30. ୩୦. ଯୀଶୁ ପାଞ୍ଚ୍ ହାଜାର୍ ନୋକ୍କେ ଖୋଆୟ୍
ଢେର୍ ଅଗ୍ଲା ଅଗ୍ଲା ଗାଁଗାୟ୍ ପର୍ଚାର୍ କର୍ବାକେ ଆର୍ ଶିଖାଣ୍ ଦିବାକେ ଉହାର୍ ଚେଲାହେନ୍କେ ପାଠାଲେକ୍।ଯୀଶୁ ଯେଠେଁ ଥାଲେକ୍ ସେଠେଁକେ ଉର୍ହା ଯେତେବା ଗେହ୍ଲିଁନ୍, କି କି ଘଟ୍ଲେକ୍ ସେଟା ଉର୍ହା ଉହାକେ କୈହ୍ଲିଁନ୍।ତାପରେ ଗାଙ୍ଗେର୍ ସେପାରେ ଥାବାର୍ କୋହ୍ଣ ନୋକ୍ ନିଛାଟିୟା ଜାଗାକେ ଯାବାର୍ ତୋରେ ଉର୍ହାକେ ଖବର୍ କର୍ଲେକ୍।ତେଣୁ ଉର୍ହା ଗୋଟାକ୍ ଡଙ୍ଗାୟ୍ ବସ୍ହ୍ଲିଁନ୍ ଆର୍ ଗାଙ୍ଗ୍ ଆର୍ପାର୍କେ ଗେହ୍ଲିଁନ୍।
ହୋଲ ସୌ ଜାଗାୟ୍ ଢେର୍ ନୋକ୍ଥାବା ସାକାଶେ ଯୀଶୁ ଆର୍ ଉହର୍ ଚେଲାହେନ୍ ଡଙ୍ଗାକେ ଛାଡିଁ କୈହ୍ଲିଁନ୍।ଆର୍ ସୌ ନୋକ୍ହେନ୍ ଉର୍ହାକାର୍ ପାଶ୍କେ ଯାବାର୍ ତୋରେ ଉର୍ହାକାର୍ ଆଗୁ ଗାଙ୍ଗ୍ଧାର୍କେ ଦୌଡ଼ିଁ ଗେହ୍ଲିଁନ୍।ତେଣୁ ଯୀଶୁ ଆର୍ ଉହାର୍ ଚେଲାହେନ୍ ଯୌତେବା ପହଞ୍ଚହ୍ଲିଁନ୍। ବହୁତ୍ ବେଶି ନୋକ୍ ଭିଢ଼୍ ଗାଙ୍ଗେର୍ ସେପାସେ ବାଟ୍ ଚାହିଁ ଥାହ୍ଲିଁନ୍।
ଉର୍ହା ପ୍ରାୟ୍ ୫୦୦୦ ମରଦ୍ ଥାହ୍ଲିଁନ୍,ମାୟାହେନ୍କେ ଆର୍ ଛାଆହେନ୍କେ ଗୋଣା ଯାଥାଲେକ୍ ନାଇଁ।ଯୀଶୁ ସୌ ନୋକ୍ହେନ୍କାର୍ ତୋରେ ବହୁତ୍ ଦୟାୟ୍ ବିକଳ୍ ହୋଥାଲେ।ଯୀଶୁର୍ ତୋରେ ସୌ ନୋନ୍ହେନ୍ ମେଣ୍ଡାଗାର୍ ରାଖାଳି ରକନ୍ ଥାଲେକ୍।ତେଣୁ ଅଉ ଉର୍ହାକେ ଶିକ୍ଷା ଦିଲେକ୍ ଆର୍ ଉର୍ହାକାର୍,ମୈଧେନୁ ଯୌ ନୋକ୍ହେନ୍ ଅସ୍ବିଧାୟ୍ ଥାହ୍ଲିଁନ୍ ଉର୍ହାକେ ଭାଲ୍ ପାଲେକ୍।
ଦିନେର୍ ଶେଷେ, ଚେଲାହେନ୍ ଯୀଶୁକେ କୈହ୍ଲିଁନ୍”ସମୟ୍ ଢେର୍ ଆଧିକ୍ ହୋଇଁ ଗେଲାକ୍ ନିଁ ଆର୍ ପାଶେ କୋହ୍ଣ ବାଜାର୍ ନାଇଁ ନିଁ ନୋକ୍ହେନ୍ କେ ପାଠାଇଁ ଦେହେ ଯେନ୍ ଯାଇଁ ଉର୍ହା କିଛୁ ଖାଇଁ ପାର୍ଭିଁନ୍।”
ହୋଲେ ଯୀଶୁ ଚେଲାହେନ୍କେ କୈଲେକ୍”ତୁର୍ହା ଉର୍ହାକେ କିଛୁକ୍ ଖାବାକେ ଦେହେ!” ଉର୍ହା ଉତ୍ତର୍ ଦିହ୍ଲିଁନ୍”ଆମ୍ରା ସେଟା କେନ୍ କରିଁ ବାର୍ବୋ? ଆମ୍ରାକାର୍ ପାଶେ ଖାଲି ପାଞ୍ଚ୍ଟା ରୁଟି ଆର୍ ଦୁଟା ମାଛ୍ ଆଛେ।”
ଯୀଶୁ ଉହାର୍ ଚେଲାହେନ୍କେ କୈଲେକ୍ ନୋକ୍ହେନ୍କେ କୋହ ଘାଁସ୍ ଉପ୍ରେ ପଚାଶ୍ ପଚାଶ୍ କରିଁ ଦୋଳ୍ ହୋଇଁ ବସ୍ଭିଁନ୍।
ତାପରେ ଯୀଶୁ ସୌ ପାଞ୍ଚ୍ଟା ରୁଟି ଆର୍ ଦୁଟା ମାଛ୍କେ ନିଁ ସରଗ୍ ଆଢେ ନଯ୍ରାଲେକ୍ ଆର୍ ସୌ ଅହାର୍ ପାଇଁ ଇଶରେର୍ଠେଁ ଧୈନବାଦ୍ ଦିଲେକ୍।
ତାପରେ ଯୀଶୁ ରୁଟି ଆର୍ ସୌ ମାଛ୍ଗାକେ ଖାଣ୍ଡା କରିଁ ଭାଙ୍ଗ୍ଲେକ୍।ଆର୍ ସୌ ଖାଣ୍ଡାଗାକେ ନୋକ୍ହେନ୍କେ ଦିବାର୍ ତୋରେ ଉହାର୍ ଚେଲାହେନ୍କେ ଦିଲେକ୍।ଚେଲାହେନ୍ ସୌ ଆହାର୍କେ ବାଡ଼୍ହ୍ଲିଁନ୍।ଆର୍ ସେଗା ସର୍ଲେକ୍ ନାଇଁ।ସବୁ ନୋକ୍ ଖାଇଁ କରିଁ ମୋନ୍ସାନ୍ତ ହ୍ଲିଁନ୍।
ତାପରେର ଚେଲାହେନ୍ ନୋକ୍ହେନ୍ କାର୍ ଖୋଆନୁ ଅଧିକା ହୋଥାବା ଖାଣ୍ଡାକେ ଏକ୍ଠେଁ କର୍ହ୍ଲିଁନ୍।ଆର୍ ବାର ଟଙ୍କି କୁଢାହ୍ଲିଁନ୍।ସବୁ ଆହାର୍ ପାଞ୍ଚ୍ଟା ରୁଟି ଆର୍ ଦୁଟା ମାଛ୍ନୁ ଆସ୍ଲେକ୍।
ବାବଲେର୍ ଏକ୍ଟା କାହାଣୀ:ମାଥିଉ ୧୪:୧୩-୨୧; ମାର୍କ ୬:୩୧-୪୪;ଲୂକ ୯:୧୦-୧୭ ଯୋହନ ୬:୫-୧୫
Free to use, adapt, and share under an open license (CC BY-SA 4.0).