9. ୯- ମାପ୍ରୁ ମଶାଙ୍ଗ୍ ଅର୍ଗେଣ୍ତ୍
ଜସେପ୍ ସାଦାନ୍ କୁଣ୍ତେଲ୍, ଅଣ୍ତୁନେ ଜାତି କୁଟୁମ୍ ମିଶର୍ତୁନ୍ ମାଟର୍। ଆୟ୍ଲକ୍ ଆରେ ଆୟ୍ଲକ୍ନେ କୁଲ୍ଟେ ଲକ୍ ଆୟ୍ବାସେନ୍ ପେଙ୍ଗିର୍ ବରସ୍ ମାନିଙ୍ଗ୍ ଉଣ୍ତେର୍ ଆରେ ଆୟ୍ଲକୁଙ୍ଗ୍ ପେଙ୍ଗୁର୍ତୁଲ୍ ସିଣ୍ତିଲ୍ ମାସିଲ୍ ଜନମ୍ ଏନର୍। ଆୟ୍ଲକୁଙ୍ଗ୍ ଇସ୍ରାଏଲିୟ ପିଦିର୍ ନାଟ୍ ଅର୍ଗେର୍।
ସହ ସହ ବରସ୍ କୁଣ୍ତେଲ୍ , ଇସ୍ରାଏଲ୍ଟେ ଲକ୍ସକିୟା ପେରିନ୍ ଏନେ। ମିଶର୍ଟେ ଲକ୍ଗୁଲ୍ ଜସେପୁଙ୍ଗ୍ ଆରେ ଅଣ୍ତ୍ ଆୟ୍ଲକୁଙ୍ଗ୍ କେୟଣ୍ତି ସାୟ୍ଜ ଏସେଲ୍ମେନ୍ ଏତାପୁଟର୍। ଆୟ୍ଲକ୍ ଇସ୍ରାଏଲ୍ଟେ ଲକୁଙ୍ଗ୍ ନାର୍ସିଙ୍ଗ୍ ଉଣ୍ତେର୍, ଏନାଦିଙ୍ଗ୍ କି ଆୟ୍ଲକ୍ ଲକ୍ସକିୟା ପେଗୁର୍ତୁଲ୍ ମାଟର୍। ଆଦିଙ୍ଗ୍ ଆୟ୍ ବେଲାଙ୍ଗ୍ ପାର ରାଜା ମିଶରତୁନ୍ ଶାସନ୍ କେଗିନଣ୍ତ୍ ଅଣ୍ତ୍ ଇସ୍ରାଏଲିୟଟେ ମିଶରିୟଲକୁଙ୍ଗ୍ ପେଲ୍ ଦାସ୍ କେନଣ୍ତ୍।
ମିଶରିୟଲକ୍ ଇସ୍ରାଏଲ୍ଟେ ଲକୁଙ୍ଗ୍ ମେଡ୍ଗିଲ୍ ଆରେ ପାଟିନ୍ ଗଡ୍ଗୁଲୁଙ୍ଗ୍ ମେନ୍ ତିୟାର୍ କେଗିଙ୍ଗ୍ ପାୟିଟ୍ ଜବଜସ୍ତି କେନର୍। କସ୍ଟ କାମେଲ୍ ଆୟ୍ଲକ୍ନେ ଜିୱେନ୍ ପେରିନ୍ ଦୁକ୍ ପେତେ, ମାତର୍ ଆୟ୍ଲକୁଙ୍ଗ୍ ମାପ୍ରୁ ଆସିର୍ବାଦ୍ କେନଣ୍ତ୍, ଆରେ ଆୟ୍ଲକୁଙ୍ଗ୍ ପେଙ୍ଗୁର୍ତୁଲ୍ ସିଣ୍ତିଲ୍ ମାସିଲ୍ ଏନର୍।
ପାର ସୁଡୁଙ୍ଗ୍ଅଡ୍ତଣ୍ତ୍ ଜେ ଇସ୍ରାଏଲ୍ତିନ୍ ପେଙ୍ଗୁର୍ତୁଲ୍ ସିଣ୍ତିଲ୍ ମାସିଲ୍ ମାୟାର୍, ଆଦିଙ୍ଗ୍ ଅଣ୍ତ୍ ଅଣ୍ତୁନେ ଲକ୍ଗୁଲୁଙ୍ଗ୍, ପାଟିନ୍ ଇସ୍ରାଏଲ୍ଟେ ସିଣ୍ତିଲ୍ ମାସିଲିଙ୍ଗ୍ ନିଲ ପେରେଟ୍ତିନ୍ କାରିସି ଆଟିକାରିଙ୍ଗ୍ ପାୟିଟ୍ ଆଦେସ୍ ସିନଣ୍ତ୍।
ଅକାଲ୍ ଆୟାଲ୍ ଇସ୍ରାଏଲ୍ଟେ ଉକୁର୍ ସେପାଲିଙ୍ଗ୍ ଜନମ୍ ସିନେ। ଆଦ୍ ଆରେ ଆଦିନେ ମାଗିଣ୍ତ୍ ସେପାଲିଙ୍ଗ୍ ଅଡ୍ତାନ୍ ଆନେତ୍ ପେଙ୍ଗିର୍ ଦିନାମ୍ ଲୁକାସି ଇରେର୍।
ଏରେବେଲାଙ୍ଗ୍ ସେପାଲିଙ୍ଗ୍ ଆୟା ଆବା ପେରାପର୍ ଲୁକାସି ଇରିଙ୍ଗ୍ ଅଡୁଟର୍, ଆୟ୍ଲକ୍ ଅଣ୍ତୁଙ୍ଗ୍ ସାଦାନ୍ ପେଲ୍ଟୁକ୍ ରକିୟା କେଗିଙ୍ଗ୍ ପାୟିଟ୍ ନିଲ ପେରେଟ୍ତିନ୍ ନିର୍ ପୟତାନ୍ ବାସ୍ଏରଣ୍ତି ଉକୁଟ୍ ଚାଟ୍ନି ତାନିର୍ ଅଣ୍ତୁଙ୍ଗ୍ ଇରି ସିନର୍। ଅଣ୍ତୁନେ ବେର୍ଟେ ତଡୁଦ୍ ଅଣ୍ତୁ ନାଟ୍ ଏନା ଏଦା, ସୁଡୁଙ୍ଗ୍ ପାୟିଟ୍ ଦୁରେନ୍ ମାଞ୍ଜି ସୁଡୁଙ୍ଗ୍ନେ।
ପାରନେ ମାଲ୍ ଚାଟ୍ନିଙ୍ଗ୍ ଆରେ ଚାଟ୍ନି ତାନିର୍ମେନ୍ ସୁଡେଟେ। ଆୟ୍ବେଲାଙ୍ଗ୍ ଆଦ୍ ଉକୁର୍ ସେପାଲିଙ୍ଗ୍ ସୁଡେଟେ, ଆଦ୍ ଅଣ୍ତୁଙ୍ଗ୍ ନିଜେଟେ ସେପାଲ୍ କେୟି ଉନେ। ଆଦ୍ ଇସ୍ରାଏଲ୍ ଦେଶ୍ଟେ ଅକାଲ୍ ଆସ୍ମାଲିଙ୍ଗ୍ କିତିନ୍ ସେପାଲିଙ୍ଗ୍ ସିନେ। ଏରେବେଲାଙ୍ଗ୍ ନିନିସେପାଲ୍ ବେର୍ଟଣ୍ତ୍ ଏନଣ୍ତ୍ ଅଣ୍ତୁଙ୍ଗ୍ ଆୟାନେ ପାଲ୍ ଦର୍କାର୍ ମାନୁଟେ, ଅଣ୍ତୁଙ୍ଗ୍ ଆଦ୍ ପାରନେ ଆୟାଲିଙ୍ଗ୍ ମାଣ୍ତ୍ସି ସିନେ, ଆରେ ଅଣ୍ତୁନେ ପିଦିର୍ ମସା ସିନର୍।
ଦିନେକ୍, ମସା ବେର୍ଟଣ୍ତ୍ ଏଦାନ୍ କୁଣ୍ତେଲ୍, ଅଣ୍ତ୍ ସୁଡେଣ୍ତ୍, ଉକୁର୍ ମିଶରିୟ ଇସ୍ରାଏଲିୟଟେ ଦାସଙ୍ଗ୍ ଆଟିଙ୍ଗ୍ ନଣ୍ତ୍। ମସା ଇସ୍ରାଏଲିୟଟେ ଦାସଙ୍ଗ୍ ରକିୟା କେଗିଙ୍ଗ୍ ପାୟିଟ୍ ଚେସ୍ଟା କେନଣ୍ତ୍।
ଏସେବେଲ୍ ମସା ପୁଟଣ୍ତ୍ ଜେ ଏଇର୍ମେନ୍ ସୁଡାର୍, ଅଣ୍ତ୍ ମିଶରିୟଙ୍ଗ୍ ୱାଟ୍ତେନ୍ ଆଟେଣ୍ତ୍ ଆରେ ସେରିଙ୍ଗ୍ ପେନ୍ଦୁତଣ୍ତ୍। ମାତର୍ ଏଇଣ୍ଡ୍ ଉକୁର୍ ମସା ଆଦ୍ କେୟଣ୍ତି ସୁଡିମାଟଣ୍ତ୍।
ଏରେବେଲ୍ ପାର୍, ଏରେଦ୍ ମସା କେୟଣ୍ତି ୱେଟଣ୍ତ୍, ଅଣ୍ତ୍ ଅଣ୍ତୁଙ୍ଗ୍ ଆଟିକାରିଙ୍ଗ୍ ଚେସ୍ଟା କେନଣ୍ତ୍। ମସା ପାରନେ ସନିୟତୁଲୁଙ୍ଗ୍ ବେଲ୍ଟୁକ୍ ରକିୟା ପାୟ ଏରିଙ୍ଗ୍ ପାୟିଟ୍ ମିଶର୍ଟୁକ୍ ମରୁଭୁମି ପେଲ୍ ସୁରକିତ୍ ମାନିଙ୍ଗ୍, ଦୁରିନ୍ ପେସିସେୟଣ୍ତ୍।
ମିଶର୍ଟୁକ୍ ପେରାଦୁରିନ୍ ମରୁବାସେନ୍ ଉକୁର୍ ମେଣ୍ଡା କଲାକ୍ ଏନଣ୍ତ୍। ଆୟ୍ ବାସେନ୍ ଅକାଲ୍ ଆସ୍ମାଲ୍ ନା ଅଦୁର୍ ଏନଣ୍ତ୍ ଆରେ ଅରୁଙ୍ଗ୍ ଜଡେଙ୍ଗ୍ ସେପାକିଲ୍ ଏନର୍।
ଦିନେକ୍ ଏରେବେଲାଙ୍ଗ୍ କି ମସା ମେଣ୍ତାନେ ଜତନ୍ ଉଦାନ୍ ବେଲେନ୍, ଉକୁଟ୍ ବୁଟାନ୍ କିସ୍ ପାନ୍ଦଣ୍ଡିଙ୍ଗ୍ ଅଣ୍ତ୍ ସୁଡେଣ୍ତ୍। ମାତର୍ ଆୟ୍ ବୁଟାନ୍ କିସ୍ ପାନ୍ଦି ନିଡ୍ ଏରୁଟେ। ମସା ଆୟ୍ ବୁଟା ଦିଗାଲ୍ ନିୟା ସୁଡୁଙ୍ଗ୍ ସେୟଣ୍ତ୍। ଏରେବେଲାଙ୍ଗ୍ ଅଣ୍ତ୍ କିସ୍ ପାନ୍ଦଣ୍ଡି ବୁଟା ଆର୍ସେଲ୍ ସେନ୍ନଣ୍ତ୍, ମାପ୍ରୁନେ ପଲେ ପକେଣ୍ତ୍, ମସା, ଇନେ ପାଣ୍ଡୟଗୁଲ୍ ଇନ୍ ପୁସୁକ୍। ଇନ୍ ପବିତ୍ର ବାସେନ୍ ନିଲ୍ସିମାୟାଟ୍।
ମାପ୍ରୁ ପକେଣ୍ତ୍, “ଆନେ ଲକ୍ଗୁଲ୍ନେ କସ୍ଟ ଆନ୍ ସୁଡିମାନ୍। ଆନ୍ ଇନୁଙ୍ଗ୍ ପାରଙ୍ଗ୍ ଆର୍ସେଲ୍ ସୟ୍ତାନ୍ ଏନାଦିଙ୍ଗ୍ କି ଇନ୍ ଇସ୍ରାଏଲିୟଟେ ଆୟ୍ଲକୁଙ୍ଗ୍ ମିଶର୍ଟୁକ୍ ପେପ୍ସି ଇନ୍ଦିର୍ ଦାଟ୍। ଆୟ୍ ଲକୁଙ୍ଗ୍ ଆନ୍ କିଣାନ୍ ଦେସ୍ ସିଦାନ୍, ଏରେ ଦେସ୍ ଆନ୍ ଅବ୍ରାମ୍, ଇସାକ୍ ଆରେ ଜାକୁବଙ୍ଗ୍ ଜିଦ୍ କେୟିମାଟନ୍।
ମସା ପାଚାର୍ତଣ୍ତ୍, “ଜଦି ଆନିଙ୍ଗ୍ ଲକ୍ଗୁଲ୍ ପୁନୁଙ୍ଗ୍ ଚାୟ୍ଏଦାର୍ ଆନିଙ୍ଗ୍ ଏଇର୍ ସୟିସି ମାୟାର୍,ଆନ୍ ଆୟ୍ ଲକୁଙ୍ଗ୍ ଏନା ଏୟାନ୍, ମାପ୍ରୁ ପକେଣ୍ତ୍, “ଆମ୍ ଏର୍ ମାୟାମ୍ ଅଣ୍ଡି ମାୟାମ୍”। ଆୟ୍ ଲକୁଙ୍ଗ୍ ପକ୍, “ଇନ୍ ଆର୍ସେଲ୍ ମାପ୍ରୁ ସୟିସି ମାଣ୍ତ୍।” ଆୟ୍ ଲକୁଙ୍ଗ୍ ପକୁର୍, ଇମ୍ ସଦାପର୍ବୁ, ଇମ୍ଗୁଲ୍ନେ ଦାଦିଆନି,ଆରେ ଜାକୁବନେ ମାପ୍ରୁ। ପାଟିନ୍ ଦିନ୍ ପାୟିଟ୍ ଇଦ୍ ଆନେ ପିଦିର୍।
ମସା ନାର୍ସିଙ୍ଗ୍ ନଣ୍ତ୍ ଆରେ ପାରଙ୍ଗ୍ ଆର୍ସେଲ୍ ସେନିଙ୍ଗ୍ ଇଚା କେୟା ମାନ୍ନଣ୍ତ୍, ଅଣ୍ତ୍ ଏତାତଣ୍ତ୍, ଅଣ୍ତ୍ ନିୟାରେନ୍ ପାର୍କିଙ୍ଗ୍ ଅଡା ମାନ୍ନଣ୍ତ୍, ଆଦିଙ୍ଗ୍ ମାପ୍ରୁ ମସାନେ ବାଇ, ହାରଣଙ୍ଗ୍,ଅଣ୍ତୁଙ୍ଗ୍ ସାଇଜ କେଗିଙ୍ଗ୍ ପାୟିଟ୍ ସୟତଣ୍ତ୍। ମାପ୍ରୁ ମସା ଆରେ ହାରଣଙ୍ଗ୍ ସତର୍କ କେୟି ସିନଣ୍ତ୍, ଜେ ପାର ମୁର୍କାୟ୍ ଏଦାଣ୍ତ୍।
ବାଇବଲ୍ଟେ ଉକୁଟ୍ କେରାଲ୍: ଜାତରା ୧-୪
Free to use, adapt, and share under an open license (CC BY-SA 4.0).