19. ୧୯. ଭବିଷ୍ୟଦ୍ବକ୍ତା
ପରମେଶ୍ବର ସବୁଦାୟ ଇସ୍ରାଏଲୀୟମନ ଲଗେ ଭବିଷ୍ୟଦ୍ବକ୍ତାମନକେ ପଠାଏତେରେବାର ଆଏ। ଭବିଷ୍ୟଦ୍ବକ୍ତାମନ ପରମେଶ୍ବରର ବାର୍ତ୍ତା ଶୁଣତେରେଲାଏ ଆରି ପାଚେ ହାଇଟାକେ ଲୋକମନକେ ସାଙ୍ଗ୍ତେରେଲାଏ।
ଯୋଡ଼ଦାଏ ଆହାବ ଇସ୍ରାଏଲର ରାଜା ରେଲା ହାଡ଼କିଦାଏ ଏଲିୟ ଭବିଷ୍ୟଦ୍ବକ୍ତା ରେଲା। ଆହାବ ଗୋଟକ୍ ଖରାପ ଲୋକ ରେଲା। ହାଏ ଲୋକମନକେ ମିଥ୍ୟା ବାଲ୍ ଦେବତାର ପୂଜା କରିବାକାଚେ ବାଧ୍ୟ କରଲା। ଇଟାକାଚେ ଏଲିୟ ଆହାବକେ ବଲିରେଲା ଯେ ପରମେଶ୍ବର ହାଇ ଲୋକମନକେ ଦଣ୍ଡ ଦେବାକେ ଯାଏସି ଆଚେ। ହାଏ ତାକେ ବଲା୍, "ଯୋଡ଼ଦାଏଲେ ମୁଇ ବର୍ଷା ହୋ ବଲି ନାବଲି ହାଡ଼କିଦାଏଲେ ବର୍ଷା ନାହୋଏ କି ଅସ ମିଶା ନା ପଡେ।” ଇକଥା ଆହାବକେ ଅତକ ରିଶା କରାଏଲା ଯେ ହାଏ ଏଲିୟକେ ହତ୍ୟା କରବାକାଚେ ସ୍ଥିର କରଲା।
ଇଟାକାଚେ ପରମେଶ୍ବର ଏଲିୟକେ ମରୁଭୂମିତି ଯାଇ ଆହାବ ଲଗଲେ ଲୁକ୍ବାକାଚେ ବଲିରେଲା। ଏଲିୟ ମରୁଭୂମିତାନର୍ ହାଇ ନଦୀ ଲଗେ ଗଲା। ପରମେଶ୍ବର ତାକେ ଯନ୍ତି୍ ଯିବାକାଚେ ବଲିରେଲା। ସବୁଦିନ୍ ସକାଳେ ସଞ୍ଜେ ଚେଢ଼େମନ ଏଲିୟ କାଚେ ମଉସ ଆରି ରଟୀ ଆଣିଦେଏତେରେଲାଏ। ଇ ସମୟତି, ଆହାବ ଆଓରି ତାର ସୈନିକମନ ଏଲିୟକେ ଡଗ୍ରାଏତେ ରେଲାଏ, ମାତର ହାଏମନ ତାକେ ନା ପାଏଲାଏ।
ବର୍ଷା ନା ହୋଏବାର ଲାଗି କିଛି ସମୟ ପାଚେ ହାଇ ନଦୀ ଶୁଖିଗଲା। ଇଟାକାଚେ ଏଲିୟ ହାଇ ପାକପାକିର ଦେଶତି ଗଲା। ହାଇ ଦେଶତି ଗୋଟକ୍ ଗରିବ ବିଧବା ରେଲା ଯାକେ ଗୋଟକ୍ ବେଟା ରେଲା। ଚାଷ ନା ହୋଏବାର ଲାଗି ତିକର ଖାଦ୍ୟ ପାକାପାକି ସରିଯାଇରେଲା। ହୋଏଲେ ମିଶା, ହାଇ ବିଧବା ଏଲିୟର ଯତ୍ନ ନେଲା, ହାଇଟାକାଚେ ପରମେଶ୍ବର ତାକେ ଆଓରି ତାର ବେଟାର ଆବଶ୍ୟକତା ଯୋଗାଏଦେଲା, ଜନ୍ତାକି ତାର ଅଟା ହାଣ୍ଡି ଆଓରି ତେଲ ବୋତଲ କେବେ ଖାଲି ନା ହୋଏଲା। ହାଇ ଦୁର୍ଭିକ୍ଷ ସମୟତି ତିକର ଲଗ ଖାଦ୍ୟ ରେଲା। ଏଲିୟ ହାଏତି କିଛି ବର୍ଷ ରେଲା।
ସାଢେ଼ ୩ବରଷ ପାଚେ, ପରମେଶ୍ବର ଏଲିୟକେ ବଲା୍ କି ପୁନର୍ବାର ହାଏ ବର୍ଷା ବର୍ଷାଏସି। ହାଏ ଏଲିୟକେ ଆହାବ ସଙ୍ଗେ କଥାବାର୍ତ୍ତା କରବାକାଚେ ଇସ୍ରାଏଲର ରାଜ୍ୟତି ଫେରିଯିବା କାଚେ ବଲା୍। ହାଇଟାକାଚେ ଏଲିୟ ଆହାବର ଲଗେ ଗଲା। ଯେବେ ଆହାବ ତାକେ ଦଖଲା ତ ହାଇ ବଲା୍, "ଆଚ୍ଛା ତୁଆସ୍ ଅସୁବିଧାକାରୀ!" ଏଲିୟ ଉତ୍ତର ଦେଲା, ତୁଇତଆସ୍ ଅସୁବିଧାକାରୀ! ତୁଇ ପ୍ରଭୁକେ ପରିତ୍ୟାଗ କରଲିଆଚି୍ସ। ହାଏ ପ୍ରକୃତ(ସତେ) ପରମେଶ୍ୱର ଆଏ, ମାତର ତୁଇ ବାଲଦେବତାର ପୂଜା କରବିଆସ୍। ବର୍ତ୍ତମାନ ତକେ ଇସ୍ରାଏଲର ସବୁ ଲୋକେ କର୍ମିଲ ପର୍ବତତି ଆଣକେ ପଡସି୍।”
ହାଇଟାକାଚେ ସବୁଲୋକ କର୍ମିଲ ପର୍ବତତି ଗଲାଏ। ହାଇ ପୁରୁଷମନ ମିଶା ଆସିରେଲାଏ ଯୋନମନ ବଲ୍ତେରେଲାଏ ଯେ ହାଏମନ ବାଲର ବାର୍ତ୍ତା(ଖବର)ବଲ୍ତେରେଲାଏ। ଏମନ ବାଲ୍ ଭବିଷ୍ୟଦ୍ବକ୍ତା ରେଲାଏ। ହାଏମନସବୁ ୪୫୦ ଲୋକ ରେଲାଏ। ଏଲିୟ ଲୋକମନକେ ବଲା୍, “ତୁମ୍ଭେ କତ୍ ଦିନତକ ହୃଦୟକେ ବୁଲାଇବ?ଯଦି ସଦାପ୍ରଭୁ ପରମେଶ୍ୱର ଆଏ, ତେବେ ତାର ଉପାସନା (ପୂଜା)କରା! ଯଦି ବାଲ୍ ଭଗବାନ ଆଏ, ତେବେ ତାର ଉପାସନା କରା! "
ଏଲିୟ ବାଲ୍ ଭବିଷ୍ୟଦ୍ବକ୍ତାମନକେ ବଲା୍, ଗୋଟକ୍ ବୁଇଲ(ବଳଦ)କେ ବଳି ଦିଅ ଆଓରି ଏତାର ମାଂସକେ ବଳିଦାନ କାଚେ ଗୋଟକ୍ ଯଜ୍ଞତି ସଙ୍ଗାଆ, ମାତର ନିଆଁ ନା ଲଗାଆ। ଏତାରପାଚେ ମୁଇମିଶା ହାଇଅନ୍ତି କରିବି। ଆଓରି ଏକ ଅଲଗା ବେଦୀ ଉପରେ ମୁଇ ହାଇ ମାଂସକେ ସଙ୍ଗାଏବି। ତାରପାଚେ ଯଦି ପରମେଶ୍ବର ଯଜ୍ଞତି ଅଗ୍ନି ପକାଏସି୍, ତେବେ ତମି ଜାଣବାସ୍ ଯେ ହାଇ ଆକା ପ୍ରକୃତ ପରମେଶ୍ୱର ଆଏ।” ତାରପାଚେ ବାଲର ଭବିଷ୍ୟଦ୍ବକ୍ତାମନ ଗଟକ୍ ବଳିଦାନ ତିଆର କରଲାଏ ମାତର ତାର ଉପରେ ନିଆଁ ନାଲଗାଏଲାଏ।
ତାରପାଚେ ବାଲର ଭବିଷ୍ୟଦ୍ବକ୍ତାମନ ବାଲକେ ପ୍ରାର୍ଥନା କରଲାଏ, "ହେ ବଲ, ଆମର କଥା ଶୁଣ!" ଦିନସାରା ହାଏମନ୍ ପ୍ରାର୍ଥନା କରି କାନ୍ଦଲାଏ ଆଓରି ଛୁରୀସଙ୍ଗେ ନିଜକେ କାଟିହୋଏଲାଏ, ମାତର ବାଲ୍ କାଇ ଉତ୍ତର ନାଦେଲା ଆଓରି ହାଏ କାଇ ନିଆଁ ନାପକାଏଲା।
ବାଲର ଭବିଷ୍ୟଦ୍ବକ୍ତାମନ ବାଲର ଲଗେ ପାକାପାକି ଦିନସାରା ପ୍ରାର୍ଥନା କରଲାଏ। ଶରାସରିକେ ହାଏମନ୍ ପ୍ରାର୍ଥନା କରବାଟା ବନ୍ଦ କରିଦେଲାଏ। ତାରପାଚେ ଏଲିୟ ଦ୍ୱିତୀୟ ବଳଦର ମାଂସକେ ପରମେଶ୍ବରର ଯଜ୍ଞତି ସଙ୍ଗାଏଲା। ତାରପାଚେ୍, ମାଂସ, କାଠ, ଆଓରି ବେଦୀ ଚାର୍ବାଟେଏ ରେବା ଜମି ପୂରାପୂରି ଓଦା ନାହୋଏବା ତକ୍ ହାଇ ବଳିଦାନତି ବଡେ ବଡେ ଜଳ ପାତ୍ର ସଙ୍ଗେ ପାଣି ରକାଏବାକାଚେ ଲୋକମନକେ ବଲା୍।
ଏଲିୟ ପ୍ରାର୍ଥନା କରଲା, "ହେ ପ୍ରଭୁ, ଅବ୍ରହାମ, ଇସ୍ହାକ ଆଓରି ଯାକୁବର ପରମେଶ୍ୱର, ଆମକେ ଦୋଖାଅ ଯେ ତୁଇ ଇସ୍ରାଏଲର ପରମେଶ୍ୱର ଆଓରି ମୁଇ ତୋର ସେବକ ଆଏ। ମୋକେ ଉତ୍ତର ଦେସ୍, ଯୋନ୍ତାକି ଇ ଲୋକମନ ଜାଣବାଏ ଯେ ତୁଇ ପ୍ରକୃତ ପରମେଶ୍ୱର ଆସ୍।”
ସଙ୍ଗେ ସଙ୍ଗେ ଆକାଶତିଲେ ନିଆଁ ଅଦରଲା ଆଓରି ବେଦୀର ଚାରବାଟେ ମାଂସ, କାଠ, ପଥର, ମାଟି, ଅମ୍ତାକି ଜଳ ଜଳିଗଲା। ଲୋକମନ ଏଟାକେ ଦୋଖି ତଳେ ପଡ଼ିଗଲାଏ ଆଓରି ବଲା୍ଏ, "ସଦାପ୍ରଭୁ ଆକା ପରମେଶ୍ବର ଆଏ! ସଦାପ୍ରଭୁ ପରମେଶ୍ବର ଆଏ!।”
ପାଚେ ଏଲିୟ ବଲା, "ବାଲର ଗୋଟକ୍ ମିଶା ଭବିଷ୍ୟଦ୍ବକ୍ତାକେ ପଳାଏକେ ନାଦିଆସ୍!" ହାଇଟାକାଚେ ଲୋକମାନେ ବାଲର ଭବିଷ୍ୟଦ୍ବକ୍ତାମନେକେ ଦରଲାଏ ଆଓରି ହାଇତିଲେ ଅଳଗା ଲେଗେ ନେଇ ମରତେ ମାରଲାଏ।
ଏଲିୟ ରାଜା ଆହାବକେ ବଲା୍, "ତୁଇ ଘରେ ଝପକେ୍ ଯା, କାରଣ ବର୍ଷା ହୋଏସିବେ।”ଖୁବ୍ ଶୀଘ୍ର ମେଘ ଘନୀଭୂତ ହୋଏଲା ଆଓର ଭୟଙ୍କର ବର୍ଷା ଆରମ୍ଭ ହଏଲା। ଯିହୋବା ହାଇ ମରୁଡ଼ିକେ ସମାପ୍ତ କରତେରେଲା। ଏଟା ଦର୍ଶାଇଲା ଯେ ଯିହୋବା ଆକା ଏକମାତ୍ର ପ୍ରକୃତ ପରମେଶ୍ବର ଆଏ।
ଯଡ଼ଦାଏ ଏଲିୟ ତାର କାମକେ ସରାଏଲା, ପରମେଶ୍ବର ଇଲୀଶାୟ ନାମର ଗୋଟକ୍ ବ୍ୟକ୍ତିକେ ତାର ଭବିଷ୍ୟଦ୍ବକ୍ତା ଭାବେ ବାଛଲା। ପରମେଶ୍ବର ଇଲୀଶାୟର ଦ୍ୱାରା ଅନେକ ଚମତ୍କାର କରଲା। ନାମାନ ସଙ୍ଗେ ଗୋଟକ୍ ଚମତ୍କାର ଘଟଣା ଘଟିରେଲା। ହାଏ ଗୋଟକ୍ ଶତ୍ରୁ ସୈନ୍ୟବାହିନୀର ସେନାଧ୍ୟକ୍ଷ ରେଲା, ମାତର ତାକେ ଖରାପଚର୍ମ(କୁଷ୍ଠି)ରୋଗ ହୋଇରେଲା। ନାମାନ୍ ଇଲୀଶାୟର ବିଷୟତି ଶୁଣିରେଲା, ହାଇଟାକାଚେ ହାଏ ଇଲୀଶାୟ ଲଗେ ଆସି ତାକେ ସୁସ୍ଥ କରବା କାଚେ ଅନୁରୋଧ କରଲା। ଇଲୀଶାୟ ନାମାନକେ ସାତହାର ଯର୍ଦ୍ଦନ ନଦୀତି ଉବକବୁଡ଼କ ହୋଏବାକାଚେ ବଲା୍।
ନାମାନ କ୍ରୋଧିତ ହୋଏଲା। ହାଏ ଅନ୍ତା କରବା କାଚେ୍ ମନା କରିଦେଲା, କାଏକାଚେବଲେ୍ ଏଟା ତାକେ ଗୋଟକ୍ ମୂର୍ଖତା ଅନ୍ତା ଲାଗତେରେଏ। ମାତର ପାଚେ ହାଏ ନିଜର ମନକେ ବଦଳାଏ କରି ସାତହାର ଯର୍ଦ୍ଦନ ନଦୀତି ଉବକବୁଡ଼କ ହୋଏଲା ଜଡ଼ଦାଏ ହାଏ ଶେଷ୍ ହାରକାଚେ ପାଣିତି ବୁଡ଼ି ବାହାରି ଆସଲା, ପରମେଶ୍ବର ତାକେ ସୁସ୍ଥ କରଲା।
ପରମେଶ୍ୱର ଇସ୍ରାଏଲର ଲୋକମନ ଲଗେ ଅନେକ ଭବିଷ୍ୟଦ୍ବକ୍ତାକେ ପଠାଏଲା। ହାଏମନ୍ ସବୁଲୋକେ ମୂର୍ତ୍ତି ପୂଜା ବନ୍ଦ କରବାକାଚେ୍ ବଲେତେରେଲାଏ। ଏହା ପରିବର୍ତ୍ତେ, ହାଏମନ୍ ପରସ୍ପରକେ ନ୍ୟାୟ ଦେବା ଉଚିତ ଆଓରି ପରସ୍ପର ପ୍ରତି ଦୟାଳୁ ହେବା ଉଚିତ୍। ହାଇ ଭବିଷ୍ୟଦ୍ବକ୍ତାମନ ଲୋକେ୍ ଚେତାବନୀ ଦେଲାଏ ଯେ ତିକେ ଖରାପ କାମ କରବାଟା ବନ୍ଦକରା ଆଓରି ଏହା ପରିବର୍ତ୍ତେ ପରମେଶ୍ବର ବାକ୍ୟକେ ପାଳନ କରା। ଯଦି ହାଇ ଲୋକମନ ହାଇଟା ନାକରେତେ, ପରମେଶ୍ବର ହାଏମନକେ ଦୋଷୀ ବୋଲି ବିଚାର କରସି୍ ଆଓରି ତିକେ ଦଣ୍ଡ ଦେଏସି୍।
ଅଧିକାଂଶ ସମୟତି, ହାଇ ଲୋକମନ ପରମେଶ୍ବରର କଥାକେ ନା ମାନଲାଏ। ପ୍ରାୟତ ହାଏମନ୍ ଭବିଷ୍ୟଦ୍ବକ୍ତାମନକେ ଖରାପ ବ୍ୟବହାର କରତେରେଲାଏ ଆଓରି ସମୟ ସମୟତି ତିକେ ହତ୍ୟା ମିଶା କରତେରେଲାଏ। ଗୋଟହାର, ହାଏମନ୍ ଭବିଷ୍ୟଦ୍ବକ୍ତା ଯିରିମିୟକେ ଗୋଟକ୍ ଶୁଖିଲା ଚୁଆଁତି(କୂଅରେ) ଫିଙ୍ଗିଦେଲାଏ ଆଓରି ହାଏତି ତାକେ ମରିବାକାଚେ ଛାଡିଦେଲାଏ। ହାଇ ଚୁଆଁ ତଳେ ରେବା କାଦତି ବୁଡ଼ିଗଲା। ମାତର ତାରପାଚେ ରାଜା ତାରକାଚେ ଦୟା ଦଖାଏଲା ଆଓରି ତାର ସୈନିକମନକେ ଯିରିମିୟର ମରିବାର ଆଗେ ଯିରିମିୟକେ ଚୁଆଁତିଲେ ବାହାର କରବାକାଚେ୍ ଆଦେଶ ଦେଲା।
ଭବିଷ୍ୟଦ୍ବକ୍ତାମନ ପରମେଶ୍ୱରର ବାଟଲେ ବଲ୍ତେଚେରେଲାଏ ଭଲେ୍ ଲୋକ ତିକେ ଘୃଣା କରଲେ ମିଶା। ହାଏମନ ଲୋକମନକେ ଚେତାବନୀ ଦେଲାଏ ଯେ ଯଦି ହାଏମନ ଅନୁତାପ ନାକରେତ୍, ତେବେ ପରମେଶ୍ବର ହାଏମନକେ ବିନାଶ କରିଦେଏସି। ହାଏମନ ଲୋକମନକେ ଏଟାମିଶା ହେତକରାଦେଲାଏ ଯେ ପରମେଶ୍ବର ଖ୍ରୀଷ୍ଟକେ ତିକରଲଗେ ପଠାଏବାକାଚେ ପ୍ରତିଜ୍ଞା କରିରେଲା।
୧ ରାଜା ଅଧ୍ୟାୟ ୧୬-୧୮; ୨ ରାଜା ୫; ଯିରିମିୟ ୩୮ ତାନଲେ ଗୋଟକ୍ ବାଇବଲର କାଓନି।
Free to use, adapt, and share under an open license (CC BY-SA 4.0).