13. ୧୩. ଇସ୍ରାଏଲ ସଙ୍ଗେ ପରମେଶ୍ବର ର ନିୟମ୍
ଇସ୍ରାଏଲୀୟମନକେ ଲାଲ୍ ସାଗରକେ ପାର କର୍ବାର ପାଚେ, ପରମେଶ୍ବର ତିକେ ମରୁଭୂମି ଦେଇକରି ସିନାଇ ପର୍ବତତି ନେଲା। ହାଇ ସମାନ ପର୍ବତତି ଯନ୍ତାନେ ମୋଶା ଜଳ୍ତେରେବା ବୁଦା ଦୋଖିରେଲା। ହାଏମନ୍ ହାଇ ପର୍ବତର ତଳେ ତିକର ତମ୍ବୁ ବନାଏଲାଏ।
ପରମେଶ୍ବର ମୋଶାକେ ଆରି ଇସ୍ରାଏଲର ସବୁ ଲୋକ ବଲିରେଲା, "ତମି ସବୁଦାଏ ମୋର ବାକ୍ୟକେ ପାଳନ କରିବା ଉଚିତ୍ ଆଏ ଆରି ମୁଇ ତମର ସଙ୍ଗେ କରିରେବା ଚୁକ୍ତି ପାଳନ କରିବା ଉଚିତ୍। ଯଦି ତମି ଅନ୍ତି କରବାସ, ତେବେ ତମି ମୂଲ୍ୟବାନ ଧନ, ଯାଜକମନର ରାଜ୍ୟ ଆରି ମୋର ପୁରସ୍କାର ପାଏବାସ, ପବିତ୍ର ରାଷ୍ଟ୍ର ହୋଏବାସ।”
ଲୋକମନ୍ ପରମେଶ୍ବର ଲଗେ ଆସିବା କାଚେ ତିନିଦିନ ଯାକ ନିଜକେ ପ୍ରସ୍ତୁତ କର୍ଲାଏ। ତାର୍ପାଚେ ପରମେଶ୍ବର ସିନାଇ ପର୍ବତର ଟିପ୍ଲେ ଉତ୍ରଲା। ହାଏ ପହଞ୍ଚବାର ପାଚେ ହାଏତି ଗୋଟକ୍ ଭୂକମ୍ପ ହୋଏଲା, ବଜ୍ରପାତ ହୋଏଲା, ଧୂଆଁ ଉଠ୍ଲା ଆରି ତୂରୀ ଉଚ୍ଚ ସ୍ୱରରେ ବଜାଗଲା। ଏତାର ପାଚେ ମୋଶା ପର୍ବତ ଉପରେ ଗଲା।
ତାର୍ପାଚେ ପରମେଶ୍ୱର ଲୋକମନ ସଙ୍ଗେ ଗୋଟକ୍ ଚୁକ୍ତି କର୍ଲା। ହାଏ ବଲା୍, "ମୁଇ ତମର ପରମେଶ୍ୱର, ସଦାପ୍ରଭୁ ଆଏ। ମୁଇ ତମକେ ମିଶରର ଦାସତ୍ୱ ତାନ୍ଲେ ଉଦ୍ଧାର କର୍ଲି। ଅଳଗା କନି ଦେବତାକେ ଉପାସନା ନା କରା।”
"ମୂର୍ତ୍ତି ତିଆରି ନା କରା ଆରି ତିକର ଉପାସନା ନା କରା, କାରଣ ମୁଇ, ପ୍ରଭୁ, ତମର ଏକମାତ୍ର ପରମେଶ୍ୱର ଆଏ। ମୋର ନାମକେ ଅନୁପଯୁକ୍ତ ଭାବେ ବ୍ୟବହାର ନାକରା। ବିଶ୍ରାମ ଦିନକେ ପବିତ୍ର ବୋଲି ମନେରଖା। ଅଳଗା ଅର୍ଥତି, ଛଅ ଦିନତି୍ ତମର ସବୁ କାମ କରା, ସପ୍ତମ ଦିନ ତମର ବିଶ୍ରାମ ନେବାର ଆରି ମୋକେ ହେତ କରବା ଦିନ ଆଏ।”
"ତମର ମା ଆରି ବାପାକଜ ସମ୍ମାନ ଦିଅଆସ। ହତ୍ୟା ନା କରା। ବ୍ୟଭିଚାର ନା କରା। ଚୋରି ନା କରା। ତମର ପଡ଼ୋଶୀର ପତ୍ନୀ, ଘର କି ଅଳଗା କଣି ଜିନିଷକେ ନେବାକାଚେ ଇଚ୍ଛା ନାକରା।”
ତାର୍ପାଚେ ପରମେଶ୍ୱର ଇ ଦଶଟା ଆଦେଶକେ ଦୁଇଟା ପକ୍ନାତି ପଟା ଉପରେ ଲେଖିକରି ମୋଶାକେ ଦେଲା। ଲୋକମନକେ ପାଳନ କର୍ବାକାଚେ ପରମେଶ୍ବର ଅଳଗା ଅଳଗା ଅନେକ ନିୟମ ଦେଲା। ପରମେଶ୍ବର ହାଇ ଲୋକମନ ଆଶୀର୍ବାଦ ଆରି ସୁରକ୍ଷା ଦେବା କାଚେ ପ୍ରତିଜ୍ଞା କର୍ଲା ଯଦି ହାଏମନ୍ ଇ ନିୟମ ମନକେ ମାନବାଏ। ମାତର୍ ଯଦି ହାଏମନ ହାଇଟାମନକେ ପାଳନ ନା କରତେ ତେବେ ହାଏ ତିକେ ଦଣ୍ଡ ଦେଏସି ବୋଲି ହାଏ ବଲା୍ ଆଚେ।
ପରମେଶ୍ବର ଇସ୍ରାଏଲୀୟମନକେ ଗୋଟକ୍ ବଡେ ତମ୍ବୁ - ସଭା ତମ୍ବୁ ନିର୍ମାଣ କର୍ବାକାଚେ ବଲିରେଲା। ଇ ତମ୍ବୁ କନ୍ତା କରି ତିଆର ହୋଏସି ଆରି ହାଏତି କାଏ କାଏଟା ସଙ୍ଗାଏବାଏ ହାଏ ତିକେ ଠିକ୍ ଭାବେ ସାଙ୍ଗିରେଲା। ତମ୍ବୁକେ ଦୁଇଟା ବାକ୍ରାତି ଭାଗ କର୍ବା କାଚେ, ହାଏ ଗୋଟକ୍ ବଡେ ପରଦା ତିଆର କର୍ବାକାଚେ ମିଶା ସାଙ୍ଗିରେଲା। ପରମେଶ୍ବର ହାଇ ପରଦାର୍ ପିଟିବାଟେ ରଇ ବାକ୍ରାତି ଆସି ହାଏତି ରଏସି। ମାତର ମହାଯାଜକେ ଆକା ଯନ୍ତାନେ ପରମେଶ୍ବର ରେଲା ହାଇ ବାକ୍ରାତି ଯିବାକାଚେ ଅନୁମତି ଦିଆଗଲା।
ତିକେ ହାଇ ସଭାର ତମ୍ବୁର ଆଗେ ଗୋଟକ୍ ବେଦୀ ବନାଏକେ ପଡ଼ସି। ଯନିଚ୍ ହୋ ପରମେଶ୍ବର ନିୟମକେ ନା ମାନ୍ସି ହାଏ ହାଇ ଯଜ୍ଞତି ଗୋଟକ୍ ପଶୁକେ ଆଣ। ତାର୍ପାଚେ ଯାଜକ ହାଇଟାକେ୍ ବଳିଦେଏସି ଆରି ବେଦୀ ଉପରେ ପରମେଶ୍ବର ଲଗେ ବଳିଦାନ(ପୂଜ୍ସି) କର୍ସି। ପରମେଶ୍ବର ବଲା୍ ଆଛେ ଯେ ହାଇ ପଶୁର ରକ୍ତ ହାଏ ବ୍ୟକ୍ତିର ପାପକେ ଡାପ୍ସି। ଅନ୍ତିକରି, ପରମେଶ୍ବର ଆରି ହାଇ ପାପକେ ନା ଦୋଖେ। ହାଇ ବ୍ୟକ୍ତି ପରମେଶ୍ବରର ଦୃଷ୍ଟିତି “ଶୁଦ୍ଧ” ହୋଏସି। ପରମେଶ୍ବର ମୋଶାର ଭାଇ ହାରୋଣ ଆରି ହାରୋଣର ବଂଶଧରମନକେ ତାର ଯାଜକ ହୋଏବାକାଚେ ବାଛ୍ଲା।
ପରମେଶ୍ବର ତିକେ ଦେଇରେବା ନିୟମକେ ମାନ୍ବାକାଚେ ହାଏମନ୍ ରାଜି ହୋଏଲାଏ। ହାଏମନ୍ ଖାଲି ପରମେଶ୍ବରର ଲୋକ ହୋଏବା କାଚେ ଆରି ଖାଲି ତାର ଉପାସନା କର୍ବା କାଚେ ରାଜି ହୋଏଲାଏ।
ମୋଶା ବହୁତ ଦିନଲେ ସିନାଇ ପର୍ବତର ଟିପ୍ଲେ ରେଲା। ହାଏ ପରମେଶ୍ୱର ସଙ୍ଗେ କଥାବାର୍ତ୍ତା କର୍ତେରେଲା। ମାତର ଲୋକମନ ତାର ଆସବାଟାକେ ଜାଗି ଜାଗି ଥାକି ଗଲାଏ। ହାଇଟାକାଚେ ହାଏମନ୍ ହାରୋଣର ଲଗେ୍ ସୁନା ଆଣି ତାକେ ଗୋଟକ୍ ମୂର୍ତ୍ତି ତିଆରି କରିବା କାଚେ ବଲା୍ଏ ଯନ୍ତାକି ହାଏମନ୍ ପରମେଶ୍ୱର ବଦଳତି ହାଇ ମୂର୍ତ୍ତିକେ ଉପାସନା କର୍କେ ପାରବାଏ। ଅନ୍ତିକରି, ହାଏମନ୍ ପରମେଶ୍ବର ବିରୁଦ୍ଧତି ଭୟାଙ୍କାର ପାପ କର୍ଲାଏ।
ହାରୋଣ ବାଛିର୍ ଅନ୍ତା ଗୋଟକ୍ ସୁନାର ମୂର୍ତ୍ତି ବନାଏଲା। ହାଏମନ୍ ହାଇ ମୂର୍ତ୍ତିର ପୂଜା କର୍ବାଟା ଆରମ୍ଭ କର୍ଲାଏ ଆରି ଏଟାକେ ବଳିଦାନ ଦେଲାଏ! ତିକର ପାପ ଲାଗି ପରମେଶ୍ୱର ତିକର ଉପରେ ବହୁତ କ୍ରୋଧିତ ହୋଏଲା। ହାଏ ତିକେ ବିନାଶ କର୍ବାକାଚେ ଚାହେଁତେ ରେଲା। ମାତର ମୋଶା ପରମେଶ୍ବରକେ ନିବେଦନ କର୍ଲା ଯେ ତିକେ ତୁଇ ହତ୍ୟା ନା କର। ପରମେଶ୍ବର ତାର ଅନୁରୋଧକେ ଶୁଣ୍ଲା ଆରି ତିକେ ବିନାଶ ନା କର୍ଲା।
ଶରାଶରିକେ ମୋଶା ସୀନୟ ପର୍ବତଲେ ଉତ୍ରି ଆଏଲା। ହାଏ ଦୁଇଟା ପକ୍ନାର ପଟା ଧରିରେଲା ଯନ୍ତାନେ ପରମେଶ୍ବର ଦଶଟା ଆଜ୍ଞା ଲେଖିରେଲା। ତାର୍ପାଚେ ହାଏ ହାଇ ମୂର୍ତ୍ତି କେ ଦୋଖ୍ଲା। ହାଏ ଏତକ ରିଶା ହୋଏଲା ଯେ ହାଏ ହାଇ ଫଳକମନ୍କେ ଭାଙ୍ଗିଦେଲା।
ତାର୍ପାଚେ ମୋଶା ମୂର୍ତ୍ତିକେ ପିଶିକରି ପାଉଡର ବନାଏଦେଲା ଆରି ପାଣିତି ମିଶାଏ କରି ହାଇ ପାଣିକେ ଲୋକମନକେ ପିଆଏଲା। ପରମେଶ୍ବର ହାଇ ଲୋକମନର ଉପରେ ଗୋଟକ୍ ମହାମାରୀ ପଠାଏଲା ଆରି ତିକର ଭିତର୍ଲେ ବହୁତ ଲୋକ ମରିଗଲାଏ।
ମୋଶା ଭାଙ୍ଗିରେବା ଫଳକମନକେ ବଦଳାଏବା କାଚେ, ମୋଶା ଦଶଆଜ୍ଞା ଲେଖବାକାଛେ ପକ୍ନାର ଫଳକ ବନାଏଲା। ତାର୍ପାଚେ ହାଏ ଆଓରିହାରକ ପର୍ବତ ଉପରେ ଯାଇ ପ୍ରାର୍ଥନା କର୍ଲା ଯେ, ପରମେଶ୍ବର ତିକେ କ୍ଷମା କର। ପରମେଶ୍ବର ମୋଶାର କଥା ଶୁଣଲା ଆରି ତିକେ କ୍ଷମା କର୍ଲା। ନୂଆ ଫଳକତି ଦଶଆଜ୍ଞାକେ ଧରି କରି ମୋଶା ପର୍ବତ ତାନ୍ଲେ ଉତ୍ରି ଆଏଲା। ତାର୍ପାଚେ ପରମେଶ୍ୱର ଇସ୍ରାଏଲୀୟମନକେ ସୀନୟ ପର୍ବତ ତିଲେ ପ୍ରତିଜ୍ଞା କରିରେବା ଦେଶତି ନେଲା।
ଯାତ୍ରା ୧୯-୩୪ ତାନର୍ ଗୋଟକ୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).