24. ୨୪. ଯୋହନ୍‌ ଯୀଶୁକେ ଡୁବନ୍‌ ଦିଲେକ୍‌

24. ୨୪. ଯୋହନ୍‌ ଯୀଶୁକେ ଡୁବନ୍‌ ଦିଲେକ୍‌ — illustration 1

ଯିଖରୀୟ ଆର୍‌ ଇଲିଶାବେଥର୍‌ ବେଟା ଯୋହନ୍‌ ବଡ଼ ହୋଇଁ ଏକ୍‌ନୋକ୍‌ ଭାବ୍‌ବାଦୀ ହୋଲେକ୍‌। ସୌ ଧାରେ ବସୁବାସ୍‌ କର୍ଲେକ୍‌,ବଣେର୍‌ ହମୁ ଆର୍ ବଡ଼ାମ୍‌ ଖାତେ ଥାହ୍ଲିଁନ୍‌ ଆର୍‌ ଉଟ୍‌ ଛାଲେର୍‌ ପୋଷାକ୍‌ ପର୍ଥାଲେକ୍‌।

24. ୨୪. ଯୋହନ୍‌ ଯୀଶୁକେ ଡୁବନ୍‌ ଦିଲେକ୍‌ — illustration 2

ଢ଼େର୍‌ ନୋକ୍‌ ଯୋହନ୍‌ନେର୍‌ କଥା ଶୁଣ୍‌ଭାର୍‌ ତୋରେ ମୋର୍‌ଭୂମୀ ଧାରେ ଅଉ ଉର୍ହାକେ ପର୍ଚାର୍‌ କରିଁ କୈଲେକ୍‌”ମୋନ୍‌ ପରିବର୍ତ୍ତନ୍‌ କର, କାରନ୍‌ ଇଶରେର୍‌ ରାଇଜ୍‌ ପହଞ୍ଚି ଗେଲା!”

24. ୨୪. ଯୋହନ୍‌ ଯୀଶୁକେ ଡୁବନ୍‌ ଦିଲେକ୍‌ — illustration 3

ନୋକ୍‌ହେନ୍‌ ଯେତେବା ଯୋହନେର୍‌ ଭାଷାଣ୍‌ ଶୁଣ୍‌ହ୍ଲିନ୍‌, ଉର୍ହାକାର୍‌ ମୈଧେ ଢେର୍‌ ଉର୍ହାକାର୍ ପାପ୍‌ନୁ ପରିବର୍ତ୍ତନ୍‌ ହ୍ଲିଁନ୍‌,ଆର୍‌ ଯୋହନ୍‌ ଉର୍ହାକେ ଡ଼ୁବନ୍‌ ଦିଲେକ୍‌।ଢେର୍‌ ଆସ୍ଲିଁନ୍‌ ହୋଲେ ଉର୍ହା ମୋନ୍‌ ପରିବର୍ତ୍ତନ୍‌ କର୍ଥାହ୍ଲିଁନ୍‌ ନାଇଁ କି ଉର୍ହାକାର୍‌ ପାପ୍‌ ହଁଶିକାର୍‌ କର୍ଥାହ୍ଲିଁନ୍‌ ନାଇଁ।

24. ୨୪. ଯୋହନ୍‌ ଯୀଶୁକେ ଡୁବନ୍‌ ଦିଲେକ୍‌ — illustration 4

ଯୋହନ୍‌ ସୌ ନେତାହେକେ କୈଲେକ୍‌”ହେ କାଳ୍‌ ସାପେର୍‌ ବଂଶ!ଭାବ୍‌ନା କର ଆର୍‌ ତୁର୍ହାକାର୍‌ ବେଭାର୍‌ ପରିବର୍ତ୍ତନ୍‌ କର।ଯେ କୋହ୍ଣ ଗାଛ୍‌ ଭାଲ୍‌ ଫଳ୍‌ ନାଇଁ ଫଳେ ସଟା କାଟିଁ ଦିଆ ଯାବେକ୍‌ ଆର୍‌ ଆଁଗୁନେଫିଙ୍କିଦିଆଯାବେକ୍‌।”ଭାବ୍‌ବାଦୀହେନ୍‌ ଯେଟା ଯେଟା ଉହାର୍‌ ବିଷୟେ କୈଥାହ୍ଲିଁନ୍‌ ଯୋହନ୍‌ ସେଟା ସଫଳ୍‌ କର୍ଲେକ୍‌ “ଦେଖ ଆହ୍ମିଁ ତୋର୍‌ ଆଗୁୟେ ଆହ୍ମାର୍‌ ବାହାନ୍‌କେ ଜହାର୍‌ କରିଠି ଯେ ତୁର୍ହାକାର୍ ବାଟ୍‌ ସଜ୍‌ କର।”

24. ୨୪. ଯୋହନ୍‌ ଯୀଶୁକେ ଡୁବନ୍‌ ଦିଲେକ୍‌ — illustration 5

କିଛୁକ୍‌ ଯିହୂଦୀହେନ୍‌ ଯୋହନକେ ଅଉ ଖ୍ରୀଷ୍ଟ କି କହିଁ ପଚାର୍‌ଲେକ୍‌।ଯୋହନ ଉତ୍ତର୍‌ ଦିଲେକ୍‌”ଆହ୍ମିଁ ଖ୍ରୀଷ୍ଟ ନାଇଁ,ହୋଲେ ଆହ୍ମାର୍‌ ପିଛୁ ଏକ୍‌ନୋକ୍ ଆସେଠେ।ଅଉ ଆତୋ ବଡ଼ ଯେ ଉହାର୍ ଗୋଡ଼େର୍‌ ବନ୍ଧନ୍‌ ଖୁଲାବାର୍‌ ଆହ୍ମାର୍‌ ଖେମ୍ତା ନାଇଁ।”

24. ୨୪. ଯୋହନ୍‌ ଯୀଶୁକେ ଡୁବନ୍‌ ଦିଲେକ୍‌ — illustration 6

ତାର୍‌ଦିନ୍ ଯୋହନେର ଦିଁ ଡୁବନ୍‌ ହୋବାର୍ ତୋରେ ଯୀଶୁ ଆସ୍ଲେକ୍‌।ଯୋହନ୍‌ ଯେତେବା ଉହାକେ ଦେଖ୍‌ଲେକ୍‌, ଅଉ କୈଲେକ୍‌”ହେଇ ଦେଖ!ଇଶରେର୍‌ ମେଣ୍ଡାରାଖାଳି ଯେ ଜଗତେର୍‌ ପାପ୍‌ ଭାର୍‌ ବୋହିଁ ନୀଁ ଯାୟ।”

24. ୨୪. ଯୋହନ୍‌ ଯୀଶୁକେ ଡୁବନ୍‌ ଦିଲେକ୍‌ — illustration 7

ଯୋହନ ଯୀଶୁକେ କୈଲେକ୍‌”ତୁର୍ହାକେ ଡୁବନ୍‌ ଦିବାର୍‌ ତୋରେ।” ଆହ୍ମି ଖେମ୍ତା ନାଇଁ।ବରଂମ୍‌ ତୁଇଁ ଆହ୍ମାକେ ଡୁବନ୍‌ ଦିବାର୍‌ ତୋରେ ଠିକ୍‌।” ହୋଲେ ଯୀଶୁ କୈଲେକ୍‌”ତୁର୍ହା ଆହ୍ମାର୍‌ ଡୁବନ୍‌ ଦିବାର୍‌ ଦର୍କାର୍‌,କାରଣ୍‌ ସୌ ପର୍କାରେ ସବୁ ଧାର୍ମିକୀୟା ପୂରା ହୋବେକ୍‌ ତେଣୁ ଯୋହନ୍‌ ଉର୍ହାକେ ଡୁବନ୍‌ ଦିଲେକ୍‌,ଯଦିହୋ ଯୀଶୁ କୋଭୁ ପାପ୍‌ କର୍ଥାଲେକ୍‌ ନାଇଁ।

24. ୨୪. ଯୋହନ୍‌ ଯୀଶୁକେ ଡୁବନ୍‌ ଦିଲେକ୍‌ — illustration 8

ଡୁବନ୍‌ ହୋଲା ପରେ ଯୌତେବା ଯୀଶୁ ପାଣୀନୁ ଉଠିଁ ଆସ୍‌ଲେକ୍‌,ଇଶରେର୍ ଆତ୍ମା ଏକ୍‌ଟା କପ୍ତୀ ଛହ୍ଲିଣେ ଦେଖା ଦିଥାଲେକ୍‌ ଆର୍‌ ସେଟା ତୋଳ୍‌କେ ଆସିଁ ଉହାର୍ ଉପ୍ରେ ଅବ୍ରଣ୍‌ କର୍ଲେକ୍‌।ସୌ ସମୟେ ଇଶରରେର୍‌ ଶାଡା ଶୁଣାଗେଲେକ୍‌ ଆର୍ କୈଲେକ୍‌,”ତୁଇଁ ଆହ୍ମାର୍‌ ଯେଷ୍ଟ ବେଟା ଯାହାର୍‌ଠେଁ ଆହ୍ମାର୍‌ ପର୍ଥୁମ୍‌ ବେଟା।”

24. ୨୪. ଯୋହନ୍‌ ଯୀଶୁକେ ଡୁବନ୍‌ ଦିଲେକ୍‌ — illustration 9

ଇଶର୍‌ ଯୋହନକେ କୈଲେକ୍‌ “ତୁର୍ହା ଯାକେ ଡୁବନ୍‌ ଦିଭୋ ଉହାର୍‌ ଉପ୍ରେ ପବିତର୍‌ ଆତ୍ମା ଆବ୍ରଣ୍ ହୋବେକ୍ ଆର୍‌ ରହେକ୍‌।ସୌନୋକ୍‌ ଇଶରେର୍‌ ବେଟା ହୋୟଠେ ଖାଲି ଗୋଟାକ୍‌ ମାତ୍ର ଇଶରେର୍‌ ହୋୟଠେ।ହୋଲେ ଯୋହନ ଯେତେବା ଯୀଉକେ ଡୁବନ୍‌ ଦିଲେକ୍‌,ଅଉ ବାୟ୍‌ କଥା ହୋବାର୍ ଶୁଣ୍‌ହ୍ଲିଁନ୍‌,ଇଶରେର୍‌ ବେଟା ଯୀଶୁକେ ଦେଖ୍‌ହ୍ଲିଁନ୍‌,ଆର୍‌ ପବିତର୍‌ ଆତ୍ମାକେ ଦେଖ୍‌ହ୍ଲିଁନ୍‌।

ବାଇବଲେର୍‌ ଏଟ୍କା କାହାଣୀ:ମାଥିଉ ୧:୯-୧୧;ଲୂକ ୩:୧-୨୩

Read in the reader

Free to use, adapt, and share under an open license (CC BY-SA 4.0).