23. ୨୩. ଯୀଶୁର୍ ଜନମ୍
ଯୋଶେଫ ନାମେର୍ ଏକନୋକ୍ ଧାର୍ମିକ୍ ନୋଖେର୍ ସଙ୍ଘେ ମରୀୟମେର୍ ପିନ୍ଧାଣୀ ହୋତାଲେକ୍।ମରୀୟମ୍ ପୋଆତୀ ଆଛେ କହିଁ ଅଉ ଯେତେବା ଜାଣ୍ଲେକ୍,ଅଉ ଜାଣ୍ଥାଲେ ଏ ଛାଆ ଆହ୍ମାଟ୍ ନାଇଁ ଅଉ ମରିୟମକେ ଅପମାନ୍ କର୍ବାକେ ଇଛା କର୍ଲେକ୍ ନାଇଁ,ହୋଲେ ଅଉ ନୁକାଣେ ଉହାକେ ଛଡ୍ ପତୋର୍ ଦିବାର୍ ତୋରେ ମୋନେ କର୍ଲେକ୍।ଅଉ ସେଟା କୈବା ଆଗୁ ଗୋଟାକ୍ ଦୂତ୍ ଉହାର୍ ପାଶେ ଆସିଁ ଦେଖା ଦିଁ ଉହାକେ କୈଲେକ୍।
ଦୂତ୍ କୈଲେକ୍”ଯାଶେଫ୍ ତୋର୍ ବୈ ମରୀୟମକେ ନିବାର୍ ଡରାହା ନାଇଁ।ଉହାର୍ ଗର୍ଭେ ଥାବାର୍ ଛାଆ ପବିତ୍ ଆତ୍ମାଠେଁ ନୁ ହୋଛେ।ଅଉ ଗୋଟାକ୍ ବେଟାକେ ଜନମ୍ ଦିବେକ୍।ଉହାର୍ ନାମ୍ ଯୀଶୁ ଦେହେ।ସେଟାର୍ ଆର୍ଥ”ସଦା ପର୍ଭୁ ରକ୍ଷା କରନ୍”,କାରଣ୍ ଅଉ ନୋକ୍ହେନ୍କେ ଉର୍ହାକାର୍ ପାପ୍ନୁ ରକ୍ଷା କରେ।”
ତେଣୁ ଯୋଶେଫ ମରୀୟମ୍କେ ବେହାହୋଲେକ୍ ଆର୍ ଉହାକେ ମାୟା ଭବେ ଗର୍ହଣ୍ କରିଁ ନିଜେର୍ ଘର୍କେ ନିଲେକ୍ ହୋଲେ ଅଉ ବେଟା ଜନମ୍ ନାଇଁ କର୍ବା ତୋଢ଼ିକ୍ ଉହାର୍ ସଙ୍ଘେ ଉଠାବସା କର୍ଲେକ୍ ନାଇଁ।
ଯେତେବା ମରୀୟମେର୍ ଜନ୍ମାବାର୍ ସମୟ୍ ହୋଲେକ୍, ରୋମୀୟ ସର୍କାର୍ ସବୁନୋଖେର୍ ନିଯେର୍ ନିଯେର୍ ବାୟେର୍ ଜାକାକେ ଯାଇଁ ନୋକ୍ଗଣ୍ ନାଇଁ ପଞ୍ଚ୍ବାକେ କୈଲେକ୍।ଯୋଶଫେ ଆର୍ ମରୀୟମ୍ ରୈଥାବା ନାଜରୀତ୍ନୁ ଧୁର୍ ଯାଇଁ କରିଁ ବେଥଲିମିକେ ଯାବାକେ ହୋଲେକ୍ କାରଣ୍ ଉର୍ହାକାର୍ ସତାନ୍ପିଢ଼ି ଦାଉଦେର୍ ନିଜରେ ବେଥଲିହିମ୍ ଗେଥାଲେକ୍।
ଉର୍ହା ଯେତେବା ବେଥଲିହିମ ପହୁଞ୍ଚ୍ହ୍ଲିନ୍,ଉର୍ହାକେ ରୈବାର୍ ତୋର ଜାଗା ଥାଲେକ୍ ନାଇଁ।ପଶୁଗା ରୈବାର୍ ଘରେ ହିଁ ଉର୍ହା ଖାଲି ଜାଗା ପାହ୍ଲିଁନ୍। ଛାଆଟା ସେଠେଁ ଜନମ୍ ହୋଥାଲେକ୍ ଆର୍ ଉହାର୍ ମାୟ୍ ଉହାକେ ଖ ଆବାର୍ କୁଣ୍ଡେ ଶୁଆହ୍ଲିଁନ୍,ଯେହେତୁ ଉହାକେ ଶୁଆବାର୍ ତୋରେ ଉର୍ହାକାର୍ ବୀଞ୍ଚଣା ଥାଲେକ୍ ନାଇଁ।ଉର୍ହା ଉହକା ଯୀଶୁ ନାମ୍ ଦିହ୍ଲିନ୍।
ସୌ ରାତିୟେ ଗୋଟାକ୍ ବିଲେ କିଛୁକ୍ ମେଣ୍ଡା ବାଗାଳିଁ ଉର୍ହାକାର୍ ହୋଟ୍କେ ଜାଗ୍ତେ ଥାହ୍ଲିଁନ୍।ହଠାତ୍,ଗୋଟାକ୍ ଆଲୋ କରିଁ ଦୂତ୍ ଉର୍ହାକାର୍ ପାଶେ ପହଞ୍ଚ୍ଲେକ୍,ଆର୍ ଉର୍ହା ଡରାଇଁ ଗେହ୍ଲିଁନ୍।ଦୂତ୍ କୈଲେକ୍”ଡରାହା ନାଇଁ କାରଣ୍ ତୁର୍ହାକାର୍ ତୋରେ ଆହ୍ମାର୍ ପାଶେ ଏକ୍ଟା ଭାଲା ଖବର୍ ଆଛେ।ପର୍ଭୁ ଖ୍ରୀଷ୍ଟ ବେଥଲିହିମେ ଜନ୍ମ ହୋଛେ!”
“ସୌ ଛାର୍ ସନ୍ଧାନ୍ କର,ଆର୍ ତୁର୍ହା ଉହାକେ ଗହାଳ୍ କୁଣ୍ଡେ କାପଢେ ଗୁଡିୟାଣ୍ ଆର୍ ଶୁଥାବା ଦେଖ୍ଭୋ।“ହଠାତ୍ ଆକାଶ୍ ଦୂତ୍ହେନ୍ କାର୍ ଦିଁ ପୂରଣ୍ ହୋଇଁଗେଲା ଆର୍ ଗୀତ୍ଗାଣ୍ କର୍ହ୍ଲିଁନ୍ ଆର୍ କୈହ୍ଲିନ୍,”ବେଶୀ ନୋଖେ ଇଶରେର୍ ମହୀମା ଆର୍ ପିର୍ଥିମେ ଉହାର୍ ପୁରୁସ୍କାର୍ ମାଣଷ୍ହେନ୍କାର୍ ତୋରେ ଶୁସ୍ତି!”
ମେଣ୍ଡା ବାଗାଳିହେନ୍ ବହୁତ୍ ଶିଗ୍ର ଯୀଶଯେଠେଁ ଥାଲେକ୍ ସେଠେଁ ପଞ୍ଚ୍ହ୍ଲିଁନ୍ ଆର୍ ଉର୍ହା ଉହାକେ ଦୂତ୍ କୈଥାବା ଅଂଶାରେ ଗୋହାଳ୍ କୁଣ୍ଡେ ଶୁଥାବା ଦେଖ୍ହ୍ଲିଁନ୍।ଉର୍ହା ବହୁତ୍ ଖୁସି ହୋଥାହ୍ଲିଁନ୍।ମେଣ୍ଡାବାଗାଳିହେନ୍ ବିଲେ ପହଞ୍ଚ ହ୍ଲିଁନ୍ ସେଠେଁ ଉର୍ହାକାର୍ ମେଣ୍ଡା ଗୋଟ୍ ଥାଲେକ୍ ଆର୍ ଉର୍ହା ଯାହା ସବୁ ଶୁଣ୍ଥାହ୍ଲିଁନ୍ ଆର୍ ଦେଖ୍ ଥାହ୍ଲିଁନ୍ ସୌକର୍ତେ ଇଶରେର୍ ପର୍ଶଂସା କର୍ତେ ଥାହ୍ଲିଁନ୍।
କିଛୁକ୍ ସମୟେ ପରେ,ପରୁବ୍ ଦିଗ୍ ନୁ ଆସ୍ଥାବା ପଣ୍ଡିତ୍ହେନ୍ ଆକାଶେ ଗୋଟା ଆଗ୍ଲା ତାରା ଦେଖିଁ ଉର୍ହା ମୋନ୍ ଭିତର୍କେ ନିହ୍ଲିଁନ୍ ଯେ ଯିହୁଦୀହେନ୍କାର୍ ନୋଆ ରାଜା ଜନମ୍ ହୋବାର୍ ବିଷୟେ ଏଟାବୁଝାତେ ଥାଲେକ୍ ତେଣୁ ଉର୍ହା ସୌ ରାଇଜ୍କେ ଦେଖ୍ବାର୍ ତୋରେ ଧୂର୍ ଜାଗାନୁ ଚୋଲିଁ ଆସ୍ହ୍ଲିଁନ୍।ଉର୍ହା ବେଥଲିହିମକେ ଆସ୍ଥାହ୍ଲିଁନ୍ ଆର୍ ଯୀଶୁ ଆର୍ ଉହାର୍ ମାୟ୍ ବାୟ୍ ସୌ ଘରେ ଥାହ୍ଳିଁନ୍ ସୌଘର୍କେ ପାହ୍ଲିନ୍।
ପଣ୍ଡିତ୍ହେନ୍ ଯେତେବା ଯୀଶୁକେ ଉହାର୍ ମାୟେର୍ ସଙ୍ଘେ ଦେଖ୍ହ୍ଲିଁନ୍,ଉର୍ହା ମାଟିୟେ ଆଁଠୁଆଇଁ ଉହାକେ ଜହାର୍ କର୍ହ୍ଲିଁନ୍।ଆର୍ ଯୀଶୁ ବହୁତ୍ଦାମୀ ବେବାର୍ ଦିହ୍ଲିଁନ୍।ତାପରେ ନିଯେର୍ ଘର୍କେ ଘୂରିଁ ଗେହ୍ଲିଁନ୍।
ବାଇବଲେର୍ ଏକ୍ଟା କାହାଣୀ: ମାଥିଉ:୧;ଲୂକ ୨
Free to use, adapt, and share under an open license (CC BY-SA 4.0).