6. ୬- ମାପ୍ରୁ ଇସାକିନ୍ ବାଦୁଲ୍ନା ମେଣ୍ଡା ଜଗାତଣ୍ଡ୍
ଏରେବେଲ୍ ଅବ୍ରାମ୍ ପେରିନ୍ ମୁତାକ୍ ଏରିସେୟଣ୍ତ୍, ଅଣ୍ତୁଙ୍ଗ୍ ସେପାଲ୍, ଇସାକ୍ ବୁଦିଏରି ବେଣ୍ଡିୟା ଏନଣ୍ତ୍। ଆଦିଙ୍ଗ୍ ଅବ୍ରାମ୍ ତାନ୍ ସେପାଲିଙ୍ଗ୍ ଇସାକ୍ ପାୟିଟ୍ ଇଲେଦ୍ ଇନ୍ଦ୍ରିଙ୍ଗ୍ ଅଣ୍ତ୍ ଅଣ୍ତୁନେ କୁଲ୍ଟେ ଲକ୍ଗୁଲ୍ ଏରେମାନ୍ ବାସେ ଏରିମାୟାର୍ ଆୟ୍ ବାସେନ୍ ସେନିଙ୍ଗ୍ ଦାସ୍ଲକୁଙ୍ଗ୍ ତାନିର୍ ଟୁକ୍ ଉକୁରୁଙ୍ଗ୍ ସୟ୍ତଣ୍ତ୍।
ପେଙ୍ଗିର୍ ଦିନାମ୍ ମେୟିକ୍ଦାନ୍ ଏରେ ଜାଗାନ୍ ଅବ୍ରାମ୍ନେ କୁଲ୍ଟେ ଲକ୍ଗୁଲ୍ ବାସେ ଏରିଙ୍ଗ୍ନର ମାପ୍ରୁ ଦାସିଙ୍ଗ୍ ରିବିକାଙ୍ଗ୍ ଆର୍ସେଲ୍ ସୟ୍ତଣ୍ତ୍। ଆଦ୍ ଅବ୍ରାମ୍ନେ ତଡଣ୍ଡ୍ନେ ନାତି ମାଟେ।
ରିବିକା ଆଦିନେ ପରିବାରିଙ୍ଗ୍ ସାକାରି ଇସାକ୍ନେ ଉଲେନ୍ ୱାରିଙ୍ଗ୍ ଦାସ୍ନା ମାଣ୍ଡି ସେନିଙ୍ଗ୍ ପାୟିଟ୍ ରାଜି ଏନଣ୍ଡ୍ ଅଣ୍ଡ୍ ଏଦ୍ଦାନ୍ ସାଙ୍ଗେନ୍ ସାଙ୍ଗେନ୍ ରିବିକାଙ୍ଗ୍ ଇସାକ୍ ଅଦୁର୍ ଏନଣ୍ତ୍।
ପେଙ୍ଗିର୍ ଦିନାମ୍ କୁଣ୍ତେଲ୍ ଅବ୍ରାମ୍ ସାୟିସେୟଣ୍ତ୍, ଆରେ ଅଣ୍ତୁନା ଏରେଦ୍ ପାଟିନ୍ ଜିଦ୍ଗିଲ୍ ମାପ୍ରୁ କେୟିମାଟଣ୍ତ୍ ଆଦ୍ ପାଟିନ୍ ମାପ୍ରୁ ସର୍ପାସିନଣ୍ତ୍। ମାପ୍ରୁ ଜିଦ୍ କେୟିମାଟଣ୍ତ୍ ଜେ ଅବ୍ରାମ୍ନେ କୁଲ୍ ପେଙ୍ଗିଟ୍ଲକ୍ ଏଦାର୍, ମାତର୍ ରିବିକା, ଇସାକ୍ନେ ଆୟାଲିଙ୍ଗ୍, ସିଣ୍ତିଲ୍ ମାସିଲ୍ ଏରିଙ୍ଗ୍ ଅଡାମାନ୍ନେ।
ରିବିକାଙ୍ଗ୍ ପାୟିଟ୍ ଇସାକ୍ ପାର୍ତନା କେନଣ୍ତ୍, ମାପ୍ରୁ ରିବିକାଙ୍ଗ୍ ଜାଉଲା ସିଣ୍ତିଲ୍ ଏରିଙ୍ଗ୍ ପାୟିଟ୍ ଅଙ୍ଗେନ୍ କେନେ। ଜଡେକ୍ ସେପାକିଲ୍ ଏରେବେଲେନ୍ ରିବିକାନେ ପୁଡୁଗ୍ତୁନ୍ ମାଟର୍, ଆୟ୍ବେଲାଟୁକ୍ ଆୟ୍ଲକ୍ ଜୁଦ୍ କେଗିଙ୍ଗ୍ନର, ଆଦିଙ୍ଗ୍ ରିବିକା ମାପ୍ରୁଙ୍ଗ୍ ଇଦ୍ ଏନାଏରିଦା ଏଞ୍ଜି ପାଚାର୍ତେ।
ମାପ୍ରୁ ରିବିକାଙ୍ଗ୍ ପକେଣ୍ତ୍, “ଇନେ ପୁଡୁକ୍ତୁନ୍ ମାନଣ୍ତି ଜଡେକ୍ ସେପାକିଲ୍ ପେଲ୍ଟୁକ୍ ଜଡେକ୍ ଦେଶ୍ ୱାଦା। ଆୟ୍ଲକ୍ ଇରୁଲ୍ ଉକୁର୍ ଆରେକୁର୍ନା ଜୁଦ୍ କେଦାର୍ ଆରେ ବେର୍ଟେ ସେପାଲ୍ ନିନିଟଣ୍ତ୍ନେ ସେବା କେଦାଣ୍ତ୍।
ଏରେବେଲାଙ୍ଗ୍ ରିବିକାନେ ସେପାକିଲ୍ ଜନମ୍ ଏନର୍, ବେର୍ଟେ ସେପାଲ୍ନେ ରଙ୍ଗ୍ ରାତା ଆରେ ସାଲୁୱା ମାନଣ୍ତି ମେନ୍, ଆରେ ଆୟ୍କଲ୍ ଅଣ୍ତୁନେ ପିଦିର୍ ଏଷ ଇରେର୍। ଆଦିଙ୍ଗ୍ କୁଣ୍ତେଲ୍ ନିନି ସେପାଲ୍ ଏଷନେ ରେଡିଙ୍ଗ୍ ପାତି ୱାନଣ୍ତ୍, ଆୟ୍ଲକ୍ ଅଣ୍ତୁନେ ପିଦିର୍ ଜାକୁବ୍ ଇରେର୍।
ବାଇବଲ୍ଟେ ଉକୁଟ୍ କେରାଲ୍: ଆଦି ୨୪:୧-୨୫:୨୬
Free to use, adapt, and share under an open license (CC BY-SA 4.0).