25. ୨୫. ଶୟତାନ୍ ଯୀଶୁ କେ ପରୀକ୍ଷା କରୁଆଏ

25. ୨୫. ଶୟତାନ୍ ଯୀଶୁ କେ ପରୀକ୍ଷା କରୁଆଏ — illustration 1

ଯୀଶୁର ବାପ୍ତିସ୍ମ ନେବାର୍ ତୁରନ୍ତ୍ ପାଚ, ପବିତ୍ର ଆତ୍ମା ତାକେ ମରୂଭୂମି ତାନେ୍ ନେଲା। ଯୀଶୁ ହାଏତି ୪୦ ଦିନ ଆରି ୪୦ ରାତି ରେଲା। ହାଇ ସମୟତି ହାଏ ଉପାସ୍ କରଲା୍, ଆଓରି ଶୟତାନ ଯୀଶୁର୍ ଲଗେ ଆସିକରି ପାପ କରାଏବାକାଚେ ପରୀକ୍ଷା କରଲା୍।

25. ୨୫. ଶୟତାନ୍ ଯୀଶୁ କେ ପରୀକ୍ଷା କରୁଆଏ — illustration 2

ଆଗେ, ଶୟତାନ ଯୀଶୁକେ ବଲା୍, "ଯଦି ତୁଇ ମାପୃର୍ ବେଟାଆସ୍ ତେବେ ଇ ପକନାମନକେ ରଟୀ ବନାଏଦେସ୍ ଯନ୍ତାକି ତୁଇ ଖାଏକେ ସକ୍ବିସ୍!"

25. ୨୫. ଶୟତାନ୍ ଯୀଶୁ କେ ପରୀକ୍ଷା କରୁଆଏ — illustration 3

ମାତର୍ ଯୀଶୁ ଶୟତାନ କେ ବଲା, "ମାପୃର ବାକ୍ୟ ତାନେ ଏଟା ଲେକାଆଚେ, 'ଜୀବନ ରେବାକାଚେ ମାନେଲକେ ଖାଲି ରଟୀ ଆକା ଦରକାର ନୁଆଏ, ମାତର ହାଏମନ୍କେ ହାଇସବୁ କଥା ଦରକାର ଆଏ ଯନଟା୍ ମାପୃ ତିକେ ବଳୁଆଏ!'"

25. ୨୫. ଶୟତାନ୍ ଯୀଶୁ କେ ପରୀକ୍ଷା କରୁଆଏ — illustration 4

ପାଚେ ଶୟତାନ ଯୀଶୁକେ ମନ୍ଦିରର ସବୁଳେ ଡେଙ୍ଗ୍ ଜାଗାତି ନେଲା। ହାଏ ତାକେ ବଲା୍,।”ଯଦି ତୁଇ ମାପୃର୍ ବେଟାଆସ୍ ତ ଇତିଲେ ତଳେ ଡଗାଓ, କାଏକାଜେ ବଲେ୍ ଲେଖା୍ ଆଛେ, 'ମାପୃ ତକେ ଉଠାଏବାକାଛେ ନିଜର ସରଗ୍ ଦୂତ୍ ମନକେ ଆଦେଶ୍ ଦେଏସି୍ କି ତର ପାଓଁମନ୍ ପକନା୍ ଥାନଲେ୍ ମାଢ଼୍ ନା ହୋଏ। '"

25. ୨୫. ଶୟତାନ୍ ଯୀଶୁ କେ ପରୀକ୍ଷା କରୁଆଏ — illustration 5

ମାତର ଯୀଶୁ ହାଏଟା ନାକରଲା ଯନଟା ଶୟତାନ ତାକେ କରବାକାଛେ ବଲିରେଲା। ଏତାର ବଦଳେ, ହାଏ ବଲା୍, "ମାପୃ ସବୁକେ ବଲୁଆଏ, 'ତୁଇ ତର ମାପୃକେ ପରୀକ୍ଷା ନାକର। '"

25. ୨୫. ଶୟତାନ୍ ଯୀଶୁ କେ ପରୀକ୍ଷା କରୁଆଏ — illustration 6

ଆଓରି ଶୟତାନ ତାକେ ସଂସାରର ସବୁ ରାଜ୍ୟ କେ ଦକାୟ୍ଲା। ହାଏ ତାକେ ଦକାୟ୍ ଲା କି ହାଏଟାମନ କେତକ୍ ଶକ୍ତିଶାଳୀ ରେଲାଏ ଆରି ହାଏଟାମନ କେତକ୍ ଧନୀ (ଶାଓକାର୍) ରେଲାଏ। ହାଏ ଯୀଶୁ କେ ବଲା୍, "ମୁଈ ତକେ ଏ ସବୁ ଦେବି ଯଦି ତୁଈ ମକେ ମାଡିକୁଠା ଦେଈ ଉପାସନା (ପୂଜା) କରଲେ୍।”

25. ୨୫. ଶୟତାନ୍ ଯୀଶୁ କେ ପରୀକ୍ଷା କରୁଆଏ — illustration 7

ଯୀଶୁ ଉତ୍ତର୍ ଦେଲା, "ହେ ଶୟତାନ, ମୋର୍ ଲଗଲେ ଭାଗ୍! ମାପୃର ବାକ୍ୟତି ହାଏ ଲୋକେ ଆଦେଶ ଦେଉଆଏ, 'ଖାଲି ନିଜର ମାପୃ ଇଶ୍ବରକେ ଆରାଧନା (ପୂଜା) କର୍। ମାପୃ ବଲି ଖାଲି ତାକେ ଆକା ଆରାଧନା (ପୂଜା) କର। '"

25. ୨୫. ଶୟତାନ୍ ଯୀଶୁ କେ ପରୀକ୍ଷା କରୁଆଏ — illustration 8

ଯୀଶୁ ଶୟତାନର୍ ପରୀକ୍ଷା ତାନଲେ୍ ନାହାରଲା୍, ଏଟାକାଚେ୍ ଶୟତାନ ତାରଲଗଲେ ଉଠିଗଲା। ତାରପାଛେ ସରଗ୍ ଦୂତ୍ ଆସି୍ ଯୀଶୁକେ ସେବାକରଲାଏ।

ମାଥିଉ ୪:୧-୧୧; ମାର୍କ ୧:୧୨-୧୩; ଲୂକ ୪:୧-୧୩ ତିଲେ ଗଟେକ ବାଇବଲର୍ କାଓନି।

Read in the reader

Free to use, adapt, and share under an open license (CC BY-SA 4.0).