37. ୩୭. ଯୀଶୁ ମଲା ଲାଜାର୍କେ ଜିଁଆଲେ
ଲାଜାର୍ ବଲିକରି ଜଣେ ଲୋକ୍ ଥିଲେ। ମରିୟମ୍ ଆର୍ ମାର୍ଥା ନାଁରେ ତାକର୍ ଦୁଇଟା ବୁହେନ୍ ଥିଲେ। ସେମାନେ ସବେ ଯୀଶୁର୍ ଅତି ନିଜର୍ ସାଙ୍ଗ୍ ଥିଲେ। ଦିନେ କିଏ ଜନେ ଯୀଶୁଙ୍କୁ କହେଲେ ଯେ ଲାଜାର୍ ବହୁତ୍ ବେମାର୍ରେ ପଡିଛନ୍। ଯେତ୍କିବେଲେ ଯୀଶୁ ଇଟା ଶୁନ୍ଲେ, ସେ କହେଲେ, “ଇ ବେମାର୍ ମୃତ୍ୟୁର୍ ଲାଗି ନୁହେଁସେ, ହେଲେ ମାହାପୁରୁର୍ ମହିମା ଲାଗି ଆଏ, ଯେନ୍ତାକି ଲୋକ୍ମାନେ ମାହାପୁରୁର୍ ଆଦର୍ କର୍ବେ। ”
ଯୀଶୁ ତାକର୍ ସାଙ୍ଗ ମାନ୍କେ ଭଲ୍ ପାଉଥିଲେ, ହେଲେ ସେ ଦୁଇ ଦିନ୍ ତକ୍ ଅଟ୍କି ଥିଲେ। ଦୁଇ ଦିନର୍ ପରେ ସେ ତାକର୍ ଚାଲାମାନ୍କୁଁ କହେଲେ, “ଚାଲ ଯିହୁଦା ଦେଶ୍କେ ଫିରି ଯିମା।” ହେଲେ ଚାଲାମାନେ ଉତର୍ ଦେଲେ “ଗୁରୁ”, “ କିଛି ସମିୟାଁ ଆଗରୁତ ସେ ଲୋକ୍ମାନେ ତମ୍କୁଁ ମାର୍ବାର୍ ଲାଗି ଚାହୁଁଥିଲେ!” ଯୀଶୁ କହେଲେ, “ଆମର୍ ସାଙ୍ଗ୍ ଲାଜାର୍ ସୁଇ ପଡିଛନ୍, ଆର୍ ମୁଇଁ ତାହାକୁ ଉଠାମି।
ଯୀଶୁଙ୍କର୍ ଚାଲାମାନେ ଉତ୍ତର ଦେଲେ, “ଗୁରୁ, ଲାଜାର୍ ଯଦି ଶୁଇଛନ୍, ତାହେଲେ ସେ ଭଲ୍ ହେଇଯିବେ।” ତେହେରୁଁ ଯୀଶୁ ସେମାନ୍କୁ ଖୁଲା ଖୁଲି ଭାବେ କହିଲେ, “ଲାଜାର୍ ମରି ଯାଇ ଛନ୍। ମୁଇଁ ଖୁସି ଆଏଁ ଯେ ମୁଇଁ ସେଠାନେ ନେଇଁଥାଇ, ଇଥିର୍ ଲାଗି ତମେ ମର୍ ଉପରେ ବିଶ୍ୱାସ୍ କର୍ବ। ”
ଯେତ୍କି ବେଲେ ଯୀଶୁ ଲାଜାର୍ର ସହର୍କେ ପୁହୁଚିଁଲେ, ଲାଜାର୍ ମର୍ବାର୍ଟା ଚାର୍ ଦିନ୍ ହେଇ ଯାଇଥିଲା ନ। ମାର୍ଥା ଯୀଶୁକେ ଭେଟ୍ ପଡ୍ବାର୍କେ ଗଲେ ଆର୍ କହିଲେ, “ ହେ ଗୁରୁ, ଯଦି ତମେ ଇଠାନେ ଥିତ, ମୋର୍ ଭାଇ ନେଇଁ ମରିଥିତା।ହେଲେ ମୁଇଁ ବିଶ୍ୱାସ୍ କରୁଛେଁ ତୁମେ ଯାହାବି ତାକର୍ ଲାଗି ମାଗ୍ବ ମାହାପୁରୁ ତୁମ୍କେ ସେଟା ଦେବେ। ”
ଯୀଶୁ ଉତ୍ତର୍ ଦେଲେ, “ମୁଇଁ ପୁନରୁଥାନ୍ ଆର୍ ଜୀବନ୍। ଯିଏ ମୋର୍ ଉପ୍ରେ ବିଶ୍ୱାସ୍ କର୍ସି ସେ ମରିଗଲେ ବି ବଞ୍ଚବା। ଯେନ୍ମାନେ ମତେ ବିଶ୍ୱାସ୍ କର୍ସନ୍ ସେମାନେ କେବେବି ନେଇଁ ମରନ୍। ତୁମେ କାଣା ଇଟା ବିଶ୍ୱାସ୍ କରୁଛ ? ” ମାର୍ଥା କହେଲେ, “ହଁ ଗୁରୁ! ମୁଇଁ ବିଶ୍ୱାସ୍ କରୁଛେଁ ତମେ ମସିହା, ମାହାପୁରୁର୍ ପୁଓ ଅ। ”
ତେହେରୁଁ ମରିୟମ୍ ପହୁଁଚିଲେ। ସେ ଯୀଶୁର୍ ପାଦ୍ତଲେ ପଡ଼ିଗଲେ ଆର୍ କହେଲେ, “ଗୁରୁ, ଯଦି ତମେ ଇନ ଥିତ, ମୋର ଭାଇ ନାଇଁ ମରିଥିତେ।” ଯୀଶୁ ସେମାନ୍କୁଁ ପଚ୍ରାଲେ, “ତମେ ଲାଜାର୍କେ କେନ୍ଠାନେ ରଖିଛ?” ସେମାନେ କହେଲେ, “କବର୍ ଭିତ୍ରେ। ଆସ ଆର୍ ଦେଖ।” ତାର୍ପରେ ଯୀଶୁ କାନ୍ଦ୍ଲେ।
ସେ କବର୍ ଗୁଟେ ଗୁମ୍ଫା ଥିଲା ଯେନ୍ଠାନେ ଖୁଲ୍ବାର୍ ଦୁଆନ ଗୁଟେ ପଥର୍ ଗଡେଇ ଦିଆହେଇଥିଲା। ଯେତ୍କିବେଲେ ଯୀଶୁ କବର୍ ନିକେ ପୁହୁଁଚିଲେ, ସେ ସେମାନ୍କୁଁ କହେଲେ, “ପଥର୍କେ ଖସ୍ରେଇ ଦିଅ।” ହେଲେ ମାର୍ଥା କହେଲେ, “ସେ ଚାର୍ ଦିନ ହେଲା ମଲେନ। ସେଟା ଗନ୍ଧି ଯାଇ ଥିବା ନ।”
ଯୀଶୁ ଉତ୍ତର୍ ଦେଲେ, ମୁଇଁ ତମ୍କୁଁ କାଣା ନାଇଁ କହିଥାଇ ତମେ ଯଦି ମତେ ବିଶ୍ୱାସ୍ କର୍ବ ତାହାଲେ ମାହାପୁରୁର୍ ଶକ୍ତିକେ ଦେଖ୍ବ?” ତାର୍ପରେ ସେମାନେ ପଥର୍ ଖସ୍ରେଇ ଦେଲେ।
ତେହେରୁଁ ଯୀଶୁ ସରଗ୍ ଆଡ଼୍କେ ଦେଖିକରି କହେଲେ, “ ହେ ପିତା, ମୋର୍ କଥା ଶୁନିଥିବାର୍ ଲାଗି ଧନ୍ୟବାଦ୍। ମୁଇଁ ଯାନିଛେଁ ତମେ ସବୁବେଲେ ମୋର୍ କଥାକେ ଶୁନ୍ସ, ହେଲେ ଇଠାନେ ଯେନ୍ମାନେ ଠିଆ ହେଇଛନ୍ ସେମାନ୍କେ ସାହାର୍ଯ୍ୟ କର୍ବାର୍ ଲାଗି ଇଟା ମୁଇଁ କହୁଛେଁ, ଯେନ୍ତାକି ସେମାନେ ତମ୍କୁ ବିଶ୍ୱାସ୍ କର୍ବେ ଯେ, ତୁମେ ମତେ ପଠେଇଛ। ତାର୍ପରେ ଯୀଶୁ ଜୋର୍ସେ ଲଡି କରି କହେଲେ, “ଲାଜାର୍, ବାହାରି ଆସ!”
ତାର୍ପରେ ଲାଜାର୍ ବାହାରି ଆଏଲେ ! ଆରୁ ସେ କପ୍ଡ଼ାରେ ଗୁରେଇ ହେଇଥିଲେ। ଯୀଶୁ ସେମାନ୍କୁ କହେଲେ, “ସେ ଗୁରେଇ ହେଇଥିବାର୍ କପଡ଼ାକେ ଖୁଲିକରି ତାହାକେ ବାହାରିବାର୍ ଲାଗି ସାହାଯ୍ୟ କର!” ବହୁତ୍ ଯିହୁଦୀ ଲୋକ୍ମାନେ ଯୀଶୁକେ ବିଶ୍ୱାସ୍ କଲେ କାଏଁଯେକି ସେମାନେ ଯୀଶୁର୍ ଆଶ୍ଚଯ୍ୟ କାମ୍କେ ଦେଖ୍ଲେ।
ହେଲେ ଯିହୁଦୀ ଧାର୍ମିକ୍ ନେତା ମାନେ ଯୀଶୁକେ ଅଂହକାର୍ ହେଲେ, ସେଥିର୍ଲାଗି ସେମାନେ ସବେ ଏକ୍ଜୁଟ୍ ହେଲେ ଆର୍ ଯୀଶୁ ଆର୍ ଲାଜାର୍କେ ମାର୍ବାର୍ ଲାଗି ଯୋଜନା କଲେ।
ବାଇବିଲ୍ର କଥାନୀ : ଯୋହନ ୧୧:୧-୪୬
Free to use, adapt, and share under an open license (CC BY-SA 4.0).