47. ୪୭. ପିଲିପ୍ ବ ପାଉଲ୍ ମାରି ଶିଲା
ଶାଉଲ ରୋମାନ୍ ରାଜି ବ ଇଡେଙ୍କୁନ୍ ବେଲା ମାଇ ମାଇନା ରୋମିୟ ଅମି ‘ପାଉଲ’ ବେବାର୍ ଡେଡେମ୍ ମିସିଙ୍ଗ୍ ଯୀଶୁନ୍ କାତାନା ବାନି କବର୍ ସୁସୁ ପାଲାଇ ଶାଉଲ୍ ମାରି ମାଇନା ସାଙ୍ଗ ଶିଲା ଫିଲିପ୍ନା ଉଙ୍ଗମ୍ବ ଇଗା।ମାଏଲେ ଉଙ୍ଗମ୍ ନ ବାଇରି କିଣ୍ଡା ପାଲି ଡିକୁନ୍ ମୁଇ ଟାନ୍ ବ ଇଗା।ଆର୍କି ରେମଲେ ପାର୍ତନା ଡେଡେମ୍ ପାଲାଇ ସାମୁଇବ ଡେଙ୍ଗ୍ ଡିଗା। ଆର ମାଏଲେ ଲୁଦିଆ ଅମିନା ମିଣ୍ଡା ବେପାରି ଆସେଲାନେ ଅଜୁଗା।ମାଇ ଆଈଶ୍ପର୍ ଆଲାଦ୍ ଡେଡେମ୍ ଡେଙ୍ଗା ମାରି ପୁଜା ଡେଡେମ୍ ଡେଙ୍ଗା।
ଈଶ୍ପର୍ ଆଲିଡିହା ଯୀଶୁନ୍ ବିଷୟ୍ନା କବର୍ ବିସ୍ବାସ୍ ଡେଡେମ୍ ପାଲାଇ ସାଇଜ ଡ଼େମ। ମାରି ଆମାଇ ଆମାଇନା ଡିଅନ୍ ରେମ ପାଉଲ୍ ମାରି ଶିଲା ଡୁବନ୍ ବେଡ। ମାଇ ପାଉଲ୍ ମାରି ଆଶିଲା ମାଇନା ଡିଅବ ଡିକୁ ପାଲାଇ ୱାୟ, ଗିତିନ୍ସା ମାଏଲେ ଆର ଡିଗା।
ଯିହୁଦୀଲେ ପାର୍ତନା ଡେଡେମ୍ ନା ଟାନ୍ ବ ପାଉଲ୍ ମାରି ଶିଲା ରେମଲେ ବେରଙ୍ଗ୍ ମିସ୍ବାର ଡେଙ୍ଗା। ଗୁଲାଇ ଦିନ୍ ମାଏଲେ ଆର ଇବେଲା ମୁୟଙ୍ଗ ଭୁତ୍ ସବକୁନ୍ ମିଣ୍ଡା ଦାସି ମାଏନା ଗୁଡୁଙ୍ଗ୍ ଗୁଡୁଙ୍ଗ୍ ଇ ଡେଙ୍ଗା। କନ୍ ଭୁତ୍ ବେରଙ୍ଗ୍ ମାଇ ରେମଲେନା ଆଗ୍ତୁ ଗଟ୍ବାର୍ନା କାତାଲେ ସୁସୁଡେଙ୍ଗା, ଗିତିନ୍ ସା ମାଇ ଆଗ୍ତୁ ଗ୍ଟ୍ବାର୍ନା କାଥାଲେ ସୁନ୍ ସେ ତରଇନା ଆସାଉକାର୍ ପାଲାଇ ଜବର୍ ଡାବୁ ଅରଜ୍ ବାର୍ଡେଙ୍ଗା।
ମାଏଲେ ଉରିଙ୍ଗସେ ଇ ବେଲା ଗିତିନ୍ ଭୁତ୍ ସବକୁନ୍ ଦାସି ଗୁଲାଇବେଲା ଆଉଲି ଡେଙ୍ଗ୍ସେ ସୁସୁ ଡେଙ୍ଗା, “କନ୍ ରେମଲେ ଗୁଲାଇ ରେମନ୍ ଈଶ୍ପର୍ନା ଦାସ୍ଲେ।ମାଏଲେ ମୁକ୍ତିନା ଗାରିନ୍ କାତା ସୁନନି!”ମାଇ ଚନେକ୍ ଚନେକ୍ ଡିକନ୍ ଡ଼େମ ଜେ ପାଉଲ୍ ରିସା ଡେଙ୍ଗା।
ଡଡମ୍ ଲୋ ମିସିଙ୍ଗ୍ ଉଣ୍ତଇଲ ଗିତିନ୍ ଦାସି ଡାକୁଇ ଆଉଲି ଡେଙ୍ଗ୍ସେ ସୁସୁ ମୁଲାୟ, ପାଉଲ୍ ପାସଲ୍ସେ ଗିତିନ୍ ଦାସି ବ ଡିକୁନ୍ ଆଦୁଷ୍ଟ ଆତ୍ମା ସୁନ “ଯୀଶୁନ୍ ନା ଅମିବ କନଙ୍ଗ୍ ନାନେ ତୁର୍ସେ ୟା।”ଗିନ୍ଲୋ ଚଟ୍ନା ଗିତିନ୍ ଭୁତ୍ ଆମାଇ ଅନ୍ତୁରସେ ଡୁଙ୍ଗା
ଗିତିନ୍ ଦାସିଡାକୁଇନା ସାଉକାର୍ଲେ ଜବର୍ ରିସା ଡେଙ୍ଗଇଗା!ମାଏଲେ ମାମାଗ୍ଗଙ୍ଗା ଜେ,ଗିତିନ୍ ଦାସି ଡାକୁଇ ନା ରେମଲେନା ଆଗ୍ତୁଗଟ୍ବାର୍ନା କାତାଲେ ସୁସୁ ଆଗଙ୍ଗ୍ତା।ଡେଙ୍ଗ୍ନାସା ରେମଲେ ମାଇନା ଆସାଉକାର୍ଲେ ମାଇନା ଆଗ୍ତୁନ୍ କାତା ସୁସୁ ପାଲାଇ ମାରି ଆମାଏ ଡାବୁ ବେବେସା ଆଲାଗ୍ତା।
ଆତିନେ ଗିନ୍ ଦାସି ଡାକୁଇନା ସାଉକାର୍ଲେ, ପାଉଲ୍ ମାରି ଆଶିଲା ରୋମିୟ ମୁନାରେମ କଣ୍ଡେ ରୁଙ୍ଗଇଗା, ଜାଜାଲେ ପାଉଲ ମାରି ଆଶିଲା ବୁଗସେ ଜଇଲ୍ ବ ବନ୍ଦି ଡ଼େମ ।
ମାଏଲେ ପାଉଲ୍ ମାରି ଆଶୀଲା ଜଇଲ୍ବ ଗିତିନ୍ ଟାନ୍ବ ବୁଙ୍ଗ ଆରିକି ଜବର୍ ଜାଗୁଆଲ୍ ରେମଲେ ଡିଗା।ମାଏଲେ ଆପାଦ୍ତେସୁଙ୍ଗ୍ ତୁଲ।ମାଏଲେ ମାଏନା ଆପାଦ୍ଲେ ମୁନା ମୁନା ମୁଟ୍ଲାବ ତୁଲବେଡ।ମରି ପାଉଲ୍ ମାରି ସିଲା ମଜା ମିଣ୍ତିବ୍ ଲୋ, ସେନେର୍ ଚେରସେ ଆଈଶ୍ପର୍ ସାର୍ଦା ଡେଡେମ୍ ଡେଙ୍ଗା।
ଆର ଚଟ୍ନା,ଜବର୍ ବୋଇଁକାର୍ ମୁଇ ଭୁମିକମ୍ପ ଡେଙ୍ଗା।! ଜଇଲ୍ବ ଡିକୁନ୍ ଗୁଲାଇ କାପାଟ୍ ରୁଗ୍ ଇଗା, ମାରି ଗୁଲାଇ ଜଇଲ୍ ରେମ୍ନା ତିତିନାନେ ସିକ୍ଲିଲେ ଲଗ୍ଇଗା,
ଜଇଲ୍ବନା ଜାଗୁଆଲ୍ଲେ ଲେମ ସେ ତଗ୍ଡାଗା।ମାରି ମାଏଲେ ଜୁଲ ଜେ ଜଇଲ୍ ବନା କାପାଟ୍ଲେ ଗୁଲାଇ ରୁଗ୍ଗିତା।ମାଏଲେ ଏତାୟ ଜେ ଗୁଲାଇ ଜଇଲ୍ରେମ୍ ତୁର୍ସେ ଡୁଙ୍ଗିତା।ଆଜଇଲ୍ ରେମ୍ଲେ ଅନ୍ତୁର ବେଡତା ଡସେ ରୋମିୟନ୍ ଶାସନ୍ ଡେଡେମ୍ ରେମ୍ ଆମାଏ ଅଡାବ୍ତ ଡ ଏତୁଗ୍ସେ ମାଏ ଗଗଇ ପାଲାଇ ଇଡେଙ୍ଗା!ମାତର୍ ପାଉଲ୍ ମାରି ଶିଲା ଗିତିନ୍ ଜୁଲ ସେ ଆଉଲି ଡେଙ୍ଗ୍ ସେ ସୁସୁ ମୁଲାୟ,”ଡିଗ୍ଲା !ଆତରଇ କଣ୍ତିଆକାବ୍ରା ଆଡ଼େମ ନେ ଗୁଲାଇ ଆକା ଡିତ୍ନେ।”
”ଜଇଲ୍ନା ଜାଗୁଲ୍ ଉଣ୍ତଇଲ ପାଉଲ୍ ମାରି ଶିଲାନ୍ ବ ତର୍ତରେଙ୍ଗ୍ ତର୍ତରେଙ୍ଗ୍ ସାଗା ମାରି ସୁନ,ମୁକ୍ତି ବାବାଙ୍ଗ୍ ପାଲାଇ ନିଙ୍ଗ ମା ଡେମ୍ତିଙ୍ଗ୍?।ପାଉଲ୍ ଉତର ବେଡ “ଯୀଶୁନ୍ ବ ବିସ୍ବାସ୍ ଡେମ୍ ଡିତିନ୍ଲୋ ନ ମାରି ନନ୍ ଡିଅନ୍ ରେମ୍ ମୁକ୍ତି ବାନ୍ତପେ।”ମାଇନା ତୁର୍ଗୁ ଗିତିନ୍ ଜଇଲ୍ ବନ୍ ଜାଗୁଆଲ୍ରେମ ତରଇନା ଡିଅବ ପାଉଲ୍ ମାରି ଆଶୀଲା ରୁଙ୍ଗ୍ ସେ ମାଏନା ରେଗ୍ଡେଙ୍ଗ୍କୁନ୍ ଗୁଲାଇ ଗୁଡିଆଗ ବେଡ।ମାଏନ୍ ଡିଅବ ଡିକୁନ୍ ଆଗୁଲାଇ ରେମ ପାଉଲ୍ ଯୀଶୁନା ବାନି କବର୍ ପର୍ଚାର୍ ଡ଼େମ।
ଜଇଲ୍ ଜାଗ୍ବାର୍ରେମ୍ ମାରି ଡିଅନ୍ ରେମ୍ ଗୁଲାଇ ଯୀଶୁନ୍ବ ବିସ୍ବାସ୍ ଡ଼େମସେ ଡୁବନ୍ ରୁଙ୍ଗା।ଜଇଲ୍ ଜାଗୁଆଲ୍ ପାଉଲ୍ ମାରି ଆଶୀଲା ସୁସୁମ୍ ପାଲାଇ ବେଡ ମାରି ମାଏଲେ ଗୁଲାଇ ସାମୁଇବ ସାର୍ଦା ଡେଙ୍ଗା।
ମାର୍ ମିସିଙ୍ଗ୍ ଉଙ୍ଗମ୍ବନ୍ ନେତାଲେ ପାଉଲ୍ ମାରି ଆଶୀଲା ଜଇଲ୍ନାନେ ଆତୁର ମାରି ଆମାଏଲେ ଫିଲିପିନାନେ ଡୁଡୁଙ୍ଗ୍ ପାଲାଇ ସୁନ।ପାଉଲ୍ ମାରି ଶୀଲା ଲୁଦିଆ ମାରି ପାଲ୍ ଆଇଜା ସାଙ୍ଗଲେ ଅସିକୁନ୍ ତୁର୍ଗୁ ମାଏଲେ ଗିତିନ୍ ଉଙ୍ଗମ୍ ଅନ୍ତୁର।ଯୀଶୁନା ବାନି କବର ପର୍ଚାର୍ ଡେଙ୍ଗ୍ ସେ ଚାଲ୍ଗା,ମାରି ମଣ୍ଡଳୀ ଲନା ଜବର୍ ଡେଡେମ୍ ଲାଗ୍ଗା।
ପାଉଲ୍ ମାରି ପାଲ୍ ବିସ୍ବାସିଲେନା ନେତାଲେ ଜବର୍ ସହର୍ ବୁଲ୍ଲ।ମାରି ଆରେମଲେ ଯୀଶୁନା ବାନିବାଇ କାତା ପର୍ ଚାର୍ ଡ଼େମସେ ସିକ୍ୟା ବେବେ ଲାଗ୍ଗା।ମାଏଲେ ମଣ୍ଡଳୀବଲେ ଡିକୁନ୍ ଆବିସ୍ବାସିଲେ ସାର୍ଦା ମରି ସିକ୍ୟା ବେବେ ପାଲାଇ ଜବର୍ ବଇଲେ ଲେକ୍ଲ।କନ୍ ବଇଲେନ୍ ନାନେ ଇତି ବାଇବଲ୍ନା ବଇଲେ ଡେଙ୍ଗା।
ବାଇବଲ୍ନା ମୁଇ ଉସାରାମ୍;ପ୍ରେରିତ ୧୬;୧୧-୪୦।
Free to use, adapt, and share under an open license (CC BY-SA 4.0).