4. ୪. ଅବ୍ରାହାମ ସଙ୍ଗେ ପରମେଶ୍ବରର ନିୟମ୍

4. ୪. ଅବ୍ରାହାମ ସଙ୍ଗେ ପରମେଶ୍ବରର ନିୟମ୍ — illustration 1

ବନ୍ୟାର ଅନେକ ବର୍ଷର ପାଚେ, ଠକା୍ ଲୋକ ଜଗତ୍ ତି ବାସ କର୍ତେରେଲାଏ, ଆରି ହାଏମନ୍ ଆଓରିହାରକ୍ ପରମେଶ୍ବର ର ବିରୁଦ୍ଧତି ଆଓରି ପରସ୍ପର ବିରୁଦ୍ଧତି ପାପ କର୍ଲାଏ। କାରଣ ହାଏମନ୍ ସବୁଲୋକ ଗୋଟକି୍ ଭାଷା ବଲ୍ତେ ରେଲାଏ, ହାଇଟାକାଚେ ହାଏମନ୍ ଗୋଟକି୍ ଲଗେ ରୁଣ୍ଡା ହୋଏଲାଏ ଆଓରି ଜଗତକେ ଭରବାର୍ ପରମେଶ୍ବରର ଆଦେଶର ବଦଳେ ଗୋଟକ୍ ସହର ନିର୍ମାଣ କର୍ଲାଏ।

4. ୪. ଅବ୍ରାହାମ ସଙ୍ଗେ ପରମେଶ୍ବରର ନିୟମ୍ — illustration 2

ହାଏମନ୍ ବହୁତ ଗର୍ବୀ ରେଲାଏ, ଆରି ତିକେ କନ୍ତା ଜୀବନ ଜୀଇବା ଉଚିତ୍ ହାଇ ବିଷୟତି ପରମେଶ୍ବର ଆଦେଶ ପାଳନ କର୍ବାକାଚେ ନା ଚାହେଁତେରେଲାଏ। ଅନ୍ତାକି ହାଏମନ ଗୋଟକ୍ ଟାୱାର ବନାଏବାଟା ଆରମ୍ଭ କରିଦେଲାଏ ଯନ୍ଟା କି ସ୍ୱର୍ଗଲଗେ କେଟ୍ସି୍। ପରମେଶ୍ବର ଦୋଖ୍ଲା ଯେ ଯଦି ହାଏମନ୍ ମିଶିକରିମନ୍ଦ କାମ କରବାଏ, ତେବେ ହାଏମନ୍ ଅନେକ ପାପପୂର୍ଣ୍ଣ କାମ କରେକେପାର୍ବାଏ।

4. ୪. ଅବ୍ରାହାମ ସଙ୍ଗେ ପରମେଶ୍ବରର ନିୟମ୍ — illustration 3

ତେଣୁ ପରମେଶ୍ବର ତିକର ଭାଷାକେ ଅଳାଗା ଅଳାଗା ଭାଷାତି ବଦଲାଏ ଦେଲା ଆରି ହାଇ ଲୋକମନକେ ବିଶ୍ୱସାରାତି ବିସ୍ତାର କରିଦେଲା। ଯନ୍ ସହରକେ ହାଏମନ୍ ବନାଏବାଟା ଆରମ୍ଭ କରିରେଲାଏ ହାଇଟାକେ ବାବେଲ ବଲା୍ ଯାଏତେରେଲା ଯାହାର ଅର୍ଥ ଆଏ“ବିଶୃଙ୍ଖଳା”।

4. ୪. ଅବ୍ରାହାମ ସଙ୍ଗେ ପରମେଶ୍ବରର ନିୟମ୍ — illustration 4

ଶହ ଶହ ବର୍ଷର ପାଚେ, ପରମେଶ୍ବର ଅବ୍ରାମ ନାମର ଗୋଟକ୍ ବ୍ୟକ୍ତି ସଙ୍ଗେ କଥା ହୋଏଲା। ପରମେଶ୍ୱର ତାକେ ବଲା୍, "ତୋର ଦେଶ ଆରି ପରିବାରକେ ଛାଡ଼ି ହାଇ ଦେଶତି ଯା, ଯନ୍ଟା କେ ମୁଇ ତକେ ଦୋଖାଏବି। ମୁଇ ତକେ ଆଶୀର୍ବାଦ କର୍ବି ଆରି ଗୋଟକ୍ ମହାନ ରାଷ୍ଟ୍ରରେ ପରିଣତ କର୍ବି। ମୁଇ ତୋର ନାମକେ ମହାନ କର୍ବି। ଜନମନ ତକେ ଆଶୀର୍ବାଦ କର୍ବାଏ ମୁଇ ହାଏମନକେ ଆଶୀର୍ବାଦ କର୍ବି, ଆରି ଯନାଏ ତକେ ଅଭିଶାପ ଦେଏସି ମୁଇ ତାକେ ଅଭିଶାପ ଦେବି। ତୋରଲାଗି ଜଗତର ସବୁ ପରିବାର ଆଶୀର୍ବାଦ ପାଏବାଏ।”

4. ୪. ଅବ୍ରାହାମ ସଙ୍ଗେ ପରମେଶ୍ବରର ନିୟମ୍ — illustration 5

ହାଇଟାକାଚେ ଅବ୍ରାମ ପରମେଶ୍ୱରର୍ କଥା ମାନ୍ଲା। ହାଏ ତାର୍ ସ୍ତ୍ରୀ ସାରା ଆରି ତାର ସବୁ ଚାକରମନ ଆରି ସବୁ ସମ୍ପତ୍ତିକେ ଧରି। କିଣାନ ପରମେଶ୍ୱର ଦୋଖାଏରେବା ଦେଶତି ଗଲାଏ।

4. ୪. ଅବ୍ରାହାମ ସଙ୍ଗେ ପରମେଶ୍ବରର ନିୟମ୍ — illustration 6

ଅବ୍ରାମ କିଣାନ ଦେଶେ ପହଞ୍ଚିବାର ପାଚେ ପରମେଶ୍ୱର ତାକେ ବଲା୍, "ଚାରବାଟେ ଦୋଖ୍। ମୁଇ ତକେ ଇସବୁ ଦେଶ୍ ଦେବି ଆରି ତୋର ବଂଶଧରମନ ସବୁଦିନ କାଚେ ଇଟାକେ ଅଧିକାର କରବାଏ।” ତାର୍ପାଚେ ଅବ୍ରାମ ହାଇ ଦେଶତି ବାସ କର୍ଲା।

4. ୪. ଅବ୍ରାହାମ ସଙ୍ଗେ ପରମେଶ୍ବରର ନିୟମ୍ — illustration 7

ମଲକୀଷେଦକ ନାମର ଗୋଟକ୍ ବ୍ୟକ୍ତି ରେଲା ଯନାଏ ପରମେଶ୍ୱରର ପୁରୋହିତ ରେଲା। ଗୋଟଦିନ୍ ଯଡ଼ଦାଏ ଅବ୍ରାମ ଯୁଦ୍ଧ କରି ଆସ୍ଥେରେଲା, ହାଏ ଆରି ଅବ୍ରାମ ଭେଟିରେଲାଏ। ମଲ୍କୀଷେଦକ ଅବ୍ରାମକେ ଆଶୀର୍ବାଦ କରି ବଲିରେଲାଏ, "ସର୍ବୋପରିସ୍ଥ ପରମେଶ୍ୱର, ସ୍ୱର୍ଗ ଆରି ପୃଥିବୀର ପ୍ରଭୁ ତକେ ଆଶୀର୍ବାଦ ଦେଓ।” ତାର୍ପାଚେ ଅବ୍ରାମ ମଲ୍କୀଷେଦକେ ଯୁଦ୍ଧତାନ୍ଲେ ଜିତିରେବା ସବୁ ଜିନିଷର ଗୋଟକ୍ ଦଶମାଂଶ ଦେଲା।

4. ୪. ଅବ୍ରାହାମ ସଙ୍ଗେ ପରମେଶ୍ବରର ନିୟମ୍ — illustration 8

ଟକା୍ ବର୍ଷ ହୋଇଗଲା, ମାତର ଅବ୍ରାମ ଆରି ସାରାକେ ଗଟକି ପିଲାଟକି ନାରେଲାଏ। ପରମେଶ୍ବର ଅବ୍ରାମ ସଙ୍ଗେ କଥାବାର୍ତ୍ତା କର୍ଲା। ଆରି ଆଓରିହାରକ ପ୍ରତିଜ୍ଞା କର୍ଲା ଯେ ତାର ଗୋଟକ୍ ବେଟା ହୋଏସି ଆରି ହାଏ ଆକାଶତି ତାରାଗଣ ଅନ୍ତା ବଂଶଧର ହୋଏବାଏ। ଅବ୍ରାମ ପରମେଶ୍ବରର ପ୍ରତିଜ୍ଞାକେ ବିଶ୍ୱାସ କର୍ଲା। ପରମେଶ୍ବର ଘୋଷଣା କର୍ଲା ଯେ ଅବ୍ରାମ ଗୋଟକ୍ ଧାର୍ମିକ ବ୍ୟକ୍ତି ଆଏ କାରଣ ହାଏ ପରମେଶ୍ବର ପ୍ରତିଜ୍ଞାକେ ବିଶ୍ୱାସ କରିରେଲା।

4. ୪. ଅବ୍ରାହାମ ସଙ୍ଗେ ପରମେଶ୍ବରର ନିୟମ୍ — illustration 9

ପରମେଶ୍ବର ଅବ୍ରାମ ସଙ୍ଗେ ଗୋଟକ୍ ନିୟମ୍ କର୍ଲା। ଉଦାହରନ୍ ହିସାବତି୍ ଦୁଇଲକ୍ କାଇଟା ନିୟମ୍ କର୍ବା କାଚେ୍ ଗଟୋକ୍ ନିୟମ୍ ବୋଲେ୍ ଦୁନ୍ ବାଟ୍ର ନିୟମ୍, ଅବ୍ରାମ ଶୋଇରେବା ସମୟତି ଅବ୍ରାମକେ ହାଇ ପ୍ରତିଜ୍ଞା କରିରେଲା, ମାତର ହାଏ ତଥାପି ପରମେଶ୍ବର କଥାକେ ହାଏ ଶୁଣିକେ ପାର୍ତେରେଲା। ପରମେଶ୍ବର ବଲାଆଚେ, "ମୁଇ ତୋର ଶରୀରଲେ୍ ଜନ୍ମ ଦେବି ଆରି ତୋର ନିଜର ପୁତ୍ର ହୋଏସି। ମୁଇ କିଣାନର ଇ ଦେଶମନକେ ତୋର ବଂଶଧରମନକେ ଦେବି।” ମାତର ଅବ୍ରାମର କୈଣସି ପୁତ୍ର ନା ରେଲା।

ଆଦିପୁସ୍ତକ:୧୧-୧୫ ତାନ୍ଲେ ଗୋଟକ୍ ବାଇବଲର କାଓଣୀ।

Read in the reader

Free to use, adapt, and share under an open license (CC BY-SA 4.0).