେ, ହେଲେ ପିତର୍, ମୁଇଁ ତମର୍ ଲାଗି ସବୁବେଲେ ପ୍ରାର୍ଥନା କରୁଛେଁ, ଯେନ୍ତାକି ତମେ ବିଶ୍ୱାସ୍ ନ ଦୁର୍ବଲ୍ ନେଇ ହେଇଯିବ, ହେଲେ ବି, ଆଏଜ୍ ରାତି କୁକୁଡ଼ା ଡାକ୍ବାର୍ ଆଗୋନୁ ତମେ ମତେ ତିନ୍ଥର୍ ନାଇ ଜାନିବଲି ମନା କର୍ବ।
ପିତର୍ ତେହେରୁଁ ଯୀଶୁଙ୍କୁ କହେଲେ, “ମୁଇଁ ମରିଗଲେବି, “ତମ୍କେ କେଭେ ନାଇଯାନି ବଲି ଅସ୍ୱୀକାର୍ ନାଇ କରେଁ” ଆରୁ ଅଲ୍ଗା ଚାଲା ମାନେବି ଇକଥା କହେଲେ।
ତାର୍ପରେ ଯୀଶୁ ତାକର୍ ଚାଲା ମାନ୍କର୍ ସାଙ୍ଗେ ଗେଥ୍ଶିମାନି ବଲିକରି ଗୁଟେ ଜାଗାକେ ଗଲେ। ଯୀଶୁ ତାକର୍ ଚାଲା ମାନ୍କୁଁ ପ୍ରାର୍ଥନା କର୍ବାର୍ ଲାଗି କହେଲେ, ଯେନ୍ତାକି ସେମାନେ ପରୀକ୍ଷା ନ ନାଇ ପଡ୍ବେ। ତେହେରୁଁ ଯୀଶୁ ନିଜେ ପ୍ରାର୍ଥନା କର୍ବାର୍ ଲାଗି ଗଲେ।
ଯୀଶୁ ତିନ୍ ଥର୍ ପ୍ରାର୍ଥନା କଲେ, ହେ ମୋର୍ ପିତା, ଯଦି ଇଟା ହେଇ ପାର୍ବା, ତ ଇ ଦୁଃଖର୍ ପାଏନ୍ ପାତ୍ର ମୋର୍ଠାନୁ ଦୂର୍ କର। ହେଲେ ଲୋକମାନ୍କର୍ ପାପ୍ କ୍ଷମା କର୍ ବାର୍ ଲାଗି ଆର୍ ଯଦି କିଛି ବାଟ୍ ନାଇଁ ନ, ତ ତମର୍ ଇଚ୍ଛା ପୁରା ହେଉ। ଯୀଶୁ ବହୁତ୍ ବ୍ୟାକୁଲ ଥିଲେ ଆର୍ ତାକର୍ ଝାଲ୍ ରକତ୍ ଭଲିଆ ବାହାରି ପଡ଼୍ଲା ଆର୍ ତାହାକୁ ଶକ୍ତି ଦେବାର୍ ଲାଗି ମାହାପୁରୁ ଗୁଟେ ସରଗ୍ ଦୂତ କେ ପଠାଲେ।
ସବୁ ଥର୍ ପ୍ରାର୍ଥନା କରି ସାର୍ଲା ପରେ, ଯୀଶୁ ତାକର୍ ଚାଲା ମାନ୍କର୍ ପାଖ୍କେ ଆସ୍ଲେ, ହେଲେ ସେମାନେ ଶୁଇ ପଡ଼ି ଥିଲେ। ଯେତ୍କିବେଲ୍କେ ଯୀଶୁ ତିନ୍ ନମର୍ ଥର୍ ଆସ୍ଲେ, ଯୀଶୁ କହେଲେ, “ଉଠି ପଡ଼, ମତେ ଧର୍ବାର୍ ଲୋକ୍ ଇନ ଅଛନ୍।”
ଯିହୁଦା ଗୁଟେ ବଡେ ଭିଡ଼ ଭିତର୍ରେ ଆସ୍ଲେ, ଯେନ ଯିହୁଦୀ ନେତା ଆର୍ ସଏନିକ୍ ଜବାନ୍ ମାନେ ଥିଲେ। ସେମାନେ ଖଣ୍ତା ଆର୍ ଠେଙ୍ଗା ବାଡି ଧରିକରି ଆସି ଥିଲେ, ଯିହୁଦା ଯୀଶୁର୍ ନିକେ ଆସ୍ଲା ଆର୍ କହେଲା, “ଗୁରୁ ଜୁହାର୍” ଆର୍ ଚୁମାଟେ ଦେଲା। ଇଟା କଲା ଉତାରେ ସେ ଯିହୁଦୀ ନେତାମାନ୍କୁ କେନ୍ ଲୋକ୍କେ ଧର୍ବାର୍ ଅଛେ ଦେଖେଇ ଦେଲା। ତେହେରୁଁ ଯୀଶୁ କହେଲେ, ତୁମେ ମତେ ଗୁଟେ ଚୁମା ଦେବାର୍ ବାହାନା କରି ଧରେଇ ଦେଲ।
ଯେତ୍କିବେଲେ ସନ୍ୟ ମାନେ ଯୀଶୁଙ୍କୁ ଧରୁଥିଲେ, ପିତର୍ ଖଣ୍ତା ବାହାର୍ କରି ମହାଜାଜକ୍ ର ଗୁଟେ ଦାସର୍ କାନ୍କେ କାଟି ଦେଲେ। ହେଲେ ଯୀଶୁ କହେଲେ “ତୁମର୍ ଖଣ୍ତା କେ ଦୁରିଆ ନ ରଖ! ମୁଇଁ ମୋର୍ ପିତାକେ ମୋର୍ ବଂଚବାର୍ ଲାଗି ସରଗ୍ ଦୂତ ମାନ୍କର୍ ଗୁଟେ ସୈନ୍ୟ ମାଗି ପାର୍ମି ହେଲେ ମୁଇଁ ମୋର୍ ପିତାଙ୍କର୍ ଆଦେଶ୍ ନିଶ୍ଚେ ମାନ୍ମି। ଯୀଶୁ ସେ ଲୋକର୍ କାନ୍କେ ଭଲ୍ କରି ଦେଲେ। ତେହେରୁଁ ସବୁ ଚାଲା ସେନୁ ପଲେଇ ଗଲେ।
ବାଇବଲ୍ର କଥାନୀ: ମାଥିଉ ୨୬:୧୪-୫୬; ମାର୍କ ୧୪:୧୦-୫୦; ଲୁକ ୨୨:୧-୫୩; ଯୋହନ ୧୮:୧-୧୧
Free to use, adapt, and share under an open license (CC BY-SA 4.0).