15. ୧୫. ପ୍ରତିଜ୍ଞାର ଦେଶ୍
ଶେଷରେ, ଇସ୍ରାଏଲୀୟମନକେ ପ୍ରତିଜ୍ଞା କରିରେବା ଦେଶ, କିଣାନତି ଓଲବର ସମୟ ଆସ୍ଲା। ହାଇ ଦେଶତି ଯିରୀହୋ ନାମର ଗୋଟକ୍ ନଗର ରେଲା। ହାଇଟାକେ୍ ସୁରକ୍ଷା ଦେବା କାଚେ ତାର ଚାର୍ବାଟେ ମଜ୍ଭୂତ କାତି ରେଲା। ଯିହୋଶୂୟ ଦୁଇଟା ଗୁପ୍ତଚରକେ ହାଇ ନଗରତି ପଠାଏଲା। ହାଇ ସହରତି ରାହାବ ନାମର ଗୋଟକ୍ ବେଶ୍ୟା ବାସ କର୍ତେରେଲେ। ହାଇ ଇ ଗୁପ୍ତଚରମନକେ ଲୁକା୍ଏଲା, ଆରି ପାଚେ ହାଏ ତିକେ ସହରରୁ ରକ୍ଷା କର୍ବାତି ସାହାଯ୍ୟ କର୍ଲା। ହାଏ ପରମେଶ୍ବରକେ ବିଶ୍ୱାସ କର୍ତେରେବାର ଲାଗି ହାଏ ଏଟା କର୍ଲା। ଯୋଢ଼ଦାଏ ଇସ୍ରାଏଲୀୟମନ ଯିରୀହୋକେ ଧ୍ୱଂସ କର୍ଲାଏ ହାଢ଼କିଦାଏ ହାଏମନ୍ ରାହାବ ଆରି ତାର ପରିବାରକେ ସୁରକ୍ଷା ଦେବି ବୋଲି ପ୍ରତିଜ୍ଞା କରିରେଲାଏ।
ପ୍ରତିଜ୍ଞା କରିରେବା ଦେଶତି ଓଲବା କାଚେ ଇସ୍ରାଏଲୀୟମନକେ ଯର୍ଦ୍ଦନ ନଦୀକେ ପାରକର୍କେ ପଡ଼ତେରେଲା। ପରମେଶ୍ୱର ଯିହୋଶୂୟକେ ବଲା୍, ଯାଜକମନ ପ୍ରଥମେ ଯାଓତ। ଯାଜକମନ ଯର୍ଦ୍ଦନ ନଦୀତି ପାଦ ରଖ୍ଲାଏ, ପାଣି ବଏବାଟା ବନ୍ଦ ହୋଏଲା ଯନ୍ତାକି ଇସ୍ରାଏଲୀୟମନ ନଦୀର ହାଏଖାପ ଶୁଖିଲା ଭୂମି ଦେଇ ପାର ହୋଏକେ ପାର୍ବାଏ।
ଯଢ଼ଦାଏ ହାଏମନ୍ ଯର୍ଦ୍ଦନ ନଦୀକେ ପାର ହୋଏଲାଏ, ପରମେଶ୍ବର ଯିହୋଶୂୟକେ ଯିରୀହୋ ଉପରେ ଆକ୍ରମଣ କରିବାକାଚେ ପ୍ରସ୍ତୁତ ହୋଏବାକାଚେ ବଲିରେଲା, ଯଦିଓ ଏଟା ଗୋଟକ୍ ଶକ୍ତିଶାଳୀ ସହର ରେଲା। ପରମେଶ୍ବର ତିକେ ବଲିରେଲା ଯେ, ତିକର ଯାଜକ ଆରି ସୈନିକମନ ଛଅ ଦିନ ଯାକ ନଗର ଚାର୍ବାଟେ ବୁଲ୍ବାର ଆଛେ। ତେବେ ଯାଜକ ଆରି ସୈନିକମନ ଅନ୍ତି ଆକା କର୍ଲାଏ।
ସପ୍ତମ ଦିନତି ଇସ୍ରାଏଲୀୟମନ ସାତହାର ନଗରକେ ଗୁରିବୁଲା୍ଏ। ହାଏମନ୍ ସପ୍ତମ ହାର ନଗରକେ ଗୁରିବୁଲ୍ବାର ପାଚେ ଯାଜକମନ ତିକର ତୂରୀକେ ପୂଓକ୍ଲାଏ ଆରି ସୈନିକମନ ଠ୍କା କଲାର ହୋଏଲାଏ।
ତାର୍ପାଚେ ଯିରୀହୋର ଚାର୍ବାଟର କାତିମନ ଭାଙ୍ଗିଗଲା! ଯନ୍ତାକି ପରମେଶ୍ୱର ଇସ୍ରାଏଲୀୟ ମନକେ ଆଦେଶ ଦେଲା, ନଗରର ସବୁ ଜିନିଷକଜ ନଷ୍ଟ କରିଦେଲାଏ। ହାଏମନ୍ ଖାଲି୍ ରାହାବ ଆରି ତାର ପରିବାରକେ ଛାଡିଦେଲାଏ, ଜନମନକି ଇସ୍ରାଏଲର ଅଂଶ ହୋଇରେଲାଏ। ଯଢ଼ଦାଏ କିଣାନତି ବାସ କର୍ତେରେବା ଅଳଗା ଲୋକମନ ଶୁଣ୍ଲାଏ ଯେ, ଇସ୍ରାଏଲୀୟମନ ଯିରୀହୋକେ ଧ୍ୱଂସ କର୍ଲାଆତ, ହାଏମନ୍ ଡରି ଗଲାଏ କି, ଇସ୍ରାଏଲୀୟମନ ତିକର ଉପରେ ମିଶା ଆକ୍ରମଣ୍ କର୍ବାଏ।
ପରମେଶ୍ବର ଇସ୍ରାଏଲୀୟମନକେ କିଣାନତି ରେବା ସବୁ ଜାତିର୍ ଲୋକସଙ୍ଗେ ଶାନ୍ତିର ଚୁକ୍ତି ନା କର୍ବାକାଛେ ଆଦେଶ ଦେଲା। ମାତର ଗିବିୟାନୀୟ ନାମର ଗୋଟକ୍ କିଣାନୀୟ ଗୋଷ୍ଠୀ ଯିହୋଶୂୟକେ ମିଛ(ଠଗ୍ଲା) ବଲା୍, ଯେ ହାଏମନ୍ କିଣାନତାନ୍ଲେ ବହୁତ ଦୂରରଆତ। ହାଏମନ୍ ଯିହୋଶୂୟକେ ତିକର ସଙ୍ଗେ ଶାନ୍ତି ଚୁକ୍ତି କର୍ବାକାଛେ ଅନୁରୋଧ କର୍ଲାଏ। ତେବେ ଯିହୋଶୂୟ ଆରି ଇସ୍ରାଏଲର ଅଳାଗା ନେତାମନ ପରମେଶ୍ବରକେ ନା ପଚା୍ର୍ଲାଏ କି, ହାଏମନ୍ କାଏ କର୍ବା ଉଚିତ୍ ଆଏ। ଏତାର ପରିବର୍ତ୍ତେ, ହାଏମନ୍ ଗିବିୟାନୀୟମନ ସଙ୍ଗେ ଗୋଟକ୍ ଶାନ୍ତିର ଚୁକ୍ତି କର୍ଲାଏ।
ତିନି ଦିନର ପାଚେ, ଇସ୍ରାଏଲୀୟମନ ଜାଣ୍ବାକେ ପାଏଲାଏ ଯେ, ଗିବିୟାନୀୟମନ କିଣାନତି ବାସ କର୍ତେରେଲାଏ। ହାଏମନ୍ ରିଶା ହୋଇଗଲାଏ କାରଣ ଗିବିୟୋନୀୟମନ ତିକେ ଧଖା ଦେଲାଆଛେତ୍। ମାତର୍ ତିକେ ତିକରସଙ୍ଗେ କରିରେବା ଶାନ୍ତି ଚୁକ୍ତିକେ ରକ୍ଷା କର୍ଲାଏ କାରଣ ଏଟା ପରମେଶ୍ବର ଆଗେ କରାଯାଇରେଲା। କିଛି ସମୟର ପାଚେ, କିଣାନତି ବାସ କର୍ତେରେବା ଅନ୍ଳଗା ଗୋଟକ୍ ଜାତି ଇମୋରୀୟ ରାଜାମନ ଶୁଣ୍ଲାଏ ଯେ, ଗିବିୟୋନୀୟମନ ଇସ୍ରାଏଲୀୟମନର ସଙ୍ଗେ ଶାନ୍ତିର ଚୁକ୍ତି କର୍ଲାଆଛେତ୍, ହାଏଟାକାଚେ ହାଏମନ୍ ତିକର୍ ସୈନ୍ୟବାହିନୀକେ ଗୋଟକିଲେଗେ ରୁଣ୍ଡାଏକରି ଗିବିୟୋନ ଉପରେ ଆକ୍ରମଣ କର୍ଲାଏ। ଗିବିୟୋନୀୟମନ ଯିହୋଶୂୟକେ ସାହାଯ୍ୟ କର୍ବାକାଛେ ଗୋଟକ୍ ବାର୍ତ୍ତା ପଠାଏଲାଏ।
ହାଇଟାକାଚେ ଯିହୋଶୂୟ ଇସ୍ରାଏଲର ସେନାମନକେ ଗୋଟକି ଲଗେ ରୁଣ୍ଡାଲା ଆରି ରାତିସାରା ହିଣ୍ଡିହିଣ୍ଡ ଗିବୀୟମନ ଲଗେ ପହଞ୍ଚ୍ଲାଏ। ସକାଳେ ହାଏମନ୍ ଆମୋରୀୟର ସେନାମନକେ ବକୁଆ କରି ତିକର ଉପରେ ଆକ୍ରମଣ କର୍ଲାଏ।
ହାଇଦିନେ ପରମେଶ୍ୱର ଇସ୍ରାଏଲୀୟମନକାଚେ ଯୁଦ୍ଧ କର୍ଲାଏ। ହାଏ ଅମୋରୀୟମାନକେ ଡରାଏ ଦେଲାଏ ଆରି ଭୟଙ୍କର କୁଆପଥର(କରାଗଟି) ସଙ୍ଗେ ହାଏ ଅନେକ ଅମୋରୀୟମନକେ ହତ୍ୟା କର୍ଲା।
ଇସ୍ରାଏଲୀୟମନ ଆମୋରୀୟମନକେ ଯନ୍ତା ସମ୍ପୂର୍ଣ୍ଣ ଭାବେ ପରାସ୍ତ କର୍ବାକାଛେ ଯଥେଷ୍ଟ ସମୟ ପାଏବାଏ ହାଇଟାର୍ଲାଗି ପରମେଶ୍ବର ଆକାଶର ଗୋଟକ୍ ଜାଗାଲଗେ ସୂର୍ଯ୍ୟକେ(ବେଲ୍) ସଙ୍ଗାଏ ଦେଲା। ହାଇଦିନେ, ପରମେଶ୍ବର ଇସ୍ରାଏଲୀୟମନର କାଚେ ଗୋଟକ୍ ବଡେ ବିଜୟ ଲାଭ କର୍ଲା
ଯଢ଼ଦାଏ ପରମେଶ୍ବର ହାଇ ସୈନ୍ୟବାହିନୀକେ ପରାସ୍ତ କର୍ଲା, ବହୁତ କିଣାନୀୟମନ ଇସ୍ରାଏଲ ଉପରେ ଆକ୍ରମଣ କର୍ବାକାଚେ ରୁଣ୍ଡାହୋଏଲାଏ। ଯିହୋଶୂୟ ଆରି୍ ଇସ୍ରାଏଲୀୟମନ ତିକେ ଆକ୍ରମଣ କରି ବିନାଶ କର୍ଲାଏ।
ଇ ଯୁଦ୍ଧର ପାଚେ, ପରମେଶ୍ବର ଇସ୍ରାଏଲର ସବୁ ଗୋଷ୍ଠୀକେ ପ୍ରତିଜ୍ଞା କରିରେବା ଦେଶର ଭାଗକେ ଦେଲାଏ। ତାର୍ପାଚେ ପରମେଶ୍ବର ଇସ୍ରାଏଲର ସବୁ ସୀମାତି ଶାନ୍ତି ଦେଲା।
ଯଢ଼ଦାଏ ଯିହୋଶୂୟ ଅଧିକ ଡକ୍ରାହୋଏଲା, ହାଏ ଇସ୍ରାଏଲର ସବୁ ଲୋକେ ଗୋଟକି ଲଗେ ରୁଣ୍ଡାଏଲା। ତାର୍ପାଚେ ଯିହୋଶୂୟ ଲୋକମନକେ ହେତ୍କରାଏଦେଲା ଯେ, ହାଏମନ୍ ସୀନାଇ ପର୍ବତତି ପରମେଶ୍ବର ତିକର ସଙ୍ଗେ କରିରେବା ଚୁକ୍ତି ପାଳନ କର୍ବାକାଚେ ପ୍ରତିଜ୍ଞା କରିରେଲା। ହାଏମନ୍ ପରମେଶ୍ବର ପ୍ରତି ବିଶ୍ୱସ୍ତ ରଏବା ଆରି ତାର ନିୟମକେ ମାନ୍ବାକାଚେ ପ୍ରତିଜ୍ଞା କରିରେଲା।
ଯିହୋଶୂୟ ୧-୨୪ ତାନର୍ ଗୋଟକ୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).