3. ୩. ବନ୍ୟା୍

3. ୩. ବନ୍ୟା୍ — illustration 1

ବହୁତ ସମୟର ପାଚେ, ଦୁନିଆତି ଅନେକ ଲୋକ ବାସ କର୍ତେରେଲାଏ। ହାଏମନ୍ ଅଧିକ ଦୁଷ୍ଟ ଆରି ବଧ୍ମାସ୍ ହୋଇଯାଇରେଲାଏ। ଏଟା ଅତକ୍ ଖରାପ ରେଲା, ଯେ ପରମେଶ୍ବର ଗୋଟକ୍ ବଡେ ବନ୍ୟା ସଙ୍ଗେ ବିଶ୍ୱସାରାକେ ଧ୍ୱଂସ କର୍ବାକାଚେ ସ୍ଥିର କର୍ଲା।

3. ୩. ବନ୍ୟା୍ — illustration 2

ମାତର ପରମେଶ୍ୱର ନୋହର କାଚେ ସର୍ଧା ରେଲା। ହାଏ ଦୁଷ୍ଟ ଲୋକମନ ଭିତ୍ରେ ବାସ କରବା ଗୋଟକ୍ ଧାର୍ମିକ ବ୍ୟକ୍ତି ରେଲା। ପରମେଶ୍ବର ନୋହକେ ବଲିରେଲା, ଯେ ହାଏ ଗୋଟକ୍ ବଡେ ବନ୍ୟାକେ ପୃଥିବୀତି ଆଣସି୍ବେ। ଏଟା କାଚେ ହାଏ ନୋହକେ ଗୋକଟ ବଡେ ଡଙ୍ଗା ବନାଏବା କାଚେ୍ ବଲିରେଲା।

3. ୩. ବନ୍ୟା୍ — illustration 3

ପରମେଶ୍ବର ନୋହକେ ପାଖାପାଖି ୧୪୦ ମିଟର ଲମ୍ବା, ୨୩ ମିଟର ଚଉଡା(ଅସାର) ଆରି ୧୩.୫ମିଟର ଉଚ୍ଚାର୍ ଗୋଟକ୍ ଡଙ୍ଗା ବନାଏବା କାଚେ ବଲିରେଲା। ନୋହ ଏଟାକେ କାଠ ସଙ୍ଗେ ବନାଏକରି, ଏଟାକେ ୩(ତିନ୍) ମହଲା, ବାକାରାମନ, ଗୋଟକ୍ ଛତ ଆରି ଝରକା ତିଆର୍ କର୍ବାକେ ପଡ୍ଲା। ହାଇ ଡଙ୍ଗା ନୋହ, ତାର ପରିବାର ଆରି ସବୁ ପ୍ରକାରର ପ୍ରାଣୀକେ ହାଇ ବନ୍ୟାତାନ୍ଲେ ସୁରକ୍ଷିତ ରଖ୍ସ୍।

3. ୩. ବନ୍ୟା୍ — illustration 4

ନୋହ ପରମେଶ୍ୱର କଥା ମାନଲା। ପରମେଶ୍ବର ଯନ୍ତା ବଲିରେଲା, ହାଏ ଆରି ତାର ପିଲାମନ୍ ଡଙ୍ଗା ବନାଏଲାଏ। ଡଙ୍ଗା ଏତ୍କ ବଡେ ରେଲା ଯେ ଏଟାକେ ବନାଏ ବାକାଚେ ବହୁତ ବର୍ଷ ଲାଗ୍ଲା। ନୋହ ଲୋକମନ୍କେ ଆସ୍ଥେରେବା ବନ୍ୟ ବିଷୟତି ଚେତାବନୀ ଦେଇ ହାଏମନ୍କେ ପରମେଶ୍ବର ଲଗେ୍ ଲେଓଟିଯିବା କାଚେ ବଲିରେଲା, ମାତର୍ ହାଏମନ୍ ତାକେ ବିଶ୍ୱାସ ନା କର୍ଲାଏ।

3. ୩. ବନ୍ୟା୍ — illustration 5

ପରମେଶ୍ବର ନୋହ ଆରି ତାର ପରିବାରକେ ନିଜର କାଚେ ଆରି ପଶୁମନ୍ କାଚେ ପର୍ଯ୍ୟାପ୍ତ ଖାଦ୍ୟ ରୁନ୍ଡାଏବା କାଚେ ଆଦେଶ ଦେଲା। ଜଡ଼ଦାଏ ସବୁଟା ପ୍ରସ୍ତୁତ ହୋଏଲା, ପରମେଶ୍ବର ନୋହକେ ବଲିରେଲା ଯେ, ତାର ବାଏଲେ୍, ତିନ୍ଟା ପିଲାମନ ଆରି ହାଏମନର୍ ବାଏଲେମନ୍ ଡଙ୍ଗାତି ଯିବାର ସମୟ ରେଲା - ସବୁ ଆଠ ଲୋକ ରେଲା୍ଏ।

3. ୩. ବନ୍ୟା୍ — illustration 6

ପରମେଶ୍ବର ସବୁ ପ୍ରକାର ପଶୁ ଆରି ପକ୍ଷୀର ପୁରୁଷ ଆରି ସ୍ତ୍ରୀକେ ନୋହର ଲଗେ ପଠାଏଲା ଯନ୍ତାକି ହାଏମନ୍ ଡଙ୍ଗାତି ପ୍ରବେଶ କରି ବନ୍ୟା ସମୟତି ସୁରକ୍ଷା ରେବାଏ। ପରମେଶ୍ବର ସାତ୍ଟା ପୁରୁଷ ଆରି ସାତ୍ଟା ସ୍ତ୍ରୀ ସବୁ ପ୍ରକାରର ପଶୁ ପଠାଏଲା ଯନ୍ଟାକେ ବଳିଦାନ୍ତି ବ୍ୟବହାର ହୋଏକେ ପାରେ। ସବୁ ଡଙ୍ଗାତି ପହଞ୍ଚ୍ବାର ପାଚେ ପ୍ରଭୁ ନିଜେ ଡଙ୍ଗାର କବାଟକେ ବନ୍ଦ କରିଦେଲା।

3. ୩. ବନ୍ୟା୍ — illustration 7

ତାର୍ପାଚେ ବର୍ଷା ଆରମ୍ଭ ହୋଇଗଲା, ଆରି ବର୍ଷା ହୋଏତେ ଗଲା, ଚାଳିଶ ଦିନ୍ ଚାଳିଶ ରାତି ଲଗାତର୍ ବର୍ଷା ହୋଏଲା। ଦୁନିଆସାରାର୍ ସବୁଟା, ଅନ୍ତାକି ବଡେବଡେ ପର୍ବତମନ ମିଶା ପାଣିତି ବୁଡ଼ି ଗଲା।

3. ୩. ବନ୍ୟା୍ — illustration 8

ଡଙ୍ଗାତି ରେବା ଲୋକ ଆରି ପଶୁମନ୍ କେ ଛାଡ଼ି ଶୁଷ୍କ ଭୂମିତି ବାସ କର୍ତେ ରେବା ସବୁ ଜିନିଷ ମରିଗଲାଏ। ଡଙ୍ଗା ପାଣି ଉପରେ ଭାସ୍ତେରେଲା ଆରି ଡଙ୍ଗା ଭିତରେ ରେବା ସବୁ ଜିନିଷ ବୁଡ଼ବା ଥା୍ନ୍ଲେ ବାଛଲାଏ।

3. ୩. ବନ୍ୟା୍ — illustration 9

ବର୍ଷା ବନ୍ଦ ହୋଏବା ପାଚେ ଡଙ୍ଗା ପାଞ୍ଚ ମାସ ପାଣି ଉପରେ ଭାସ୍ତେରେଲା ଆରି ହାଇ ସମୟତି ପାଣି କମ୍ତେ ଗଲା। ତାର୍ପାଚେ ଗୋଟଦିନ୍ ଡଙ୍ଗା ଗୋଟକ୍ ପର୍ବତର ଟିପେ ଆସ୍ଲା, ମାତର୍ ପୂରା ଜଗତ ପାଣିତି ଢାପି ହୋଇରେଲା୍। ତିନ୍ମାସ ପାଚେ ପର୍ବତମନର ଟିପ୍ ଦଖାଏ ଦେଏତେରେଲା।

3. ୩. ବନ୍ୟା୍ — illustration 10

ତାର୍ପାଚେ ଆଓରି ଚାଳିଶ୍ ଦିନର ପାଚେ ନୋହ ଜାଣ୍ବାକାଚଜ ଗୋଟକ୍ କାବାକେ ପଠାଏଲା ପାଣି ଶୁଖ୍ଲା ଆଚେ କି ନାଇ। କାବା ଶୁଖ୍ଲା ଜମିକେ ଡଗ୍ରା ଡଗ୍ରା ଏବାଟେ ହାଏବାଟେ ଉଡ୍ତେ ରେଲା, ମାତର ହାଏ ଶୁକ୍ଳା ଭୂମି ନା ପାଏଲା।

3. ୩. ବନ୍ୟା୍ — illustration 11

ତାର୍ପାଚେ ନୋହ ଗୋଟକ୍ କପୋତକେ(ପାରା) ପଠାଏଲା। ମାତର୍ ହାଇଟାମିଶା କାଇ ଶୁଖ୍ଲା ଜମି ନାପାଏଲା, ତେଣୁ ହାଇଟା ନୋହ ଲଗେ ଉଟିଗଲା। ଗୋଟ୍ ସପ୍ତାହର ପାଚେ ହାଏ ଆଓରି ହାରକ୍ କପୋତକେ ପଠାଏଲା, ଆରି ହାଏ ତାର ଟୋନ୍ଡେ ଗୋଟକ୍ ଅଲିଭ୍ ଖେନ୍ଦା ନେଇକରି ଆସ୍ଲା। ପାଣି କମ୍ତେରେଲା ଆରି ଲାଟାବୁଟା ସବୁ ଅକର୍ତେରେଲା।

3. ୩. ବନ୍ୟା୍ — illustration 12

ନୋହ ଆଓରି ଗୋଟକ୍ ସପ୍ତାଆ ଜାଗିକରି ତୃତୀୟ ହାରକାଚେ କପୋତକେ ପଠାଏଲା। ଇହାର ହାଏ ରହ୍ବାକାଚେ ଗୋଟକ୍ ଜାଗା ପାଏଲା ଆରି ହାଏ ଲେଓଟି କରି ନାଆସଲା। ପାଣି ଶୁଖ୍ତେରେଲା।

3. ୩. ବନ୍ୟା୍ — illustration 13

ଦୁଇମାସ ପାଚେ ପରମେଶ୍ବର ନୋହକେ ବଲା୍, "ବର୍ତ୍ତମାନ୍ ତୁଇ ଆରି ତୋର ପରିବାର ଆରି ସବୁ ପ୍ରାଣୀ ଡଙ୍ଗାତିଲେ ନିକ୍ରା। ଅନେକ ପିଲଟକି ଆରି ନାତି ନାତୁଣୀ ଜନମ କରା ଆରି ପୃଥିବୀକେ ଭରିଦିଆସି୍।” ହାଇଟାକାଚେ ନୋହ ଆରି ତାର ପରିବାର ଡଙ୍ଗାତିଲେ ବାହାରିଗଲାଏ।

3. ୩. ବନ୍ୟା୍ — illustration 14

ନୋହ ଡଙ୍ଗାଲେ ନିକ୍ରୀ ଆସ୍ବା ପାଚେ ହାଏ ଗୋଟକ୍ ବେଦୀ ତିଆର୍ କର୍ଲା ଆରି ବଳିଦାନ (ପୂଜବା) କାଚେ ବ୍ୟବହାର୍ ହୋଏବା ସବୁ ପ୍ରକାରର ପଶୁ ତାନ୍ଲେ ଅଳପ ଲାକା ନେଇ ବଳି ଉତ୍ସର୍ଗ କର୍ଲା। ହାଇ ବଳିଦାନତି ପରମେଶ୍ବର ସନ୍ତୁଷ୍ଟ ହୋଏଲା ଆରି ନୋହ ଆରି ତାର ପରିବାରକେ ଆଶୀର୍ବାଦ କର୍ଲା।

3. ୩. ବନ୍ୟା୍ — illustration 15

ପରମେଶ୍ବର ବଲା୍, ମୁଇ ପ୍ରତିଜ୍ଞା କରବି ଆଚ୍ଚି ଯେ ମାନେଲୋକ କର୍ତେରେବା ଖରାପ କାମ କାଚେ ମୁଇ ଆରି ଭୂମିକେ ଅଭିଶାପ ନାଦିଇ କି ବନ୍ୟା ଦ୍ୱାରା ଜଗତକେ ବିନାଶ ନାକରି, ଯଦିଓ ମଣିଷମନ୍ ପିଲାଦିନଲେ ପାପୀ ଆଏ।

3. ୩. ବନ୍ୟା୍ — illustration 16

ତାର୍ପାଚେ ପରମେଶ୍ବର ତାର୍ ଚୁକ୍ତିର ସଙ୍କେତ ହିସାବ୍ତି ପ୍ରଥମେ ଇନ୍ଦ୍ରଧନୁ ବନାଏଲା। ଜଡ଼କି୍ଦାଏ ମିଶା ଆକାଶତି ଇନ୍ଦ୍ରଧନୁ ଦୋଖାଦେଏସି, ପରମେଶ୍ବର ଯନ୍ଟା ପ୍ରତିଜ୍ଞା କର୍ଲା ଆଚେ ହାଏଟାକେ ହେତ୍କର୍ସି୍ ଆରି ହାନ୍ତି ଆକା ତାର ଲୋକମନ୍ ମିଶା ହେତ୍ କରବାଏ।

ଆଦିପୁସ୍ତକ: ୬-୮ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).