14. ୧୪. ଜଙ୍ଗଲତି ବୁଲୁଆତ୍
ପରମେଶ୍ବର ଇସ୍ରାଏଲୀୟମନକେ ତାର ଚୁକ୍ତିର ଲାଗି ତିକେ ମାନବାର ନିୟମନକେ ଜଣାଏଲା। ତାର୍ପାଚେ ହାଏ ତିକେ ସୀନାଇ ପର୍ବତର ହାଏପାକେ୍ ନେଲା। ହାଏ ତିକେ ପ୍ରତିଜ୍ଞା କରିରେବା ଦେଶତି ନେବାକାଚେ ଚାହେଁତେ ରେଲା। ଇ ଦେଶକେ କିଣାନ ମଶି ବଲା୍ ଯାଏତେରେଲା। ପରମେଶ୍ବର ମେଘ ଖମ୍ଭାତି ତିକର ଆଗେ ଆଗେ ଗଲା, ଆରି ହାଏମନ୍ ତାର ପିଟିପିଟି ଗଲାଏ।
ପରମେଶ୍ବର ଅବ୍ରହାମ, ଇସ୍ହାକ ଆରି ଯାକୁବକେ ପ୍ରତିଜ୍ଞା କରିରେଲା ଯେ, ହାଏ ହାଇ ପ୍ରତିଜ୍ଞା କରିରେବା ଦେଶକେ ତିକର ବଂଶଧର ମନକେ ଦେଏସି, ମାତର ଇ ସମୟତି ହାଏତି ଅନେକ ଜାତିର ଲୋକ ହାଇ ଦେଶତି ବାସ କରିରେଲାଏ । ତିକେମନ କିଣାନୀୟ ବଲା ଯାଏତେରେଲା। ଇ କିଣାନୀୟମନ ପରମେଶ୍ୱରର ଉପାସନା ନା କର୍ତେ ରେଲାଏ ଆରି ତାର କଥାକେ ନା ମାନ୍ତେ ରେଲାଏ। ହାଏମନ୍ ମିଥ୍ୟା ଦେବତାମନକେ ପୂଜା କର୍ତେରେଲାଏ ଆରି ଅନେକ ଖରାପ କାମ କର୍ତେ ରେଲାଏ।
ପରମେଶ୍ବର ଇସ୍ରାଏଲୀୟମନକେ ବଲା୍, "ଯଢ଼ଦାଏ ତମି ହାଇ ଚୁକ୍ତି କରିରେବା ଦେଶତି ଯିବାସ୍, ତ। ସବୁ କିଣାନୀୟମନ ତାନ୍ଲେ ମୁକ୍ତି ପାଆ। ତିକର ସଙ୍ଗେ ଚୁକ୍ତି ନା କରା କି ବିବାହ ମିଶା ନା କରା। ତମ୍କେ ତିକର ସବୁ ମୂର୍ତ୍ତିମନକେ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କର୍କେ ପଡ଼ସି୍। ଯଦି ତମି ମୋର କଥାକେ ନା ମାନାଆସ୍, ତେବେ ତମି ମୋର ବଦଳତି ତିକର୍ ଦେବତାମନକେ ପୂଜାପାଟ କର୍ବାସ୍।”
ଯଢ଼ଦାଏ ଇସ୍ରାଏଲୀୟମନ କିଣାନର ସୀମାତି କେଠ୍ଲାଏ, ମୋଶା ଇସ୍ରାଏଲର ସବୁ ଗୋଷ୍ଠୀର୍ ଗୋଟ୍ଲାକା କରି ବାର ଲୋକେ ବାଛ୍ଲା। ହାଏ ତିକେ ହାଇ ଦେଶର ହାଳ୍ଚାଲ ନେବାକାଚେ ଆରି ଦୋଖିକରି ଆସତ୍ କି ହାଏଟା କନ୍ତା ଦେଶ ଆଏ ବୋଲି ତିକେ ବଲା୍ ଆଛେ। ହାଏମନ୍ କିଣାନୀୟ ମନର ମିଶା ହାଳ୍ଚାଲ ନେଏକେ ପଡ଼ସି କି ହାଏମନ ଶକ୍ତିଶାଳୀ କି ଦୁର୍ବଳ ଆତ୍।
ହାଇ ବାର ଲୋକପୂରା କିଣାନ ଦେଇ ଚାଳିଶ ଦିନ ଯାତ୍ରା କର୍ଲାଏ ଆରି ପାଚେ ଲେଓଟି ଆଏଲାଏ। ହାଏମନ୍ ଲୋକମାନକେ ସାଙ୍ଗଲାଏ ହାଏତିର "ଜମି ମନ ବହୁତ ଉର୍ବର ଆଏ ଆରି ଫସଲ ପ୍ରଚୁର ଆଏ!" ମାତର ଦଶ ଗୁପ୍ତଚର ମନ ବଲା୍ଏ, "ତିକର ସହର ବହୁତ ଶକ୍ତିଶାଳୀ ଆଏ ଆରି ହାଏତିର ଲୋକ ମନ ଲମ୍ବାଚଉଢା ଆତ! ଯଦି ଆମି ତିକର ଉପରେ ଆକ୍ରମଣ କର୍ବୁ, ତେବେ ହାଏମନ୍ ନିଶ୍ଚିତ ଭାବେ ଆମକେ ପରାସ୍ତ କର୍ବାଏ ଆରି ମାର୍ବାଏ।”
ହଢ଼କିଛ୍ଦାଏ କାଲେବ, ଯିହୋଶୂୟ ଆରି ଅଳଗା ଦୁଇଟା ଗୁପ୍ତଚର ବଲା୍ଏ, "ଏଟା ସତ୍ ଆଏ ଯେ କିଣାନର ଲୋକମନ ଡେଙ୍ଗା ଆରି ଶକ୍ତିଶାଳୀ ଆତ, ମାତର ନିଶ୍ଚିତ ଭାବେ ଆମି ହାଏମନକେ ପରାସ୍ତ କର୍କେପାର୍ବୁ! ପରମେଶ୍ବର ଆମର କାଚେ ଯୁଦ୍ଧ କର୍ସି!"
ମାତର ଲୋକମନ୍ କାଲେବ ଆରି ଯିହୋଶୂୟର କଥାକେ ନା ଶୁଣ୍ଲାଏ। ହାଏମନ ମୋଶା ଆରି ହାରୋଣର ଉପରେ ରିଶା ହୋଏଲାଏ ଆରି ବଲା୍ଏ, "ତମି କାଏଟା କାଚେ ଆମକେ ଇ ଭୟଙ୍କର ସ୍ଥାନତି ଆଣ୍ଲା ଆସ? ଆମକେ ମିଶର ତି ଆକା ରଏବାର ରେଲା। ଯଦି ଆମି ହାଇ ଦେଶତି ଯିବୁ ତେବେ ଆମି ଯୁଦ୍ଧତି ହାରବୁ ଆରି କିଣାନର ଲୋକମନ ଆମର ପତ୍ନୀ ଆରି ପିଲାମନକେ ଦାସ ବନାଏବାଏ। ହାଏମନ୍ ମିଶରତି ଲେଓଟି ଯିବାକାଚେ ଗୋଟକ୍ ଅଳଗା ଲୋକେ ନେତା ବାଛବାକାଛେ ହାଏମନ୍ ଚାହେଁତେରେଲାଏ।
ଯଢ଼ଦାଏ ହାଇ ଲୋକମନ ଏଟା ବଲିରେଲାଏ, ପରମେଶ୍ବର ବହୁତ ରିଶା ହୋଏଲା। ହାଏ ସଭାର ତମ୍ବୁତି ଆସି କରି ବଲା୍, "ତମି ମୋର ବିରୁଦ୍ଧତି ବିଦ୍ରୋହ କର୍ଲାଆସ୍, ହାଇଟାକାଚେ ତମ୍କେସବୁକେ ଇ ମରୁଭୂମିତି ଭ୍ରମଣ କରକେ ପଡ଼ସି। କୋଡ଼ିଏ ବର୍ଷ ହୋ କି ତାରଲେ ଅଧିକ ବୟସ୍କର ଲୋକ ସବୁ ହାଏତି ମରିଯିବାଜ ଆରି ହାଇ ଦେଶ୍ତି ଓଲ୍କେ ନା ପାରାସ୍ ଯନ୍ଟା ମୁଇ ତମ୍କେ ଦେବିଆଛି। ଅବଗ କାଲେବ ଆରି ଯିହୋଶୂୟ ଓଲ୍ବାଏ।”
ଯଢ଼ଦାଏ ଲୋକମନ ପରମେଶ୍ବରର କଥାକେ ଶୁଣ୍ଲାଏ, ତେବେ ତିକର ପାପ କରିରେବାର୍ ଲାଗି ଦୁଃଖିତ ହୋଏଲାଏ। ହାଇକାଚେ ହାଏମନ୍ କିଣାନର ଲୋକମନକେ ଆକ୍ରମଣ କର୍ବାକାଚେ ସ୍ଥିର କର୍ଲାଏ। ମୋଶା ତିକେ ନା ଯିବାକାଚେ ଚେତାବନୀ ଦେଇରେଲା କାରଣ ପରମେଶ୍ବର ତିକର ସଙ୍ଗେ ନା ଯାଏ, ମାତର୍ ହାଏମନ୍ ତାର କଥାକେ ନା ଶୁଣ୍ଲାଏ।
ଇ ଯୁଦ୍ଧ ତାନେ ପରମେଶ୍ବର ତିକର ସଙ୍ଗେ ନା ଯାଇ ରେଲା, ତେଣୁ କିଣାନୀୟମନ ହାଏମନ୍ କେ ପରାସ୍ତ କରି ତିକର ଭିତରର ଅନେକ୍ ଲୋକେ ହତ୍ୟା କର୍ଲାଏ। ହାଇଟାକାଚେ ଇସ୍ରାଏଲୀୟମନ କିଣାନ ତାନ୍ଲେ ଲେଓଟି ଗଲାଏ। ପାଚେ ଚାଳିଶ ବର୍ଷ ଯାକ, ହାଏମନ୍ ମରୂଭୂମିତି ଏବାଟେ ହାଏବାଟେ ଭୁଲ୍ତେ ରେଲାଏ।
ଇସ୍ରାଏଲୀୟମନର ଚାଳିଶ ବର୍ଷ ମରୁଭୂମି ଦେଇ ଯିବାଦାଏ, ପରମେଶ୍ବର ତିକର ସବୁ ଦରକାର ଜିନିଷ୍କେ ଯୋଗାଏଦେଲା। ହାଏ ତିକେ ସ୍ୱର୍ଗଲେ “ମାନ୍ନା” ନାମର ରଟି ଦେଲା। ହାଏ ମିଶା ତିକର ଛାଉଣୀ ଲଗେ ପକ୍ଷୀ ପଠାଏଲା (ଯନ୍ଟା ମଜି ଆକାର ପକ୍ଷୀ ଆତ) ଯାହା ଦ୍ୱାରା ହାଏମନ୍ ମାଂସ ଖାଏବାଏ। ହାଇ ସମୟ ଭିତରେ୍, ପରମେଶ୍ବର ତିକର୍ ପୋଷାକ ଆରି ଜୋତାକେ ଛିଣ୍ଡାଇକେ ନା ଦେଲା।
ଅନ୍ତାକି ପରମେଶ୍ବର ଚମତ୍କାର ଭାବେ ପକ୍ନା ତିଲେ ପାଣି ନିକ୍ରାଏ କରି ତିକେ ପିଇବାକାଚେ ଦେଲା। ମାତର ଇସବୁର ପାଚେ ମିଶା ଇସ୍ରାଏଲୀୟମନ ପରମେଶ୍ୱରର ବିରୁଦ୍ଧତି ଆରି ମୋଶାର ବିରୁଦ୍ଧତି ଅଭିଯୋଗ କର୍ଲାଏ। ତଥାପି, ପରମେଶ୍ବର ବିଶ୍ୱସ୍ତ ରେଲା। ଅବ୍ରହାମ, ଇସ୍ହାକ ଆରି ଯାକୁବର ବଂଶଧରମନକେ ହାଏ ଯନ୍ଟା ପ୍ରତିଜ୍ଞା କରିରେଲା ହାଏ ହାଏଟା କର୍ଲା।
ଅନ୍ୟ ଗୋଟକ୍ ସମୟତି ଯଢ଼ଦାଏ ହାଇ ଲୋକମନର ଲଗେ ପାଣି ନା ରେଲା, ପରମେଶ୍ବର ମୋଶାକେ ବଲା୍, “ପକ୍ନା ସଙ୍ଗେ କଥା ହୋଅ, ଆରି ହାଏତିଲେ ପାଣି ନିକର୍ସି” ମାତର ମୋଶା ପକ୍ନା ସଙ୍ଗେ କଥା ନା ହୋଏଲା। ବରଂ ହାଏ ଗୋଟକ୍ ଡାଙ୍ଗ୍ ସଙ୍ଗେ ଦୁଇହାର ପକ୍ନାକେ ମାର୍ଲା। ଅନ୍ତି କରି ହାଏ ପରମେଶ୍ବର ଅପମାନ କର୍ଲା। ସବୁର ପିଇବା କାଚେ ପକ୍ନାତିଲେ ପାଣି ବାହାର୍ଲା, ମାତର ପରମେଶ୍ବର ମୋଶାକେ କ୍ରୋଧିତ ହୋଏଲା। ହାଏ ବୋଲି ରେଲା, କାରଣ ତୁଇ ଏଟା କର୍ଲିଇସ୍, ଏଟାକାଚେ ତୁଇ ପ୍ରତିଜ୍ଞା କରିରେବା ଦେଶ୍ତି ଓଲ୍କେ ନା ପାରି୍ଇସ୍।
ଯଢ଼ଦାଏ ଇସ୍ରାଏଲୀୟମନ ଚାଳିଶ ବର୍ଷ ମରୁଭୂମିତି ଭ୍ରମଣ କରିରେଲାଏ, ଯନମନ ପରମେଶ୍ବର ବିରୁଦ୍ଧତି ବିଦ୍ରୋହ କରିରେଲାଏ, ହାଏମନ୍ ସବୁ ମରିଗଲାଏ। ତାର୍ପାଚେ ପରମେଶ୍ବର ତିକେ ଆଓରିହାରକ ହାଇ ପ୍ରତିଜ୍ଞା କରିରେବା ଦେଶର ସୀମାଲଗେ ନେଲା। ବର୍ତ୍ତମାନ ମୋଶା ବହୁତ ଡକ୍ରା ରେଲା, ହାଇକାଚେ ପରମେଶ୍ବର ଯିହୋଶୂୟକେ ଲୋକମନକେ ଆଗେ ନେବା କାଚେ ସାହାଯ୍ୟ କର୍ଲା। ପରମେଶ୍ବର ମଧ୍ୟ ମୋଶାକେ ପ୍ରତିଜ୍ଞା କରିରେଲା ଯେ, ଗୋଟଦିନ୍ ହାଏ ହାଇ ଲୋକମନ ଲଗେ ମୋଶାର ଅନ୍ତା ଗୋଟକ୍ ଭବିଷ୍ୟଦ୍ବକ୍ତା କେ ପଠାଏସି।
ତାର୍ପାଚେ ପରମେଶ୍ବର ମୋଶାକେ ଗୋଟକ୍ ପର୍ବତର ଶିଖରତି ଯିବାକାଚେ ବଲା୍ ଯନ୍ତାକି ହାଏ ପ୍ରତିଜ୍ଞା କରିରେବା ଦେଶ୍କେ ଦୋଖେ୍ ପାରିସି୍। ମୋଶା ପ୍ରତିଜ୍ଞା କରିରେବା ଦେଶ୍କେ ଦୋଖ୍ଲା ମାତର ପରମେଶ୍ବର ତାକେ ଓଲବା କାଚେ ଅନୁମତି ନା ଦେଲା। ଏତାର୍ ପାଚେ ମୋଶା ମରିଗଲା, ଆରି ଇସ୍ରାଏଲୀୟମନ ତିରିଶ ଦିନ ଯାକ ଶୋକ କର୍ଲାଏ। ଯିହୋଶୂୟ ତିକର ନୂଆ ନେତା ହୋଏଲା। ଯିହୋଶୂୟ ଗୋଟକ୍ ଭଲ ନେତା ରେଲା କାରଣ ହାଏ ପରମେଶ୍ବରକେ ବିଶ୍ୱାସ କର୍ତେରେଲା ଆରି ତାର କଥା ମାନ୍ତେରେଲା।
ଯାତ୍ରା ୧୬-୧୭; ଗଣନା ୧୦-୧୪; ୨୦; ୨୭; ଦ୍ୱିତୀୟ ବିବରଣ ୩୪ ତାନର୍ ଗୋଟକ୍ ବାଇବଲର କାଓନି।
Free to use, adapt, and share under an open license (CC BY-SA 4.0).