23. ୨୩. ଯୀଶୁର୍ ଜନମ୍

23. ୨୩. ଯୀଶୁର୍ ଜନମ୍ — illustration 1

ଯୋଷେଫ ନାମର୍ ଏକ ଧର୍ମି ବ୍ୟକ୍ତି (ମାନେ) ସଙ୍ଗେ ମରିୟମର୍ ମାଗ୍ନି୍ ହୋଇରେଲା୍। ଯେବେ ହାଏ ଶୁନ୍ଲା୍ କି ମରିୟମ ଗର୍ବବତି ଆଚେ୍ ତ ହାଏ ଜାନ୍ତେ୍ ରେଲା୍ କି ହାଏ ହାତାର୍ ପିଲା ନୁଆଏ। ମାତର୍ ହାଏ ମରିୟମ କେ ଲାଜ୍ କରବାକାଚେ୍ ଇଛା ନା କରତେ୍ ରେଲା୍, ଏଟାକାଚେ୍ ହାଏ ହାକେ୍ ଦୟା୍ କରି ଆଓରି୍ ତାକେ ଭିତର୍ ଭିତର୍ ଛାଢ଼୍ ବା କାଚେ୍ ଭାବଲା୍। ମାତର୍ ଏତାର୍ ଆଗେ ହାଏ ଅନ୍ତା କରତା୍, ଗଟେକ୍ ସରଗ୍ ଦୂତ୍ ତାର୍ ସପ୍ନା ତି ଆଶି ତାକେ କଥା୍ ହୋଏଲା୍।

23. ୨୩. ଯୀଶୁର୍ ଜନମ୍ — illustration 2

ହାଇ ସରଗ୍ ଦୂତ୍ ବଲା୍, " ହେ ଯୋଷେଫ, ମରିୟମ କେ ନିଜର୍ କନୀଆ ଭାବେ ଗ୍ରହଣ୍ କରିବା କାଚେ୍ ନା ଡର୍। ହାତାର୍ ଭିତରେ ଯୋନ୍ ପିଲା ଆଚେ୍ ହାଏ ପବିତ୍ର ଆତ୍ମା ତାନ୍ ଲେ ଆଏ। ହାଏ ଗଟେକ୍ ପିଲା କେ ଜନମ୍ ଦେସି୍। ତାର୍ ନାଓ ଯୀଶୁ ରକ୍ତୁନ୍ (ଯାର୍ ନାଓ ର ଅର୍ଥ ଆଏ, 'ମାପୃ ରକ୍ଷା କରୁ ଆଏ'), କାଏକାଜେ ବଲେ୍ ହାଏ ଲକେ୍ ତିକର୍ ପାପ୍ ତାନଲେ୍ ରକ୍ଷା କରସି୍।”

23. ୨୩. ଯୀଶୁର୍ ଜନମ୍ — illustration 3

ପାଚେ୍ ଯୋଷେଫ ମରିୟମ କେ ବିବାହ କରଲା୍ ଆରି୍ ତାକେ ନିଜର୍ କନୀଆ ଭାବେ ଘରେ ଆନ୍ଲା୍, ମାତର୍ ତାର୍ ବେଟା କେ ଜନମ୍ ଦେବା ତକ୍ ହାଏ ତାର ସଙ୍ଗେ୍ ନା ଶୋଇଲା।

23. ୨୩. ଯୀଶୁର୍ ଜନମ୍ — illustration 4

ଯେବେ ମରିୟମ ର ଜନମ କରବା ସମୟ କେଟିରେଲା୍, ତ ହାଏ ଆରି୍ ଯୋଷେଫ ବେଥଲିହିମ ଯିବାର୍ ଗଟେ୍କ୍ ଲମ୍ବା ଯାତ୍ରା କରଲା୍ଏ। ତିକେ ହାଏତି ଯିବାର୍ ରେଲା୍ ଆକା୍ କାଏକାଚେ୍ ବଲେ୍ ରୋମୀୟ ଅଧିକାରୀ ଇସ୍ରାଏଲ୍ ତି ରେବା ସବୁ ଲୋକେ୍ ହିସାବ୍ କରବା କାଚେ୍ ଇଚ୍ଛା କରତେ୍ ରେଲା୍। ହାଏମନ୍ ଚାହେଁ ତେରେଲାଏ କି ସବୁ ଲୋକ୍ ହାଇ ତି ଯାଓତ ଯନ୍ତି୍ ତିକର୍ ପାର୍ ପୁଟକା୍ ରଏତେ୍ ରେଲାଏ। ରାଜା ଦାଉଦର୍ ଜନମ୍ ବେଥଲିହିମ ତି ହୋଇରେଲା୍, ଆଓରି୍ ହାଏ ମରିୟମ ଆରି ଯୋଷେଫ ର୍ ଦୁନ୍ଓର୍ ପୂର୍କାର୍ ରଲା୍।

23. ୨୩. ଯୀଶୁର୍ ଜନମ୍ — illustration 5

ମରିୟମ ଆରି୍ ଯୋଷେଫ ବେଥଲିହିମ ତି ଗଲା୍ଏ, ମାତର୍ ହାଏତି୍ ପଶୁ ରଖବା ଜାଗା୍ ଛାଢି୍ ତିକର୍ ରଇବା୍ କାଚେ୍ ଅଳ୍ଗା୍ ଜାଗା୍ ନା ରଲା୍। ହାଈ ଜାଗା୍ ରେଲା୍ ଯନ୍ତି୍ ମରିୟମ ନିଜର ପିଲା୍ କେ ଜନମ୍ ଦେଲା୍। ହାଏ ହାକେ୍ ଡଙ୍ଗାତି ଶୁଆଇଲା୍ କାଏକାଜେ ବଲେ୍ ହାଏତି୍ ହାତାର୍ କାଚେ୍ କାଈ ଅଛନା୍ ନାରେଲା୍। ହାଏମନ୍ ତାର୍ ନାଓ ଯୀଶୁ ଦେଲା୍ଏ।

23. ୨୩. ଯୀଶୁର୍ ଜନମ୍ — illustration 6

ହାଇ ଦିନର୍ ରାତି, ହାଇଲେଗର୍ କ୍ଷେତ୍ ତି କେତେକ୍ ଗାଈଧରୀମନ୍ ନିଜର୍ ଛେଳି ମେଡିକେ୍ ଜାଗିରେଲା୍ଏ। ଅଚାନକ୍ ତି, ଗଟେକ୍ ଚକ୍ ମକିଆ ସରଗ୍ ଦୂତ୍ ତିକେ ଦକାୟ୍ ହୋଏଲା୍, ଆଓରି୍ ହାଏମନ୍ ଡେରି ଗଲା୍ଏ। ହାଇ ସରଗ୍ ଦୂତ୍ ବଲା୍, "ନା ଡରା୍, କାଏକାଜେ ବଲେ୍ ମୋର୍ ଲଗେ୍ ତମର୍ କାଚେ୍ ଅଛା ଖବର୍ ଆଚେ୍। ବେଥଲିହିମ ତି ମସିହା, ମାଳିକର୍ ଜନମ୍ ହୋଏଲା୍ ଆଚେ୍!"

23. ୨୩. ଯୀଶୁର୍ ଜନମ୍ — illustration 7

ଯାଇ କରି୍ ହାଇ ବାଳକ କେ ଡଗରା, ଆଓରି୍ ତମି୍ ତାକେ ଲୁଗା ତି ଗୁଢାଇ ହୋଇ ଆରି ଡଙ୍ଗାତି ଶୋଇ ରେବାର୍ ପାଏବାସ୍।” ଅଚାନକ୍ ତି, ଆଖାଶେ୍ ସରଗ୍ ଦୂତତି ଭରିଗଲା୍। ହାଏମନ୍ ମାପୃକେ ଗୀତ ଗାଇ ସ୍ତୁତି କର୍ତେ ରେଲାଏ। ହାଏମନ୍ ବଲା୍ଏ, " ସବୁ ମହିମା ସରଗେ୍ ରେବା ମାପୃ କେ ମିଳ। ପୃଥିବୀ ତି ହାଇମନ କେ ଶନ୍ତି ମିଳ ଯାଆର୍ କାଚେ୍ ହାଏ ଚିନ୍ତା କରୁଆଏ!"

23. ୨୩. ଯୀଶୁର୍ ଜନମ୍ — illustration 8

ପାଚେ୍ ସରଗ୍ ଦୂତ୍ ଗଲାଏ। ହାଇ ଗାଈଧରୀମନ୍ ମିଶା ତିକର୍ ଛେଳି ମେଣ୍ଢାକେ ଛାଢି୍ ବାଳକେ ଦକେ୍ ଗଲା୍ଏ। ଝପେକେ ହାଇ ଜାଗା୍ ତି କେଟ୍ ଲାଏ ଯନ୍ତି ଯୀଶୁ ରେଲା୍ ଆରି୍ ହାଏମନ୍ ତାକେ ଡଙ୍ଗାତି ଶୋଇ ରେବାର୍ ପାଏଲାଏ, ଯନ୍ତା କି ହାଏ ସରଗ୍ ଦୂତ୍ ବୋଲିରେଲା। ହାଏମନ୍ ବହୁତ ଖୁସି ହୋଇଗଲାଏ। ପାଚେ୍ ହାଇ ଗାଈଧରୀମନ୍ ହାଏତି୍ ଗଲା୍ଏ ଯନ୍ତି ତିକର୍ ଛେଳି ମେଣ୍ଢା ରେଲାଏ। ହାଏମନ୍ ଯନ୍ଟା ମିଶା ଶୁନ୍ଲାଏ ଆରି ଦକ୍ଲାଏ ହାଇ ସବୁ କାଚେ୍ ହାଏମନ୍ ପରମେଶ୍ବର କେ ସ୍ତୁତି କର୍ତେ ରେଲାଏ।

23. ୨୩. ଯୀଶୁର୍ ଜନମ୍ — illustration 9

ପୂର୍ବ ଦିଗର୍ ଗଟେକ୍ ଦୂର ଦେଶ୍ କେତେକ୍ ପୁରଷ ରେଲାଏ। ହାଏମନ୍ ତାରା ବିଷୟତି ପଢି ରେଲାଏ ଆରି୍ ହାଏମନ୍ ବହୁତ ଜ୍ଞାନୀ ରେଲାଏ ହାଏମନ୍ ଗଟେକ୍ ଅଲଗା ପ୍ରକାର୍ ତାରା ଆଖାଶ୍ ତି ଦକ୍ଲାଏ। ହାଏମନ୍ ବଲା୍ଏ କି ଏତାର ଅର୍ଥ ଆଏ ଯୀହୂଦି ମନର୍ ଗଟେକ୍ ନୁଆ ରାଜା ଜନମ୍ଲା୍ ଆଚେ୍। ଏଟାକାଚେ୍ ହାଏମନ୍ ହାଇ ବାଳକେ ଦକବା କାଚେ୍ ନିଜର ଦେଶ୍ ତିଲେ ନିକ୍ରୀ ଯିବୁ ବଲି୍ ନିର୍ଣୟ୍ କର୍ଲାଏ। ଗଟେ୍କ୍ ଲମ୍ବା ଯାତ୍ରା ପାଚେ୍, ହାଏମନ୍ ବେଥଲହିମ ଆଏଲା୍ଏ ଆରି୍ ହାଇ ଘର୍ କେ ପାଏଲାଏ ଯନ୍ତି୍ ଯୀଶୁ ଆଓରି ତାର୍ ମାତା ପିତା ଥେବିରଲାଏ।

23. ୨୩. ଯୀଶୁର୍ ଜନମ୍ — illustration 10

ଯେବେ ଈ ପୁରଷ ମନ୍ ଯୀଶୁ କେ ତାର୍ ମା ସଙ୍ଗେ ଦକିକରି ହାଏମନ୍ ମାଣ୍ଡିଗୁଟା ଦେଇ ତାର୍ ଆରାଧନା କରଲା୍ଏ। ହାଏମନ୍ ଯୀଶୁ କେ ବହୁମୂଲ୍ୟ ଦାନ୍ ଦେଲା୍ଏ। ପାଛେ୍ ହାଏମନ୍ ଘର୍ ଲେଓଠିଗଲାଏ।

ମାଥିଉ ୧ ; ଲୂକ ୨ ତାନର୍ ଗୋଟକ୍ ବାଇବଲର୍ କାଓନି।

Read in the reader

Free to use, adapt, and share under an open license (CC BY-SA 4.0).