18. ୧୮. ଭାଗ୍ ହୋଏଲା ରାଜ୍ୟ
ରାଜା ଦାଉଦ ଚାଳିଶ ବର୍ଷ ଶାସନ କରଲା। ତାର୍ପାଚେ ହାଏ ମରିଗଲା, ଆଓରି ତାର ବେଟା ଶଲୋମନ ଇସ୍ରାଏଲ ଉପରେ ଶାସନ କରବାଟା ଆରମ୍ଭ କରଲା। ପରମେଶ୍ବର ଶଲୋମନ ସଙ୍ଗେ କଥାବାର୍ତ୍ତା କରଲା ଆଓରି ପରମେଶ୍ୱର ତାକେ ପଚାରଲା କି ତୁଇ କାଏଟା ଅଧିକରି ଚାହିଁବିଇସି୍ କି ମୁଇ ତରକାଚେ କରବି ବୋଲି। ଶଲୋମନ ପରମେଶ୍ବରକେ ବଲା୍ କି ମକେ ବହୁତ ଜ୍ଞାନ ଦେ। ଏଟା ପରମେଶ୍ବରକେ ଶରଦା କରଲା, ତେବେ ପରମେଶ୍ବର ଶଲୋମନକେ ଦୁନିଆର ସବୁଲେ ଅଧିକ ଜ୍ଞାନୀ ବ୍ୟକ୍ତି ବନାଏଲା। ଶଲୋମନ ଅନେକ କଥା ଶିଖ୍ଲା ଆଓରି ଗୋଟକ୍ ଜ୍ଞାନୀ ଶାସକ ରେଲା। ପରମେଶ୍ବର ମିଶା ତାକେ ବହୁତ ଧନୀ ବନାଏରେଲା।
ଯିରୁଶାଳମତି ଶଲୋମନ ହାଇ ମନ୍ଦିରକେ ବନାଏଲା ଯନଟାକାଚେ ତାର ପିତା ଯୋଜନା ବନାଏରେଲା ଆଓରି ଶାମାନକେ ମିଶା ଗୋଟକି ଲଗେ ଶଙ୍ଗାଏରେଲା। ବର୍ତ୍ତମାନ ଲୋକମନ ପରମେଶ୍ବରର ଉପାସନା କରତେରେଲାଏ ଆଓରି ସଭା ତମ୍ବୁ ପରିବର୍ତ୍ତେ ମନ୍ଦିରତି ତାକେ ବଳି ଉତ୍ସର୍ଗ କରତେରେଲାଏ। ପରମେଶ୍ୱର ମନ୍ଦିରତି ଉପସ୍ଥିତ ହୋଏତେରେଲା ଆଓରି ତାର ଲୋକମନ ସଙ୍ଗେ ବସବାସ କରତେରେଲା।
ମାତ ଶଲୋମନ ଅଳଗା ଦେଶର ମହିଳାମନକେ ଭଲ ପାଏତେରେଲା। ହାଏ ଅନେକ, ପାକାପାକି ୧୦୦୦ ମହିଳା ସଙ୍ଗେ ବିବାହ କରି ପରମେଶ୍ବରର ଅବମାନନା କରଲା! ଇ ମହିଳାମନର ଭିତରଲେ ବହୁତ ବିଦେଶୀ ଦେଶଲେ ଆସି ହାଏମନର ଦେବତାମନକେ ସଙ୍ଗେ ଆଣି ତିକର ପୂଜା ଜାରି ରଖିରେଲାଏ। ଯଡ଼ଦାଏ ଶଲୋମନ ବୃଦ୍ଧ(ବୁଢ଼ା) ହୋଏଲା, ହାଇ ମିଶା ତିକର ଦେବତାମନକେ ପୂଜା କରଲା।
ଇଟାକାଚେ ପରମେଶ୍ୱର ଶଲୋମନର ଉପରେ କ୍ରୋଧିତ(ରିଶା) ହୋଏଲା। ପରମେଶ୍ବର ବଲାଆଚେ ଯେ ହାଏ ଇସ୍ରାଏଲକେ ଦୁଇଟି ରାଜ୍ୟରେ ବିଭକ୍ତ କରି ଦଣ୍ଡ ଦେଏସି୍। ଶଲୋମନର ମରଲା ପାଚେ ହାଏ ଅନ୍ତି କରିସି୍।
ଶଲୋମନର ମରଲା ପାଚେ ରିହବୀୟାମ ରାଜା ବନଲା। ଇସ୍ରାଏଲର ସବୁଲୋକ ରୁଣ୍ଡିକରି ତାକେ ତିକର ରାଜା ଭାବେ ଗ୍ରହଣ କରଲାଏ। ହାଏମନ ରିହବୀୟାମ ଲଗେ ଅଭିଯୋଗ କରିରେଲାଏ ଯେ ଶଲୋମନ ତିକେ ବହୁତ ପରିଶ୍ରମ କରଏରେଲା ଆଓରି ବହୁତ କର ଆଦାୟ କରିରେଲା। ତିକେ କମ୍ କାମ କରବାକାଚେ ରିହବୀୟାମକେ ଅନୁରୋଧ କରିରେଲାଏ।
ମାତର୍ ରିହବୀୟାମ ତିକେ ଭାରି ମୂର୍ଖ ଭାବେ ଉତ୍ତର ଦେଲା, "ତମି ବଲବାଆସ୍ ମୋର ପିତା ଶଲୋମନ ତମକେ ଅଧିକ ପରିଶ୍ରମ କରାଏ ରେଲା। ମାତର୍ ମୁଇ ତମକେ ଏତାରଲେ ଅଧିକ ପରିଶ୍ରମ କରାଏବି ଆଓରି ମୁଇ ତମକେ ଅଧିକ କଷ୍ଟ ଦେବି।”
ଜଡ଼ଦାଏ ଲୋକମନ ଏଟା ଶୁଣଲାଏ, ତିକର ଭିତରଲେ ଅନେକ ଲୋକ ତାର ବିରୁଦ୍ଧତି ବିଦ୍ରୋହ କରଲାଏ। ଦଶ ଗୋଷ୍ଠୀ ତାକେ ଛାଡ଼ି ଚାଲିଗଲାଏ। ବର୍ତ୍ତମାନ ତାର ସଙ୍ଗେ ଅବଗ ଦୁଇଟା ଗୋଷ୍ଠୀ ବାକି ରେଲାଏ। ଇ ଦୁଇଟା ଗୋଷ୍ଠୀ ନିଜକେ ଯିହୁଦା ରାଜ୍ୟ ବୋଲି ଘୋଷଣା କରଲାଏ।
ବାକି୍ ଦଶ ଗୋଷ୍ଠୀ ଯାରବୀୟାମ ନାମର ଗୋଟକ୍ ବ୍ୟକ୍ତିକେ ତିକର ରାଜା କରଲାଏ। ଇ ଗୋଷ୍ଠୀସବୁ ଦେଶର ଉତ୍ତର-ପୂର୍ବ ଭାଗବାଟେ ରେଲା। ହାଏମନ ନିଜକେ ଇସ୍ରାଏଲ ରାଜ୍ୟ ବୋଲି ଘୋଷଣା କରଲାଏ।
ମାତର୍ ଯାରବୀୟାମ ପରମେଶ୍ୱରର ବିରୁଦ୍ଧତି ବିଦ୍ରୋହ କରଲା ଆଓରି ଲୋକମନକେ ପାପ କରାଏଲା। ହାଏ ତାର ଲୋକମନର ପୂଜା କରିବା କାଚେ ଦୁଇଟା ମୂର୍ତ୍ତି ତିଆର କରଲା। ହାଏମନ୍ ଆରି ଯିରୁଶାଲମର ମନ୍ଦିରତି ପରମେଶ୍ବର ଉପାସନା କରିବାକାଚେ ଯିହୁଦା ରାଜ୍ୟତି ନାଗଲାଏ।
ଯିହୁଦା ଆଓରି ଇସ୍ରାଏଲର ରାଜ୍ୟସବୁ ଶତ୍ରୁ ହୋଇଗଲାଏ ଆଓରି ଅନେକ ସମୟତି ପରସ୍ପର ବିରୁଦ୍ଧତି ଯୁଦ୍ଧ କରଲାଏ।
ଇସ୍ରାଏଲର ନୂଆ ରାଜ୍ୟତି ସବୁ ରାଜାମନ ଦୁଷ୍ଟ ରେଲାଏ। ଇ ରାଜାମନ ଭିତରଲେ ଅନେକ ଇସ୍ରାଏଲୀୟମନକେ ହତ୍ୟା କରିରେଲାଏ ଜନମନ କି ତିକର ଜାଗାତି ରାଜା ହୋଏବାକାଚେ ଚାହେଁତେରେଲାଏ।
ଇସ୍ରାଏଲର ସବୁ ରାଜା ଆଓରି ଅଧିକାଂଶ ଲୋକ ମୂର୍ତ୍ତି ପୂଜା କରଲାଏ। ଜଡ଼ଦାଏ ହାଏମନ୍ ଅନ୍ତି କରଲାଏ, ହାଏମନ୍ ପ୍ରାୟତ ବେଶ୍ୟାମନ ସଙ୍ଗେ ଶୋଏତେରେତ୍ ଆଓରି ସମୟ ସମୟତି ପ୍ରତିମା ମନର ଛମେ ପିଲାମନକେ ବଳି ମିଶା ଦେଏତେରେଏତ୍।
ଯିହୁଦା ରାଜ୍ୟର ରାଜା, ଦାଉଦ ବଂଶର ରେଲାଏ। ଇ ରାଜାମନ ଭିତେରେ ଅନେକ ଭଲ ରାଜା ରେଲାଏ ଜନମନକି ଧାର୍ମିକ ଭାବେ ଶାସନ କରତେରେଲାଏ ଆଓରି ପରମେଶ୍ବରର ଉପାସନା(ପୂଜା) କରତେରେଲାଏ। ମାତର ଯିହୁଦାର ଅଧିକାଂଶ ରାଜା ଦୁଷ୍ଟ ରେଲାଏ। ହାଏମନ୍ ଦୁଷ୍ଟ ଭାବେ ଶାସନ କରଲାଏ ଆଓରି ପ୍ରତିମା ପୂଜା କରଲାଏ। ଇ ରାଜାମନ ଭିତରଲେ କେତେକ ନିଜର ପିଲାମନକେ ମିଥ୍ୟା ଦେବତାମନ ଲଗେ ବଳିଦାନ ଦେଇରେଲାଏ। ଯିହୁଦାର ଅଧିକାଂଶ ଲୋକ ମିଶା ପରମେଶ୍ବରର ବିରୁଦ୍ଧତି ବିଦ୍ରୋହ କରଲାଏ ଆଓର ଅଳଗା ଦେବତାମନକେ ପୂଜା କରଲାଏ।
୧ମରାଜା ଅଧ୍ୟାୟ :୧-୬; ୧୧-୧୨ ରତିଲେ ବାଇବଲର ଗୋଟକ୍ କାଓନି।
Free to use, adapt, and share under an open license (CC BY-SA 4.0).