28. ୨୮. ବେଣ୍ଡିଆ ଶାଅକାର ଧର୍ମଗୁରୁ
ଗୋଟକ୍ ଦିନ, ଗୋଟକ୍ ଭେଣ୍ଡିଆ ଧର୍ମଗୁରୁ ଶାଅକାର ଯୀଶୁର ଲଗେ ଆସି ତାକେ ପଚାରଲା, "ହେ ଅଛା ଆଜ୍ଞା, ଅନନ୍ତଜୀବନ ପାଏବା କାଚେ ମକେ କାଏ କରକେ ପଡ଼ସି୍?" ଯୀଶୁ ତାକେ ବଲା୍, "ତୁଇ ମକେ 'ଅଛା'କାଏକାଚେ ବଲବିଆସ୍? ମାତର ଏକଲା ଆକା ଆଛା ଆଏ ଆରି ହାଏ ମାପୃ ଆଏ। ମାତର ତୁଇ ଅନନ୍ତ ଜୀବନ ପାଏବା କାଚେ ଚାହେଁବିସ୍ ତେବେ ମାପୃର୍ ବ୍ୟବସ୍ଥା କେ ମାନ୍।"
ମକେ କନ୍ କନ୍ ଆଜ୍ଞାମନକେ ମାନବାର ଦରକାର ଆଏ? ହାଏ ପଚାରଲା। ଯୀଶୁ ଉତ୍ତର ଦେଲା, "ହତ୍ଯା ନା କର। ବେବିଚାର ନାକର। ଚରି ନା କର। ମିଛ କଥା ନା ବଲ। ନିଜର ପିତା ମାତର୍ ସନମାନ୍ କର, ଆରି ନିଜର ପଢ଼ଶି କେ ନିଜର ଅନ୍ତା ପ୍ରେମ କର।"
ମାତର୍ ହାଇ ଭେଣ୍ଡିଆ ମାନେ ବଲା୍, "ମୁଇ ପିଲା ଦାଏଲେ ଆକା ଏସବୁ ଆଜ୍ଞାମନକେ ମାନତେ ଆଏଲିନି। ମକେ ସବୁଦାୟ୍ ଜିବନ ରେବାକାଚେ ଏବେ ମିଶା କାଏଟା କରବାର ଦରକାର ଆଚେ?" ଯୀଶୁ ତାକେ ଦଖଲା ଆରି ତାକେ ପ୍ରେମ କରଲା।
ଯୀଶୁ ଉତ୍ତର ଦେଲା, "ଯଦି ତୁଇ ସିଦ୍ଦ୍ ହୋଏବାକାଚେ ଚାହେଁବିସ୍ ତେବେ ଯାଇକରି ନିଜର ସବୁଟାକେ ବିକିଦେଶ୍ ଆରି ହାଇ ପଇସାକେ ଗରିବ ଲୋକେ ଦେଇଦେଶ, ଆଓରି ତକେ ସରଗେ୍ ଧନ ମିଲସି୍। ଆରି ଆସିକରି ମୋର ଅନଗମନ କର।”
ଯନଟା ଯୀଶୁ ବଲା ଯେବେ ହାଇ ଭେଣ୍ଡିଆ ମାନେ ଶୁନ୍ଲା ତେବେ ବହୁତ ଉଦାସ ହୋଏଲା, କାଏକାଚେବଲେ୍ ହାଏ ବଡେ ଶାଅକାର ରେଲା ଆରି ତାର ସବୁ ସମ୍ପତି ଦେବା କାଚେ ନା ଚାହେଁତେରେଲା। ହାଏ ଯୀଶୁର ଲଗଲେ୍ ବାଆଢି୍ କରି ଉଠିଗଲା।
ତାରପଚେ ଯୀଶୁ ନିଜର ଚେଲାମନେକେ ବଲା, "ପରମେଶ୍ବର ରାଜ୍ୟତି ଶାଅକାର ଲୋକ ଅଲବାଟା ବଡେ କଷ୍ଠ ଆଏ! ହା, ଗୋଟକ୍ ଶାଅକାର ଲୋକର୍ ମାପୃର୍ ରାଜ୍ୟତି ଅଲବାର ତୁଲନାତି କନି ଗୋଟକ୍ ଓଟ ସୁଯିର କାଣା ବାଟଲେ ଚିଙ୍ଗ୍ଡଡି୍ଯିବାଟା ସହଯ ଆଏ।"
ଯନଟା୍ ଯୀଶୁ ବଲା ଯେବେ ଚେଲାମନଶୁନ୍ଲାଏ ତେବେ ହିଏମନ ଭକୁଆ ହୋଏଲାଏ, "ଯଦି ଏଟା ଅନ୍ତି ଆଏ ତେବେ ମାପୃ କାକେ ବାଚାଏସି୍ବେ?"
ଯୀଶୁ ଚେଲାମନେକେ ଦଖଲା ଆରି ବଲା୍, "ଲୋକମନେକାଚେ ନିଜେ ନିଜକେ ବାଛାଏ ବାଟା ଅସମ୍ଭବ ଆଏ। ମାତର ମାପୃ କାଚେ କାଇଟା ମିଶା ଅସମ୍ଭବ ନୁଆଏ।”
ପିତର ଯୀଶୁକେ ବଲା୍, "ହାମିସବୁ ଚେଲାମନ ନିଜର ସବୁଟା ଛାଢି୍ ତର ଅନୁଗମନ କରବୁଆଛୁ। ତେବେ ଆମର ପୁରୁଷ୍କାର କାଏଟା ହୋଏସିବବେ?"
ଯୀଶୁ ଉତ୍ତର୍ ଦେଲା, "ହାଇ ସବୁ ଲୋକ ଯନମନ ମୋରଲାଗି ଘର, ଭାଇ, ଭଉଣୀ, ପିତା, ମାତା, ବେଟାବେଟି କି ସମ୍ପତିକେ ଛାଢ଼ଲାଆଚେ, ହାଏ ହାତାର୍ଲେ ୧୦୦ଗୁନା ଅଧିକ ପାଏସି୍ ଆଓରି ଅନନ୍ତଜୀବନ କେ ମିଶା ପାଏସି୍। ମାତର ବହୁତ ଲୋକ ଜନମନ ଆଗେ ଆଚେତ ହାଏମନ ପିଟିବାଟେ ହୋଏବାଏ ଆଓରି ବହୁତ ଲୋକ ଜନମନ ପିଟିବାଟେ ଆଚେତ ହାଏମନ ଆଗେ ହୋଏବାଏ।”
ମାଥିଉ ୧୯:୧୬-୩୦; ମାର୍କ ୧୦:୧୭-୩୧; ଲୂକ ୧୮:୧୮-୩୦ ତିଲେ ଗୋଟକ୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).