22. ୨୨- ବାପ୍ତିସ୍ମ ସିୟାକ୍ ଜଅନ୍ନେ ଜନମ୍
ପୁର୍ବେନ୍ ମାପ୍ରୁ ଅଣ୍ତୁନେ ଲକ୍ଗୁଲୁଙ୍ଗ୍ ଅଣ୍ତୁନେ ଦୁତ୍ଗୁଲୁଙ୍ଗ୍ ଆରେ ବାବବାଦିଲକୁଙ୍ଗ୍ ସି ପାଟେ ପକୁନଣ୍ତ୍, ମାତର୍ ୪୦୦ ବାରିସ୍ ସେଣ୍ତେମେନ୍ ଇ ଆରେକ୍ ଆୟ୍ଲକୁଙ୍ଗ୍ ପାଟେ ପକାଣ୍ତ୍, ଅଟାତ୍ ଉକୁଟ୍ ଦୁତ୍ ମାପ୍ରୁନ୍ ପେଲ୍ଟୁକ୍ ଉକୁଟ୍ କାବୁର୍ ପାତି ଜିକରିୟ ପିଦିର୍ଟେ ଉକୁର୍ ମୁତାକ୍କିନ୍ କାକେଲ୍ ୱାନେ, ଜିକରିୟ୍ ଆରେ ଅଣ୍ତୁନେ ଆୟାଲ୍ ଇଲିସାବେତ୍ ମାପ୍ରୁଙ୍ଗ୍ ନାର୍ସି ତାକଣ୍ତି ମାଟେ, ମାତର୍ ଆଦ୍ ସିଣ୍ତିଲ୍ ମାସିଲ୍ ଅଙ୍ଗାଏରି ବାଞ୍ଜିଟେ ମାଟେ।
ଦୁତ୍ ଜିକରିୟଙ୍ଗ୍ ପକେଟେ ଇନ୍ ଆୟାଲ୍ ଉକୁଟ୍ ସେପାଲିଙ୍ଗ୍ ଜନମ୍ ସିଦା, ଇମ୍ ଅଣ୍ତୁଙ୍ଗ୍ ଜଅନ୍ ଏଞ୍ଜି ପିଦିର୍ ସିଦାର୍, ଅଣ୍ତ୍ ପବିତ୍ର ଆତ୍ମାନା ପୁରୁନ୍ ଏରି କିସ୍ଟନ୍ ପାଇଟ୍ ଲକ୍ଗୁଲୁଙ୍ଗ୍ ତିୟାର୍ କେଦାଣ୍ତ୍, ଜିକରିୟ ଉତର୍ ସିନଣ୍ତ୍, “ଆନ୍ ଆରେ ଆନ୍ ଆୟାଲ୍ ଜେ ସେପାଲ୍ ଜନମ୍ କେଗିଙ୍ଗ୍ ପାଇଟ୍ ପେରିନ୍ ମୁତାକ୍ମୁର୍ତାଲ୍ ଏରିମାମ୍! ଇଦ୍ ଗଟ୍ଏଦା ଏଞ୍ଜି ଆନ୍ ଏଟେନ୍ ପୁୟାନ୍?”
ଦୁତ୍ ଜିକରିୟଙ୍ଗ୍ ଉତର୍ ସିନେ ଇ ନିୟାଟେ କାବୁର୍ ସିଗିଙ୍ଗ୍ ପାଇଟ୍ ଆନୁଙ୍ଗ୍ ମାପ୍ରୁ ସୟସି ମା, ମାତର୍ ଇନ୍ ଆନ୍ପେଲ୍ ବିସ୍ବାସ୍ କେୟୁଟଟ୍ ଆଦିଙ୍ଗ୍ ସେପାଲ୍ ଜନମ୍ ଏରା ଆରେକ୍ ଇନ୍ ପାଟେପକୁଙ୍ଗ୍ ଅଡାଟ୍, ଅଟାତ୍ ଜିକରିୟ ପାର୍କିଙ୍ଗ୍ ଅଡା ଏନଣ୍ତ୍, ଆମାଟୁକ୍ ଆୟ୍ ଦୁତ୍ ଅଣ୍ତୁଙ୍ଗ୍ ସାକାରି ପେସି ସେଣ୍ତେ, ଆମାଟୁକ୍ ଜିକରିୟ ଉଲେନ୍ ମାଣ୍ତିସେୟଣ୍ତ୍ ଆରେ ତାନ୍ ଆୟାଲ୍ ଅଙ୍ଗେନ୍ ଏନେ।
ଏଲିସାବେତ୍ ଏରେବେଲ୍ ସ ମାସ୍ ଅଙ୍ଗେନ୍ ମାଟେ ଆୟ୍ବେଲ୍ ଦୁତ୍ ଏଲିସାବେତ୍ନେ ସମ୍ପର୍କ ଲକୁନ୍ ପେଲ୍ ତଟ୍ସି ଏନେ ଆଦିନେ ପିଦିର୍ ମରିୟମ୍ ମାଟେ, ଆଦ୍ ଉକୁଟ୍ ଜୁବାମାଲ୍ ମାଟେ ଆରେ ଜସେପ୍ ପିଦିର୍ଟେ ଉକୁର୍ ଲକୁଙ୍ଗ୍ ଅଦୁର୍ ଏରିଙ୍ଗ୍ ପର୍ସି ଏରିମାଟେ, ଦୁତ୍ ପକେଟେ ଇନ୍ ଅଙ୍ଗେନ୍ ଏରି ଉକୁଟ୍ ସେପାଲିଙ୍ଗ୍ ଜନମ୍ ସିଦାଟ୍, ଇମ୍ ଅଣ୍ତୁନ୍ ପିଦିର୍ ଜିସୁ ସିଦାର୍, ଅଣ୍ତ୍ ପାଟିଟୁକ୍ ବେର୍ଟେ ମାପ୍ରୁନ୍ ସେପାଲ୍ ଏଦାଣ୍ତ୍ ଆରେ ପାଟିନ୍ ଦିନ୍ ସାସନ୍ କେଦାଣ୍ତ୍।
ମରିୟମ୍ ଉତର୍ ସି ପକେଟେ, “ଇଦ୍ ଏଟେନ୍ ଏରିଙ୍ଗ୍ ଅଡ୍ତା,? ଆନ୍ ଜେ ଅକାଲ୍ ଜୁବା ମାଲ୍?” ଦୁତ୍ ବୁଜାସି ପକେଣ୍ଡ୍ ପବିତ୍ର ଆତ୍ମା ଇନ୍ ନା ମାୟା, ଆରେ ମାପ୍ରୁନେ ସକ୍ତି ଇନ୍ପେଲ୍ ୱାଦା। ଆଦିଙ୍ଗ୍ ଆୟ୍ ସେପାଲ୍ ପବିତ୍ର ଆରେ ମାପ୍ରୁନେ ସେପାଲ୍ ଏଦାଣ୍ତ୍। ଦୁତ୍ ଆଦିଙ୍ଗ୍ ଏନାଦ୍ ପକେଣ୍ଡ୍ ଆଦ୍ ମରିୟମ୍ ବିସ୍ୱାସ୍ କେନେ।
ଦୁତ୍ ମରିୟମୁଙ୍ଗ୍ ପକିପଲ୍ଦାନ୍ କୁଣ୍ତେଲ୍, ଆଦ୍ ସେଞ୍ଜି ଏଲିସାବେତିଙ୍ଗ୍ ପକେଟେ। ଏଲିସାବେତ୍ ମରିୟମ୍ନେ ନମସ୍କାର୍ ୱେନିଙ୍ଗ୍ନି ଏଲିସାବେତ୍ନେ ପୁଡୁକ୍ତୁନ୍ ମାନଣ୍ତି ସେପାଲ୍ ୱାଲ୍କି ସିଲ୍ତଣ୍ତ୍। ଆର୍ଗୁଲ୍ନା ମାପ୍ରୁ ଏନାଦ୍ କେନଣ୍ତ୍ ଆୟ୍ ବିସୟ ଏତାସି ଆସ୍ମାସ୍କିଲ୍ ଉକୁଟ୍ ପେଲ୍ କିର୍ଦେ କେନେୱ୍। ମରିୟମ୍ ଏଲିସାବେତତିଙ୍ଗ୍ ବେଟ୍ ଏରି ତିନ୍ମାସ୍ କୁଣ୍ତେଲ୍ ମରିୟମ୍ ଉଲେନ୍ ସେଣ୍ତେ।
ଏଲିସାବେତ୍ ଆଦିନେ ସେପାଲିଙ୍ଗ୍ ଜନମ୍ ସି ପଲ୍ଦାନ୍ କୁଣ୍ତେଲ୍, ଜିକରିୟ ଆରେ ଏଲିସାବେତ୍, ଦୁତ୍ନେ ଆଦେସ୍ ସିୟଣ୍ତି ଅନୁସାରେନ୍ ଆୟ୍ ସେପାଲିଙ୍ଗ୍ ଜଅନ ପିଦିର୍ ଇରେର୍। ଆଦିଙ୍ଗ୍ କୁଣ୍ତେଲ୍ ମାପ୍ରୁ ଜିକରିୟଙ୍ଗ୍ ପାଟେ ପକୁଙ୍ଗ୍ ପାୟିଟ୍ ଆରେତରେକ୍ ଏତାସି ସିନଣ୍ତ୍। ଜିକରିୟ ପକେଣ୍ତ୍ ମାପ୍ରୁନେ ପର୍ସଙ୍ଗ୍ସା ଏକା, ଏନାଦିଙ୍ଗ୍ କି ଅଣ୍ତ୍ ଅଣ୍ତୁନେ ଲକୁଙ୍ଗ୍ ଏତାସି ମାୟାଣ୍ତ୍। ଆନ୍ ସେପାଲ୍ ପାଟିଟୁକ୍ ବେର୍ଟେ ମାପ୍ରୁନେ ଭାବବାଦି ଏଞ୍ଜି ଅର୍ଗିଏଦାଣ୍ତ୍, ଅଣ୍ତ୍ ଏରେୱାଡିନ୍ ଲକ୍ଗୁଲ୍ କେମା ପାଏ ଏଦାର୍ ଆଦ୍ ଅଣ୍ତ୍ ଆୟ୍ଲକୁଙ୍ଗ୍ ପକ୍ଦାଣ୍ତ୍।
ବାଇବଲ୍ ତାନିର୍ଟେ ଉକୁଟ୍ କେରାଲ୍: ଲୁକ ୧
Free to use, adapt, and share under an open license (CC BY-SA 4.0).