36. ୩୬. ରୂପାନ୍ତର
ଦିନେ, ଯୀଶୁ ତାକର୍ ତିନ୍ଟା ଚାଲା, ପିତର୍, ଯାକୁବ୍ ଆର୍ ଯୋହନ୍କେ ତାକର୍ ସାଙ୍ଗେ ନେଇଁ କରି ଗଲେ।(ଇନ ଯୋହନ ବଲିକରି ଯେନ୍ ଚାଲା ଥିଲା, ଇଟା ସେ ଯୋହୋନ ନୁହେଁସେ ଯିଏ ଯୀଶୁଙ୍କୁ ଡୁବନ୍ ଦେଇଥିଲେ) ସେମାନେ ପ୍ରାର୍ଥନା କରବାର୍ ଲାଗି ଗୁଟେ ଉଚ୍ଚା ପାହାଡ୍କେ ଗଲେ।
ଯେତ୍କିବେଲେ ଯୀଶୁ ପାର୍ଥନା କରୁଥିଲେ, ତାକର୍ ଚେହେରା ସୁର୍ଯ୍ୟ ଭଲିଆ ଉଜାଲା ହଇଗଲା। ତାକର୍ ପୁଷାକ୍ ଆଲୋକ୍ ଭଲିଆ ଧୋପ୍ ହଇଗଲା। ଇ ଦୁନିଆର୍ କିଏବି ଏନ୍ତା କରି ନେଇଁ ପାରନ୍ ହେନ୍ତା ଧୋପ୍।
ତେହେରୁଁ ମୋଶା ଆର୍ ଏଲିୟ ଭବିଷ୍ୟଦ୍ବକ୍ତା ଦେଖାଦେଲେ। ଇ ଲୋକ୍ମାନେ ଇତାର୍ ଶହ ଶହ ବରଷ୍ ଆଗନୁ ଇ ଜଗତ୍ନ ରହୁଥିଲେ। ସେମାନେ ଯୀଶୁର୍ ସାଙ୍ଗେ ତାକର୍ ମରଣ୍ର କଥା ବାର୍ତ୍ତା ହେଲେ।କାଏଁଯେକି ସେ ଜଲ୍ଦି ଯିରୁଶାଲମ୍ନ ମର୍ବେ।
ଯେତ୍କିବେଲ୍କେ ମୋଶା ଆର୍ ଏଲିୟ ଯୀଶୁର୍ ସାଙ୍ଗେ କଥା ବାର୍ତା ହଉଥିଲେ, ପିତର୍ ଯୀଶୁକେ କହେଲେ, “ଇନ ରହେ ବାର୍ଟା ଆମର୍ ଲାଗି ଭଲ୍ଏ। ଚାଲ୍ ତିନ୍ଟା ଘର୍ ବନାମା, ଗୁଟେ ତୁମର୍ ଲାଗି, ଗୁଟେ ମୋଶାର୍ ଲାଗି, ଆର୍ ଗୁଟେ ଏଲିୟର୍ ଲାଗି।” ହେଲେ ପିତର କାଣା କହୁଥିଲେ ଯେ ନିଜେ ଯାନିନେଇଁ ପାରୁଥାଇ।
ପିତର ଯେତ୍କିବେଲେ କଥା ହଉଥିଲେ, ଗୁଟେ ଉଜଲ୍ ମେଘ ତଲ୍କେ ଆସ୍ଲା ଆର୍ ସେମାନ୍କୁ ଘେରି ନେଲା। ଆର୍ ମେଘ୍ନୁ ଗୁଟେ ଆବାଜ୍ ଆସଲା।କହେଲା, “ଇଟା ମୋର୍ ପୁଓ ଯାହାକେ ମୁଇଁ ପ୍ରେମ କର୍ସିଁ ତାର୍ ଉପରେ ମୁଇଁ ଖୁସି ଆଏ।ତାକର୍ କଥା ଶୁନ।” ତାକର୍ ତିନ୍ଟା ଚାଲା ମାନେ ଡରି ଗଲେ ଆର୍ ତଲେ ପଡିଗଲେ।
ତେହେରୁଁ ଯୀଶୁ ସେମାନ୍କେ ଛି ଲେ ଆର୍ କହେଲେ, “ ନେଇଁ ଡର, ଉଠ।” ସେମାନେ ଯେତ୍କିବେଲେ ନିଜର୍ ଚାରି ତରାକେ ଦେଖ୍ଲେ, ସେନେ ଖାଲି ଯୀଶୁ ଥିଲେ।
ଯୀଶୁ ଆର୍ ତାକର୍ ତିନ୍ଜନ୍ ଚାଲା ପର୍ବତ୍ର ତଲ୍ ଆଡ଼କେ ଉତ୍ରି ଆଏଲେ, ତେହେରୁଁ ଯୀଶୁ ସେମାନ୍କୁଁ କହେଲେ, ଏତ୍କି ବେଲ୍ତକ୍ ଇନେ ଯାହା ଘଟ୍ଲା କାହାକେ ନାଇଁ କହେବ, ମୁଇଁ ଜଲ୍ଦି ମର୍ମି ଆର୍ ଫେର୍ ଜିଁ ଉଠ୍ମି। ତାର୍ପରେ, ତୁମେ ଲୋକ୍ ମାନ୍କୁ କହେବ।
ବାଇବଲ୍ର କଥାନୀ: ମାଥିଉ ୧୭:୧-୯; ମାର୍କ ୯:୨-୮; ଲୁକ ୯:୨୮-୩୬ ; ଯୋହନ ୯:୨୮-୩୬
Free to use, adapt, and share under an open license (CC BY-SA 4.0).