6. ୬. ପରମେଶ୍ବର ଇସ୍ହାକ କାଚେ ଯୋଗାଉ ଆଏ

6. ୬. ପରମେଶ୍ବର ଇସ୍ହାକ କାଚେ ଯୋଗାଉ ଆଏ — illustration 1

ଯଢ଼ଦାଏ ଅବ୍ରହାମ ବହୁତ ଡକ୍ରା ହୋଏଲା, ତାର ବେଟା ଇସ୍ହାକ ବିବାହ ବୟସର ହୋଏଲା। ହାଇଟାକାଛେ ଅବ୍ରହାମ ତାର ଗୋଟକ୍ ଦାସକେ ତାର ବେଟା ଇସ୍ହାକ କାଚେ ପତ୍ନୀ ଆଣବା କାଛେ ପଠାଏଲା ଯନ୍ତାନେ ତାର ଲୋକବାକମ୍ନ ବାସ କର୍ତେରଲାଏ।

6. ୬. ପରମେଶ୍ବର ଇସ୍ହାକ କାଚେ ଯୋଗାଉ ଆଏ — illustration 2

ଅବ୍ରହାମର ଲୋକବାକମନ୍ ବାସ କର୍ଥେରେବା ଦେଶକେ ଦୀର୍ଘ ଯାତ୍ରା କର୍ବା ପାଛେ, ପରମେଶ୍ବର ସେବକକେ୍ ରିବିକା ସଙ୍ଗେ ମିଶାଏ ଦେଲା। ହାଏ ଅବ୍ରହାମର ଭାଇର ନାତ୍ଣୀ ରେଲା।

6. ୬. ପରମେଶ୍ବର ଇସ୍ହାକ କାଚେ ଯୋଗାଉ ଆଏ — illustration 3

ରିବିକା ନିଜର ପରିବାରକେ ଛାଡ଼ି ହାଇଦାସ ସଙ୍ଗେ ଯିବାକାଚେ ରାଜି ହୋଏଲା। ହାଏମନ କେଟ୍ବାଛିକେ ଇସ୍ହାକ ତାକେ ବିବାହ କର୍ଲା।

6. ୬. ପରମେଶ୍ବର ଇସ୍ହାକ କାଚେ ଯୋଗାଉ ଆଏ — illustration 4

ବହୁତ ବର୍ଷର ପାଚେ ଅବ୍ରହାମ ମରିଗଲା। ଅବ୍ରହାମ ସଙ୍ଗେ କରିରେବା ଚୁକ୍ତିର୍ ଲାଗି ପରମେଶ୍ୱର ଅବ୍ରହାମର ପୁତ୍ର ଇସ୍ହାକେ ଆଶୀର୍ବାଦ କର୍ଲା। ହାଇ ଚୁକ୍ତିତି ପରମେଶ୍ବର ଗୋଟକ୍ ପ୍ରତିଜ୍ଞା ରେଲା ଯେ ଅବ୍ରହାମର ଅଗଣିତ ବଂଶ ହୋଏବାଏ। ମାତର ଇସ୍ହାକର ପତ୍ନୀ ରିବିକାର୍ ବେଟାବେଟି ନା ରେଲାଏ।

6. ୬. ପରମେଶ୍ବର ଇସ୍ହାକ କାଚେ ଯୋଗାଉ ଆଏ — illustration 5

ଇସ୍ହାକ ରିବିକା କାଚେ ପ୍ରାର୍ଥନା କର୍ଲା, ଆରି ପରମେଶ୍ବର ତାକେ ଯାଆଁଳା ପିଲାର୍ ଗର୍ଭବତି ହୋଏବାକାଚେ ସକ୍ଷମ କର୍ଲା। ହାଇ ଶିଶୁମନ ରିବିକାର ଗର୍ଭତି ରେଲାଦାଏ ଆକା ହାଏମନ୍ ନିଜର ଭିତ୍ରେ ଯୁଦ୍ଧ ଆରମ୍ଭ କର୍ଲାଏ, ହାଇକାଚେ ରେବିକା ପରମେଶ୍ବରକେ ସବୁ ସାଙ୍ଗ୍ଲା ଯନ୍ଟା ତାର ସଙ୍ଗେ ଘଟ୍ତେରେଲା।

6. ୬. ପରମେଶ୍ବର ଇସ୍ହାକ କାଚେ ଯୋଗାଉ ଆଏ — illustration 6

ପରମେଶ୍ବର ରିବିକାକେ ବଲା୍, "ତୁଇ ଦୁଇଟା ପୁତ୍ରକେ ଜନ୍ମ କର୍ବିସ୍। ହାଇମନର ବଂଶଧର ଦୁଇଟା ଅଳଗା ଅଳଗା ଜାତି ହୋଏବାଏ। ହାଏମନ୍ ପରସ୍ପର ସଙ୍ଗେ ଯୁଦ୍ଧ କର୍ବାଏ। ମାତର ବଡ଼ପୁଅଲେ ଜନମ ହୋଇରେବା ଜାତି ସାନପୁଅଲେ ଆସିରେବା ଜାତିର୍ ଆଜ୍ଞାକେ ମାନ୍କେ ପଢ଼ସି।”

6. ୬. ପରମେଶ୍ବର ଇସ୍ହାକ କାଚେ ଯୋଗାଉ ଆଏ — illustration 7

ଯଢ଼ଦାଏ ରିବିକାର ପିଲାମନ୍ ଜନ୍ମ ହୋଏଲାଏ, ବଡେପିଲା ଲାଲ ଆରି ଲୋମଶାଳୀ ହୋଇ ହାଏମନ୍ ତାର ନାମ ଏଷୈ ଦେଲାଏ। ତାର୍ପାଚେ ସାନପିଲା ମିଶା ଏଷୈର ଗୋଡ଼ ଧରି କରି ଜନ୍ମ ହୋଏଲା, ଆରି ହାଏମନ୍ ତାର ନାମ ଯାକୁବ ରଖ୍ଲାଏ।

ଆଦିପୁସ୍ତକ ୨୪:୧-୨୫:୨୬ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).