47. ୪୭. ଫିଲିପୀୟତି ପାଉଲ ଆଓରି ସିଲା
ଜଡ଼ଦାଏ ଶାଉଲ ରୋମୀୟ ସାମରା୍ଜତି ବୁଲ୍ଲା, ହାଡ଼କିଦାଏ ହାଏ ତର୍ ରୋମୀୟ୍ ନାଓ "ପାଉଲ" ବ୍ୟବ୍ହାର୍ କର୍ବାଟା ଆରମ୍ କର୍ଲା। ଗୋଟ୍ଦିନ୍, ପାଉଲ ଆଓରି ତାର୍ ସାଙ୍ଗ୍ ସିଲା ଫିଲିପ୍ପି ସହର୍ତି ଯାଇ ଯୀଶୁର୍ ସୁସମାଚାର୍ ପ୍ରଚାର କର୍ଲାଏ। ହାଏମନ୍ ସହର୍ର ବାଆରେ ନଦୀର୍ ବାଲିପାଟାଏ ଗଲା୍ଏ ଜନ୍ତାନେ ଲୋକମନ୍ ପ୍ରାର୍ଥନା କର୍ବାକାଚେ ରୁଣ୍ଢା ହଇରେଲା୍ଏ। ହାଏତି ହାଏ ଲୂଦିଆ ନାମର୍ ଗୋକ୍କ ବାଏଲେକେ ଭେଟ୍ଲାଏ ଜନ୍ ଗୋଟକ୍ ବେବାର୍ନି ରେଲା୍। ହାଏ ପରମେଶ୍ୱରକେ୍ ମୟା୍ କର୍ତେରେଲା୍ ଆଓରି ପୂଜା କର୍ତେରେଲା୍।
ପରମେଶ୍ବର ଲିଦୂଆକେ ଯୀଶୁର୍ ବିଷୟତି୍ର ଖବର୍କେ ବିଶ୍ୱାସ କର୍ବାକାଚେ ସକ୍ଷମ କର୍ଲା। ପାଉଲ ଆଓରି ସିଲା ତାକେ୍ ଆଓରି ତାର୍ ପରିବାରକେ ବାପ୍ତିସ୍ମ ଦେଲାଏ। ହାଏ ପାଉଲ ଆଓରି ସିଲାସ୍କଜ ତାର୍ ଘରେ୍ ରବା କାଚେ ଡାକ୍ଲା, ହାଇଟାକାଚେ୍ ହାଏମନ୍ ତିକର୍ ଘରେ୍ ରେଲା୍ଏ।
ଯିହୁଦୀମନର୍ ପ୍ରାର୍ଥନା କର୍ବା ଜାଗାତି ପାଉଲ ଆଓରି ସିଲାସ୍ ଲୋକମନ୍କେ ଅଧିକରି୍ ଭେଟ୍ତେରେଲାଏ। ସବୁଦିନ୍ ଜଡ଼ଦାଏ ହାଏମନ୍ ହାଏତି ଯାଏତେରେଲା୍ଏ ତ ଗଟକ୍ ଚାକର୍ନି ଟକି ଜାକେ୍ ମନ୍ଦ୍ ଆତ୍ମା ଲାଗି୍ରେଲା ତିକର୍ ପିଟି୍ପିଟି୍ ହୋଏତେରେଲା୍। ଇ ମନ୍ଦ୍ ଆତ୍ମା ଦ୍ୱାରା ହାଇ ଲୋକମନର୍ ଭବିଷର୍ କଥାକେ ସାଙ୍ଗ୍ତେରେଲା, ଇଟାକାଚେ୍ ହାଏ ଭବିଷ୍ତ ସାଙ୍ଗି୍କରି ତାର୍ ଶାଓକାର୍ ମନ୍କାଚେ୍ ପଏସା୍ କମାଏତେରେଲା୍।
ତିକର୍ ଯିବାଦାଏ ଇ ଚାକର୍ନି କଲା୍ଆର୍ ହଇ ବଲ୍ତେରେଲା୍, "ଇ ମନ୍ ସବୁଲେ ଅଧିକ ଅଧିକାରୀ ପରମେଶ୍ବରର୍ ସେବକ୍ ମନ୍ ଆତ୍। ଇ ମନ୍ ତମକେ୍ ଉଦ୍ଧାର୍ ପାଏବା ରାସ୍ତା ସାଙ୍ଗ୍ବାଆତ୍!" ହାଏ ସବୁଦିନ୍ ଅନ୍ତି କର୍ତେରେଲା୍ ଜନ୍ଟାର୍ ଲାଗି୍ ପାଉଲ ରିଶା୍ ହଏଲା୍।
ଶରା୍ଶରିକେ୍, ଗଟ୍ଦିନ୍ ଜଡ଼ଦାଏ ଚାକ୍ରନି ଟକି୍ କଲା୍ର ହଏବାଟା୍ ଆରମ୍ କର୍ଲା, ପାଉଲ୍ ତାର୍ବାଟେ ଉଲ୍ଟି କରି୍ ତାର୍ ଭିତ୍ରେ ରେବା୍ ମନ୍ଦ ଆତ୍ମାକେ୍ ବଲା୍, "ଯୀଶୁର୍ ନାଓତି୍ ଏତା୍ର ତାନ୍ଲେ ନିକରି୍ ଯା।” ହଡ଼କିଚ୍ଦାଏ ହାଇ ମନ୍ଦଆତ୍ମା ତାର୍ତାନେଲେ୍ ନିକରି୍ ଗଲା୍।
ହାଇ ଚାକ୍ରନିର୍ ମାଲିକ୍ ଟକା୍ ରିଶା୍ ହଏଗଲା୍। ହାଏମନ୍ ଜାନ୍ଲାଏ ଯେ ହାଇ ମନ୍ଦ ଆତ୍ମା ବିନା ଚାକ୍ରନି ଟକି୍ ଲକ୍ମନର୍ ଭବିଷ୍ୟତକେ ସାଙ୍ଗ୍କେ ନା ପାରେବେ୍। ଏତାର୍ ଅର୍ଥ ଲୋକମନ୍ ତାର୍ ମାଲିକମନ୍କେ ପଏସା୍ ନା ଦେଏତ୍ବେ କି ତିକର୍ ଭବିଷତ୍ ସାଙ୍ଗସି୍ କି ତିକର୍ ସଙ୍ଗେ କାଏ ହଏସି୍ବେ୍।
ହାଇଟାକାଚେ୍ ଚାକ୍ରନିର୍ ମାଲିକମନ୍ ପାଉଲ ଆଓରି ସିଲାସକେ୍ ରୋମୀୟ ଅଧିକାରୀ ମନଲେଗେ୍ ନେଲାଏ। ହାଏମନ୍ ପାଉଲ ଆଓରି ସିଲାସକେ୍ ମାଡମାର୍ଲାଏ, ଆରି ତିକେ ଜେଲ୍ତି ପୁରଏଲା୍ଏ।
ହାଏମନ୍ ପାଉଲ ଆଓରି ସିଲାସକେ୍ ଜେଲ୍ତିର୍ ଗଟକ୍ ଅନ୍ତା ଜାଗାତି୍ ସଙ୍ଗାଏରେଲା୍ଏ ଜନ୍ତି ସବୁଲେ ଅଧିକ୍ ସେନାମନ୍ ରେଲା୍ଏ। ଅନ୍ତାକି୍ ହାଏମନ୍ ତିକର୍ ଗଡ଼ମନକେ୍ ବଡେ ଦାରୁ ସଙ୍ଗେ ବାନ୍ଦିରେଲା୍ଏ। ମାତର୍ ମଜିରାତି୍ତି ପାଉଲ୍ ଆଓରି ସିଲାସ୍ ପରମେଶ୍ବର ମହିମାକର୍ବା ଗିତ୍ ଗାଏତେ ରେଲା୍ଏ।
ହଠାତ୍ ଗଟ୍କ ଭୟଙ୍କର ଭୂକମ୍ପ ହଏଲା୍! ଜେଲ୍ ତାନର୍ ସବୁ ଦୁଆରର୍ କପାଟ୍ ଖଲି୍ ହୋଇଗଲା୍ ଆଓରି ବନ୍ଦୀମାନର୍ ଶିକୁଳିମନ୍ ହିଟି୍ ଗଲା୍।
ତାର୍ପାଚେ୍ ଅଧିକାରୀ ଉଠ୍ଲା। ହାଏ ଦଖ୍ଲା ଜେଲ୍ର କବାଟ୍ ସବୁ ଉଗାଢି ହଏଲା୍ ଆଚେ୍। ହାଏ ଭାବ୍ଲା୍ ଯେ ସବୁ ବନ୍ଦୀମନ୍ ପଳାଏରେବା୍। ହାଏ ଡର୍ତେ ରେଲା୍ କି ରୋମିୟ୍ ଅଧିକାରୀମନ୍ ତିକର୍ ପଲାଏଲା୍ କାଚେ ତାକେ ମର୍ତେ ମାର୍ବାଏବେ, ହାଇକାଚେ ହାଏ ନିଜେ୍ ମରିଯିବା୍ କାଚେ୍ ତିଆର୍ ହଏଲା୍! ମାତର୍ ପାଉଲ ତାକେ ଦଖି କଲା୍ର ହଇ ବଲା୍, "ତେବ୍! ନିଜକେ୍ ନା ମାରିହୋ୍। ଆମି ସବୁଲୋକ୍ ଇତାନେ ଆଚୁ।”
ହାଇ ଅଧିକାରୀ ଥର୍ତରି୍ ଥର୍ତରି୍ ପାଉଲର୍ ଲଗେ ଆସି୍ ପଚାର୍ଲା, "ଉଦ୍ଧାର ପାଏବା କାଚେ୍ ମୁଇ କାଏକର୍ବି? ପାଉଲ ଉତ୍ତର ଦେଲା, "ପ୍ରଭୁ ଯୀଶୁକେ ବିଶ୍ବାସ୍ କର୍, ତେବେ ତୁଇ ଆଓରି ତର୍ ପରିବାର୍ ଉଦ୍ଧାର ପାଏବାସ୍।” ତାର୍ପାଚେ୍ ହାଇ ଅଧିକାରୀ ପାଉଲ ଆଓରି ସିଲାସକେ୍ ତାର୍ ଘରେ ନେଇ ତିକର୍ ଘାଓକେ ଧଏଲା୍। ପାଉଲ ତାର ପରିବାରର୍ ସବୁକେ ଯୀଶୁର୍ ବିଷୟର୍ ସୁସମାଚାର ପ୍ରଚାର କର୍ଲା।
ଅଧିକାରୀ ଆଓରି୍ ତାର୍ ପରିବାର ଯୀଶୁକେ ବିଶ୍ୱାସ କର୍ଲାଏ, ଇଟାକାଚେ୍ ପାଉଲ ଆଓରି ସିଲାସ୍ ତିକର୍ ପରିବାରର୍ ସବୁକେ୍ ବାପ୍ତିଜିତ କର୍ଲାଏ। ତାର୍ପାଚେ ଅଧିକାରୀ ପାଉଲ ଆଓରି ସିଲାସକେ୍ ଖାଇବାକାଚେ୍ ଦେଲା୍, ଆଓରି ହାଏମନ୍ ସବୁମିଶିକରି୍ ସର୍ଦା ହଏଲାଏ।
ପର୍ଦିନ ସହରର ନେତାମନ୍ ପାଉଲ ଆଓରି ସିଲାସକେ ଜେଲ୍ ତାନ୍ଲେ ନିକରାଏଲା ଆରି ଫିଲିପ୍ପି ତାନଲେ ଛାଢ଼ବାକାଚେ୍ ବଲା୍ଏ। ପାଉଲ ଆଓରି୍ ସିଲାସ୍ ଲୂଦିଆ ଆରି ଅଲଗା୍ କତଟା୍ ସାଙ୍ଗମନ୍କେ ଭେଟ୍ଲାଏ ଆରି ପାଚେ୍ ସହରତିଲେ୍ ଉଟିଗଲା୍ଏ। ଯୀଶୁର୍ ବିଷୟର୍ ସୁସମାଚାର୍ ସବୁବାଟେ୍ ପେଏଲିଗଲା୍ ଆଓରି୍ ମଣ୍ଡଳୀ ବଢ଼ତେ୍ ଗଲା୍।
ପାଉଲ ଆଓରି୍ ଅଲଗା୍ ଖ୍ରୀଷ୍ଟିଆନ ନେତାମନ୍ ଅନେକ ସହରମନ୍ତି ଯାତ୍ରା କର୍ଲାଏ। ହାଏମନ୍ ଲୋକମନ୍କେ ଯୀଶୁର୍ ବିଷୟର୍ ସମାଚାର୍ ଶୁନାଏଲା୍ଏ। ହାଏମନ୍ ମଣ୍ଡଳୀର୍ ବିଶ୍ୱାସୀମନ୍କେ ସର୍ଦା ଆଓରି୍ ଶିକ୍ଷିତ କରିବା କାଚେ୍ ଅନେକ ଚିଠି ମିଶା ଲେଖ୍ଲାଏ। ଇ ଚିଠି ମନ୍ ଭିତ୍ରଲେ୍ କେତ୍ଟା ବାଇବଲର୍ ପୁସ୍ତକ ହୋଏଲା୍
ପ୍ରେରିତ ୧୬:୧୧-୪୦ ତାନର୍ ଗୋଟକ୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).