16. ୧୬. ରକ୍ଷାକରାହେନ୍
ଯିହୋଶୂୟ ମରଣ୍ ପରେ,ଇସ୍ରାଏଲୀୟହେନ୍ ଈଶରେର୍ ଆଇଗାଁ ମାହ୍ଲିଁନ୍ ଆର୍ ଉର୍ହା କିଛିକ୍ କିଣାନିୟାହେନ୍କେ ଖେଦାତାଢ଼ା କର୍ହ୍ଲିଁନ୍ ନାଇଁ ଆର୍ କି ଈଶରେର୍ ବେବସ୍ତ ସବୁ ପାଳନ୍ କର୍ହ୍ଲିଁନ୍ ନାଇଁ।ଇସ୍ରାଏଲ୍ହେନ୍ ସତ୍ ଈଶର୍ ଯିହୋବାର୍ ଗୀତ୍ଗାଣ୍ କର୍ବାର୍ ବଦୋଳେ କିଣୋନୀୟହେନ୍ ଦେବ୍ତାହେନ୍କାର୍ ଗୀତ୍ଗାଣ୍ କର୍ବାକେ ନାଗ୍ହ୍ଲିଁନ୍।ଇସ୍ରାଏଲୟହେନ୍କାର୍ କୋହ୍ଣ ରାଜା ଥାହ୍ଲିଁନ୍ ନାଇଁ, ତୁଣୁ ପର୍ତେକ୍ ନୋକ୍କେ ଉହାର୍ ନଯ୍ରେ ଯେଟା ଭାଲ୍ ଦେଖାଲେକ୍ ଉର୍ହା ସେଟା କର୍ହ୍ଲିଁନ୍।
ହୋଲେ ଇସ୍ରାଏଲୀହେନ୍ ଈଶରେର୍ ଆଇଗାଁ ମାନି ଚହ୍ଲିଁନ୍,ତେଣୁ ଈଶର୍ ଶତ୍ରୁହେନ୍କେ ହୁକୁମ୍ ଦିବାର୍ ତୋରେ ଉର୍ହାକେ ହାରାଇଁ ଉର୍ହାକେ ଦଣ୍ଡ ଦିଲେକ୍।ସୌ ଶତ୍ରୁହେନ୍ ଇସ୍ରାଏଲୀୟହେନ୍କାର୍ ଢ଼େର୍ ଜିନିଷ୍ଗାକେ ଚୋର୍ କର୍ହ୍ଲିଁନ୍,ଉର୍ହାକାର୍ ସମ୍ପତ୍ତୀ ନଷ୍ଟ କର୍ହ୍ଲିଁନ୍, ଆର୍ ଉର୍ହାକାର୍ ମୈଧନୁ ଢ଼େରକେ ମରା ହ୍ଲିଁନ୍।ଢ଼େର୍ ବଛୋର୍ ଈଶରେର୍ ଆଇଗାଁ ଅମାନ୍ତି ହୋଇଁ ଆର୍ ଉର୍ହାକାର୍ ଶତ୍ରୁହେନ୍କାର୍ଠେଁନୁ କଷ୍ଟ ହୋଇଁ ଇସ୍ରାଏଲୟହେନ୍ ଚିନ୍ତା କର୍ହ୍ଲିଁନ୍ ଆର୍ ଉର୍ହାକେ ରକ୍ଷା କର୍ବାର୍ ତୋରେ ଈଶରେର୍ଠେଁ ପାର୍ଥାନା କର୍ହ୍ଲିଁନ୍।
ତା ପରେ ଈଶର୍ ଉର୍ହାକେ ଏକ୍ନୋକ୍ରକ୍ଷାକରାକେ ଯାଗାଲେକ୍ ଯେ ଉର୍ହାକେ ଉର୍ହକାର୍ ଶତ୍ରୁହେନ୍କାଠେଁନୁ ରକ୍ଷା କର୍ଲେକ୍ ଆର୍ ଦେଶେର୍ ଶାନ୍ତି ଆଣ୍ଲେକ୍।ହୋଲେ ତାର୍ ପିଛୁ ନୋକ୍ହେନ୍ ଇଶର୍କେ ଭୁଲିଁ ଗେହ୍ଲିଁନ୍ ଆର୍ ଏକ୍ବାର୍ ଠାକୁର୍ପୂଜା ଆରାମ୍ବ କର୍ହ୍ଲିଁନ୍।ହୋଲେ ଈଶରେର୍ ପାଶେ ଗୋଟାକ୍ ଶତ୍ରୁ ମିଦିୟୋନୀୟହେନ୍କାର୍ ଦିଁ ଉର୍ହାକେ ଘୁର୍ହ୍ଲିଁନ୍।
ମିଦିୟୋନୀୟହେନ୍ ସାତ୍ବଛର୍ ତୋଢ଼ିକ୍ ଇସ୍ରାଏଲୀୟହେନ୍କାର୍ ଧାନ୍ ନିହ୍ଲିଁନ୍।ଇସ୍ରାଏଲୀୟହେନ୍ ବହୁତ୍ ଡରାହ୍ଲିଁନ୍ ମିଦିୟୋନୀୟହେନ୍ ଯେନ୍ ଉର୍ହାକେ ଖୁଜିଁପାର୍ଭିଁନ୍ ନାଇଁ, ସୌକର୍ତେ ଉର୍ହା ପାଥର୍ଘରେ ନୁକାହ୍ଲିଁନ୍। ସୋବାର୍ଶେଷେ,ଉର୍ହାକେ ରକ୍ଷାକର୍ବାର୍ ତୋରେ ଉର୍ହା ଇଶରେର୍ ପାଶେ ଡାକ୍ହ୍ଲିଁନ୍।
ଏକ୍ଦିନ୍,ଗିଦିୟୋନ ନାମେର୍ ଏକ୍ନୋକ୍ ଇସ୍ରାଏଲ ନୁକାଣ୍ ଚେଲା ପାତେଥାହ୍ଲିଁନ୍ ଯେନ୍ କି ମିଦିୟୋନୀୟହେନ୍ ସେଟା ନିଁଯାନ୍ ସଦାପର୍ଭୁର୍ ଦୂତ୍ ଦିଗିୟୋନେର୍ ପାଶ୍କେ ଆସିଁ କୈଲେକ୍”ବଳ୍ବାମ୍ ଯୁଦ୍ଧା,ଈଶର୍ ତୁର୍ହାକାର୍ ସଙ୍ଘେ ଆଛନ୍। ଯାହା ଆର୍ ଇସ୍ରାଏଲକେ ମିଦିୟୋନୀୟହେନ୍କାର୍ଠେଁନୁ ରକ୍ଷା କର।”
ଗୋଟାକ୍ ଠାକୁର୍କେ ବଳିଦିୟା ଯଜ୍ଞବେଦୀ ଗିଦିୟୋନେର୍ ବାୟେର୍ଠେଁ ଥାଲେକ୍। ସୌ ଯଜ୍ଞବେଦୀ ଖାଣ୍ଡା ଖାଣ୍ଡା କର୍ବାକେ ଈଶର୍ ଗିଦିୟୋକେ କୈଲେକ୍।ହୋଲେ ଗିଦିୟୋନ୍ ନୋକ୍ହେନ୍କେ ଡରାଲେ,ତେଣୁ ଅଉ ରାତ୍ ନାଇଁ ହୋବା ତୋଢ଼ିକ୍ ବାଠ୍ ଚାଇଁଲେକ୍।ହୋଲେ ଅଉ ସୌ ଯଜ୍ଞବେଦୀକେ ଖାଣ୍ଡା ଖାଣ୍ଡା କରିଁ ଭାଙ୍ଗ୍ହ୍ଲିଁନ୍ ଆର୍ ଗୁଣ୍ଡା କରିଁଦିଲେକ୍।ଠାକୁର୍ ପାଶେ ଯୌ ଯଜ୍ଞବେଦୀ ଥାଲେକ୍ ସୌ ଯଜ୍ଞବେଦୀ ପାଶେ ଅଉ ଈଶରେର୍ ତୋରେ ଏକଟା ନୋଆ ଯଜ୍ଞବେଦୀ କର୍ଲେକ୍ ଆର୍ ଈଶରେର୍ ତୋରେ ବଳି ଦିହ୍ଲିଁନ୍।
ତାର୍ଦିନ୍ ସକାଳେ ନୋକ୍ହେନ୍ ଦେଖ୍ହ୍ଲିଁନ୍ ଯେ ଯେକୌ ସୌ ଯଜ୍ଞବେଦୀ ଚିରିଁ ଆର୍ ଭାଙ୍ଗିଁ ନଷ୍ଟ କର୍ଛୋନ୍,ଆର୍ ଉର୍ହା ବହୁତ୍ ରାଗିଁ ଥାହ୍ଲିଁନ୍।ଉର୍ହା ଗିଦିୟୋନେର୍ ଘର୍କେ ଉହାକେ ମରାବାର୍ ତୋରେ ଗେହ୍ଲିଁନ୍,ହୋଲେ ଗିଦିୟୋନେର୍ ବାୟ୍ କୈଲେକ୍”ତୁର୍ହା କିକର୍ତେ ତୁର୍ହାକାର୍ ଦେବ୍ତାକେ ସାଇଜ କର୍ବାକେ ଚେରେଷ୍ଟା କରଠେ? ଯଦି ଅଉ ଏକ୍ନୋକ୍ ଇଶର୍,ତାହେଲେ ଅଉ ନିଯେକେ ରକ୍ଷା କରୁ!” ଅଉ ସୌ କଥା କୈବାର୍ନୁ ନୋକ୍ହେନ୍ ଗିଦିୟୋନକେ ମରାହ୍ଲିଁନ୍ ନାଇଁ।
ତାପରେ ମିଦିୟୋନୀୟହେନ୍ ଇସ୍ରାଏଲୀୟହେନ୍କାର୍ଠେଁନୁ ଚୋର୍ କର୍ବାର୍ ତୋରେ ଆର୍ବାରେକ୍ ଆସ୍ହ୍ଲିଁନ୍। ଉର୍ହା ଓତୋ ଥାହ୍ଲିଁନ୍ ଯେ ଉର୍ହାକେ ଗଣିଁ ପାର୍ତେଥାହ୍ଲିଁନ୍ ନାଇଁ।ଉର୍ହାକାର୍ ସଙ୍ଘେ ଯୁଦ୍ଧ କର୍ବାର୍ ତୋରେ ଦିଗିୟୋନ୍ ଇସ୍ରାଏଲୀୟହେନ୍କେ ଏକ୍ଠେଁ କର୍ଲେକ୍।ଈଶର ଯେ ଇସ୍ରାଏଲ୍କେ ରକ୍ଷା କର୍ବାର୍ ଉହାକେ ବେଭାର୍ କର୍ଭିନ୍, ସେ ବିଷୟେ ନିହାତୀ ହୋବାର୍ ତୋରେ ଦିଗିୟୋନ୍ ଈଶରେର୍ଠେଁନୁ ଦୁଟା ଚିହ୍ନା ମାଗ୍ଲେକ୍।
ପର୍ଥୁମ୍ ଚିହ୍ନା ରକନ୍,ଗିଦିୟୋନ୍ ମାଟିୟେ ଗୋଟାକ୍ ମେଣ୍ଢାର୍ ଚାମ୍ଡ଼ା ଅଛାଇଁ ଆର୍ ଈଶର୍କେ ସକାଳିଆ କାକର୍ ମାଟି ଉପ୍ରେ ନାଇଁ ପେକାଇଁ ଖାଲି ସୌ ଚମାଡ଼ା ଉପ୍ରେ ପେକାବାକେ କୈଲେକ୍। ଈଶର୍ ସେଟା କର୍ଲେକ୍। ପର୍ଦିନ୍ ରାତୀୟେ,ଅଉ ଈଶର୍କେ କୈଲେକ୍ ଖାଲି ମାଟି ଓଦା ରହୁ କିନ୍ତୁ ଚାମ୍ଡ଼ା ଶୁଖ୍ଲା ରହୁ।ଈଶର୍ ସେଟା ମୈଧ କର୍ଲେକ୍। ଅଉ ଦୁଟା ଚିହ୍ନାଗାକେ ଗିଦିୟୋନକେ ଚିହ୍ନା ଦିଲେକ୍ ଯେ ଇସ୍ରାଏଲହେନ୍କାଠେଁନୁ ରକ୍ଷା କର୍ବାର୍ ତୋରେ ଈଶର୍ ଉହାକେ ବେଭାର୍ କର୍ଭିନ୍।
୩୨,୦୦୦ ଇସ୍ରାଏଲୀୟ ସୈନିକ୍ହେନ୍ ଗିଦିୟୋନେର୍ ପାଶ୍କେ ଆସ୍ହ୍ଲିଁନ୍, ହୋଲେ ଈଶର କୈଲେକ୍ ଯେ ଏଟା ବହୁତ୍ ଢ଼େର୍ ଆଛେ। ହୋଲେ ଯେନୋକ୍ହେନ୍ ଯୁଦ୍ଧ କର୍ବାକେ ଡରାତେ ଥାହ୍ଲିଁନ୍ ସେରକନ୍ ୨୨,୦୦୦ ନୋକେ ଅଉ ଘରକେ ପାଠାଲେକ୍।ଈଶର୍ ଗିଦିୟୋକେ କୈଲେକ୍ ଯେ ସୌ ସଂଖିୟା ମୈଧ ବହୁତ୍ ଅଧିକା ଆଛେ। ହୋଲେ ଗିଦିୟୋନ ୩୦୦ ନୋକ୍ ନୁ ଐନ ସବୁକେ ଘର୍କେ ପାଠାଁଦିଲେକ୍।
ସୌ ରାତୀୟେ ଈଶର୍ ଗିଦିୟୋନକେ କୌଲେକ୍”ମିଦିୟୋନୀୟ ଛାଉଣିକେ ଯାହା ଆର୍ ଯେତେବା ଉର୍ହାକାର୍ କଥାହୋବା ତୁର୍ହା ଶୁଣ୍ଭ, ତୁର୍ହା ଆର୍ ଡରାବୋନାଇଁ।ତୁଣେ ସୌ ରାତୀୟେ ଗିଦିନୀୟୋ ସୌ ଛାଉଣିକେ ଗେଲା ଆର୍ ଏକ୍ନୋକ୍ ନିଦିୟୋ ସୈନ ଦେଖ୍ବାର୍ ସପନ୍ ଦେଖ୍କେଲ୍ ଉର୍ହାକାର୍ ବନ୍ଧୁକେ କୈତେଥାବା ଶୁଣ୍ଲେକ୍।ସୌ ନୋଖେର୍ ବନ୍ଧୁ”ସୌ ସପନେର୍ ଆର୍ଥ ହୋୟ୍ଠେ ଗିଦିନୀୟେର୍ ସୈନିକ୍ ମିଦିନୀୟ ସୈନିକ୍ହେନ୍କେ ଖେଦେକ୍!“ଗିଦିନୀୟ ଯେତେବା ସେଟା ଶୁଣ୍ଲେକ୍ ଅଉ ଇଶରେର୍ ଗିତ୍ଗାନ୍ କେର୍ଲେକ୍।
ସୌତେବା ଗିଦିୟୋନ୍ ଉହାର୍ ସେନୀକ୍ହେନ୍ ପାଶ୍କେ ଘୂର୍ଲେକ୍ ପର୍ତେକ୍ନୋକ୍ହେନ୍କେ ଗୋଟାକ୍ ତୂରୀ, ଗୋଟାକ୍ ମାଟି କୋଳ୍ସୀ ଆର୍ ଗୋଟାକ୍ ଆଁଗୁନ୍ମୁଣ୍ଡା ଦିଲେକ୍।ମିଦିୟୋନୀୟ ସୈନିକ୍ହେନ୍ ଯେଠେଁ ଶୁଥାହ୍ଲିଁନ୍ ଉର୍ହା ସୌ ଛାଉଣିକେ ଚାରିଆଡ଼େ ଘେରିଁ ଦିହ୍ଲିନ୍।ଗିଦିୟୋନେ ୩୦୦ ସୈନିକ୍ ଯୌମାଟିକଳ୍ସୀଗା ଉର୍ହାକାର୍ ଆଁଗୁନ୍ ମୁଣ୍ଡାଗା ରାଖ୍ଲିଁନ୍ ଯେନ୍ ମିଦିନୀୟୋହେନ୍ ସୌ ଆଁଗୁନ୍ମୁଣ୍ଡାର୍ ଆଲୋକେ ଦେଖିଁ ପାର୍ଭିନ୍ ନାଇଁ।
ତାପରେ,ଗିଦିୟୋନ୍କେ ସବୁ ସେନିକ୍ହେନ୍ ଏକ୍ସମୟେ ଉର୍ହାକାର୍ ମାଟିକଳ୍ସୀକେ ଭାଙ୍ଗ୍ହ୍ଲିନ୍, ଯେଟାର୍ ଦିଁ କଲ୍ସୀୟେ ସବୁ ଆଁଗୁନେର୍ ସବୁ ଆଁଗୁନ୍ ତାଇଁ କରିଁ ଦେଖାଦିଲେକ୍।ଉର୍ହା ଧର୍ଥାବା ତୂରୀଗା ବାଜାଇଁ ଜୁରେ କୈହ୍ଲିଁନ୍ “ସଦାପର୍ଭୁ ଆର୍ ଗିଦିୟୋନେର୍ ତୋରେ ଗୋଟା ଖଣ୍ଡା!”
ଇଶର୍ ମିଦିୟୋନକେ ଆନ୍ଧାୟ୍ ପେକାହ୍ଲିଁନ୍,ଯେଟାର୍ ଦିଁ ଉର୍ହା ନିଯେନିୟେକେ ଆଘାତ୍ କରିଁ ନିଯେନେଯେ ମରାହ୍ଲିଁନ୍।ସାଙ୍ଘେ ସାଙ୍ଘ୍ କିଛୁକ୍ଅଂଶ ଇସ୍ରାଏଲୀହେନ୍କେ ଉର୍ହାକେ ଘର୍କେ ଡାକାଇଁ ମିଦିୟୋନୀୟହେନ୍କାର୍ ମୈଧନୁ ଉର୍ହାକେ ମରାହ୍ଲିଁନ୍ ଆର୍ କିଛୁକ୍ ଢେର୍କେ ଇସ୍ରାଏଲ୍ ଦେଶେର୍ ବାହୀର୍କେ ଘୁରାଇଁ ନିହ୍ଲିଁନ୍ ସୌନିନ୍ ୧,୨୦,୦୦୦ମିଦିୟୋନୀୟ ମର୍ହ୍ଲିନ୍।ଇଶର୍ ଇସ୍ରାଏଲୀୟହେନ୍କେ ରକ୍ଷା କର୍ଲେକ୍।
ନୋକ୍ହେନ୍ ଗିଦିୟୋନ୍କେ ଉର୍ହାକାର୍ ରାଜା କର୍ବାକେ ଚାଇଁହ୍ଲିଁନ୍।ନୋକ୍ହେନ୍ ସୌରକନ୍ କର୍ବାକେ ଗିଦିୟୋନ୍ ହୁକୁମ୍ ଦିଲେକ୍ ନାଇଁ,ହୋଲେ ମିଦିୟୋନହେନ୍କାର୍ଠେଁନୁ ଉର୍ହା ଯୌସବୁ ସନାଟାକାଗାକେ ନିଥାହ୍ଲିନ୍,ସୌଗାକେ ମାଗ୍ହ୍ଲିଁନ୍।ନୋକ୍ହେନ୍ ଗିଦିୟୋନ୍କେ ଢ଼େର୍ ସନା ଦିହ୍ଲିଁନ୍।
ତାପରେ ବଡ଼ଯାଜକ୍ ପର୍ଥାବା ପଷାକ୍ ରକନ୍ ପର୍ହୀଁ ଏକ୍ଟା ବିଶେଷ୍ ଧାରଣ୍ କାପଢ୍ ଗିଦିୟୋନ୍ ସୌ ସନା ପଇସା ବେବାର୍ କରିଁ ତେଆର୍ କର୍ଲେକ୍।ହୋଲେ ଏଟା ଗୋଟା ଠାକୁର୍ ଭାବେ ନୋକ୍ହେନ୍ ପୁଜାକର୍ବାକେ ନାଗ୍ହ୍ଲିଁନ୍।ଉର୍ହାକେ। ହୋଲେ ଇଶର ଆର୍ଏକ୍ବାର୍ ଦଣ୍ଡଦିହ୍ଲିଁନ୍ କାରଣ୍ ଇସ୍ରାଏଲ୍ ଠାକୁର୍ ପୂଜା କର୍ତେଥାହ୍ଲିଁନ୍। ଉର୍ହାକାର୍ ସବୁ ପରିବାର୍ ତୋରେ ଇଶର୍ ଉର୍ହାକେ ହୁକୁମ୍ ଦିହ୍ଲିଁନ୍।ଉର୍ହା ସବାର୍ଶେଷେ ଆର୍ବାରେକ୍ ଇଶରେର୍ ସାଇଜ୍ ତୋରେ ପାର୍ଥାନା କେର୍ଲେକ୍ ଆର୍ ଇଶର୍ ଉର୍ହାକାର୍ ତୋରେ ଆର୍ ଏକ୍ନୋକ୍ ରକ୍ଷାକରାକେ ପାଠାକେଲ୍।
ସୌ ପର୍କ୍ଷା ଆନେକ୍ ଥର୍ ଦହରା ହୋଲେକ୍: ଇସ୍ରାଏଲ୍ହେନ୍ ପାପ୍ କର୍ହିଁନ୍ ଇଶର୍ ଉର୍ହାକେ ଦଣ୍ଡ ଦିତେଥାହ୍ଲିଁନ୍,ତାପରେ ଉର୍ହା ଚିନ୍ତା କର୍ତେ ଥାହ୍ଲିଁନ୍ ଆର୍ ଉର୍ହାକାର୍ ପରିବାର୍ ତୋରେ ଇଶର୍ ଏକନୋକ୍ ରକ୍ଷାକରାକେ ପାଠାଲେକ୍ ଆନେକ୍ ବଛର୍ ଧରିଁ ଇଶର୍ ଢ଼େର୍ ରକ୍ଷାକାରୀହେନ୍କେ ପାଠାଲେକ୍,ଯୌ ନୋକ୍ହେନ୍ ଇସ୍ରାଏଲୀୟହେନ୍କେ ସବୁନୋକ୍କେ ଶତ୍ରୁହେନ୍କାଠେଁନୁ ଉଧାର୍କର୍ଥାଲେକ୍।
ଶେଷେ,ସବୁ ଦେଶେର୍ ଯେନ୍ ରାଜା ଥାହ୍ଲିଁନ୍ ଠକ୍ ସୌରକନ୍ ରାଜା ବାଞ୍ଚ୍ବାର୍ ତୋରେ ନୋକ୍ହେ ଇଶରେର୍ଠେଁ ପାର୍ଥନା କର୍ହଲିଁନ୍। ଉର୍ହା ସେରକନ୍ ଏକ୍ନୋକ୍ ରାଜାକେ ଇଚ୍ଛା କର୍ହ୍ଲିଁନ୍ ଯେ ବଡ଼, ବଳ୍ବାନ୍ ଆର୍ ଯେ ଉର୍ହାର୍ ବନ୍ଧୁର୍ ତୋରେ ବାଟ୍ ଏଡ଼ାଇଁ ନିହ୍ଲିଁନ୍।ଇଶର୍ ନେହର୍କେ ପସନ୍ଧ୍ କର୍ଲେକ୍ ନାଇଁ,ହୋଲେ ଉର୍ହା ଯେନ୍ ଇଚ୍ଛା କର୍ତେଥାହ୍ଲିଁନ୍ ସୌରକନ୍ ଭାବେ ଗୋଟାକ୍ ରାଜା ଦିଲେକ୍।
ବାଇବଲେର୍ ଗୋଟାକ୍ କାହାଣୀ:ବିଚାର୍କରା ୧-୩;୬-୮
Free to use, adapt, and share under an open license (CC BY-SA 4.0).