35. ୩୫. ଦୟାଲୁ ବୁଆର୍‌ କଥାନୀ

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 1

ଦିନେ ଯୀଶୁ ବହୁତ୍ ଲୋକ୍ ମାନ୍‌କୁଁ ଶିକ୍ଷା ଦଉଥିଲେ ଯେନ୍‌ମାନେକି ଗଦା ହଇ କରି ତାକର୍ ଶିକ୍ଷାକେ ଶୁନୁଥିଲେ। ସେନ କରଆଦାୟକାରୀ ଆର୍ ମୁଶାର୍ ବେବସ୍ଥାକେ ନେଇଁ ମାନ୍‌ବାର୍ ଲୋକ ମାନେ ବି ଥିଲେ।

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 2

କେତେ ଧାର୍‌ମିକ ନେତା ମାନେ ଦେଖ୍‌ଲେଯେ ଯୀଶୁ ଇ ଲୋକ୍‌ ମାନ୍‌କର୍ ସାଙ୍ଗେ ନିଜର୍ ସାଙ୍ଗ୍ ମିତାର୍ କଥା ହଉଛନ୍। ତେହେରୁଁ ସେମାନେ ନିଜର୍ ଭିତେରେ କୁହା କୁହି ହେଲେ ଯେ, ସେ ଭୁଲ୍ କାମ୍ କରୁଛନ୍।ଯୀଶୁ ସେମାନ୍‌କର୍ କଥାକେ ସୁନ୍‌ଲେ, ଆର୍‌ ଗୁଟେ କଥାନୀ କହେଲେ।

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 3

“ଗୁଟେ ଲୋକର୍ ଦୁଇଟା ପିଲା ଥିଲେ। ତାର୍ ସାନ୍‌ପିଲା ତାର୍ ବାପାକେ କହେଲା, ବାପା, ଇହାଦେ ମତେ ମୋର୍ ସମ୍ପତିର୍ ଭାଗ ଦିଅ!’ ତେହେରୁଁ ତାର୍ ବାପା ତାର୍ ସମ୍ପତିକେ ଦୁଇ ଭାଇ ଲାଗି ଦୁଇବଟା କରିଦେଲେ।”

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 4

“ସାଙ୍ଗେ ସାଙ୍ଗ ଛେଦ୍‌ଲି ପିଲା ଯାହାଥିଲା ତାର୍ ସବୁ ସମ୍ପତିକେ ଜମାକଲା ଆର୍ ଦୂର୍ ଦେଶ୍‌କେ ପଲାଲା। ଆର୍ ସମ୍ପତିକେ ଖରାପ୍ କାମଥି ଖର୍‌ଚା କରି କରି ସରେଇ ଦେଲା।

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 5

ତାର୍‌ପରେ, ଛେଦ୍‌ଲି ପିଲା ଯେନେ ଥିଲା ସେ ଜାଗାନ ବଡ୍‌ଭାରି ଅକାଲ୍ ପଡ଼ଲା, ଆର୍ ତାର୍ ପାଖେ ଖାଏବାର୍‌ଟା ଘିନ୍‌ବାର୍ ଲାଗି ପଇସା ନାଇଁଥାଇଁ। ତେହେରୁଁ ତାହାକେ ଯେନ୍‌କାମ୍ ମିଲ୍‌ଲା ସେଟା କଲା, ସେ ଘୁଷୁରି ଚରାଲା। ସେ ଏତେ ଗୁଲ୍‌ଗୁଲା ଆର୍‌ ଭୁକା ହଇଯାଇ ଥିଲା ଯେ, ଘୁଷୁରି ମାନ୍‌କର୍ ଖାଏବାର୍‌ଟାକେ ଖାଏବାର୍‌ଲାଗି ଚାହୁଁଥିଲା।

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 6

ଶେଷ୍ ନ, ସେ ଛେଦିଲି ପିଲା ନିଜ୍‌କେ କହେଲା, ମୁଇଁ ଇଠାନେ କାଣା କରୁଛେଁ? ମୋର୍ ବୁଆର୍ ହଲିଆ ମାନ୍‌କର୍ ନ ଖାଏବାର୍ ଲାଗି ବହୁତ୍ ଅଛେ, ହେଲେ ମୁଇଁ ଇନ ଭୁକେ ମରୁଛେଁ। ମୁଇଁ ମୋର ବାପା ନିକେ ଫିରି ଯିମି ଆର୍ କହେମି ମତେ ଗୁଟେ ତମର୍ ହଲିଆ ବାଗିର୍ ରଖ।

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 7

“ତେହେରୁଁ ସେ ଛେଦ୍‌ଲି ପିଲା ତାର୍ ବୁଆର୍ ଘର୍ ଆଡ଼େ ଫିର୍‌ଲା।ଆର୍ ଯେତ୍‌କିବେଲେ ସେ ଦୂରେଥିଲା, ତାର୍ ବୁଆ ତାହାକେ ଦେଖ୍‌ଲା ଆର୍ ତାର୍ ଉପ୍‌ରେ ଦୟାକଲା। ସେ ତାର୍ ପୁଓ ନିକେ ନର୍‌ଧିଁ କରି ଗଲା ଆର୍ ଉଁଘେଇ କରି ଧର୍‌ଲା ଆର୍ ଚୁମା ଦେଲା।

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 8

ପୁଓ କହେଲା, “ବୁଆ ଗୋ, ମୁଇଁ ମାହାପୁରୁର୍ ଆର୍ ତମର୍ ବିରୋଧ୍ ନ ପାପ୍ କରିଛେଁ। ମୁଇଁ ତୁମର୍ ପୁଓ ହେବାର୍ ଯୋଗ୍ୟ ନୁହେଁସେ।”’

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 9

“ତେହେରୁଁ ତାର୍ ବୁଆ ଗୁଟେ ହଲିଆକେ କହେଲା, ‘ଯଲ୍‌ଦି ଯା ଆର୍ ସବୁଠାନୁ ବଢିଁଆ କପଡ଼ା ଆନ୍ ଆର୍ ମୋର୍ ପୁଓକେ ପିନ୍ଧା, ତାର୍ ଆଙ୍ଗ୍‌ଠିନ ମୁଦି, ଆର୍ ପାଦେ ଚପଲ୍ ପିନ୍ଦା। ଆରୁ ସବୁଠାନୁ ବଢିଁଆ ମେଲ୍‌ଛା ମାର୍ ଯେନ୍‌ତାକି ଭୁଜି ଆରୁ ଉସଦ୍‌ ମନାମା, କାଏଁଯେ କି ମୋର ଇ ପୁଓ ମରିଯାଇ ଥିଲା, ହେଲେ ଇହାଦେ ବଚିଁଛେ! ସେ ହଜି ଯାଇଥିଲା, ହେଲେ ଏବେ ଆମେ ତାହାକେ ପାଇଛୁଁ।”’

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 10

ତେହେରୁଁ ଲୋକ୍‌ ମାନେ ଖୁସି ମନାବାର୍ ଆରମ୍ କଲେ।କେତେ ସମିୟାଁ ଗଲାପରେ, ବଡ୍‌ଖା ପିଲା ଖେତ୍‌ନୁ କାମ୍ କରି କରି ଘର୍‌କେ ଆସ୍‌ଲା। ସେ ଗୀତ୍ ଆରୁ ନାଚ୍‌ବାର୍ ଆବାଜ୍‌କେ ସୁନ୍‌ଲା ଆର୍ କାଣା ହଉଛେ ବଲିକରି ଆବାକ୍‌ ହେଇଗଲା।

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 11

ଯେତ୍‌କିବେଲ୍‌କେ ବଡ୍‌ଖା ପୁଓ ଯାନି ପାର୍‌ଲା ଯେ ସାନ୍ ପୁଓ ଘର୍‌କେ ଆସିଛେ ହେଥିର୍‌ଲାଗି ଉସବ୍ ମନଉଛନ୍, ସେ ବହୁତ୍ ରିସ୍‌ମି ହଇଗଲା ଆର୍ ଘର୍‌କେ ନାଇଁ ଯାଇ।ତାର୍ ବୁଆ ଘରୁ ବାହାର୍‌କେ ଆସ୍‌ଲା ଆର୍ କହେଲା ଚାଲ୍ ସେମାନ୍‌କର୍ ସାଙ୍ଗେ ଖୁସି ମନାଁ, ହେଲେ ସେ ମନାକରିଦେଲା।

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 12

ବଡ୍‌ଖା ପୁଓ ତାର୍ ବୁଆକେ କହେଲା, ବରଷ୍ ସାରା ମୁଇଁ ତୁମର୍‌ଲାଗି ବିସ୍ୱସ୍ତ ଭାବେ କାମ୍‌କରିଛେ! ମୁଇଁ କେଭେବି ତୁମର୍ କଥାକେ ଅମାନ୍ୟ ନାଇଁ କରି, ହେଲେବି ତମେ ମତେ ମୋର୍ ସାଙ୍ଗ୍ ମାନ୍‌କର୍ ସାଙ୍ଗେ ଖୁସି ମନାବାର୍ ଲାଗି ଛେଲ୍ ଛୁଆଟେ ବି ନେଇଁ ଦେଲ। ହେଲେ ଇ ତୁମର୍ ପୁଓ ପାପ୍ କାମ୍ କରି କରି ସବୁ ପଇସାକେ ବର୍‌ବାଦ୍ କରିଦେଇଛେ। ଆର୍ ଯେତ୍‌କିବେଲେ ସେ ଘର୍‌କେ ଆସ୍‌ଲା, ତୁମେ ଖୁସି ମନାବାର୍ ଲାଗି ଭଲ୍ ମେଲ୍‌ଛାଟେ ମାରିଛ।

35. ୩୫. ଦୟାଲୁ ବୁଆର୍‌ କଥାନୀ — illustration 13

“ତାର୍ ବାପା ଉତର୍ ଦେଲା, “ହଏରେ ମୋର୍ ପୁଓ, ତୁଇତ ସବୁବେଲେ ମୋର୍ ସାଙ୍ଗେ ଅଛୁ, ଯାହାସବୁ ମୋର୍ ଅଛେ ସବୁତ ତୋର୍ ଆଏ। ଆମ୍‌କୁଁ ଖୁସି ମନାବାର୍ କଥା କାଏଁହେଲାଯେ ବଏଲେ ତୋର୍ ଭାଇ ମରିଯାଇ ଥିଲା, ହେଲେ ଇହାଦେ ବଞ୍ଚିଛେ। ସେ ହଜିଯାଇଥିଲା ଆର୍ ଆମେ ତାହାକେ ପାଇଛୁଁ!”

ବାଇବଲ୍‌ର କଥାନୀ: ଲୁକ ୧୫

Read in the reader

Free to use, adapt, and share under an open license (CC BY-SA 4.0).