44. ୪୪. ପିତର୍ ଆର୍ ଯହନ୍ ମିଟାଂ କୟେ ହଳ୍କିନ୍ ବୁଗି କେଦେୟା
ମିଃଦ୍ ଦିନ୍ ପିତର୍ ଆର୍ ଯହନ୍ ମୁନ୍ଦିର୍ କିନ୍ ଚାଲାଃକାନ୍ ତାହେଁଦଃ । ମିଃଟାଂ ଛଟା ହଳ୍ ଦୁଆର୍ ସୁର୍ରେ ଦୁଳୁବ୍ଃ କାତେ ପୁଇସାୟେ କକୟେ କାନ୍ ତାହେଁଦଃ ।
ପିତର୍ ଉନି ଛଟା ହଳ୍ସେନ୍ କୟଃକାତେ ମେତାଃଦେୟାୟେ “ଆମ୍ ଗେ ଏମ୍ ବାଖ୍ରାତେ ଇଞ୍ଠେନ୍ ଚେଦ୍ହଁ ବାନୁଃଆନାଂ’ । ମେନ୍ଖାନ୍ ଇଞ୍ଠେନ୍ ଯାହା ମେନାଃ ଇଞ୍ ଆମ୍କେଞ୍ଜ ଏମାମ୍ କାନା । ଯୀଶୁଆ ଞୁତୁମ୍ ତେ ବେରେଦ୍ଃମେ ଆର୍ ତାଳାମ୍ମେ ,”
ଇନା ତାୟମ୍,ଈଶ୍ୱର୍ ବାବା ଉନି ଛଟା ହଳ୍ ବୁଗି କେଦେଆୟେ । ଉନି ଛଟା ହଳ୍ ବେରେଦ୍ଃ କାତେ ଅଣ୍ଡେ ଗଟା ତାଳାମ୍ ଏ ଏହୋବ୍ଃ କେଃଆୟେ ଆର୍ ଦନ୍ ଆଚୁର୍ କେଃଆୟେ ଆର୍ ଈଶ୍ୱର୍ ସାର୍ହାୱ କେଦେୟାୟେ । ଅନା ମୁନ୍ଦିର୍ ସୁର୍ ରେ ତାହେଁକାନ୍ ହଳ୍ ହାହାଳା ଉତାର୍ ଏନାକ ।
ଉଡି ଢେର୍ ହଳ୍ ଲଗନ୍ ଲଗନ୍ ଉନି ବୁଗିଆକାନ୍ ହଳ୍ଗେ ଞେଲ୍ ଲାଗିଦ୍ଃତେକ ହେଜ୍ଏନା । ପିତର୍ ଉନ୍କୁ ହଳେ ମେତାଃଦ୍ କୱା,“ନୁଇ ହଳ୍ ବୁଗି ଆକାନାୟେ ମେନ୍ତେ ନଆଁ ଞେଲ୍କାତେ ଆଲପେ ହାହାଳାଃ । ଆଲେ ଆଲେୟା ଦାଳେତେ ବାଲେ ବୁଗିଆକାଦେୟା ଚେଦାଃସେ ଆଲେ ଈଶ୍ୱର୍ ବାବା ସାର୍ହାୱ କେଦେୟାଲେ । ବରଂ ନୁଇ ହଳ୍କେ ଯୀଶୁ ଆଜାଃ ଦାଳେତେ ବୁଗି କେଦେୟାଏ । ଚେଦାଃସେ ଆଲେ ଆଜ୍ଠେନ୍ ପାତିଆୱଃ କାନାଲେ ।”
“ ଆପେ ଭିତିର୍ ରେହଁ ମିମିଦ୍ଃ ହଳ୍ ମେନାଃକୱା ଯାହାୟେଁ ଯୀଶୁଗେ ଗଜେପେ ମେନ୍ତେ ରମିଓ ଗଭର୍ନର୍ ଗେ ମେନ୍ ଲେଦେୟାପେ । ଝତ ହଳ୍ ଜିବନ୍ ଏମାକ ହଳ୍ପେ ଗଜ୍ଃ କେଦେୟା । ମେନ୍ ଖାନ୍ ଈଶ୍ୱର୍ ବାବା ଗୁଜୁଃଖନ୍ ବେରେଦ୍ଃ ରୁଆଳ୍ କେଦେଆୟେ । ଆପେ ଅକାପେ କାମିଃ ତାହେଁଦ୍ଃ ବାପେ ବାଡାୟେ ଲେଃଆ, ମେନ୍ ଖାନ୍ ତିନଜଖାଃ ଆପେ ନଆପେ କାମି କେଃଦ୍ ଜଖାଃ ନାବିଆଃ କାଥା ସାରିୟେନା । ଆକ ନଆକ ମେନ୍ଲେଃଆ ଯୀଶୁ ଦୁଃଖେ ଞାମା ଆର୍ ଗୁଜୁଃଆୟେ । ଈଶ୍ୱର୍ ବାବା ନଙ୍କାୟେ ହୁଇ ହଚ କେଃଆ । ଅନାତେ ନିତଃ ଆପେ କାସ୍ତାୱଃ ପେ ଆର୍ ଈଶ୍ୱର୍ ଠେନ୍ ରୁଆଳ୍ ପେ ଏନ୍ଖାନ୍ ଆଜ୍ଃ ଆପେୟାଃ ଝତ କାଇ ସାଫାୟେ ତାପେୟା ।”
ତିନଜଖାଃ ଅନା ମୁନ୍ଦିର୍ ରେନ୍ ସେବକ୍ କ ଯୋହନ୍ ଆର୍ ପିତରାଃ କାଥାକ ଆଞମ୍ କେଃଆ ଉଡି ଢେର୍କ ଆଳିଶ୍ ଏନା ।ଅନାତେ ଆକ ସାବ୍ କେଦ୍ଃ କିନାକ ଆର୍ ଜିହଲ୍ ହଚଃ କେଃଦକିନାକ । ମେନ୍ଖାନ୍ ଉଡିଢେର୍ ହଳ୍ ପିତରାଃ କାଥା ଆଞମ୍ କାତେକ ପାତିଆୱ ଏନା । ପାତିଆୱ ଲେନ୍ ହଳ୍ ଭୀତିର୍ ଖନାଃ ଏଖେନ୍ କଳାକଗେ ପାଖ ପାଖି ମଣେ ହାଜାର୍ କ ହୁୟୁଆଃ ।
ଅନା ଦସାର୍ ହିଲଃ ଯିହୁଦି ନାୟେକେ କ ପିତର୍ ଆର୍ ଯୋହନ୍ ବାର୍ ହଳ୍ଗେ ମାରାଂ ଗମକେ ଆର୍ ଏଟାଃ ଜାତି ରିନ୍ ଧରମ୍ ନାୟେକେକ ଠେନ୍ ଆଗୁ କେଃଦ୍ କିନାକ । ଆକ ଉନି ଛଟା ହଁ ଆକିନ୍ ସାଲାଃତେ କ ଆଗୁ ତାରା କେଦେୟା। ଆକ ପିତର୍ ଆର୍ ଯୋହନ୍ ଗେ କୁଲି କେଦ୍ଃ କିନାକ “ଆବିନ୍ ଚେଃଦ୍ ଦାଳେତେ ନୁଇ ଛଟା ହଳ୍ବିନ୍ ବେସ୍ କେଦେୟା?“
ପିତର୍ ମେନ୍ ରୁଆଲ୍ କେଃଆୟେ “ନୁଇ ହଳ୍ ଯାହାଁୟେ ଆପେ ସାମାଂରେ ତିଙ୍ଗୁଆକାନାୟେ ଉନିଦ ଯୀଶୁ ମାସିଆଃ ଦାଳେତେ ବୁଗିଆ କାନାୟେ । ଆପେ ଯୀଶୁ ମାସିପେ କୁରୁଶ୍ କେଦେୟା ମେନ୍ଖାନ୍ ଈଶ୍ୱର୍ ବାବା ଆର୍ହଁ ବାଞ୍ଚାୱ ରୁଆଲ୍ କେଦେଆୟେ ! ମେନ୍ଖାନ୍ ଆପେ ଆଜ୍ପେ ବାଗିଆ ଦେୟା ନଆଁ ଧାର୍ତିରେ ବାଞ୍ଚାୱ ଲାଗିଦ୍ଃ, ଆଜ୍ଃ ବେଗର୍ ଆର୍ ଏଟାଃ ହର୍ ବାନୁଃଆନାଂ ।“
ପିତର୍ ଆର୍ ଯୋହନ୍ ସାହାସ୍ ସାୱଁତେ କାଥା ଲାଇରେନାଃ ଞେଲ୍କାତେ ନାୟେକେକ ହାହାଳା ଗେକ ବୁଝାୱ କେଃଆ । ଆକ ଞେଲ୍ ଆ କାଦ୍ଃ କିନାକ ନୁଂକିନ୍ଦ ସାଧାରଣ ଆର୍ ମୁରୁଖ୍ ହଳକିନ୍ ତାହେଁକାନା । ମେନ୍ଖାନ୍ ଇନା ତାୟମ୍ ଆକ ନୁକିନ୍ ହଳ୍ ଯୀଶୁ ସାଲାଃତେ ତାହେଁ କାନାକିନ୍ ମେନ୍ତେ ଉଇହାର୍ ଞାମ୍ କେଃଆକ । “ଅନାତେ ଆବିନ୍ ଯୁଦି ଆର୍ହଁ ହଳ୍କକେ ନୱାଁ କାଥାବିନ୍ ଲାଇଆକୱା ତବେଖାନ୍ ଉଡି ଜୁରଲେ ହାଲାକ୍ ବିନା ।”ନଙ୍କାନ୍ କାଥା ଉଡିଢେର୍ କ ମେତାଦ୍ଃକିନା ଆକ ପିତର୍ ଆର୍ ଯୋହନ୍ ଗେ ଚାଲାୱ ହଚଆଦ୍ କିନାକ ।
ସନତ୍ ପୁଥିୟାଃ କାହାନୀ: ଭେଜା ଆକାନ୍ ୩-୪:୨୨
Free to use, adapt, and share under an open license (CC BY-SA 4.0).